Tag: Getmylyrics

  • aji pranami tumaku chalibi

    ଆଜି ପ୍ରଣମି ତୁମକୁ ଚାଲିବି ପ୍ରଭୁ ସାରାଟି ଦିନ
    ତୁମେ ମୋ ଗମନ ପଥେ ଦୃଷ୍ଟି ରଖ ହେ ଦୟାବାନ (ଘୋଷା)

    ସାରା ଦିନ ଆଜି ଯାହା ମୁଁ ଚିନ୍ତିବି
    ତବ ବାକ୍ୟ ଆଗ ସ୍ମରଣ ରଖିବି
    ସେ ବାକ୍ୟ ଖଡଗରେ ପରାଭୂତ ହୁଏ, କୁ-ଚିନ୍ତାମାନ |୧|

    ଛୋଟ ମୁଖେ ଆଜି ଯାହା ମୁଁ କହିବି
    କାହାରି ମନରେ ଆଘାତ ନ ଦେବି
    ପୁଣି ନ କହିବି ବହୁ ବାକ୍ୟ ଆଉ, କୁ-କଥାମାନ |୨|

    ବଂଚିଥିବା ଯାଏ ଯାହା ମୁଁ କରିବି
    ମୋ ଆତ୍ମାକୁ ଅପବିତ୍ର ନ କରିବି।
    ସର୍ବ କାର୍ଯ୍ୟ ଯେହ୍ନ ପରିଚୟ ଦେବି ।
    ଆତ୍ମାଙ୍କୁ ଦାନା….. |୩|

    ସୂଚୀମାଳାକୁ ଫେରନ୍ତୁ

  • jibana data jishu aji antara

    ଜୀବନଦାତା ଯୀଶୁ ଆଜି ଅନ୍ତର ଖୋଲିଦିଏ
    ଆସ ଆଜି ମୋର ଏ ହୃଦୟେ, ଅନ୍ତର ଖୋଲି ଦିଏ (ଘୋଷା)

    ଯଦି ଥାଏ କିଛି ତୁମ ଅପ୍ରୀତି କାଢ଼ି ନିଅ ଯୀଶୁ ମୋର
    ତୁମ ରକ୍ରେ ଆଜି ଧୋଇ ମୋତେ ପ୍ରଭୁ
    ତୁମେ ପବିତ୍ର କର, ପବିତ୍ର କର ଏଥର…. |୧|

    ଆସିଅଛି ଆଜି ମୁଁ ଦୀନହୀନ କରୁଅଛି ନିବେଦନ
    ଦୟାକରି ଆଜି ଢ଼ାଳିଦିଅ ପ୍ରଭୁ ତୁମ କରୁଣା ଦାନ
    କରୁଣା ଦାନ ଏଥର…. |୨|

    ସୂଚୀମାଳାକୁ ଫେରନ୍ତୁ

  • jishu mo pain jhulila

    ଯୀଶୁ ମୋ’ ପାଇଁ ଝୁଲିଲ
    ଅତୁଳନୀୟ ଅଟେ ସେ ପ୍ରେମ
    ସେ ଦୟା ଅଟେ ସୀମାହୀନ (ଘୋଷା)

    ନମ୍ର ଚିତ୍ତେ ସବୁ ସହିଲ କଣ୍ଟା ମୁକୁଟ ଶିରେ ବୋହିଲ
    ପାପୀ ପାଇଁ ଦୟା ବହିଲ କୁଶେ ରକ୍ତ ଝରାଇଲ I୧I

    ଶାନ୍ତି ବାଣୀ ଶୁଣାଇଲ ନିନ୍ଦା ଅପବାଦ ଶୁଣିଲ
    ତୁମ ଧୈର୍ଯ୍ୟ କି ଚମତ୍କାର
    ସେ ଶୌର୍ଯ୍ୟ ହେଉ ସଦା ଧନ୍ୟ |୨|

    ପାଷାଣ ହୃଦୟ ମୋର ସବୁ ଜାଣି ଶୁଣି ନିସ୍ତୁର
    ମୋର ହୃଦୟ କରି ବିଦୀର୍ଣ୍ଣ ତୁମ ଲାଗି ମୋତେ ବଞ୍ଚାଅ ।୩।

    ମୃତ୍ୟୁ ପରେ ଉତ୍ଥାପିତ ହୋଇ ଏହି କଥା ଦେଲ
    ସ୍ଵର୍ଗରେ ମୋ ପାଇଁ ସ୍ଥାନ ସଜାଡ଼ିବା ପାଇଁ ଗଲ … I୪I

    ସ୍ଵର୍ଗ ଆନନ୍ଦ ସାଗର ଏହି କଥା ନାହିଁ ଭୁଲ
    ଆନନ୍ଦ ସାଗରେ ଭାସି ପାପୀ ଯୀଶୁଙ୍କ ପଛେ ଚାଲ … |୫|

    ସୂଚୀମାଳାକୁ ଫେରନ୍ତୁ

  • aso prabhu tume aso

    ଆସ ପ୍ରଭୁ ତୁମେ ଆସ, ଆମରି ଜୀବନେ ଆସ
    ଆସି ପ୍ରଭୁ ତୁମେ ଆସ, ଏ ମନ ମନ୍ଦିରେ ଆସ
    ରୁହ ତୁମେ ସାଥେ ସାଥେ ନ ଯାଅ ଛାଡି ଦୂରେ
    ନ ଯାଅ ତୁମେ ଦୂରେ (ଘୋଷା)

    ଏ ଦୁନିଆ ପଥ ବଡ ଅନ୍ଧାରୁଆ
    ନାହିଁ ଶାନ୍ତି ନାହିଁ ମୁକ୍ତି ତୁମ ଛଡା
    ଆସ ହେ ତୁମେ ଜ୍ୟୋତି ନେଇ
    ନ ଯାଅ ଛାଡି ଦୂରେ … ନ ଯାଅ ତୁମେ ଦୂରେ |୧|

    ଏ ଜୀବନ କକିତ ପାପ ଭରା
    ବରଷାଅ ଆଶିଷର ବାରିଧାରା
    ଲିଭାଇ ଦେବ ଦାଗ ସବୁ,
    ତୁମରି ରକତ, ତୁମରି ରକତ |୨|

    ଏ ଜଗତେ ଆମେ ସବୁ ସାଥୀ ହରା
    ନାହିଁ ମୁଭି, ନାହିଁ ଶାନ୍ତି ତୁମ ଛଡା
    ହୁଅ ହେ ତୁମେ ସାଥୀ ଆମ,
    ଶୁଣ ହେ ଆରତ … ଦେଖାଇ ଦିଅ ପଥ …
    ରୁହ ତୁମେ ସାଥେ ସାଥେ … |୩|

    ସୂଚୀମାଳାକୁ ଫେରନ୍ତୁ

  • aji paritranora dina

    ଆଜି ପରିତ୍ରାଣର ଦିନ…… ଆଜି ପରିତ୍ରାଣର ଦିନ
    ଈଶ୍ୱରଙ୍କ ଦାନ ସେହି ପ୍ରଭୁ ଯୀଶୁ… ଅନନ୍ତ ଜୀବନ
    ହାଲିଲୁୟା … ହାଲିଲୁୟା..ହାଲିଲୁୟା… ହାଲିଲୁୟା… (ଘୋଷା)

    ତୁମେ ହେ ପ୍ରଭୁ ଅନାଦି ଅନନ୍ତ ଈଶ୍ଵର କୁମର
    ତୁମେ ହେ ପ୍ରଭୁ ସରଗ ରାଜନ ହେ ଦୟାବନା
    ତୁମରି ରକ୍ତେ ଧୋଇ ହେ ମୋତେ କର ନୂତନ…. |୧|

    ଆସ ମୋ ହୃଦେ ଯୀଶୁ ରାଜନ ହେ ଦୟାବାନ
    ନିଅ ତୁମ ପଥେ ରହି ମୋ ସାଥେ ସାରା ଜୀବନ
    ତୁମେ ହେ ପ୍ରଭୁ କରୁଣାବାନ କରୁଛୁ ବଦନ…. I୨I

    ସୂଚୀମାଳାକୁ ଫେରନ୍ତୁ

  • chaki kathe jharere bukura

    ଛକି କାଠେ ଝରେରେ ବୁକୁର ଶୋଣିତ ଝର
    କାଲବରୀ ଚୁଳେ …
    ଛକି କାଠେ ଝରେରେ … (ଘୋଷା)

    ଯେ, ଆଜି ନିରବେ କାଲବରୀ ବେଦି ପରେ
    ଯେ, ଆଜି କ୍ଷତବିକ୍ଷତ ବରଛାର ଧାରେ
    ସେ ତୋହରି ପରା ମୁକତି କରତା
    ଚିହ୍ନି ପାରୁଛୁ କି ତାରେ ?
    କାଲବରୀ ଚୂଳେ । |୧|

    ଯା’ ଶୋଣିତ ଦାନେ ଭାଙ୍ଗିଛି ପାପ ପ୍ରାଚୀର
    ତା’ ଶୋଣିତେ ଦାନେ ଖୋଲିଛି ମୁକ୍ତି ଦୁଆର
    ସେ ଶୋଣିତେ ବୁଡ଼ି ଲଭିଛୁ କି ଆଜି
    ମୁକତି ତୋ ଜୀବନରେ ?
    କାଲବରୀ ଚୂଳେ । |୨|

    ସେ କୁଶର ତଳେ ଉଭା ମୁଁ ମୁକ୍ତି ଭିକାରୀ
    ମୋକ୍ଷ ଦିଅ ଆଜି ହେ ଯୀଶୁ କଳୁଷହାରୀ
    ତୁମରି ବିକ୍ଷତ ହସ୍ତ ପରଶେ
    ଆସୁ ମୁକ୍ତି ଜୀବନରେ …
    କାଲବରୀ ଚୂଳେ |୩|

    ସୂଚୀମାଳାକୁ ଫେରନ୍ତୁ

  • premika jishu jebe asile

    ପ୍ରେମିକ ଯୀଶୁ ଯେବେ ଆସିଲେ,
    ମୋ ଜୀବନ ବଦଳିଗଲା
    ଯେବେ ମୁଁ ତାଙ୍କୁ ହୃଦେ ଲଭିଲି,
    ମୋ ଜୀବନ ବଦଳିଗଲା (ଘୋଷା)

    ମୋର ଦୁଃଖ ଦୁର୍ଦ୍ଦଶାରେ ଆଶ୍ରା ଦେଇ
    ନିଜ ପରେ ମୋର ପାପ ଭାର ନେଇ
    କୁଶରେ ନିଜ ରକ୍ତ ଢାଳିଲେ (ହାଲିଲୁୟା) |୧|

    ଜଗତର ମନ୍ଦତାରୁ ମୁକ୍ତ କଲେ
    ପ୍ରାଣ ଦେଇ ମୋ ପାପରୁ ଉଦ୍ଧାରିଲେ
    ତେବେ ସେ ଅନ୍ତରେ ଶାନ୍ତି ଦେଲେ (ହାଲିଲୁୟା)
    ମୋ ଜୀବନ ବଦଳିଗଲା , |୨|

    ନିଜ ର ମୋ ଜୀବନ ସେ କିଣିଲେ
    ଯୀଶୁ ମୋର ମୁଁ ତାଙ୍କର ସବୁ ଅସାର
    ପିତା ସଙ୍ଗେ ମୋତେ ମିଳାଇଦେଲେ (ହାଲିଲୁୟା)
    ମୋ ଜୀବନ ବଦଳିଗଲା |୩|

    ସୂଚୀମାଳାକୁ ଫେରନ୍ତୁ

  • bedona bipake prabhu

    ବେଦନା ବିପାକେ ପ୍ରଭୁ ତୁମେ
    ଭୋଗିଲ ଅଶେଷ ଦୁଃଖ କେତେ
    ରାଶି ଦେବା ପାଇଁ ଧୋଇତବ କୁଶରେ…
    କାଲବରୀ ବୁକୁରେ କେତେ, କେତେ ଯେ ବହିଯାଏ
    ତପତ ରକତ ମୋହରି ପାଇଁରେ,
    ପୁଣ୍ୟ ତବ ପ୍ରେମରେ… (ଘୋଷା)

    ଝରି ଝରି ଯାଏ ଦୟାଧାର କୃଶରେ
    ନାହିଁ କାହିଁ ପ୍ରେମ ପାପୀ ପାଇଁ ଧରାରେ
    ସେହି ତ ଭରସା ମୋର ମୁକ୍ତି ପାଇଁ
    କୁହ ବିଶେ କୁହରେ….. | ୧ |

    ଚିରି ଚିରି ଗଲା ମନ୍ଦିରର ବାସରେ
    ଲିଭି ଲିଭି ଆସେ ଦୁଃଖ ନିଶା ଆଜିରେ
    ଯୀଶୁଙ୍କ ମରଣେ ପାପ ପରାଜିତ,
    ଆଜି ଏହି ଧରାରେ … |୨|

    ସୂଚୀମାଳାକୁ ଫେରନ୍ତୁ

  • utho jago bhetibaku jishu rajare

    ଉଠ ଜାଗ ଭେଟିବାକୁ ଯୀଶୁ ରାଜାରେ
    ସ୍ବର୍ଗବାହିନୀ ସାଥେ ଆରୋହୀ ମେଘ ରଥେ
    ଆସୁଛନ୍ତି ବେଗେ ମଧ୍ୟ ଆକାଶରେ … (ଘୋଷା)

    ଅନୁତାପ ହୃଦୟେ କର ଖେଦ କ୍ରନ୍ଦନ
    କର ଯେବେ ସ୍ୱୀକାର ହେବ ପାପ ମୋଚନ
    ପରିଷ୍କୃତ ହେବ ଯୀଶୁଙ୍କ ରକତରେ |୧|

    ଜୀବନ ପୁସ୍ତକରେ ଲେଖା ଯାହାର ନାମ
    ମହାନନ୍ଦେ ପ୍ରବେଶ କରିବେ ସ୍ଵର୍ଗଧାମ
    ଭୋଗିବେ ଅନନ୍ତ-ଜୀବନ ସ୍ଵର୍ଗ-ପୁରେ । |୨|

    ମେଷ ଶାବକ ରକ୍ତ ହୋଇଛି ଶୁକ୍ଳ ବର୍ଣ୍ଣ
    ନିଷ୍କଳଙ୍କ ନିର୍ବାଗ ପରିତ୍ରାଣ ବସନ
    ହୁଅ ବେଗେ ସେହି ବସ୍ତେ ବିଭୂଷିତରେ .. |୩|

    ପବିତ୍ର ଆମ୍ରାରେ ହୁଅ ପରିପୂର୍ଣ୍ଣ
    ତାଙ୍କରି ଇଂଗିତରେ ସଦା କର ଗମନ
    ମିଳାଇବେ ସେହି ଏକା ଯୀଶୁ ସାଥୁରେ … |୪|

    ଦିଦିନଆ ଅଟେ ଏହି ପାପ ସଂସାର
    ସ୍ଵର୍ଗ ରାଜ୍ୟ ଅଟେ ଆମ ଚିର ନଗର
    ଚିର ଶାନ୍ତି, ବିଶ୍ରାମ ଭୋଗିବା ତହିଁରେ |୫|

    ସୂଚୀମାଳାକୁ ଫେରନ୍ତୁ

  • sumadhura sure gao

    ସୁମଧୁର ସୁରେ ଗାଅ ଯୀଶୁ ନାମ
    ଯୀଶୁ ନାମ … ମିଠା ନାମ … ଯୀଶୁନମ … ପ୍ରିୟନାମ… (ଘୋଷା)

    ସେ ନାମେ ଅଛି ପ୍ରେମ ସେ ନାମେ ମିଳନ,
    ସେ ନାମେ ଭୟ, ଦୁଃଖ ଦୂର ହୁଏ ଜାଣ,
    ନିଅ ହେ ସେ ନାମେ ଶରଣ,
    ସେ ନାମେ ସାନ୍ବନା ଘେନ…. |୧|

    ସେ ନାମେ ଅଛି ଆମ ମହା ପରିତ୍ରାଣ
    ସେ ନାମେ ଲଭେ ପାପୀ ଅନନ୍ତ ଜୀବନ
    ସେ ନାମେ କରିଛି ଭରଷା
    ପାପୀ ମୁଁ ପାଇବି ତ୍ରାଣ…. |୨|

    ସୂଚୀମାଳାକୁ ଫେରନ୍ତୁ