Tag: Getmylyrics

  • Lokamaam gambhira /ലോകമാം ഗംഭീരവാരിധിയിൽ

    ലോകമാം ഗംഭീരവാരിധിയിൽ
    വിശ്വാസക്കപ്പലിലോടിയിട്ട്
    നിത്യവീടൊന്നുണ്ടവിടെയെത്തി
    കർത്തനോടുകൂടെ വിശ്രമിക്കും

    യാത്ര ചെയ്യും ഞാൻ ക്രൂശെ നോക്കി
    യൂദ്ധം ചെയ്യും ഞാനേശുവിന്നായ്
    ജീവൻ വെച്ചീടും രക്ഷകനായ്
    അന്ത്യശ്വാസം വരെയും

    കാലം കഴിയുന്നു നാൾകൾ പോയി
    കർത്താവിൻ വരവു സമീപമായ്
    മഹത്വനാമത്തെ കീർത്തിപ്പാനായ്
    ശക്തീകരിക്ക നിൻ ആത്മാവിനാൽ

    പൂർവ പിതാക്കളാം അപ്പോസ്തോലർ
    ദൂരവേ ദർശിച്ച ഭാഗ്യ ദേശം
    ആകയാൽ ചേതം ’എന്നെണ്ണി ലാഭം
    അന്യർ ’എന്നെണ്ണി ലോകമതിൽ

    ഞെരുക്കത്തിൻ അപ്പം ഞാൻ തിന്നെന്നാലും
    കഷ്ടത്തിൻ കണ്ണുനീർ കുടിച്ചെന്നാലും
    ദേഹിദുഃഖത്താൽ ക്ഷയിച്ചെന്നാലും
    എല്ലാം പ്രതികൂലമായെന്നാലും

    ലോകം ത്യജിച്ചതാം സിദ്ധൻമാരും
    നിർമ്മല ജ്യോതിസ്സാം ദൂതൻമാരും
    രക്തസാക്ഷികളാം സ്നേഹിതരും
    സ്വാഗതം ചെയ്യും മഹൽസദസ്സിൽ

    വീണ്ടെടുപ്പിൻ ഗാനം പാടി വാഴ്ത്തി
    രക്ഷകനേശുവെ കുമ്പിടും ഞാൻ
    കഷ്ടത തുഷ്ടിയായ് ആസ്വദിക്കും
    സാധുക്കൾ മക്കൾക്കീ ഭാഗ്യം ലഭ്യം.

    Lokamaam gambhira varidhiyil
    viswasa’kappalil odiyitte
    Nithya vedonnundavide ethi
    karthanodu kude visramikum

    Yathra cheyum njan krushe noki
    yudham cheyum njan yeshuvinai
    Jeevan vacheedum rekshakanai
    andhya swasam vareyum

    Kalam kazhiyunnu naalkal poi
    karthavin varavu sameepamai
    Mahathwa namathe kerthippanai
    shakthikarika nin aalmavinal

    Poorva pithakalam appostholar
    dhurave dharsiche bhagya desham
    Aakayal chetham’ennenni labham
    anyar’ennenni ee lokamathil

    Njerukathin appam njan thinnennalum
    kashtathin kannuner kudichalum
    Dehi dhukathal kshyichennalum
    ellam prethikoolam aayennalum

    Lokam thwejichatham sidhanmarum
    nirmala jyothissam doothanmaarum
    raktha sakshikalaam snehitharum
    swagatham cheyyum mahal sadhasil

    veendeduppin ganam paadi vazhthi
    rakshakaneshuve kumbidum njan
    kashtatha thushtiyaai aasvathikkum
    sadhukkal makkalki bhagyam labhikkum

    go back to index

  • krusha upore jhule prabhu

    କୁଶ ଉପରେ ଝୁଲେ ପ୍ରଭୁ ଚୋରାକାରେ (ଘୋଷା)

    ହାତ ପାଦେ ପ୍ରେକ ବିନ୍ଧା, କଣ୍ଟା ମୁକୁଟ ଶିରେ,
    ବାଇଁଣିଆ ବସ୍ତ୍ର ଦେଖି ପିନ୍ଧାଇ ପ୍ରସ୍ତୁରେ… |୧|

    ପୃଷୋ ପରେ କ୍ରୋଡ଼ାମାରେ ସହି ତ ନ ପାରେ
    ଦେହ ହାତେ ଘମିକାରେ ରକ୍ତ ଝରିପଡ଼େ… |୨|

    ନିର୍ଭୟ ସେନା ବର୍ଦ୍ଧାରେ ବିନ୍ଧ କକ୍ଷ ପରେ
    କଳ ଚାହିଁ ନପାଇ ସେ ସିର୍ଜା ପାନ କରେ… |୩|

    ଏଲି ଏଲି ବୋଲି ପ୍ରଭୁ କହିଲେ ପିତାରେ,
    ତବ ଇଚ୍ଛା ମତେ ଏବେ ନିଅ ହେ ମୋହରେ… |୪|

    କି ଯାତନା କି ବେଦନା ସହିବାରେ ବାରେ,
    ମୋ ପାଇଁ ଯୀଶୁ ମରନ୍ତି କାଲବରୀ ପରେ… |୫|

    ହେ ମୋ ପ୍ରଭୁ ମୁହଁ-ପାପୀ କହେ ଯୋଡ଼ି କରେ,
    କରି ତବ ପାଦେ ସ୍ଥାନ ଦିଅ ମୋରେ… |୬|

    ସୂଚୀମାଳାକୁ ଫେରନ୍ତୁ

  • siyanara pothe tani niya

    ସିୟୋନର ପଥେ… ଟାଣି ନିଅ ମୋତେ
    ତୁମରି ପବିତ୍ର ବାହୁ ବଳେ
    ପ୍ରେମ ବାରିଧୀରେ… ଭାସିଯିବି ନାଥା
    ତୁମେ ଥିଲେ ମୋ କତିରେ (ଘୋଷା)

    ତୁମେ ପ୍ରଭୁ ଯେବେ… ଥିବ ମୋ ସପକ୍ଷେ
    ନାହିଁ କେହି ପଛେ ମୋ ବିପକ୍ଷେ
    ନୂଆ ଜୀବନରେ … ନୂଆ ଆଲୋକରେ
    ଚାଲିବି ମହାନନ୍ଦରେ |୧|

    କହେ ଯୋଡ଼ି କର … ଖୋଲି ହୃଦ ଦ୍ବାର
    ଆସ ପଶି ମୋ ଅନ୍ତର
    ଜାଳି ମୋ ଦୀପାଳି… କରୁଅଛି ଅଳି
    ଆଜିର ଏ ଉତ୍ସବରେ |୨|

    ସୂଚୀମାଳାକୁ ଫେରନ୍ତୁ

  • doyamaya jishu dhana

    ଦୟାମୟ ଯୀଶୁ ଧନ ହେ
    ମୋତେ ସବୁଠାରୁ କର ସାନ
    କର ପ୍ରଭୁ ମୋତେ ମାଟିଠାରୁ ହୀନ
    ପିନ୍ଧାଅ ହେ ମୋତେ ନମ୍ରତା ଭୂଷଣ
    ଧୂଳିର ଆହୁତ ଏ ନିରାଟ ସତ୍ୟ
    ନ ଭୁଲିବି କଦାଚନ ହେ … (ଘୋଷା)

    ମର ଶରୀରର ତେଜ ବୀର୍ଯ୍ୟ ବଳ
    ଜାଣେ ଦିନେ ଏହା ହୋଇବ ବିଫଳ
    ଅନିତ୍ୟ ସିନା ଏ ରୂପ ଯଉବନ
    ବୁଝିବାକୁ ଦିଅ, ଜ୍ଞାନ ହେ |୧|

    ଧନ, ଜନ, ମାନ, ଯଶ, ପଉରୁଷ,
    ଫିଙ୍ଗିବାକୁ ଦୂରେ ଦିଅ ହେ ସାହସ,
    ଅନ୍ତର ରାଇଜେ ଦୟା, କ୍ଷମା, ପ୍ରେମ
    ରହିଥାଉ ଚିର ଦିନ ହୋ |୨|

    ସଂସାର ରାଇଜେ ବଢ଼ ସଦା ବଡ,
    ତୁମ ରାଜ୍ୟେ ଏକା ଛୋଟ ହୁଏ ବଡ
    ଶିଶୁର ସ୍ୱଭାବ ଦିଅ ପ୍ରଭୁ ଯେହ୍ନ
    କୋଳରେ ପାଇବି ସ୍ଥାନ ହେ |୩|

    ଲାଜ ଅପମାନ, ହେଉ ମୋ ସନ୍ତାନ,
    ପଦ ଚିହ୍ନ ତବ କରାଅ ଗମନ
    ତୁମରି ପଦରେ ଜୀବନ ସାଥ ଗୋ
    ଏହି ମୋର ନିବେଦନ ହେ |୪|

    ସୂଚୀମାଳାକୁ ଫେରନ୍ତୁ

  • bujhi akhi jebe mu tumo

    ବୁଜି ଆଖି ଯେବେ ମୁଁ ତୁମ ଦେଖାଏ
    କର ମୋତେ ଚକ୍ଷୁହୀନ (ପ୍ରଭୁ)
    ଧନ ପାଇଁ ଯେବେ ମୁଁ ତୁମକୁ ହରାଏ
    ଲୋଡା ନାହିଁ ସେହି ଧନ (ମୋର)
    ମାନ ପାଇଁ ଯେବେ ମୁଁ ତୁମକୁ ହରାଏ
    ଲୋଡ଼ା ନାହିଁ ସେହି ମାନ (ଘୋଷା)

    ଯାଉ ଦାରା ସୁତ ନଗଣ୍ୟ ସମ୍ପଦ
    ଯାହା ଘେନି ମୋର ମାନ,
    ତୁମେ ଥିଲେ ପ୍ରଭୁ ଯାଉ ମୋର ସବୁ
    ନାହିଁ ତହିଁ ଅଭିମାନ |୧|

    କର ପ୍ରଭୁ ମୋତେ ସବୁଠାରୁ ସାନ,
    ମାଟିଠାରୁ କର ହୀନ
    ଯାଉ ଜ୍ଞାନ, ମାନ ଆତ୍ମୀୟ ସ୍ଵଜନ
    ଥାଉ ମୋର ଯୀଶୁ-ଧନ |୨|

    କଣ୍ଟକ ମୁକୁଟ ହେଉ ମୋ ଭୂଷଣ
    କୁଶ ହେଉ ମୋର ସ୍ଥାନ,
    ଅପମାନେ ଯେବେ ତୁମକୁ ମୁଁ ଲଭେ
    ତାହା ଶ୍ରେଷ୍ଠ ସନମାନ |୩|

    ତୁମରି ସେବାରେ ମତି ମୋର ଥାଉ
    ହେ ଜୀବ ଜୀବନ ସଖା,
    ପବିତ୍ର ଜୀବନ କାଟିବି ଯେସନ
    କର ଏହି ବର ଦାନ |୪|

    ସୂଚୀମାଳାକୁ ଫେରନ୍ତୁ

  • mane ki bhabicha bhai

    ମନେ କି ଭାବିଛି ଭାଇ ବିନା ଯୁଦ୍ଧ ସ୍ଵର୍ଗ ଯିବ ?
    ଅକ୍ଷୟ ମୁକୁଟ ତୁମେ ବିନା ଛେଶେ ପ୍ରାପ୍ତ ହେବ ?
    ଯିବା ପାଇଁ ସ୍ଵର୍ଗପୁରୀ ନାହିଁ କି ପଥରେ ଅରି ?
    ଗଲା କି ପ୍ୟାବଳ ମରିଗଲା କି ବିପଦ ତବ ? |୧|

    ତୋର ତ୍ରାଣ-ସେନାପତି ଯେବେ ଯୁଝି ଦିନରାତି।
    ଜୀବନେ ଲଭିଲେ ଖ୍ୟାତି ଧରି ଶରୀର ମାନବ
    ଦାସ ହୋଇ ତୁମେ ତାର ବିନା ୟୁକେ କି ପ୍ରକାର? |୨|

    ତାଳପତ୍ର ଧରି ହାତେ ସ୍ଵର୍ଗପୁରେ ପ୍ରବେଶିବ ?
    ନା, ନା, ଭାଇ ଭ୍ରାନ୍ତି ତେଜ ଧର୍ମ-ଯୁଦ୍ଧ-ସାଜେ-ସାଜ
    ପ୍ରଭୁ ଯୀଶୁ-ପ୍ରେମେ ମଜ ଯୁଦ୍ଧ ଜୟୀ ନିଶ୍ଚ ହେବ |୩|

    ସୂଚୀମାଳାକୁ ଫେରନ୍ତୁ

  • mu ate priya jishunkara

    ମୁଁ ଅଟେ ପ୍ରିୟ ଯୀଶୁଙ୍କର ମୁଁ ଚିର ତାଙ୍କର
    ତାଙ୍କ ରକତେ କିଣି ମୋତେ କଲେ ସେ ନିଜର
    ହାଲିଲୁୟା ହୋଶାନ୍ତା
    ଜୟ ପ୍ରଭୁ ଯୀଶୁଙ୍କର (ଘୋଷା)

    ମୁଁ ଅଟେ ତାଙ୍କର ସନ୍ତାନ ଲଭି ନୂଆ ଜନମ
    ଜୀବନ ପୁସ୍ତକେ ନାମ ମୋର ଏଣୁ ମୁଁ ତାଙ୍କର |୧|

    ମୁଁ ଅଟେ ତାଙ୍କ ମନୋନୀତ, ଆତ୍ମାରେ ଅଭିଷିକ୍ତ
    ଆସୁଛନ୍ତି ନେବାକୁ ମୋତେ, ଯୀଶୁ ଆଗାମୀ ବର |୨|

    ମୁଁ ଅଟେ ଏକ କ୍ଷୁଦ୍ର ଅଙ୍ଗ, ତାଙ୍କ ଶରୀରର
    ଯେ ମୋର ପ୍ରଭୁ ଓ ତ୍ରାଣକର୍ତ୍ତା, ଏଣୁ ମୁଁ ତାଙ୍କର |୩|

    ମୁଁ ନୁହେଁ ଆଉ କାହାର କି ଅବା ନିଜର
    ଶରୀର ଆତ୍ମା, ପ୍ରାଣ ମୋର ସବୁ ହିଁ ତାଙ୍କର |୪|

    ହାଲେଲୁୟା ଗାଇବି ତାଙ୍କ ପଛେ ଚାଲିବି
    ତାଙ୍କରି କଥା ମାନିବି ଏଣୁ ମୁଁ ତାଙ୍କର |୫|

    ସୂଚୀମାଳାକୁ ଫେରନ୍ତୁ

  • kede aparadha kali

    କେଡେ ଅପରାଧ କଲି ଆଜ୍ଞା ଇଂଘିଲି,
    କାଳ କବଳାୟତ ହୋଇଲି (ଘୋଷା)

    ଧର୍ମଦ୍ରୋହୀ ହୋଇଲି, ପାପ ରଙ୍ଗ ମଜିଲି,
    କାମ, କ୍ରୋଧ, ଲୋଭ, ମୋହ, ମନ୍ଦାନ୍ଧ ହେଲି,
    ସପନକୁ ତ ସତ୍ୟ ମଣିଲି |୧|

    ସାଧୁସଙ୍ଗ ଛାଡ଼ିଲି, ଖଣ୍ଟ ହସ୍ତେ ପଡିଲି,
    ବିବେକ ମନା ନ ମାନି ପାଷାଣ୍ଡ ହେଲି,
    ନିଜ ହସ୍ତେ ସୃଜିହ୍ଵା ଛେଦିଲି |୨|

    କାୟ ମନୋବାଜ୍ୟରେ କୁସିତ ଆଳାପରେ,
    ସଦା ଦୋଷୀ ହୋଇ ନିଜ ଆମା ଭୁଲିଲି,
    ପର ଗତି ତିଳେ ନ ଭାଳିଲି |୩|

    ହେ ଯୀଶୁ କ୍ଷମାବାନ ପତିତର ପାବନ,
    ତୁମ ବିନୁ ତ୍ରାଣକର୍ତ୍ତା ମୁଁ ନ ପାଇଲି,
    ଶ୍ରୀଚରଣେ ଶରଣ ପଶିଲି |୪|

    ସୂଚୀମାଳାକୁ ଫେରନ୍ତୁ

  • taku bhulilu kire

    ତାକୁ ଭୁଲିଲୁ କିରେ
    ତୋ ପାଇଁ ଯାହାର ନେତୁ ଲୋତକ ଝରେ

    ତୋ ଚିନ୍ତାରେ ହୋଇ ଭାରି ସରଗ ସୁଖ ବିସୋରୀ,
    ଦେଇଛି ରକତ ଢ଼ାଳି ପ୍ରେମେ କୁଶରେ |୧|

    ହାତ, ପାଦେ, ଲୁହା ପ୍ରେକ, ମୁଣ୍ଡରେ କଣ୍ଟା ମୁକୁଟ,
    ଦାରୁଣ କୁମ୍ଭ ( ବର୍ଦ୍ଧା) ଆଘାତ ଯାର ବକ୍ଷରେ |୨|

    ଶୋକ, ସନ୍ତାପ ଦୁଦ୍ଦିନେ ସଙ୍କଟ ବିଜନ ବନେ
    ଅବତରି ସଂଗୋପନେ ଉଦ୍ଧରି ଧରେ |୩|

    ତୁ ତାକୁ ପାଶୋରି ଗଲେ ସେ ତୋତେ ତିଳେ ନ ଭୁଲେ
    ଲୁଚି ରହି ଅନ୍ତରାଳେ କାନ୍ଦେ ଆକୁଳେ |୪|

    ମୃତ୍ୟୁ ଛାୟା ଘେରା ପଥେ ବିଜୟ ମଣ୍ଡିତ ରଥେ
    ସାରଥି ହୋଇ ତୋ ସାଥେ ଚାଲେ ମନ୍ତ୍ରରେ |୫|

    ସୂଚୀମାଳାକୁ ଫେରନ୍ତୁ

  • bodhao bodhao jishu tumbho

    ବଢାଅ ବଢାଅ ଯୀଶୁ ତୁମ୍ଭ ପ୍ରତି ପ୍ରେମ ଭକ୍ତି,
    ଏହି ଭିକ୍ଷା ଶ୍ରୀଚରଣେ ନାହିଁ ଆଉ ଅନ୍ୟ ଗତି (ଘୋଷା)

    ପାର୍ଥିବ ବସ୍ତୁରେ ନାନା ପ୍ରଚୁର ଥୁଲା ବାସନା,
    ଯାଇଛି ସେ ଦିନ ମୋର ଯାଇଛି ସେସବୁ ପ୍ରୀତି |୧|

    ସୁଖ ସଂପଦ ଚାହେଁନା କେବଳ ଏହି ପ୍ରାର୍ଥନା,
    ବଢ଼େ ଯେହ୍ନେ ପ୍ରତିଦିନ ତୁମ ପ୍ରତି ପ୍ରେମ ଭକ୍ତି |୨|

    ଦୁଃଖରେ କାତର ନୁହେଁ ଯଦି ତୁମ ଦୟା ପାଏ,
    ତୁମରି ପ୍ରେମରେ ମୋର ମନେ ହେବ ଶାନ୍ତି ତୃପ୍ତି |୩|

    ଆସ ଦୁଃଖ ତାପ ନାନା ଆସ ଯାତନା ବେଦନା,
    ସବୁ ମିଳି ଏକ ସଙ୍ଗେ ବଢ଼ାଅ ମୋ ପ୍ରେମ ଭକ୍ତି |୪|

    ସୂଚୀମାଳାକୁ ଫେରନ୍ତୁ