Tag: deepti prakasha ehi sangshare

  • dipti prakasha ehi sangsare

    ଦୀପ୍ତି ପ୍ରକାଶ          ଏହି ସଂସାରେ

    ତାରାଗଣ ଯେହ୍ନେ    ଅନ୍ଧକାରରେ;

    ମାନିବା ଏ ଆଜ୍ଞା     ପ୍ରଭୁ ବଳରେ

    ମୁହିଁ ଏହିଠାରେ      ତୁ ସେଠାରେ । ୧ ।

    ଦୀପ୍ତି ପ୍ରକାଶ          ଯୀଶୁ କହନ୍ତି,

    ନିସ୍ତେଜ ପ୍ରଦୀପ      ଦୁଃଖେ ଦେଖନ୍ତି;

    ହୋଇବା ଉଜ୍ଜ୍ୱଳ      ସବୁ କାଳରେ

    ମୁହିଁ ଏହିଠାରେ      ତୁ ସେଠାରେ । ୨ ।

    ଦୀପ୍ତି ପ୍ରକାଶ          ଯେହ୍ନେ ଦର୍ପଣ

    ଦୀପ୍ତିମାନ ହୁଏ       ପାଇ କିରଣ;

    ହେଉଁ ତେଜୋବାନ   ପ୍ରଭୁ ତେଜରେ

    ମୁହିଁ ଏହିଠାରେ      ତୁ ସେଠାରେ         । ୩ ।

    ଦୀପ୍ତି ପ୍ରକାଶ          ସୁଆଚାରରେ,

    ପାପ-ଅନ୍ଧକାର       ନିଜ ପରରେ

    କରୁଁ ତା ବିନାଶ       ଏ ଉପାୟରେ,

    ମୁହିଁ ଏହିଠାରେ      ତୁ ସେଠାରେ         । ୪ ।

    ଦୀପ୍ତି ପ୍ରକାଶ          କରିବ ଯେବେ

    ପ୍ରଭୁଙ୍କ ପ୍ରଶଂସା      ଲୋକେ ଗାଇବେ;

    ଦେଖିବା ଏ ଫଳ     ମହାନନ୍ଦରେ

    ମୁହିଁ ଏହିଠାରେ      ତୁ ସେଠାରେ         । ୫ ।