Tag: Getmylyrics

  • kalaborire dhanya kalaborire

    କାଲବରୀରେ ଧନ୍ୟ କାଲବରୀରେ
    ଚଢ଼ିଥିଲେ ମୋର ପାଇଁ ଯୀଶୁ କ୍ରୁଶରେ … (ଘୋଷା)

    ଦୁଃଖ ନିନ୍ଦା ସହିଲେ ଫେରି କି ନ କହିଲେ
    ବଧଯୋଗ୍ୟ ମେଷତୁଲ୍ୟ ମୁଖ ନ ଫିଟାଇଲେ I୧I

    କେଡ଼େ ପ୍ରେମ ନକଲେ ନିଜକୁ ବଳି ଦେଲେ
    ମୋତେ ବଂଚାଇଣ ଦାରୁଣ ମୃତ୍ୟୁକୁ ବରିଲେ । |୨|

    କେଡେ ଉଚ୍ଚ ଗଭୀର ଅଟେ ସେ ପ୍ରେମସ୍ଥଳ
    ଶତ୍ର ଲାଗି ଏଡ଼େ ପ୍ରେମ କାହିଁ ଅଛି କାହାର … |୩|

    ମୋତେ ଦେବାକୁ ଧନ ନିଜେ ହେଲେ ନିର୍ବନ
    ଅନନ୍ତ ଜୀବନ ଧନ କଲେ ମୋତେ ପ୍ରଦାନ .. |୪|

    ତପ୍ତ ରକତ ଧାର ସେ ଅମୃତ ପୟର
    ଝରୁଅଛି ନିରନ୍ତର ଅସରନ୍ତି ଭଣ୍ଡାର |୫|

    ସେ ପତିତପାବନ ନିଅ ସର୍ବେ ଶରଣ
    ତୁମ ଆମ ପାଇଁ ଆଜି ଦେଲେ ଯୀଶୁ ଜୀବନ |୬|

    ସୂଚୀମାଳାକୁ ଫେରନ୍ତୁ

  • muhi papi dino hino

    ମୁହଁ ପାପୀ ଦୀନ ହୀନ ଚରଣେ ତୁମର
    ଥୋଇଅଛି ପାପ ଭାର
    ତୁମ ପାଦେ ନେଇ ଶରଣ … (ଘୋଷା)
    ଯୀଶୁ ମୋ କ୍ଷମାରେ … ଧୋଇ ମୋ ପାପରେ
    କରିବେ ମୋତେ ନୂତନ ସୃଷ୍ଟି
    ତାଙ୍କ ନିଜ ରକ୍ତରେ … |୧|
    ମୁକତି ପଥରେ ଯୀଶୁ ମୋ ସାହାରେ
    ଚାଲୁଥିବି ମୁଁ ଜ୍ୟୋତି ପଥରେ
    ଧରି ଯୀଶୁ ବାନାରେ… |୨|

    ସୂଚୀମାଳାକୁ ଫେରନ୍ତୁ

  • bhuli nahi bhulibini

    ଭୁଲି ନାହିଁ ଭୁଲିବିନି କେବେ ତାଙ୍କରି ପ୍ରେମକୁ
    ପାପ ଭାର ବହିଗଲେ ସେ ଯେ ଚାଲି କାଲବରୀ କୁଶକୁ
    ଭୁଲି ନାହିଁ … ଭୁଲିବିନି ଏପରି ପ୍ରେମକୁ …. (ଘୋଷା)

    ଶତ୍ରୁ ଲାଗି କେହି କେବେ କି କାନ୍ଦିଛି ।
    ତା’ ପାଇଁ ବୁକୁର ରୁର ଢ଼ାଳିଛି
    ସେହି ଯୀଶୁ ପ୍ରେମ ଡୋରେ
    ବାନ୍ଧିଲେ ମୋ ମନକୁ….. |୧|

    ବନ୍ଧୁ ହେ ତୁମେ ଭୁଲନା ସେ ପ୍ରେମ
    ସେ ମଧୁର ନାମେ ଘେନ ପରିତ୍ରାଣ
    ସେହି ଯୀଶୁ କୁଶ ତଳେ ଭାଙ୍ଗିଲେ ମୋ ମନକୁ….. | ୨ |

    ସୂଚୀମାଳାକୁ ଫେରନ୍ତୁ

  • jibana ra jyoti jishu

    ଜୀବନର ଜ୍ୟୋର୍ତି ଯୀଶୁ ଜଗତର ଜ୍ୟୋତି
    ଜ୍ୟୋର୍ତିର୍ଗଣ ପିତା, ତୁମେ ଜ୍ୟୋତିର୍ମୟ
    ହାଲିଲୁ…ହାଲିଲୁୟା, (ଘୋଷା)

    ଜଳାଅ ଜୀବନ ପ୍ରଦୀପ ଆମ ପ୍ରାଣେ ଯୀଶୁ
    ତୁମ ଜ୍ୟୋତିରେ ଆମ ଜୀବନୁ ଅପସରୁ, ଅମା ରାତି.. |୧|

    ତୁମ ଜ୍ୟୋତି ବଳେ ଯୀଶୁ ଆମେ ଆଗେଇ ଯିବା
    ଜାଳି ଆଲୋକ ଧରାରେ ଆଣିବୁ ମାନବେ
    ଜାଳି ଜୀବନ ଜ୍ୟୋତି…. |୨|

    ସୂଚୀମାଳାକୁ ଫେରନ୍ତୁ

  • ଅମର ଈଶ ସୁତରେ amara isa sutare

    ଅମର ଈଶ ସୁତରେ, ଅମର ଈଶ ସୁତ
    କାଲବରୀ କୁଶେ ହତରେ … ହଁ … ତ (ଘୋଷା)

    ପାତକି ମୁକତି ପାଇଁ, ସ୍ଵଚ୍ଛାରେ ପ୍ରାଣ ଦେଇ
    ରଚିଲେ ସତ୍ୟ ପଥରେ … ପ … ଥା |୧|

    କଣ୍ଟାର ମୁକୁଟ ବହି, ଅଶେଷ ଯାତନା ସହି
    ରହିଲେ ମୌନ ଶାନ୍ତରେ |୨|

    ଅନନ୍ତ ଜୀବନ ପାଇଁ ବୁକୁର ରକତ ଦେଇ
    ଧରଣୀ କଲେ ପୂତରେ …ପୂ…ତ I୩I

    ଯୀଶୁ (ତାଙ୍କ) ପଦେ ରଖ ଲୟ, ପାପ ଯିବ ଦୁଃଖ ଭୟ
    ସେହି ସତ୍ୟ ପଥରେ ( ଜୀବନ) … ପ… ଥ I୪I

    ଦୁର୍ଗମ ପଥ ଦେଇ ପହଂଚିବୁ ସ୍ୱର୍ଗ ଯାଇ,
    ଧର୍ମାମ୍ବା ତୋ ଚାଳକରେ ..ଚା…କ…କ… |୫|

    ସୂଚୀମାଳାକୁ ଫେରନ୍ତୁ

  • asisha tumori diya he

    ଆଶିଷ ତୁମରି ଦିଅ ହେ ପ୍ରଭୁ
    ଆଜି ଆମରି ଜୀବନରେ (ଘୋଷା)

    ଆସିଛୁ ତୁମ ସେବାର ( ପୂଜାର) ପାଇଁ
    କଳୁଷଭରା ହୃଦୟ ନେଇ
    ଧୋଇଦିଅ ତୁମ ରକ୍ତରେ, ପ୍ରଭୁ
    ଏ ମିନତି ତୁମ ପୟରେ |୧|

    ଦିଅ ହେ ପ୍ରଭୁ ପୂଜାରୀର ମନ,
    ସତ୍ୟ ଆପ୍ରେ କରିବୁ ଭଜନ
    ସେବିବୁ ଯେହ୍ନ ଭକ୍ତି ପ୍ରୀତିରେ,
    ପ୍ରଭୁ ଏ ମିନତି ତୁମ ପୟରେ |୨|

    କଠିନ ହୃଦୟ ଚୂର୍ଣ୍ଣ କର,
    ଗ୍ରାହ୍ୟବଳୀ ଯେହ୍ନେ ହେବ ତୁମର
    ଅରପୁଛୁ ତୁମ ପୂଜା ବେଦୀରେ,
    ପ୍ରଭୁ … ଏ ମିନତି ତୁମ ପୟରେ |୩|

    ଶରୀର, ଆତ୍ମା, ପ୍ରାଣ ଆମର,
    ସଜୀବ ପବିତ୍ର ନିର୍ଭେଷ କର
    ସମର୍ପଛୁ ଆଜି ତୁମ ପୟରେ
    ପ୍ରଭୁ ଶୁଣ ଏ ମିନତି ବାରେ I୪I

    ସୂଚୀମାଳାକୁ ଫେରନ୍ତୁ

  • tumo pache pache chaluthibi

    ତୁମ ପଛେ ପଛେ ଚାଲୁଥିବି ମୁଁ ..
    ନେବ ତୁମେ ଯେଉଁ ଦିଗେ
    ତୁମରି ଇଙ୍ଗିତେ (୩ ଥର) ଚାଲୁଥିବି ମୁଁ… (ଘୋଷା)

    ଏ ଜୀବନେ ନାହିଁ କିଏ ସାହାଯ୍ୟ ସାଥିରେ ..
    ତୁମେ ଏକା ମୋର ପ୍ରଭୁ ସାହାଯ୍ୟ ସାଥିରେ …(୨ଥର) |୧|

    ଆସୁଅଛି ତୁମ ପାଦେ ଦୀନ ହୀନ ମୁହଁ
    କରୁଅଛି ନିବେଦନ ଶୁଣ ମୋ ବିନତି |୨|

    ସୂଚୀମାଳାକୁ ଫେରନ୍ତୁ

  • jaya prabhu jishu jaya prabhu

    ଜୟ ପ୍ରଭୁ ଯୀଶୁ ଜୟ ପ୍ରଭୁ ଯୀଶୁ
    ଜୟ ଜୟ ସତ୍ୟ ସନାତନ ହେ
    ଜଗତ ତାରଣ କରଣ କାରଣ
    ଆସିଲେ ଏ ମର୍ତ୍ତ୍ୟ ଭୁବନ ହେ … (ଘୋଷା)

    ଅଭୁତ ମହିମା ଜଗତେ ପ୍ରକାଶିଲେ,
    କେ ପାରେ କରି ତା ବର୍ଣ୍ଣନା ହେ ।
    ସହସ୍ର ରସନା କରିଲେ ହେ ଘୋଷଣା
    ଶେଷ ନୋହିବ ତା ବର୍ଣ୍ଣନା ହେ … |୧|

    ଭକ୍ତର ପ୍ରାଣ ଭକ୍ତର ଜ୍ଞାନ,
    ଭକ୍ତର ଅମୂଲ୍ୟ ଧନ ହେ
    ପତିତପାବନ ଭକ୍ତର ଭୂଷଣ
    ଧନ୍ୟ ଈଶ୍ବର ନନ୍ଦନ ହେ |୨|

    ସୂଚୀମାଳାକୁ ଫେରନ୍ତୁ

  • jibana sagara tire

    ଜୀବନ ସାଗର ତୀରେ, ଯଦି ଦୁଃଖ ଲହରି ଉଠେ
    ବୁଜି ଦିଅ ଦୁଇ ଆଖି, ଯାଅ ଯୀଶୁର ଚରଣେ ଲୋଟି … (ଘୋଷା)

    ପରମବନ୍ଧୁ ସେ ଯେ, ନେବେ ଜୀବନ ନଉକା ବାହି,
    ବିଶ୍ବାସ ରଖ ମନେ, ଶୁଭେ ତାଙ୍କରି ମଧୁବାଣୀ… |୧|

    ଦୁଃଖ କାହିଁକି ତେବେ , ସେ ଯେ ଦୁଃଖ ସୁଖର ସାଥୀ,
    କହିଦିଅ ମନ କଥା, ମନେ ଲଭିବ ଅଶେଷ ଶାନ୍ତ… |୨|

    ସୂଚୀମାଳାକୁ ଫେରନ୍ତୁ

    Click the link below to listen full song and know the tune

  • mo pore taba karuna

    ମୋ ପରେ ତବ କରୁଣା ମୋ ପରେ ତବ ଆଶିଷ
    ଢ଼ାଳିଦିଅ ଯୀଶୁ ମୋର, ତବ ଉଦ୍ଦୀପନା (ଘୋଷା)

    ଗଢିନିଅ ଏ ଜୀବନ ତୁମ ରୂପ ଜ୍ୟୋର୍ତିରେ
    ସଂସାରରୁ ଦୂରେ ରଖି ରୁହ ତୁମେ ସାଥୀରେ
    ରୁହ ତୁମେ ସାଥୀରେ … I୧I

    ପବିତ୍ର ଜୀବନ ଦେଇ କର ମୋତେ ନୂତନ
    ତୁମ ସାଥେ ଚାଲୁଥିବି ଦିଅ କରୁଣା ଦାନ
    ଦିଅ କରୁଣା ଦାନ…. |୨|

    ସୂଚୀମାଳାକୁ ଫେରନ୍ତୁ