Tag: christian song lyrics

  • ହୁଅ ହେ ପ୍ରଭୁ ସହାୟ ମୋର huo hai probhu sohaayo moro

    ହୁଅ ହେ ପ୍ରଭୁ ସହାୟ ମୋର
    ଅନନ୍ତ ଜୀବନ ପଥେ ତୁମ୍ଭର । ଘୋଷା ।   

    ଚାଲୁ ଚାଲୁ ପ୍ରଭୁ ପଥେ ତୁମ୍ଭର,
    ଘେରଇ ଆପଦ ବହୁ ଜଞ୍ଜାଳ    ା ୧ ।

    ସେ ପଥ ସଂକୀର୍ଣ୍ଣ ଦୁର୍ଗମ ଦ୍ୱାର,
    ପ୍ରତିଦିନ ଘଟେ ଘୋର ସମର । ୨ । 

    ଶତ୍ରୁ ଶୟତାନ ସେ ବଳୀୟାର,
    ସିଂହ ପ୍ରାୟେ ଘୋର ଗର୍ଜନ ତାର । ୩ । 

    ମହା ପ୍ରଜ୍ଜ୍ୱଳିତ ବାଣ ତାହାର,
    ଘନ ଘନ ଆସି ବାଜେ ହୃଦର । ୪ ।
    ଧର୍ମେ ଟଳ ଟଳ ମୁହିଁ ଦୁର୍ବଳ,
    ସ୍ୱର୍ଗୀୟ ଭକ୍ଷରେ ସବଳ କର । ୫ ।

    ତୁମ୍ଭ ବାହୁବଳ ହେଉ ମୋ ଢାଲ,
    ସଦା ସର୍ବକ୍ଷଣେ ହୁଅ ସଙ୍ଗର । ୬ ।

  • ଈଶ୍ୱର ଜଗଦୀଶ୍ୱର ପରମେଶ୍ୱର କରୁଣା କର ishwara jagadishwara poromeswara karunaakara

    ଈଶ୍ୱର ଜଗଦୀଶ୍ୱର ପରମେଶ୍ୱର କରୁଣା କର । ଘୋଷା ।
    ତୁମେ କରୁଣା କରିଲେ ଊଣା    ହେବି ମୁଁ ଆଉ କାହାର ?
    ମୋ ଦେହ ପ୍ରାଣ ଆତ୍ମା ଜୀବନ ସବୁ ତ ପ୍ରଭୁ ତୁମର  ା ୧ ।
     
    ତୁମ୍ଭ ବିହୁନେ ଏହି ଭୂବନେ       ମୋ ମନ ସଦା ଅସ୍ଥିର,

    ଗଗନେ ଯେହ୍ନେ ଧୂମ ପବନେ  କେବେ ନୁହଇ ସୁସ୍ଥିର   ା ୨ ।

    ତୁମ୍ଭେ ସଙ୍ଗତେ ନ ଥିଲେ       ମୋତେ ଦିଶଇ ସବୁ ଅନ୍ଧାର,
    ପାପାତ୍ମା ଆସି ମନରେ ପଶି ଶାନ୍ତି ହରଇ ସତ୍ୱର  ା ୩ ।

    ସବୁ ଅସାର, ମିଥ୍ୟା ସଂସାର,      ନାହିଁ ବିଶ୍ରାମ ଆତ୍ମାର,
    ତୁମ୍ଭ କରୁଣା କେବଳ ସିନା       ସୁଖ ଶାନ୍ତିର ନିଝର  ା ୪ ।

    ହେ ପ୍ରଭୁ ଆସ, ମୋ ହୃଦେ ବସ,              କର ତହିଁ ଅଧିକାର,
    ସଙ୍ଗତେ ଥାଅ, ଶାନ୍ତିରେ ନିଅ   ସ୍ୱର୍ଗୀୟ ପଥେ ତୁମ୍ଭର ା ୫ ।

    ନିଦାନ କାଳ ହେଲେ ପ୍ରବଳ     ମନୁ ଭୟ ଦୂର କର,
    ଶ୍ରୀଚରଣେ ସ୍ଥିର ଭାବରେ       ରଖହେ ଆତ୍ମା ମୋହର   ା ୬ ।

  • ତୁମେ କହିଛ ସଙ୍ଗ ଥିବ ନିୟତ tume kahicha songe thibo niyoto

    (ପରା) ତୁମେ କହିଛ ସଙ୍ଗ ଥିବ ନିୟତ,

    ନାହିଁ ନାହିଁ କେହି ତୁମ୍ଭ ବିନା ଭାବଗ୍ରାହୀ ଶୁଣିବା ପାଇଁ ଏ ଦୀନ ଆରତ । ଘୋଷା ।

    ଆସୁଅଛି ଦ୍ୟାବଳ ରଙ୍ଗେ, ସଙ୍ଗେ ସେନାବଳ, ରୋଧିବ ହୃଦୟ-ଗଡ଼,
    ଭାଙ୍ଗି ବିବେକ-ବାଡ଼ ଛନ୍ଦି ପାପ-ନିଗଡ଼ ବନ୍ଦି କରି ହରିବ ସକଳ,
    କାହିଁ ଯିବି, କି ଲୁଚିବି, କି ଯୁଝିବି, ଛଅରିପୁ, ଏକାକୀ ମୁହିଁତ ?

    ଭୟେ ବିଶ୍ୱାସ-ଧନ ରଖିଛି କରି ଗୋପନ, ଶତ୍ରୁ ବା କରେ ହରଣ,
    ହାଣେ ଅନଳ-ବାଣ ଆଣ୍ଟେ ଆକର୍ଷିଣ କରଗତ କରିବାକୁ ମନ,
    କେହି ନାହିଁ, କେ ତାରିବ, କେ ପାରିବ କାତର ଜନକୁ କରି ମୁକତ ?

    ଭୟ କମ୍ପିତ ପ୍ରାଣ ଦେଖି ଏ ପ୍ରଚଣ୍ଡ ରଣ, ସରୁଚି ବିବେକ ପଣ,
    କାହିଁ’ ଛ ଅରିନ୍ଦମ, ଦମ ଏ ଶତ୍ରୁଗଣ ଶ୍ରୀମୁଖ ଶପଥ ସୁମରିଣ,
    କହିଅଛ, ନ ଛାଡ଼ିବି, ନ ଏଡ଼ିବି, ସାଥୀ ହେବି ଶେଷ ପରଯ୍ୟନ୍ତ । ୩ ।

  • ଯୀଶୁ ହେ, ତୁମରି କରୁଣା ଦାନେ jishu hai tumori korunaa daane

    ଯୀଶୁ ହେ, ତୁମରି କରୁଣା ଦାନେ
    ଜଗାଅ ମୋହନ ଛବି ଗୋପନେ,
    ନିତି ନିତି ନବ ପ୍ରେମର ଦୀପ କାଳିମା ବୋଳା ଏହି ସମାଜେ ପ୍ରାଣେ
    ଜଳାଅ ପ୍ରଭୁ ତବ ସମାଜ ପ୍ରାଣେ    ା ଘୋଷା ।

    ଯୀଶୁ ହେ ଜୀବନ ଜୀବଧାରୀ,
    ପତିତପାବନ ପାପହାରୀ,
    ଯୀଶୁ ହେ ଆସ, ହୃଦୟେ ବସ,
    ଦିଅହେ ପ୍ରିୟ ଧର୍ମ-କିରଣ,
    ମାଗୁଁ ଆଜି ଏହି ବର-ପ୍ରିୟ ହେ ପ୍ରିୟ,
    ପରଶ ଦିଅ ଏହି ମିଳନେ  ା ୧ ।

    ପାପରେ ପତିତ ଏ ଜୀବନ,
    ପାପର ଶୃଙ୍ଖଳେ ବନ୍ଦୁଆନ,
    ଯୀଶୁ ହେ, ଆସ, ପାପାତ୍ମା ନାଶ, ମୁକ୍ତ କରି ଗୁପ୍ତ ଫାଶ
    ଆଣ ଆଜି ଜାଗରଣ ହେ ଆମ ତ୍ରାଣ,

    ଆଶିଷ ଦାନେ ଏହି ମିଳନ       ା ୨ ।
  • ପ୍ରଭୋ ବସିଛି ହେ ପଦ ତଳେ, probhu bosichi hai podo tole

    ପ୍ରଭୋ ବସିଛି ହେ ପଦ ତଳେ,

    ତୁମ୍ଭ ବାଣୀ ମୁଁ ନ ଶୁଣି ଯିବି ନାହିଁ କାହିଁ ଭଲେ । ଘୋଷା ।

    ନିଜ ଚିନ୍ତା ପଥେ ଯାଇ ପଥେ ଦିଶାହରା ହୋଇ,
    ବସିଛି ସବୁ ହରାଇ ଜଞ୍ଜାଳର କୋଳାହଳେ । ୧ ।

    ତବ ପୁଣ୍ୟ ଇଚ୍ଛା-ପଥ ଦେଖାଅ କରି ଇଙ୍ଗିତ,
    ଚଳାଅ ଧରି ମୋ ହାତ, ନ ଟଳିବି ଯେହ୍ନେ ଚୁଳେ । ୨ ।

    ନାହିଁ ମୋର ଭକ୍ତି ଲୟ, ହୃଦୟ ସଦା ଅଥୟ,
    ବାନ୍ଧି ରଖ ଏ ହୃଦୟ ଚିର ପ୍ରେମ-ବାହୁବଳେ

    ସୁନ୍ଦର ମୁଖ ତୁମ୍ଭର ନିରେଖିବି ନିରନ୍ତର,

    ଏ ଇଚ୍ଛା ସତତ ମୋର ନ ଛାଡ଼ିବି କାଳେ କାଳେ । ୪ ।
     

    Click the link below to listen full song and know the tune

  • ମନ ଚିନ୍ତା କିପାଇଁ mono chintaa ki pain

    ମନ ଚିନ୍ତା କିପାଇଁ,

    ସୃଷ୍ଟିକର୍ତ୍ତା ଚିନ୍ତୁଛନ୍ତି ନିତ୍ୟ ମୋ ପାଇଁ । ଘୋଷା । 
    ଯେ ମୋତେ କରିଲେ ସୃଷ୍ଟି, ରଖିଛନ୍ତି ଦୟା ଦୃଷ୍ଟି

    ଦିବା-ନିଶି ମୋର ପ୍ରତି, ଜାଣଇ ମୁହିଁ । ୧ ।
    ମୋର ମଙ୍ଗଳ କାରଣ ଯାହା ଅଟେ ପ୍ରୟୋଜନ

    ତାଙ୍କ ଇଚ୍ଛାରେ ପ୍ରଦାନ କରନ୍ତି ସେହି । ୨ । 

    ଜନ୍ମକାଳୁ ଏପର୍ଯ୍ୟନ୍ତ ଯାହାଙ୍କ ଦ୍ୱାରା ରକ୍ଷିତ 
    ଭବିଷ୍ୟତେ ସେ ନିତାନ୍ତ ଭୁଲିବେ ନାହିଁ । ୩ । 

    ତାଙ୍କଠାରେ ଆଶ୍ରା ନେଇ ନୋହିଛି ନିରାଶ କେହି,
    ତେବେ ବ୍ୟର୍ଥରେ କିପାଇଁ ଚିନ୍ତିତ ମୁହିଁ ?

    ଚିନ୍ତା କରି ସବୁ ଭାର ନ ଦେଇ ପ୍ରଭୁ ପୟର,

    ପାଇଛି କେହି ମଙ୍ଗଳ ଜାଣୁ କି ତୁହି ?

    ସର୍ବ ଚିନ୍ତା ପରିହରି ପ୍ରଭୁରେ ନିର୍ଭର କରି,

    ସେବିବି ପଦ ତାଙ୍କରି ନିଶ୍ଚିନ୍ତ ହୋଇ । ୬ ।
     
    Click the link below to listen the tune of this song
  • ବ୍ୟସ୍ତ କିମ୍ପା ମନ byasta kimpa mono

    ବ୍ୟସ୍ତ କିମ୍ପା ମନ ?

    ଧର ପ୍ରଭୁ ଚରଣେ ଶରଣ । ଘୋଷା । 

    ମନରେ ବିବେଚି ଦେଖ, ସେ ତୋର ପ୍ରତିପାଳକ,
    ଅଭାବ ନୋହିବ କେବେ ତାଙ୍କ ଅନୁଗ୍ରହ ଦାନ । ୧ ।

    ସେ କୋମଳ ତୃଣ ସ୍ଥାନେ କରାନ୍ତି ତୋରେ ଶୟନ
    ସ୍ଥିର ଜଳ ନିକଟରେ କରନ୍ତି ତୋତେ ପାଳନ । ୨ । 

    ମୃତ୍ୟୁଚ୍ଛାୟାର ପଦାରେ ତୋହର ଭ୍ରମଣ ହେଲେ,
    କୌଣସି ଆପଦେ ମନେ ନୋହିବ ହେ ଶଙ୍କା ଜନ୍ମ । ୩ ।

    କାରଣ ସେ ମିତ୍ର ତୋର, ଅଟନ୍ତି ଢାଲ ଆବର,
    ଦିଅନ୍ତି ସାନ୍ତ୍ୱନା ମୋତେ ତାଙ୍କର ବାଡ଼ି ପାଞ୍ଚଣ । ୪ । 

    ଏ କଥା ନିଶ୍ଚେ ଅଟଳ, ଜୀବନ ଯାଏ ମୋହର 
    ଅନୁଗ୍ରହ ମଙ୍ଗଳ ମୋ ପଛେ କରିବ ଗମନ । ୫ ।

    Click the link below to lisitto listen full song and konw the tune
  • ବଜାଇ ମନ୍ଦିରା ମୂରଜ ମନ୍ଦ୍ରେ  bojaayee mondiraa murojo mondre

    ବଜାଇ ମନ୍ଦିରା ମୂରଜ ମନ୍ଦ୍ରେ 
    ବିଭୁ ନାମ ଆଜି ଗାଅରେ,
    ଗାଅ ନରନାରୀ      ହୃଦୟ-ଯନ୍ତ୍ରେ
    ସେ ନାମ ମହିମା ଗାଅରେ     ା ୦ ।

    ଗାଏ କୋକିଳ ତାନ ପଞ୍ଚମେ ବିଭୁ ନନ୍ଦନ ଭୁବନେ
    ତରୁ ଶିହରେ,           ତଟିନୀ ଧୀରେ
    ବିଭୁ ପ୍ରେମାବେଶେ ଧାଏଁରେ    ା ୧ ।

    ସବୁ ବିଦ୍ୱେଷ ଦୂରେ ପରିହରି ବିଶ୍ୱ ମଙ୍ଗଳେ ମାତି,
    ସବୁଠୁ ଉଠୁଛି ଯେ ଭାବର ଗାନ ସେହି ସଙ୍ଗୀତେ ମାତି,
    ଆରେ ପରାଣ        ମୁଗ୍ଧ ଅବଶ
    ନବ ଉଦ୍ୟମେ ଉଠରେ,
    ବିଭୁ ଗୌରବ         ଆସରେ ସର୍ବେ
    ଆଜି ନବ ଭାବେ ଗାଅରେ      ା ୨ ।

  • ଜୟ ଯୁବାମେଷ ଯୀଶୁ ଜଗତ ଜୀବନ, jaya jubamesho jishu jagata jibana

    ଜୟ ଯୁବାମେଷ ଯୀଶୁ ଜଗତ ଜୀବନ,
    ବିଶ୍ୱଜନ-ମନ-ମୋହନ ମନ୍ତର ତୁମ୍ଭ ସୁଧାମୟ ନାମ । ଘୋଷା ।


    ପାପୀ-ଆଶାଘର ପ୍ରେମ ଅକୂପାର ଦୀନ ଦରିଦ୍ର ଶରଣ,
    ଯୋଗୀ-ଜପମାଳ ରଙ୍କ-ରତ୍ନଥାଳ, ଅନନ୍ତ ଜୀବନ ଧନ । ୧ ।


    ନିରାଶ-ପରାଣ-ଆଶା-ଉଦ୍ଦୀପନ ସମୃଦ୍ଧି ସୁଖସଦନ,
    ଦୁଃଖୀ ଦୁଃଖ-ବୁହା ପାପ-ପଙ୍କଧୁଆ, ଜୟ ତ୍ରିଲୋକପାବନ । ୨ ।


    ଦିଅ ଦରଶନ ହେ ଜୀବଜୀବନ ମୁଁ ଯେ ଅତି ଅକିଞ୍ଚନ,
     ସନ୍ତାପହରତା ତ୍ରିଏକ ବିଧାତା, ପୂର୍ଣ୍ଣ କର ମନସ୍କାମ । ୩ ।

     

  • କର ଆହେ ନରଗଣ ଈଶ୍ୱରଙ୍କ ଗୁଣଗାନ kara aahe naragana ishwaranka guno gaano

    କର ଆହେ ନରଗଣ ଈଶ୍ୱରଙ୍କ ଗୁଣଗାନ   
    ସେହି ସର୍ବ ସୃଷ୍ଟିକର୍ତ୍ତା ତ୍ରୈଲୋକ୍ୟ ମହାରାଜନ         ା ଘୋଷା ।

    ସେହି ଅନାଦି ଅନନ୍ତ ସେହି ମହତ୍ତ୍ୱ ବିଶିଷ୍ଟ,
    ହୁଅ ସର୍ବ ପ୍ରାଣୀ ଭୀତ           କର ତାଙ୍କ ଆରାଧନା            ା ୧ ।

    ସେହି ସର୍ବ ପରିତ୍ରାତା            ସେ ମହା ମଙ୍ଗଳଦାତା,
    ସେହି ପ୍ରତିଫଳଦାତା କର ତାଙ୍କ ଆରାଧନା            ା ୨ ।

    ସେହି ପ୍ରଭୁ ସର୍ବଜ୍ଞାତା            ଜାଣନ୍ତି ମନର କଥା,
    ସେହି ପ୍ରଭୁ ସର୍ବଦର୍ଶୀ କର ତାଙ୍କ ଆରାଧନା            ା ୩ ।

    ସେହି ସର୍ବ ଶକ୍ତିମାନ ଦୟାରେ ସେ ବିଭୂଷଣ,
    ସେ ଅଟନ୍ତି ସର୍ବବ୍ୟାପୀ          କର ତାଙ୍କ ଆରାଧନା            ା ୪ ।

    ସେହି ମହା ପରାକ୍ରମୀ           ଅଟନ୍ତି ଜଗତସ୍ୱାମୀ,
    ଆମ୍ଭେ ସର୍ବେ ତାଙ୍କ ସୃଷ୍ଟ         କର ତାଙ୍କ ଆରାଧନା            ା ୫ ।

    ଆହେ ସର୍ବ ନରଗଣ ଗାଅ ତାଙ୍କ ଗୁଣଗାନ,
    କେବଳ ପ୍ରଭୁ ଯିହୋବା          ଆରାଧନାକୁ ଭାଜନ ା ୬ ।