Tag: death

  • ଅଟେ କି ବହୁମୂଲ୍ୟ ସାଧୁ ମରଣ ate ki bahumulya saadhu marana

    ଅଟେ କି ବହୁମୂଲ୍ୟ ସାଧୁ ମରଣ !
    ଈଶ୍ୱରଙ୍କ ଦୃଷ୍ଟିରେ ଅତି ମନୋରମ । ଘୋଷା ।

    ପ୍ରଭୁରେ ଥାଇ ଯାହାର ଘଟଇ ହେ ମରଣ,
    ଧନ୍ୟ ସେ ଧାର୍ମିକ, ଧନ୍ୟ ତାର ଜୀବନ । ୧ ।

    ଈଶ୍ୱରଙ୍କ ଦୂତଗଣ ତାର ଆତ୍ମା ଘେନିଣ,
    ସ୍ୱର୍ଗେ ଅବ୍ରାହାମ କୋଳେ ଦିଅନ୍ତି ସ୍ଥାନ । ୨ ।

    ସବୁ ପରିଶ୍ରମରୁ ସେ ପାଏ ଶାନ୍ତି ବିଶ୍ରାମ,
    ତାର ସବୁ କର୍ମ ହୁଏ ପଶ୍ଚାଦଗମନ । ୩ ।

    ସମାଧିରେ କୁଶଳରେ ଦେହ କରେ ଶୟନ,
    ସ୍ୱର୍ଗପୁରେ ଭୋଗଇ ଅନନ୍ତ ଜୀବନ । ୪ ।

    ଶେଷ ଦିନେ ସମାଧିରୁ କରିଣ ସେ ଉତ୍ଥାନ,
    ହେବ ଅତି ତେଜସ୍କର ସୂର୍ଯ୍ୟ ସମାନ । ୫ ।

    ସୂଚୀମାଳାକୁ ଫେରନ୍ତୁ

  • nuhoyee muhin niraasho kole dhuli

    (ସ୍ୱର : ଧନ୍ୟ ଧନ୍ୟ ସଦା ଧନ୍ୟ)

    ନୁହଇ ମୁହିଁ ନିରାଶ କଲେ ଧୂଳି ଶୟନ,

    ଅଥବା ହେଲେ ହେଁ ଧୂଳି ମୋ ସୁନ୍ଦର ବଦନ । ଘୋଷା ।

    ପୁନରୁତ୍ଥାନ ଦିନେ    ତୂରୀ ବାଜିଲାକ୍ଷଣେ

    ଖ୍ରୀଷ୍ଟାଶ୍ରିତଙ୍କ ସହିତ ହେବ ମୋର ଉତ୍ଥାନ । ୧ ।

    ଯେବେ ମୁହିଁ ଦୁର୍ବଳେ ଯାଇଥିବି କବରେ,

    ଉଠିବି ମୁଁ ପୁନର୍ବାର ହୋଇଣ ବଳବାନ । ୨ ।

    ଅବା ଅପମାନରେ ଶୋଇଥିଲେ କବରେ

    ଉଠିବି ମୁଁ ଗୌରବରେ, ଘୁଞ୍ôଚବ ଅପମାନ । ୩ ।

     

    ପାଇ ଅକ୍ଷୟ ଦେହ   କରି ମୃତ୍ୟୁକୁ ଜୟ 

    ସୂର୍ଯ୍ୟ ପ୍ରାୟ ତେଜସ୍କର ହୋଇବ ମୋ ବଦନ । ୪ ।

  • dhanya dhanya khristiano dhanya swargo sodone

    ଧନ୍ୟ ଧନ୍ୟ ଖ୍ରୀଷ୍ଟିୟାନ, ଧନ୍ୟ ସ୍ୱର୍ଗ ସଦନେ,

    ଯେଣେ ତୁମ୍ଭ ମୃତ୍ୟୁକାଳେ ଭରସା ଥାଏ ମନେ । ଘୋଷା । 

     

    ଯେକାଳେ ଏ ଜଗତ    ସୁତ ଦାରାଦି ବିତ୍ତ

    ଅବା ନିଜ କଳେବର ତେଜ ବିନା ଶୋଚନେ । ୧ ।

    ପାପୀ ହୋଇ କାତର, କି ଗତି ହେବ ମୋର ?

    ହତାଶେ ତେଜଇ ପ୍ରାଣ, ନୁହେଁ ତୁମ୍ଭ ସମାନେ । ୨ ।

    ମାତ୍ର ତୁମ୍ଭେ ସେକାଳେ           ଭାସ ଶାନ୍ତି-କଲ୍ଲୋଳେ

    ଆଗତ ଭରସା ବଳେ ଶୋଉଅଛ ସାନ୍ତ୍ୱନେ । ୩ ।

    ଯଦି ମୃତ୍ୟୁ ନାହୁଡ଼ ବିନ୍ଧଇ ଅତି ବଡ଼,

    ତେବେ ନୁହଁ ହଡ଼ବଡ଼ ଉତ୍ତମାଶା କାରଣେ । ୪

    ପ୍ରତିଜ୍ଞାର ମୁଚୁଳେ ଦେଇ ମୁଣ୍ଡ କୁଶଳେ 

    ମହାଦିନ ପ୍ରାତଃସରି ଶୁଅ ସ୍ଥିର ବିଶ୍ରାମେ । ୫ ।

    ଭରସା ଓ ବିଶ୍ୱାସ ଗନ୍ଧଦ୍ରବ୍ୟ ସଦୃଶ 

    ମର୍ଦ୍ଦିତ ହୋଇଣ ତହିଁ ଶୁଅ ଶାନ୍ତି ଶୟନେ । ୬ ।

    ଦିବ୍ୟ ସୁଖ ସମ୍ଭ୍ରମ,    ମହାନନ୍ଦ ବିଶ୍ରାମ,

    ଜୀବନ-ମୁକୁଟ ଥୁଆ ତୁମ୍ଭ ନିତ୍ୟ ଭୁଷଣେ । ୭ ।

     

    ଧନ୍ୟ ହେ ଯୀଶୁ ତ୍ରାତା,              ତୁମ୍ଭେ ମୃତ୍ୟୁ-ସଂହର୍ତ୍ତା,

    ତୁମ୍ଭ ଉତ୍ଥାନରୁ ଜାତ ଏ ଭରସା ମୋ ମନେ । ୮ ।

    ସୂଚୀମାଳାକୁ ଫେରନ୍ତୁ

  • dino more jaauchi kede bohone

    ଦିନ ମୋର ଯାଉଛି କେଡ଼େ ବହନେ !

    ଆସୁଛି ମରଣ ଧାଇଁ ଧାଇଁ ମୋ ସନ୍ନିଧାନେ । ଘୋଷା । 

     

    ଆସୁଛି ଏକ ସମୟ ନ ଥିବି ମୁଁ ସଂସାରେ 

    ନେଇ ମୋ ଶେଷ ବିଦାୟ ଯିବି ମୃତ୍ୟୁ-ଯର୍ଦ୍ଦନେ । ୧ ।

    ଆସୁଛି ଏକ ସମୟ ଶୋଇବି ମୁଁ କବରେ,

    ଯେଉଁଠାରେ କର୍ମ ଧ୍ୟାନ କିଛି ନୋହିବ ଦିନେ । ୨

    ଆସୁଛି ଏକ ସମୟ ଦେବାକୁ ମୋ ନିକାଶ,

    ଠିଆ ହେବି ଖ୍ରୀଷ୍ଟଙ୍କ ସିଂହାସନ ସନ୍ନିଧାନେ । ୩ ।

    ଆସୁଛି ଏକ ସମୟ ହୋଇବ ନିରୂପଣ 

    ମୋହର ଅନନ୍ତ ଗତି ସୁଖ କି ଦୁଃଖ ସ୍ଥାନେ । ୪ ।

     

    ଆହେ ଯୀଶୁ ମୁକ୍ତିଦାତା, ହୁଅ ସଙ୍ଗେ ସେକାଳେ

     ତୁମ୍ଭ ବିନା କେହି ନାହିଁ ସଙ୍ଗେ ଯିବାକୁ ଜଣେ । ୫ ।

    ସୂଚୀମାଳାକୁ ଫେରନ୍ତୁ