Tag: Getmylyrics

  • aji asichi mandire prabhu

    ଆଜି ଆସିଛି ମନ୍ଦିରେ ପ୍ରଭୂ କରିବି ପୂଜା ତୁମରି
    ଜାଣେ ମୁଁ ଘେନିବ ତୁମେ ଅବେଳେ ଏ ପୂଜା ମୋହରି… (ଘୋଷା)

    ଭକତି ସୁମନ ହାର ଗଳାରେ ଦେବି ତୁମର
    ଯା ଥିଲା ଆଣିଛି ପ୍ରଭୋ ଭରି ମୋ ପୂଜା ଚାଙ୍ଗୁଡ଼ି… |୧|

    ଖୋଲ ମୂକତି ଦୁଆର ହେଲାଣି ପ୍ରାଣ ଅଧୀର
    ନିରାଶେ ଯିବ କି ଲେଉଟି ପୂଜା ଭେଟି ଘେନି ପୂଜାରୀ… |୨|

    ତୁମେ ତ ପ୍ରାଣ ଦେବତା ଜାଣ ମୋ ଅନ୍ତର କଥା
    ପୂରାଅ ମନ କାମନା ନଦିଅ ଦୂରକୁ ଠେଲି… |୩|

    ସୂଚୀମାଳାକୁ ଫେରନ୍ତୁ

  • jagithao prathonare

    ଜାଗିଥାଅ ପ୍ରାର୍ଥନାରେ, ଯୀଶୁଙ୍କ ଏ ଚେତନା
    କେହି ଜାଣିବେ ନା କହ, ମୋର ଗୁପ୍ତ ମନ୍ତ୍ରଣା
    ରାତ୍ରିକାଳେ ଚୋର ଯେହ୍ନେ ଖୋଳଇ ଘରେ ସିନ୍ଧ
    ହଠାତ୍ ଆସି ହେବି ତେହ୍ନେ ମୁଁ ହଠାତ୍ ଉପସ୍ଥିତ… |୧|

    ଦଶ ଜଣରେ ମାତ୍ରକ ପାଞ୍ଚଟି ବୁଦ୍ଧିମାନ
    ପାଞ୍ଚଟିର ଥୁଲା ପାତ୍ର ତୈଳର ଅକୁଳନ,
    ଅନେକେ ଆହୁତ ମାତ୍ର ଅଳ୍ପ ହିଁ ମନୋନୀତ
    ପଛେ ସେ ଦଶା ନ ଘଟେ ଦୀପ ରଖି ଜ୍ୱଳନ୍ତ…. |୨|

    ଯେଣୁ ମୁଁ ନ ହେବି ଭ୍ରାନ୍ତ ପ୍ରାଣକୁ ନ ହରାଏ
    ଅପଥେ ଶ୍ରାନ୍ତ କ୍ଲାନ୍ତ ପୁଣି ନିଦ୍ରା ନ ଯାଏ,
    ଆହେ ପ୍ରଭୁ ସେଥିପାଇଁ ଚେତାଇ ରଖ ମୋତେ
    ଅଂଜନ ଦେଇ ଚକ୍ଷୁରେ ରଖ ଶାସନ ହସ୍ତେ । …. |୩|

    ସୂଚୀମାଳାକୁ ଫେରନ୍ତୁ

  • muhi rasibi ki sara chadi

    ମୁଇ ରସିବି କି ସାର ଛାଡି ଅସାରକୁ ରସିବି କି ?
    ଅନିତ୍ୟ ସଂସାର ଏହି କ୍ଷଣକେ ଯିବଟି ବହି
    ତା’ ପାଇଁ ଅମର ଆତ୍ମା ହଜାଇ ଦେବି କି ?…. |୧|

    ସଂସାର ସୁଖ ସମସ୍ତ ଅଟଇ କ୍ଷଣିକ ମାତ୍ର
    ତା ପାଇଁ ସ୍ବର୍ଗୀୟ ନିତ୍ୟସୁଖ ତେଜିବି କି ?… |୨|

    ଏ ସୁଖ ସମ୍ପଦ ପାଇଁ ଆତ୍ମା ହଜେଇଲେ ମୁହିଁ
    ଚିରକାଳ ଅନୁତାପ ମୁଁ ନ କରିବି କି ?… |୩|

    ଯା’ରେ ଅନିତ୍ୟ ସଂସାର ଭଗାରି ତୁହି ଆତ୍ମାର
    ତୋ ପ୍ରବଂଚନା ସକଳ ଜଣା ନୁହଇ କି ?… |୪|

    ସୂଚୀମାଳାକୁ ଫେରନ୍ତୁ

  • papo bandhanu mukti chahinle

    ପାପ ବନ୍ଧନୁ ମୁକ୍ତି ଚାହିଁଲେ ଅଛି ଶକତି ସେ ରକ୍ତରେ,
    ମନ୍ଦ ଉପରେ ଜୟ ଲୋଡ଼ିଲେ ଆଶ୍ଚର୍ଯ୍ୟ ଶକ୍ତି ରକ୍ତରେ… |୧|

    ହାଁ… ଶକ୍ତି ଶକ୍ତି ଶକ୍ତି ଅଛି ଯୀଶୁଙ୍କ ରକ୍ତରେ,
    ହାଁ… ଶକ୍ତି ଶକ୍ତି ଶକ୍ତି ଅଛି ବହୁମୂଲ୍ୟ ରକ୍ତରେ (ଘୋଷା)

    ପୁରୁଣା ସ୍ଵଭାବ ଧୌତ ପାଇଁ ଅଛି ଶକତି ସେ ରକ୍ତରେ,
    ବହଇ କାଲବରୀର ନଈ ଆଶ୍ଚର୍ଯ୍ୟ ଶକ୍ତି ରକ୍ତରେ… |୨|

    ହିମଠାରୁ ହିଁ ଶୁକ୍ଳ ସକାଶେ ଅଛି ଶକତି ସେ ରକ୍ତରେ,
    ସେ ପୁଣ୍ୟ ସ୍ରୋତ କଳଙ୍କ ନାଶେ,
    ଆଶ୍ଚର୍ଯ୍ୟ ଶକ୍ତି ରକ୍ତରେ… |୩|

    ସେ ଯୀଶୁ ରାଜାଙ୍କ ସେବା ହିତେ, ଅଛି ଶକତି ସେ ରକ୍ତରେ
    ଗାଇବାକୁ ତାଙ୍କ ଜୟ ନିତ୍ୟ, ଆଶ୍ଚର୍ଯ୍ୟ ଶକ୍ତି ରକ୍ତରେ… |୪|

    ସୂଚୀମାଳାକୁ ଫେରନ୍ତୁ

  • kisa dhoyiba mo papo

    କିସ ଧୋଇବ ମୋ ପାପ ? ଯୀଶୁଙ୍କର ରକ୍ତ ମାତ୍ର ।
    କିସ କରିବ ସୁସ୍ଥ ? ଯୀଶୁଙ୍କର ରକ୍ତ ମାତ୍ର ।… |୧|

    ସେ ଅମୀୟ ରକ୍ତ କରେ ପରିଷ୍କୃତ,
    ନା, ନାହିଁ କିଛି ତ ଯୀଶୁଙ୍କର ରକ୍ତ ମାତ୍ରା (ଘୋଷା)

    ମୋର ଶୁଚି ନିମିତ୍ତ ଯୀଶୁଙ୍କର ରକ୍ତ ମାତ୍ର
    ମୋ ପାପ କ୍ଷମା ହିତ ଯୀଶୁଙ୍କର ରକ୍ତ ମାତ୍ର… |୨|

    ପାପର ପ୍ରାୟଶ୍ଚିତ ଯୀଶୁଙ୍କର ରକ୍ତ ମାତ୍ର
    ନାହିଁ ମୋର ପୁଣ୍ୟ ତ ଯୀଶୁଙ୍କର ରକ୍ତ ମାତ୍ର… |୩|

    ମୋ ଶାନ୍ତି ମୋ ଭରସା ଯୀଶୁଙ୍କର ରକ୍ତ ମାତ୍ର
    ମୋହର ପୁଣ୍ୟ ସେ ତ ଯୀଶୁଙ୍କର ରକ୍ତ ମାତ୍ର… |୪|

    ସୂଚୀମାଳାକୁ ଫେରନ୍ତୁ

  • sansara e baridhire

    ସଂସାର ଏ ବାରିଧରେ
    ଦଦରା ଆଶା ନଉକାରେ
    ଯାଇ ନ ପାରେ କୂଳରେ
    ପାରି କର ତବ କୃପାରେ… (ଘୋଷା)

    ମାଡ଼ି ଆସେ ଦୁଃଖ ବତାସ, ମନ ମୋର ହୁଏ ହତାଶ
    କଳା ବଉଦକୁ ଛୁଇଁ, ଲହଡ଼ି ଆସିଲାଣି ଧାଇଁ
    ଅରପି ଜୀବନ ପୟରେ, ଡାକଇ ତୁମକୁ ଆତୁରେ… |୧|

    ଆଶା ନଉକା ଯାଏ ଭାଜି, କାତ ମୋର ଯାଉଛି ହଜି
    ଅମା ନିଶା ଦୁଃଖ ଲହୁଡ଼ି, ଆସେ ଧ୍ବଂସ ରୂପ ସାଜି
    ନ ହେଲେ ତୁମରି କରୁଣା, ମୁହିକି ଆଉ ବଂଚିପାରେ… |୨|

    ନ ହେଲେ ଯେସନେ ହତାଶ, ଦିଅ ହେ ତୁମରି ଆଶିଷ
    ନେଇ ତୁମରି ଭରସା, ଦୂର କରି ଅମାନିଶା
    କୁଶଳେ ଯେସନେ ସିୟୋନେ
    ତବ ସ୍ଥାନେ ଯାଇ ରହିବି… |୩|

    ସୂଚୀମାଳାକୁ ଫେରନ୍ତୁ

  • papo moro khyama diya hai

    ପାପ ମୋର କ୍ଷମା ଦିଅ ହେ
    (ସେହି) ରକ୍ତରେ, ରକ୍ତରେ
    ଯୀଶୁଙ୍କ ରକ୍ତରେ….

    ପାପ ସବୁ ଧୋଇ ଦିଅ ହେ
    ଶାନ୍ତି ଆନନ୍ଦ ଦିଅ ହେ
    ଜୟ ଦିଅ ଶୟତାନ ଉପରେ
    ସାହସ ଦିଅ ହେ ପ୍ରାର୍ଥନାରେ
    ସ୍ଥାନ ଦିଅ ଦିପ୍ତି ରାଜ୍ୟରେ
    ଭକ୍ତି ଦିଅ ତବ ସେବାରେ
    ଶାସ୍ତ୍ର ପାଠେ ଶକ୍ତି ଦିଅ ହେ
    ବାଧ୍ୟ କର ତବ ଆତ୍ମାରେ

    ସୂଚୀମାଳାକୁ ଫେରନ୍ତୁ

  • karunara sagara he jishu

    କରୁଣାର ସାଗର ହେ ଯୀଶୁ, ଦିଅ ତୁମ କରୁଣା ଦାନ
    ମହାନ ତୁମେ ଶାଶ୍ବତ ତୁମେ ଆଶିଷ ବୃଷ୍ଟି ଦିଅ ଏ ଜୀବନେ … (ଘୋଷା)

    ବାକ୍ୟ ରୂପି ପରମେଶ୍ବର ତୁମେ
    ଉଦ୍ଦୀପ୍ତ କର ଆମ ଅନ୍ତର
    ହସି ଉଠୁ ଆଜି ଶୁଷ୍କ ପରାଶେ
    ତୁମରି କରୁଣାର ପରଶେ … |୧|

    ଅନାଦି ଅନନ୍ତ ତୁମ ପୂଜା ପାଇଁ
    ସ୍ଵର୍ଗ, ମର୍ତ୍ତ୍ୟ, ଅର୍ଘ୍ୟ ଯୋଗ୍ୟ ନୁହଁଇ
    କି ଦେଇ ପୂଜିବି ଅର୍ଜନା ତୁମରି
    ସକଳେ ଆମେ ତୁମରି ସୃଷ୍ଟି … |୨|

    ସୂଚୀମାଳାକୁ ଫେରନ୍ତୁ

  • krusha tale mote rakha

    କୃଶ ତଳେ ମୋତେ ରଖ ମହାପ୍ରଭୁ
    ଭୂଜ ତଳେ ମୋତେ ରଖ
    ବିଶ୍ବ ତାପ ହରା କୃଶ ଛାଇ ତଳେ
    ଭୂଲିବି ସଂସାର ଦୁଃଖ (ଘୋଷା)

    ମୁଁ ଚିର କାଙ୍ଗାଳ ଭକତି ସମ୍ବଳ
    ବିହୁନେ ଅତି ନିରେଖ
    ଅରକ୍ଷ ଜନକୁ ଶରଣ ନ ଦେଲେ
    କି ବୋଲିବେ ତିନି ଲୋକ ? … |୧|

    ମୁଣ୍ଡରେ ଶୋଭୁଛି କଣ୍ଟାର ମୁକୁଟ
    ହାତ, ପାଦେ ଲୁହା ପ୍ରେକ
    କୃଶ କାଠ ବିନ୍ଧା ଛନ୍ଦା ଚରଣରେ
    ସେବକ ପଣରେ ରଖ …|୨|

    ଟୋପି, ଟୋପି ଝରିପଡୁଛି ରକତ
    ବିଦାରି ବିଶାଳ ବକ୍ଷ
    ଅବଶ ପରାଣ ସବନି ସୁଧା
    ତାପିତ ଶାନ୍ତି ପ୍ରଲେପ … |୩|

    ସୂଚୀମାଳାକୁ ଫେରନ୍ତୁ

  • asara dipali jali

    ଆଶାର ଦୀପାଳି ଜାଳି କରୁଅଛୁ ପଦେ ଅଳି
    ଦିଅ ବାରେ ଡ଼େଣା ମେଲି ବାହୁତଳେ ତବ ଶାନ୍ତି … (ଘୋଷା)

    ଆଶ୍ରା ହୀନ ହୋଇ ରହିଛି ମୁହିଁ
    ତୁମ ବିନା ଜଗତେ କେହି ନାହିଁ

    ଝରାଇ ଦିଆ, ତୁମ ପ୍ରେମ ବାରି
    ନିବିଡ଼ ଘନ ଅନ୍ଧାରେ (୨) ଡ଼ାକଇ ଅତିକାତରେ
    ଘେନ ବାରେ ମୋ ମିନତି ମୋ ମିନତି ଏ ଆରତି… |୧|

    ଅନ୍ଧର ଲହୁଡ଼ି ମୋ ଦୀନ ନାଥ
    ଅନ୍ଧାରେ ଆଲୁଅ ସତ୍ୟ ଇଶ
    ଦିଅ ବାରେ ଦେଖା ତବ ମୁଖ
    ଆହେ ମୋର କୃଶ ଧାରୀ (୨)
    ତୁମ ନାମ ଗାଇ, ଗାଇ ଯାଉ ଦିନ ମୋର ସରି …. |୨|

    ସୂଚୀମାଳାକୁ ଫେରନ୍ତୁ