Tag: Getmylyrics

  • bahigola lahudhara papi

    ବହିଗଲା ଲହୁଧାର ପାପୀ ତୋ ପାଇଁ
    ଶେଷ ହେଲା ବଳିଦାନ ପାପୀ ତୋ ପାଇଁ (ଘୋଷା)

    କାଲବରୀ ବୁକେ ଝରିଲା ତପତ ରୁଧୁର
    ରୁର ନୁହେଁ ସେ ପ୍ରେମର ଅମୃତ ଧାର
    ଜଗତରେ ସେ ପ୍ରେମର ତୁଳନା ନାହିଁ …
    ପାପୀ ତୋ ପାଇ |୧ |

    ପାପ ଶୂନ୍ୟ ହୋଇ ଭୋଗିଲେ ମୃତ୍ୟୁ କଷଣ
    ଦୀନହୀନ ହୋଇ ତୋତେ ସେ କଲେ ଧନବାନ
    ସ୍ଵର୍ଗୀୟ ସେ ଧନର କଳନା ନାହିଁ
    ପାପୀ ତୋ ପାଇ |୨|

    ସୂଚୀମାଳାକୁ ଫେରନ୍ତୁ

  • jibanara khelaghara

    ଜୀବନର ଖେଳଘର ହୋଇଯିବ ଦିନେ ଶେଷ
    ପ୍ରାଣ ପକ୍ଷୀ ଉଡ଼ିଯିବ, ପଡ଼ିଥିବ ଶୂନ୍ୟ ଘଟ (ଘୋଷା)

    ବୃଥା ଗର୍ବ, ଅଭିମାନ, ଧନ, ଜନ, ଯଉବନ
    ଅସାର ଭୋଗ ବାସନା, ଜାଗତିକ, ସୁଖ ନାନା
    ସବୁ ମିଛ ପ୍ରହେଳିକା ( ୨ ଥର)
    ସେ ମାୟା ସପନ ତେଜ … |୧|

    ବ୍ୟସ୍ତ କିମ୍ପା ଆରେ ମନ, ଧର ପ୍ରଭୁ ଶ୍ରୀଚରଣ
    ଦେବେ ସେ ଦିବ୍ୟ ସୁଜ୍ଞାନ, ବିଶାସେ କାଟିବୁ ଦିନ
    ନିର୍ଭୟେ ହୋଇବୁ ପାର ( ୨ ଥର)
    ମରଣ ନଦୀର ଘାଟ |୨|

    ସୂଚୀମାଳାକୁ ଫେରନ୍ତୁ

    Click the link below to listen full song and know the tune

  • jago jago kara tanka

    ଜାଗ ଜାଗ କର ତାଙ୍କ ପ୍ରଶଂସା ଗାନ
    ପ୍ରତି ପ୍ରାତେ ତାଙ୍କ ଦୟା ଚିର ନୂତନ (ଘୋଷା)

    ଅଗଣିତ ପାପ ତୋର କରନ୍ତି କ୍ଷମା
    ତାଙ୍କ ପ୍ରେମ କରୁଣାର ନାହିଁ ତୁଳନା …
    ଅଟନ୍ତି ସେ ଦୟାମୟ କ୍ରୋଧରେ ଧୂର
    ବହନ୍ତି ସେ ଅନୁଗ୍ରହ ବକ୍ଷେ ତାଙ୍କର
    ଧନ୍ୟ ତାଙ୍କ ନାମ ଧନ୍ୟ ତାଙ୍କ ନାମ … |୧|

    ବଂଚିଥିବା ଯେତେ ଦିନ ଏ ଜଗତରେ
    କରୁଥିବା ଧନ୍ୟବାଦ ଆନନ୍ଦ ରେ ।
    ଦୁଃଖ, ନିନ୍ଦା, ଅପବାଦ ସହିବା ହସି
    ଝରୁଥୁବ କଂଠୁ ଆମ ବନ୍ଦନା ଗୀତି
    ଧନ୍ୟ ତାଙ୍କ ନାମ, ଧନ୍ୟ ତାଙ୍କ ନାମ |୨|

    ସୂଚୀମାଳାକୁ ଫେରନ୍ତୁ

    Click the link below to listen full song and know the tune

  • kete je bedona

    କେତେ ଯେ ବେଦନା … କେତେ ଯେ ଯାତନା
    କାଲବରୀ ଶିଖରରୁ ବହିଯାଏ ରକ୍ତଧାର (ଘୋଷା)

    ତୁଙ୍ଗ କାଲବରୀ ଶିଖରରୁ ଝରେ,
    ଯୁବା ମେଷ ପୂତ ଅଙ୍ଗରୁ କ୍ଷରେ
    ହସ୍ତ ପଦ ଚିରି ବକ୍ଷ ବିଦାରି,
    ଶୋଣିତ ତଟିନୀ ବହିଯାଏ ଧୂରେ
    ଝରିଯାଏ…. ବହିଯାଏ
    ବେଦନାରେ… ଝରିପଡେ … ଝରିପଡେ… ଝରିପଡେ
    ବେଦନାରେ …. I୧I

    ଯୁବା କୁଶ କାଠେ ଦେଇ ନିଜ ପ୍ରାଣ,
    ବିଚ୍ଛେଦ ପରଦା ସିୟୋନ କରିଣ
    ପାପର ତିମିର କରିଛନ୍ତି ଦୂର,
    ସାଧୁଛନ୍ତି ଯୀଶୁ ପାପୀ ପରିତ୍ରାଣ
    ଝରିଯାଏ…. ବହିଯାଏ
    ବେଦନାରେ… ଝରିପଡେ … ଝରିପଡେ… ଝରିପଡେ
    ବେଦନାରେ …. | ୨ |

    ନୁହେଁ ସେ ଜନଟି ଜଗତର ନର,
    ନୀତିରେ କଳୁଷ ଦାଗ ଲିଭେ ନାହିଁ
    ଯୀଶୁ ଅଙ୍ଗ ଭେଦି ବହେ ରକ୍ତ ନଦୀ,
    ସେ ସିନା ଲିଭାଏ ପାପ ଦାଗ ଧୋଇ
    ଝରିଯାଏ…. ବହିଯାଏ
    ବେଦନାରେ… ଝରିପଡେ … ଝରିପଡେ… ଝରିପଡେ
    ବେଦନାରେ …. | ୩ |

    ସୂଚୀମାଳାକୁ ଫେରନ୍ତୁ

  • mu o moro porijana

    ମୁଁ ଓ ମୋର ପରିଜନ କରିବୁ ଆଜିଠୁ
    ପ୍ରଭୁଙ୍କର ଆରାଧନା (ଘୋଷା)

    ପ୍ରଶଂସା ସ୍ତୁତିର ମଧୁ ଝଙ୍କାରରେ, ହସୁଥିବ ନିତି ଘର
    ପବିତ୍ର ବାକ୍ୟର ପ୍ରତି ଶବ୍ଦମାଳା,, ନାଶିବ ପାପ ଅନ୍ଧାର
    ଶୟତାନ ଭୟ ନ ରହିବ ଆଉ କରି ପ୍ରଭୁ ଉପାସନା … I୧I

    ପ୍ରାର୍ଥନା ବଳରେ ଅସାଧ୍ୟ ସାଧନ, ଆମେ ନିଶ୍ଚ କରିଯିବା
    ପ୍ରଭୃବାକ୍ୟ ସୁଦ୍ଧା ପ୍ରତି ଘରେ ଘରେ, ଚାଲ ଆମେ ବାଣ୍ଟି ଦେବା
    ଜୟ ଜୟ ପ୍ରଭୁ ଜୟ ହାଲିଲୁୟା, ଗାଇକରି ଯିବା ବନ୍ଦନା….. |୨|

    ଆମ ପରିବାର ପ୍ରାଣକେନ୍ଦ୍ର ତୁମେ, ହୋଇ ରୁହ ଚିରଦିନ
    ତୁମ ପାଦ ତଳେ ନିଜକୁ ଅରପି, ତୁମକୁ କରିବୁ ଧ୍ୟାନ
    ତୁମ ଇଚ୍ଛା ଲୋଡ଼ି କରମ କରିବୁ, ଏତିକି ଆମର ପ୍ରାର୍ଥନା…. |୩|

    ସୂଚୀମାଳାକୁ ଫେରନ୍ତୁ

  • jishu tumo premo kede mohano

    ଯୀଶୁ ତୁମ ପ୍ରେମ କେଡେ ମହାନ୍ ହେ
    ଆକାଶ, ତାରା, ପର୍ବତ, ସମୁଦ୍ର ସବୁଠୁ ମହାନ୍ ହେ (ଘୋଷା)

    ଅପାର ଆନନ୍ଦରେ ହୃଦୟ ଭରିଯାଏ
    ପ୍ରଭୁଙ୍କର କାର୍ଯ୍ୟ କେଡେ ମହାନ୍ ହେ
    ସଞ୍ଜ ସକାଳେ ପ୍ରତି ନିମିଷେ ପ୍ରଶଂସନୀୟ ହେ |୧|

    ସଙ୍କଟ ସମୟରେ ମନ ନିରାଶେ ଡୁବିଲେ
    ପ୍ରଭୁ ଦୟାକର ଯଦିରେ ଉଚ୍ଚାରେ
    ଡାକିବା ଆଗେ ସେ କହନ୍ତି ମୋତେ
    ଅଛି ତୋ’ ସାଥିରେ |୨|

    ଅନ୍ଧାର ଘାଟିରେ ଯିବାକୁ ହେବ ଯେ,
    ମୃତ୍ୟୁ ଘେରା ପଥରେ ହେବ ନିଶ୍ଚିତ ଗତିରେ
    ହୋଇ ମୋ ପାଳକ ନେବେ ସେ ଚଳାଇ
    ସତତ ଥାଇ ସଙ୍ଗରେ |୩|

    ଅଭାବକୁ ମୋହର ନ ହେବ ଆଉ ଡର
    ତୃଣମୟ ସ୍ଥାନରେ ହୋଇବ ବିଶ୍ରାମ ମୋର
    ସୁସ୍ୱାଦୁ ଖାଦ୍ୟରେ କରିବେ ତୃପ୍ତ ସେ
    ସତତ ଥାଇ ସଙ୍ଗରେ I୪I

    ସ୍ଵର୍ଗୀୟ ଭବନରେ ସ୍ତୁତି କରିବି ମୁଁ ଯେ
    ସେବିବି ଯୀଶୁଙ୍କୁ ଭକ୍ତିପୂର୍ଣ୍ଣ ହୃଦୟ
    ଯୋଗ୍ୟ ସେ ଇଶ୍ଵର ମୋର ପ୍ରଶଂସାର
    ହାଲିଲୁୟା ଆମେନ |୫|

    ସୂଚୀମାଳାକୁ ଫେରନ୍ତୁ

  • mo jibana aakara he

    ମୋ ଜୀବନ ଆକର ହେ ପ୍ରଭୁ
    ତୁମେ ମୋ ଜୀବନ ଆକର (ଘୋଷା)

    ହାତ ମୋର ଧରି ଚଳାଅ ହେ ନାଥ
    ଆଲୋକିତ ହେଉ ମୋର ଚଲାପଥା
    ଅନ୍ଧାରେ ଜ୍ୟୋତି ମୋର ହେ ପ୍ରଭୁ ତୁମେ … |୧|

    ଯାହା ଥିଲା ମୋର ଜୀବନରେ ସାର
    ତୁମଲାଗି ପ୍ରଭୁ ମଣିଛି ଅସାର
    ଯାତ୍ରାର ବନ୍ଧୁ ମୋର ହେ ପ୍ରଭୁ ତୁମେ . |୨|

    ମାଗୁ ନାହିଁ ପ୍ରଭୁ ଧନ-ମାନ-ଯଶ
    ଦିଅ ଖାଲି ତୁମ ସେନେହ ଆଶିଷ
    ଶୁଣ ଏ ଗୁହାରି ମୋର … ହେ ପ୍ରଭୁ ତୁମେ … । ୩ ।

    ସୂଚୀମାଳାକୁ ଫେରନ୍ତୁ

  • ki ananda mo manare

    କି ଆନନ୍ଦ । କି ଆନନ୍ଦ । ମୋ ମନରେ
    ଯେବେ ଯୀଶୁ ମୋତେ ଧରିଲେ ବକ୍ଷରେ
    ଥିଲି ଏକ ହଜା ମେଷ ଅନ୍ଧାରେ
    ଖୋଜି ଖୋଜି ମୋତେ ପାଇଲେ ଶେଷରେ (ଘୋଷା)

    ଜଗତର ସୁଖ ଚିରାଣିର ଲୋଭେ ଚାଲିଗଲି ବହୁ ଦୂରକୁ
    କେବେ ନ ଭାବିଲି ଫେରି ନ ଆସିବି
    ଯାଇଛି ଯେ ପଥ ମୃତ୍ୟୁକୁ
    ତଥାପି ସେ ଉତ୍ତମ ପାଳକ ମୋର ।
    ମୋତେ ସେ ଖୋଜିଲେ ପ୍ରେମରେ .|୧|

    ମୋ ପରି ହେ ବନ୍ଧୁ ତୁମେ କି ହଜିଛି।
    ମୃତ୍ୟୁର ସେହି ପଥରେ
    ଫେରି ଶୁଣ ଥରେ ସେ ପ୍ରେମି ପାଳକ
    ଡ଼ାକନ୍ତି ଯେ କେତେ ଆଦରେ
    ପ୍ରେମିକ ସେ ତୁମ ଲାଗି କୁଶରେ ମଲେ,
    ନେବାକୁ ତୁମକୁ କୋଳରେ … | ୨ |

    ସୂଚୀମାଳାକୁ ଫେରନ୍ତୁ

  • chau dige dekho aaji moru

    ଚଉଦିଗେ ଦେଖ ଆଜି ମରୁ ପ୍ରାନ୍ତର
    ଶୁଣ ସେ ଡାକରା ଫିଟାଅ ପସରା
    ବିତର ଆଜି ତାହାଙ୍କ ବାଣୀ କୁଶର (ଘୋଷା)

    ତୁମ ବିନା ନାହିଁ କେହି ଆଉ ଦେଖାଇବ ସତ୍ୟଜ୍ୟୋତି
    ହେ ଲବଣ ରୂପୀ ହେ ଖ୍ରୀଷ୍ଟଙ୍କ ସାକ୍ଷୀ
    ଆଦେଶ ଘେନ ଯୀଶୁର କର ପ୍ରଚାର । |୧||

    ଆସୁଅଛି ଖରେ ସେହି ଦିନ ବିଚାର କରିବେ ନ୍ୟାୟବାନ
    ଦେଇଛନ୍ତି ଯେତେ ଗୁଣ ରାଗ କରୁଛ କି ତୁମେ ବିନିଯୋଗ
    ହେ ଉତ୍କଳବାସୀ … ହେ ଖ୍ରୀଷ୍ଟ ବିଶ୍ୱାସୀ .
    ଆଦେଶ ଘେନ ଯୀଶୁର କର ପ୍ରଚାର , |୨|

    ସୂଚୀମାଳାକୁ ଫେରନ୍ତୁ

  • kaloborira se je asimo premo

    କାଲବରୀର ସେ ଯେ ଅସୀମ ପ୍ରେମ
    ଭୁଲିପାରୁ ନାହିଁ ମୋର ଯୀଶୁ ରାଜନ
    ସେହି ରକତ ଝରେ ଅନ୍ତରେ ମୋର
    ଜାଣି ତ ନଥୁଲି ପ୍ରଭୁ ଯୀଶୁ ସୁନ୍ଦର (ଘୋଷା)

    ପାପରେ ମୋର ବିତିଯାଇଛି ଅନେକ ଦିନ
    ତଥାପି ମୁହିଁ ଭୁଲି ନଥୁଲି ତୁମରି ଦାନ
    ତୁମ ଚରଣେ ମୁହିଁ ପ୍ରଭୁ ଦେଉଛି ଥୋଇ
    ପାପରେ ପତିତ ମୋ ଭଙ୍ଗା ଜୀବନ |୧|

    ଆସିଛି ମୁହିଁ ପାଇବା ପାଇଁ ନବ ଜୀବନ
    ଦିଅ ହେ ପ୍ରଭୁ ତୁମରି ସେ ଆଶିଷ ଦାନ
    ଏହି ଶୁଭ ଲଗନେ ଏହି ଶୁଭ ମିଳନ
    ଆସ ହେ ଅନ୍ତରେ ମୋ ଯୀଶୁ ରାଜନ |୨|

    ସୂଚୀମାଳାକୁ ଫେରନ୍ତୁ