Tag: malayalam christian song lyrics

  • turi bajiba akashe

    ତୁରୀ ବାଜିବ ଆକାଶେ
    ଆସିବେ ସେ ମେଘ ରଥେ
    କରିବେ ବିଚାର, ଶେଷେ ମଧ୍ୟ ଆକାଶେ .. (ଘୋଷା)

    ସାଥେରହି ଦୃତଗଣ, କରୁଥିବେ ଜୟଗାନ
    ଏକ ନିମିଷେ ତାଙ୍କରି ଆଗେ, ଠୁଳ ହେବେ ମହାଜନ
    ରାଜା ରାଜ ମହାମହିମ
    ଦେବେ ଫଳ ଦେଖି କର୍ମ
    ମନୋନୀତ ଯେତେ, ଯିବେ ସରଗ ଦେଶେ … |୧|

    ସ୍ମରି ସେହି ଶେଷଦିନ, ପାପରୁ ଫେରାଅ ମନ
    ଅନୁତାପରେ ତାଙ୍କ ଚରଣେ ଅରପି ଦିଅ ଜୀବନ
    ପରମ ପିତା ଶକତିଦାତା
    ଚଲା ପଥ ହେବେ ସାହା
    ମୁକତି ପାଇବ ତୁମେ ତାଙ୍କ ଆଶିଷେ … |୨|

    ସୂଚୀମାଳାକୁ ଫେରନ୍ତୁ

  • he priya jishu moro

    ହେ ପ୍ରିୟ ଯୀଶୁ ମୋର
    ମୋ ହୃଦ ମନ୍ଦିରେ ଆସ
    ତୁମ ପାଇଁ ମୁହଁ ଖୋଲିଛି ହେ ଦ୍ଵାର
    ସଦୟେ ହେ ପ୍ରଭୁ ଆସ.. ଆସ.. ଆସ.. (ଘୋଷା)

    ଖୋଜୁଛି ମୁଁ ତୁମ୍ଭଙ୍କୁ କେତେ
    ଏ ପାପ ମାୟା ସଂସାରେ
    କାନ୍ଦୁଛି ମୋ ଅନ୍ତର ଆତ୍ମା
    ପଡ଼ି ଏ ପାପ ଜାଲରେ
    ତୁମେ ଆଶାର ପ୍ରଦୀପ ଶିଖା
    ପ୍ରଭୁ ଜ୍ବଳାଅ ମୋ ଅନ୍ତରେ .. |୧|

    ବତାସ ଝଡ ବହୁଛି ପ୍ରଭୁ
    ଜୀବନର ପ୍ରତି କୋଣେ
    ଦୁଃଖ ବତାସ ଘେରୁଛି ପ୍ରଭୁ
    ଜୀବନର ପ୍ରତି କ୍ଷଣେ
    ତୁମେ ମୁକ୍ତିର ପ୍ରଦୀପ ଶିଖା
    ପ୍ରଭୁ ଜ୍ବଳାଅ ମୋ ଅନ୍ତରେ … |୨|

    ଅନାୟତ ଏ ସ୍ଵପ୍ନ ଜୀବନ
    ଚାହୁଁଛି ତବ ମିଳନ
    ତବ ପ୍ରେମ ସ୍ରୋତେ ଭସାଇ ଦେଇ
    ଦିଅ ମୋତେ ତ ଶରଣା
    ତୁମେ ଶାନ୍ତିର ପ୍ରଦୀପ ଶିଖା
    ପ୍ରଭୁ ଜ୍ବଳାଅ ମୋ ଅନ୍ତରେ … |୩|

    ସୂଚୀମାଳାକୁ ଫେରନ୍ତୁ

  • prabhu jishu asichi mu

    ପ୍ରଭୁ ଯୀଶୁ ଆସିଛି ମୁଁ ତୁମ ଚରଣେ
    ମୋର ଯେତେ ପାପ ତାପ ଅନୁତାପେ ଭଙ୍ଗା ହୃଦ
    ଆସିଛି ମୁଁ ଥୋଇବାକୁ ତୁମ ଚରଣେ … (ଘୋଷା)

    ଗୋଡ଼ାଏ ବ୍ୟାବଳ ମୋତେ ଆଜି ପ୍ରଲୋଭନ କେତେ
    ଆସିଛି ମୁଁ ଲୁଚିବାକୁ ତୁମ ଚରଣେ … |୧|

    ଦେଖିବାକୁ ତୁମ ରୂପ ଶୁଣିବାକୁ ତୁମ ବାକ୍ୟ
    ଆସିଛି ମୁଁ ପ୍ରଭୁ ଯୀଶୁ ତୁମ ଚରଣେ … |୨|

    ଦିଅ ଦେଖା ବାରେ ପ୍ରଭୁ କ୍ଷମି ମୋର ପାପ ସବୁ
    ମିନତି ମୋ ପ୍ରଭୁ ଯୀଶୁ ତୁମ ଚରଣେ … |୩|

    ସୂଚୀମାଳାକୁ ଫେରନ୍ତୁ

  • asuchanti turi bajayi

    ଆସୁଛନ୍ତି ତୁରୀ ବଜାଇ
    ପ୍ରଭୁ ଯୀଶୁ ହରଷ ହୋଇ
    ବିଶ୍ଵାସୀକୁ ନେବା ପାଇଁ ପୁରସ୍କାର ଦେବା ପାଇଁ
    ଆନନ୍ଦେ ଗାଅ ହେ ଭାଇ… (ଘୋଷା)

    କଟି ବାନ୍ଧି ଦୀପ ଜାଳି ଜାଗ୍ରତରେ ରୁହ ଭାଇ
    ନିଦ୍ରା ଭାଗି ଉଠିବାର ଶୁଭ ସମୟ ତ ଏହି
    ନାହିଁ ଆଉ ବେଳ, ଗଲା ଦିନ କାଳ
    କେତେ କାଳ ଥିବା ହେ ଶୋଇ… |୧|

    ମୃତ୍ୟୁ ନାହିଁ ଦୁଃଖ ନାହିଁ ସ୍ଵର୍ଗରାଜ୍ୟ ଆହେ ଭାଇ
    ସୁଖ ଶାନ୍ତି ଆନନ୍ଦରେ ଥିବା ଗୀତ ଗାଇ ଗାଇ
    ମୁଖା ମୁଖି ହୋଇ ଯୀଶୁ ପାଶେ ରହି
    କେଡ଼େ ଭାଗ୍ୟ ଆମରି ପାଇଁ .. |୨|

    ରୂପାନ୍ତର ହୋଇଯିବ ଏ ମାଟି ଶରୀର ଭାଇ
    ରକ୍ତମାଂସ ଶରୀରରେ ସ୍ୱର୍ଗ ପ୍ରବେଶିବା ନାହିଁ
    ତୁରିର ଶବ୍ଦରେ ଏକ ମୁହୁର୍ଭରେ
    ଭେଟିବା ହେ ଯୀଶୁଙ୍କୁ ଯାଇ … |୩|

    ସୂଚୀମାଳାକୁ ଫେରନ୍ତୁ

  • amo jishu raja

    ଆମ ଯୀଶୁ ରାଜା … ଆ… ଆ…
    ଆମ ଯୀଶୁ ରାଜା ଆସୁଛନ୍ତି ପରା ମେଘ ରଥରେ
    ଆସ ଭେଟିଯିବା ତାଙ୍କୁ ମହାନନ୍ଦରେ … (ଘୋଷା)

    ବିକ୍ରମଶାଳୀ ସେ ରାଜା ସରବେ କରିବେ ପୂଜା
    ହେବ ପ୍ରତି ଆଣ୍ଡ ନତ କହିବେ ପ୍ରଭୁ ସେଇତ
    ଉଚ୍ଚ ନୀଚ ଯେତେ ଉଭା ହେବେ ସେଠି
    ସେ ଶ୍ଵେତ ସିଂହାସନରେ… |୧|

    ଯେତେ ପରିତ୍ରାଣ ପ୍ରାପ୍ତ ହେବେ ସ୍ଵର୍ଗ ପୁରସ୍କୃତ
    ପାପୀର ଦଶା ଭୟାର୍ଷ ନରକେ ହେବେ ନିକ୍ଷିପ୍ତ ।
    ଆପଣା କରମେ, ହୋଇ ବିଚାରିତ
    ଭୋଗିବେ ସରଗପୁରେ… |୨|

    ସୂଚୀମାଳାକୁ ଫେରନ୍ତୁ

  • prabhu go moro priyatama

    ପ୍ରଭୁ ଗୋ ମୋର ପ୍ରିୟତମ ତୁମରି ପ୍ରେମ ଅନୁପମ
    ବଣ୍ଡିବି ପ୍ରଭୁ ତୁମ ପ୍ରେମ ଗାଇବି ସଦା ତୁମ ନାମ … (ଘୋଷା)

    ଅନ୍ଧକୁ ଦେଲ ନୟନ, ବଧୂରେ ଦେଲ ଶ୍ରବଣ
    କୃଷିକୁ ପ୍ରଭୁ ସୁସ୍ଥ କରି, ମୃତ୍ୟୁକୁ ଦେଲ ଜୀବନ … |୧|

    ରୁର ଶେଷେ ଢ଼ାଳିଲ ପାପରୁ ମୋତେ ଉଦ୍ଧାରିଲ
    ଅତୁଳନୀୟ ତୁମ ପ୍ରେମ ଗାଇବି ସଦା ତୁମ ନାମ … |୨|

    ସୂଚୀମାଳାକୁ ଫେରନ୍ତୁ

  • bajao mandali tume sangita

    ବଜାଅ ମଣ୍ଡଳୀ ତୁମେ ସଙ୍ଗୀତ ବାଜା
    ଆଜି ଆସିବେ ବାହିନି ସାଥେ ମର୍ଶହ ରାଜା
    ବଜାଇଣ ବାଜା ଆମେ କରିବା ପୂଜା … ସମସ୍ତେ … (ଘୋଷା)

    କୋଟି କୋଟି ଦୃତ ଧରି ଏହି ମେଘ ରଥରେ
    ବିଚାର କରିବାକୁ ଏହି ପୃଥିବୀରେ
    ଥରହର ହୋଇଯିବେ ଦୁନିଆ ସାରା (ଭାଇରେ) … |୧|

    ସୂର୍ଯ୍ୟ ଚନ୍ଦ୍ର କଳା ହେବ ନକ୍ଷତ୍ର ଝଡିପଡ଼ିବ
    ଅବିଶ୍ଵାସୀ ଯିଏ ଥୁବ ନରକକୁ ସିଏ ଯିବ
    ବିକଳରେ କାନ୍ଦୁଥିବ ଜୀବନ ସାରା (ଭାଇରେ) … |୨|

    ଫେର ଫର ଏବେ ଫେର
    ଆହୁରି ଡେରି ନକର
    ଭୟଙ୍କର ଦିନ ଅଟେ ଆଗାମୀର ସେହି ଦିନ
    ଉଦ୍ଧାରିଣ ପାରିବେନି
    କେହିରେ ତୋତେ (ସେଦିନ) … |୩|

    ସୂଚୀମାଳାକୁ ଫେରନ୍ତୁ

  • jibana nadi mo hrudayare

    ଜୀବନ ନଦୀ ମୋ ହୃଦୟରେ
    ପ୍ରବାହିତ କର ପ୍ରଭୁ … (ଘୋଷା)

    ଶରୀର କାର୍ଯ୍ୟ ସବୁ ବିନାଶ କର ହେ ପ୍ରଭୁ
    ଦୁର୍ବଳ ସମୟରେ, ତବ ବଳ ଦିଅ ପ୍ରଭୁ

    ଆମ୍ଭିକ ଦାନ, ସବୁରେ
    ମୋତେ ଅଭିଷେକ କର ପ୍ରଭୁ

    ଶୁଷ୍କ ଅସ୍ଥି ସକଳ ପୁନର୍ଜୀବିତ କରି ପ୍ରଭୁ
    ତୁମରି ଆଗମନକୁ, ମୁଁ ଚାହିଅଛି ପ୍ରଭୁ

    ସୂଚୀମାଳାକୁ ଫେରନ୍ତୁ

  • aha ki asimo premo tankara

    ଆହା କି ଅସୀମ ପ୍ରେମ ତାଙ୍କର
    ରାଜା ଯୀଶୁଙ୍କର ପ୍ରଶଂସା କରି ନିରନ୍ତର
    ହୃଦୟ ଢ଼ାଳି ଭକତି ଦୀପାଳି
    ସରବେ ଗାଅ ନିରନ୍ତର … (ଘୋଷା)

    ଆସିବେ ସେ ମେଘ ରଥରେ
    ଦୂତ ସାଧୁ କିରୂବ ସଙ୍ଗରେ
    ଯେତେ ଭକ୍ତ ଥିବେ ଏ ଧରାରେ
    ସର୍ବେ ଯିବେ ସରଗପୁରେ
    ହାଲେଲୁୟା ଜୟ ପ୍ରଶଂସାର ଗୀତ
    ଶୁଭୁଥୁବ ସବୁରି କଣ୍ଠରେ … |୧|

    ଗଢିବ ସେ ନୂତନ ଦେଶ
    ନାମ ହେବ ସିୟାନ ଦେଶ
    ନ ରହିବ ଦୁଃଖ କି କ୍ଳେଶ
    ଭରିଦେବେ ଶାନ୍ତି ଅଶେଷ
    ଆମେ ହେଲେ ପ୍ରଜା
    ଯୀଶୁ ହେବେ ରାଜା
    ସେ ନୂତନ ଶାନ୍ତି ରାଜନ … |୨|

    ସୂଚୀମାଳାକୁ ଫେରନ୍ତୁ

  • he sadaprabhu sadaprabhu ହେ ସଦାପ୍ରଭୁ ସଦାପ୍ରଭୁ

    ହେ ସଦାପ୍ରଭୁ ସଦାପ୍ରଭୁ
    କିଏ ପ୍ରବାସ କରିବ ତୁମ୍ଭ ଆବାସରେ
    ବାସ କରିବ କିଏ ପୁଣ୍ୟ ପର୍ବତରେ … (ଘୋଷା)

    ଅନ୍ତରରୁ ଯିଏ ସଦା ସତ୍ୟ କହେ
    ଧର୍ମ କର୍ମ କରି ସଦାଚାରୀ ହୁଏ ।
    ପର ନିନ୍ଦା ଯା’ର ମୁଖରେ ନଥାଏ
    ବଂଧୁର ଅନିଷ୍ଟ କେବେହେଁ ନକରେ
    ସେ ଧନ୍ୟ ହେବ … ଧନ୍ୟ ହେବ
    ସିଏ ପ୍ରବାସ କରିବ ତୁମ୍ଭ ଆବାସରେ … |୧|

    ଅଧର୍ମ ଘୃଣିତ ଯାହାର ଦୃଷ୍ଟିରେ
    ଧାର୍ମିକକୁ ଯିଏ ସମାଦର କରେ …
    କ୍ଷତି ହେଲେ ମଧ୍ୟ ଶପଥ ଯେ ରଖେ
    ଆପଣା ପ୍ରତିଜ୍ଞା ଅନ୍ୟଥା ନକରେ
    ସେ ଧନ୍ୟ ହେବ ସେ ଧନ୍ୟ ହେବ
    ବାସ କରିବ ସେ ତୁମ୍ବ ପୁଣ୍ୟ ପର୍ବତରେ .. |୨|

    ସୁଧ ଲୋଭେ ଯିଏ ଋଣ ଦିଏ ନାହିଁ
    ମିଥ୍ୟ ସାକ୍ଷ୍ୟ ପାଇଁ ଲାଞ୍ଚ ନିଏ ନାହିଁ
    ଯେଉଁ ଜନ ଏହି ସତ୍କର୍ମ କରଇ
    ଅଟଳ ରହିବ ଚିରକାଳ ପାଇଁ
    ସେ ଧନ୍ୟ ହେବ…ସେ ଧନ୍ୟ ହେବ
    ବାସ କରିବ ସେ ତୁମ୍ବ ପୁଣ୍ୟ ପର୍ବତରେ … |୩|

    ସୂଚୀମାଳାକୁ ଫେରନ୍ତୁ