Tag: malayalam christian song lyrics

  • kisa dhoyiba mo papo

    କିସ ଧୋଇବ ମୋ ପାପ ? ଯୀଶୁଙ୍କର ରକ୍ତ ମାତ୍ର ।
    କିସ କରିବ ସୁସ୍ଥ ? ଯୀଶୁଙ୍କର ରକ୍ତ ମାତ୍ର ।… |୧|

    ସେ ଅମୀୟ ରକ୍ତ କରେ ପରିଷ୍କୃତ,
    ନା, ନାହିଁ କିଛି ତ ଯୀଶୁଙ୍କର ରକ୍ତ ମାତ୍ରା (ଘୋଷା)

    ମୋର ଶୁଚି ନିମିତ୍ତ ଯୀଶୁଙ୍କର ରକ୍ତ ମାତ୍ର
    ମୋ ପାପ କ୍ଷମା ହିତ ଯୀଶୁଙ୍କର ରକ୍ତ ମାତ୍ର… |୨|

    ପାପର ପ୍ରାୟଶ୍ଚିତ ଯୀଶୁଙ୍କର ରକ୍ତ ମାତ୍ର
    ନାହିଁ ମୋର ପୁଣ୍ୟ ତ ଯୀଶୁଙ୍କର ରକ୍ତ ମାତ୍ର… |୩|

    ମୋ ଶାନ୍ତି ମୋ ଭରସା ଯୀଶୁଙ୍କର ରକ୍ତ ମାତ୍ର
    ମୋହର ପୁଣ୍ୟ ସେ ତ ଯୀଶୁଙ୍କର ରକ୍ତ ମାତ୍ର… |୪|

    ସୂଚୀମାଳାକୁ ଫେରନ୍ତୁ

  • sansara e baridhire

    ସଂସାର ଏ ବାରିଧରେ
    ଦଦରା ଆଶା ନଉକାରେ
    ଯାଇ ନ ପାରେ କୂଳରେ
    ପାରି କର ତବ କୃପାରେ… (ଘୋଷା)

    ମାଡ଼ି ଆସେ ଦୁଃଖ ବତାସ, ମନ ମୋର ହୁଏ ହତାଶ
    କଳା ବଉଦକୁ ଛୁଇଁ, ଲହଡ଼ି ଆସିଲାଣି ଧାଇଁ
    ଅରପି ଜୀବନ ପୟରେ, ଡାକଇ ତୁମକୁ ଆତୁରେ… |୧|

    ଆଶା ନଉକା ଯାଏ ଭାଜି, କାତ ମୋର ଯାଉଛି ହଜି
    ଅମା ନିଶା ଦୁଃଖ ଲହୁଡ଼ି, ଆସେ ଧ୍ବଂସ ରୂପ ସାଜି
    ନ ହେଲେ ତୁମରି କରୁଣା, ମୁହିକି ଆଉ ବଂଚିପାରେ… |୨|

    ନ ହେଲେ ଯେସନେ ହତାଶ, ଦିଅ ହେ ତୁମରି ଆଶିଷ
    ନେଇ ତୁମରି ଭରସା, ଦୂର କରି ଅମାନିଶା
    କୁଶଳେ ଯେସନେ ସିୟୋନେ
    ତବ ସ୍ଥାନେ ଯାଇ ରହିବି… |୩|

    ସୂଚୀମାଳାକୁ ଫେରନ୍ତୁ

  • papo moro khyama diya hai

    ପାପ ମୋର କ୍ଷମା ଦିଅ ହେ
    (ସେହି) ରକ୍ତରେ, ରକ୍ତରେ
    ଯୀଶୁଙ୍କ ରକ୍ତରେ….

    ପାପ ସବୁ ଧୋଇ ଦିଅ ହେ
    ଶାନ୍ତି ଆନନ୍ଦ ଦିଅ ହେ
    ଜୟ ଦିଅ ଶୟତାନ ଉପରେ
    ସାହସ ଦିଅ ହେ ପ୍ରାର୍ଥନାରେ
    ସ୍ଥାନ ଦିଅ ଦିପ୍ତି ରାଜ୍ୟରେ
    ଭକ୍ତି ଦିଅ ତବ ସେବାରେ
    ଶାସ୍ତ୍ର ପାଠେ ଶକ୍ତି ଦିଅ ହେ
    ବାଧ୍ୟ କର ତବ ଆତ୍ମାରେ

    ସୂଚୀମାଳାକୁ ଫେରନ୍ତୁ

  • karunara sagara he jishu

    କରୁଣାର ସାଗର ହେ ଯୀଶୁ, ଦିଅ ତୁମ କରୁଣା ଦାନ
    ମହାନ ତୁମେ ଶାଶ୍ବତ ତୁମେ ଆଶିଷ ବୃଷ୍ଟି ଦିଅ ଏ ଜୀବନେ … (ଘୋଷା)

    ବାକ୍ୟ ରୂପି ପରମେଶ୍ବର ତୁମେ
    ଉଦ୍ଦୀପ୍ତ କର ଆମ ଅନ୍ତର
    ହସି ଉଠୁ ଆଜି ଶୁଷ୍କ ପରାଶେ
    ତୁମରି କରୁଣାର ପରଶେ … |୧|

    ଅନାଦି ଅନନ୍ତ ତୁମ ପୂଜା ପାଇଁ
    ସ୍ଵର୍ଗ, ମର୍ତ୍ତ୍ୟ, ଅର୍ଘ୍ୟ ଯୋଗ୍ୟ ନୁହଁଇ
    କି ଦେଇ ପୂଜିବି ଅର୍ଜନା ତୁମରି
    ସକଳେ ଆମେ ତୁମରି ସୃଷ୍ଟି … |୨|

    ସୂଚୀମାଳାକୁ ଫେରନ୍ତୁ

  • krusha tale mote rakha

    କୃଶ ତଳେ ମୋତେ ରଖ ମହାପ୍ରଭୁ
    ଭୂଜ ତଳେ ମୋତେ ରଖ
    ବିଶ୍ବ ତାପ ହରା କୃଶ ଛାଇ ତଳେ
    ଭୂଲିବି ସଂସାର ଦୁଃଖ (ଘୋଷା)

    ମୁଁ ଚିର କାଙ୍ଗାଳ ଭକତି ସମ୍ବଳ
    ବିହୁନେ ଅତି ନିରେଖ
    ଅରକ୍ଷ ଜନକୁ ଶରଣ ନ ଦେଲେ
    କି ବୋଲିବେ ତିନି ଲୋକ ? … |୧|

    ମୁଣ୍ଡରେ ଶୋଭୁଛି କଣ୍ଟାର ମୁକୁଟ
    ହାତ, ପାଦେ ଲୁହା ପ୍ରେକ
    କୃଶ କାଠ ବିନ୍ଧା ଛନ୍ଦା ଚରଣରେ
    ସେବକ ପଣରେ ରଖ …|୨|

    ଟୋପି, ଟୋପି ଝରିପଡୁଛି ରକତ
    ବିଦାରି ବିଶାଳ ବକ୍ଷ
    ଅବଶ ପରାଣ ସବନି ସୁଧା
    ତାପିତ ଶାନ୍ତି ପ୍ରଲେପ … |୩|

    ସୂଚୀମାଳାକୁ ଫେରନ୍ତୁ

  • asara dipali jali

    ଆଶାର ଦୀପାଳି ଜାଳି କରୁଅଛୁ ପଦେ ଅଳି
    ଦିଅ ବାରେ ଡ଼େଣା ମେଲି ବାହୁତଳେ ତବ ଶାନ୍ତି … (ଘୋଷା)

    ଆଶ୍ରା ହୀନ ହୋଇ ରହିଛି ମୁହିଁ
    ତୁମ ବିନା ଜଗତେ କେହି ନାହିଁ

    ଝରାଇ ଦିଆ, ତୁମ ପ୍ରେମ ବାରି
    ନିବିଡ଼ ଘନ ଅନ୍ଧାରେ (୨) ଡ଼ାକଇ ଅତିକାତରେ
    ଘେନ ବାରେ ମୋ ମିନତି ମୋ ମିନତି ଏ ଆରତି… |୧|

    ଅନ୍ଧର ଲହୁଡ଼ି ମୋ ଦୀନ ନାଥ
    ଅନ୍ଧାରେ ଆଲୁଅ ସତ୍ୟ ଇଶ
    ଦିଅ ବାରେ ଦେଖା ତବ ମୁଖ
    ଆହେ ମୋର କୃଶ ଧାରୀ (୨)
    ତୁମ ନାମ ଗାଇ, ଗାଇ ଯାଉ ଦିନ ମୋର ସରି …. |୨|

    ସୂଚୀମାଳାକୁ ଫେରନ୍ତୁ

  • he moro mana soda

    ହେ ମୋର ମନ ସଦା ଧନ୍ୟବାଦ କର
    ହେ ମୋର ମନ ସଦା
    ହେ ମୋର ଅନ୍ତର ଗାଅ ନିରନ୍ତର (୨ ଥର)
    ପବିତ୍ର ନାମରେ ସଦା ପ୍ରଭୁଙ୍କର … ହେ ମୋର ମନ ସଦା… (ଘୋଷା)

    ତାଙ୍କୁ ଦାନ ସକଳ କେବେ ନ ପାସୋର … ତାଙ୍କ ଦାନ ସକଳ
    ଯେ ତୁମ ଅଧର୍ମ ସବୁ କରି କ୍ଷମା (୨ଥର)
    କରନ୍ତି ନୂତନ ଜୀବନ ପ୍ରଦାନ (୧)
    ରୋଗରୁ କରି ସୁସ୍ଥ ବିନାଶରୁ ମୁକ୍ତ … ରୋଗରୁ କରି ସୁସ୍ଥ
    କରୁଣାରେ ଭରା ଦୟାର କିରଟି ( ୨ ଥର)
    ମସ୍ତକେ ତୋହର କରନ୍ତି ଭୁଷିତ … |୧|

    ଦେଇ ନିତ୍ୟ ଆହାର କରି ମୁଖ ତୃପ୍ତ-ଦେଇ ନିତ୍ୟ ଆହାର
    ଉକ୍ରୋଶର ସମ ନୂତନ ଯୌବନ (୨ ଥର)
    ବଢ଼ି ଉଠେ ତହୁ ଶକତି ମୋହର… |୨|

    ସୂଚୀମାଳାକୁ ଫେରନ୍ତୁ

  • moro ate bihita sadhibaku

    ମୋର ଅଟେ ବିହିତ ସାଧୁବାକୁ
    ଧର୍ମ କର୍ମ ଯୀଶୁଙ୍କ ମତ (ଘୋଷା)

    ଯଦ୍ଦନରେ ଆପେ ସେହି ହୋଇ ଡୁବିତ
    ଦେଖାଇ ଅଛନ୍ତି ମୋର ପ୍ରତି ଦୃଷ୍ଟାନ୍ତ … |୧|

    ଯେଉଁ ଆମ୍ବା ଡୁବନକାଳେ ହେଲେ ପ୍ରାପ୍ତ
    ମୋ ମୁଣ୍ଡ ବସନ୍ତୁ ସେହି ସ୍ଵର୍ଗ କପୋତ …|୨|

    ଆଜି ଯୀଶୁଙ୍କ ମରଣେ ହୋଇ ଡୁବିତ
    ପାପ ପ୍ରତି ମୃତ ଧର୍ମ ପ୍ରତି ଜୀବିତ …|୩|

    ଖ୍ରୀଷ୍ଟଙ୍କ ସହିତ ହୋଇ ମୁଁ ଉତ୍ଥାପିତ
    ଉପରିସ୍ଥ ବିଷୟରେ ରହୁ ମୋ ଚିତ୍ତ …|୪|

    ଡୁବନରେ ପିଠେ ମୁଁ ଖ୍ରୀଷ୍ଟରୂପ ବସ୍ତ,
    ତାଙ୍କ ପ୍ରେମେ ଧର୍ମାତ୍ମାରେ ବୁଡୁ ମୋ ଚିତ୍ତ.. |୫|

    ଆଜି ଯେଉଁ ନିତ୍ୟ ନିୟମ ସ୍ଥିରିକୃତ,
    ମୋ ମନରୁ ନ ହେଉ ତାହା ଦୂରୀଭୂତ … |୬|

    ସୂଚୀମାଳାକୁ ଫେରନ୍ତୁ

  • susamacharaku nei prati ganku

    ସୁସମାଚାରକୁ ନେଇ ପ୍ରତି ଗାଁକୁ ଯିବା
    ମଣ୍ଡଳୀ ଠିଆ ହେବ ସଫଳ ଆମେ ହେବା
    ଏହି … ଏହି ଆମରି ଲକ୍ଷ୍ୟ (୨ଥର) (ଘୋଷା)

    ଆସିବ କେତେ ଝଡଝଞ୍ଜା ପଛକୁ କେବେ ନ ହଟିବା
    ଆପଣା କୁଶ ବହନ କରି ଲକ୍ଷ୍ୟ ପଥ ଦେଖାଇବା
    ବଢି ଚାଲିବା ଆଗେ ଆଗେ ସୁସମାଚାର ପହଞ୍ଚାଇବା … |୧|

    ଖ୍ରୀଷ୍ଟ ଆମ ପ୍ରିୟ ସାଥୀ ଆମ ସଙ୍ଗେ ସଦା ରୁହନ୍ତି।
    ସେ ଅଟନ୍ତି ଆମ ଶକତି ଦୂର ହେବ ସକଳ ଭୀତି
    ବଢ଼ି ଚାଲିବା ଆଗେ ଆଗେ ସୁସମାଚାର ପହଞ୍ଚାଇବା … |୨|

    ସୂଚୀମାଳାକୁ ଫେରନ୍ତୁ

  • papinka nimante prabhu

    ପାପୀଙ୍କ ନିମନ୍ତେ ପ୍ରଭୁ ସ୍ଵର୍ଗ ତେଜିଣ
    ମହୀମଣ୍ଡଳେ ଲଭିଲେ ଦୁଃଖ କଷଣ (ଘୋଷା)

    ସ୍ଵର୍ଗ ସୁଖ ତ୍ୟାଗ କରି, ନର ରୂପ ଦେହ ଧରି
    ପ୍ରଭୁ ରାଜନ,
    ଜଗଜ୍ଜନ ପାଇଁ ଆସି ମର୍ତ୍ତ୍ୟ ଭୁବନ …. |୧|

    ଅବନୀରେ ହୋଇ ଜନ୍ମ ପ୍ରକାଶିଲେ ନିଜ ଧର୍ମ
    ଦୟା କରିଣ,
    ଅନ୍ଧକୁ ନୟନ ଦାନ, ମୃତକୁ ପ୍ରାଣ … |୨|

    ଅବଶେଷେ କୁଶୋପରେ ଦୁଇ ଚୋରଙ୍କ ସଙ୍ଗରେ
    ଖ୍ରୀଷ୍ଟ ରତନ,
    ଯ୍ୟହୁଦୀ ଲୋକଙ୍କ ହସ୍ତେ ତେଜି ଜୀବନ …|୩|

    ଆହା କି ଆଶ୍ଚର୍ଯ୍ୟ ପ୍ରେମ ଶତ୍ନ ଲାଗି ଦେଲେ ପ୍ରାଣ
    ସେ ଦୟାବାନ,
    କି କହିବି ତାଙ୍କ ଦୁଃଖ ଅତି ଦାରୁଣ … |୪|

    ତାଙ୍କର ମରଣ କାଳେ, ଚନ୍ଦ୍ର ସୂର୍ଯ୍ୟ ସାକ୍ଷ ଦେଲେ
    ଭୂ-କମ୍ପମାନ,
    ମନ୍ଦିର ବିଚ୍ଛେଦବସ୍ତେ ଚିରେ ବହେନ … ।୫।

    ପାପୀ ପ୍ରତି ଦୟା ବହି ନାନାମତ ଦୁଃଖ ସହି
    ଭୋଗି ମରଣ,
    ତିନି ଦିନେ କବରରୁ ଉଠିଲେ ପୁଣ … ।୬।

    ଉତ୍ଥିତ ହୋଇ ଗଗନେ ଦେଖାଦେଇ ଶିଷ୍ୟଗଣେ
    ସେ କୃପାବାନ,
    ମେଘାରୂଢ଼େ ସ୍ଵର୍ଗପୁରେ କଲେ ଗମନ… ।୭।

    ସୂଚୀମାଳାକୁ ଫେରନ୍ତୁ