Tag: christian song lyrics

  • ଆମେ ବିଜୟୀ ହେବା aame bijoyee hebaa se dino

    ଆମେ ବିଜୟୀ ହେବା (୩ ଥର) ସେ ଦିନ

    ମନେ ଅଛି ବିଶ୍ୱାସ ଦୃଢ଼ ବିଶ୍ୱାସ

    ଆମେ ବିଜୟୀ ହେବା ସେ ଦିନ

    ଆମେ ଶାନ୍ତି ଆଣିବା (୩ ଥର) ସେ ଦିନ

    ମନେ ଅଛି ବିଶ୍ୱାସ ଦୃଢ଼ ବିଶ୍ୱାସ

    ଆମେ ଶାନ୍ତି ଆଣିବା ସେ ଦିନ

    ଆମେ ମିଳି ଚାଲିବା, ଆମେ ମିଳି ଚାଲିବା

    ପ୍ରେମେ ମିଳି ଚାଲିବା ସେ ଦିନ

    ମନେ ଅଛି ବିଶ୍ୱାସ ଦୃଢ଼ ବିଶ୍ୱାସ

    ପ୍ରେମେ ମିଳି ଚାଲିବା ସେ ଦିନ

    ଯୀଶୁ ରାଜା ଆସିବେ ନ୍ୟାୟ ଶାନ୍ତି ଆଣିବେ (୨ ଥର) ସେ ଦିନ

    ମନେ ଅଛି ବିଶ୍ୱାସ ଦୃଢ଼ ବିଶ୍ୱାସ

    ଯୀଶୁ ରାଜା ଆସିବେ ସେ ଦିନ

     

    ସୂଚୀମାଳାକୁ ଫେରନ୍ତୁ

  • ଯୀଶୁ ପଥ, ଯୀଶୁ ସତ୍ୟ, ଯୀଶୁ ହିଁ ଜୀବନ jishu potho jishu satya jishu hin jibono

    ଯୀଶୁ ପଥ, ଯୀଶୁ ସତ୍ୟ, ଯୀଶୁ ହିଁ ଜୀବନ

    ଯୀଶୁ ନାମ ଗାଇ ଗାଇ ବିତିଯାଉ ଦିନ

    ମୋ ଗୀତିରେ ଭରି ଉଠୁ ମଧୁର ମୂଳ୍ପନା

    କଣ୍ଡ ମୋ ଝରିଯାଉ ତାଙ୍କରି ବନ୍ଦନା

    ଯୀଶୁ ହାତ ପରଶରେ

    ହସୁ ମୋ ପରାଣ

    ଜୀବନର ଶେଷ ସଞ୍ଜ ସୃରି ତାଙ୍କ ନାମ

    ଲଭିବି ମୁଁ ହୃଦୟରେ ଶକତି ଅସୀମ

    ମଥା ରଖି ଯୀଶୁ ପାଦେ

    ବୁଜିବି ନୟନ

  • ଯାତ୍ରୀ ଆଗୋ ଲକ୍ଷ୍ୟ ତୁମ jaatri aago lakhya tumo

    ଯାତ୍ରୀ ଆଗୋ ଲକ୍ଷ୍ୟ ତୁମ

    ଚିର ମନୋହର ଏକ ସୁନ୍ଦର ଦେଶ

    ଏ ଧରଣୀ ନୁହେଁ ତୁମ ଚିର ଆବାସ

    ସେ ଦେଶ ଅଟେ ନିତ୍ୟ ନୂତନ

    ସେ ଦେଶେ ନଥାଏ ଶୋକ, କ୍ରନ୍ଦନ

    ଝରୁଥାଏ ମଧୁଭରା ସଂଗୀତ

    ପ୍ରତି ପ୍ରାଣେ ତୋଳି ନବ ପୁଲକ

    ସେ ପ୍ରିୟ ଦେଶ, ଅମର ଦେଶ

    ଆଲୋକ ଉଛୁଳା ସେହି ଅପୂର୍ବ ଦେଶ

    ଯାତ୍ରୀ ତୁମ ଲକ୍ଷ୍ୟ ସେହି ଚିର ଆବାସ

    ସେ ଦେଶର ନାମ ମଧୁ ସିୟାନ

    ଜ୍ୟୋତି ତାର ହୁଏ ନାହିଁ ମଳିନ

    ସାଧୁଗଣ ଯୁବାମେଷ ପୟରେ

    ଗାଉଥାନ୍ତି ମହାନନ୍ଦେ ଅଧୀରେ

    ସେ ପ୍ରିୟ ଦେଶ ଅଭୁଲା ଦେଶ,

    ଆଲୋକ ଉଛୁଳା ସେହି ଅଭୁଲା ଦେଶ

    ଯାତ୍ରୀ ତୁମ ଲକ୍ଷ୍ୟ ସେହି ସରଗ ଦେଶ

  • ଜୀବନେ ପ୍ରଭୁ ସାଥୀ ହୁଅ jibone probhu sathi huo

    ଜୀବନେ ପ୍ରଭୁ ସାଥୀ ହୁଅ,

    ଚଲାପଥେ ପ୍ରଦୀପ ହୁଅ b||

    ଯାଏ ଯଦି କେବେ ଦୂରେ ତୁମଠୁ

    ଭରିଯାଏ ଲୁହ ତୁମ ଆଖିରେ

    ପ୍ରେମ ଡୋରେ ତୁମ୍ଭେ ବାନ୍ଧି ରଖ

    ଚଲାପଥେ ପ୍ରଦୀପ ହୁଅ

    କରୁଛି ଶପଥ ଦେବିନି ଦୁଃଖ

    ଜୀବନର ମୋ’ ଶେଷ ଯାଏ

    ପ୍ରେମେ ନିଅ ମୋତେ ତୁମରି କୋଳେ

    ଜୀବନର ଅନ୍ତିମ କାଳେ

    ସୂଚୀମାଳାକୁ ଫେରନ୍ତୁ

  • କଣ୍ଟା ମୁକୁଟିଆ ମୋର ହୃଦୟ ରତନ ହେ kontaa mukutia moro hrudoyo ratana hai

    କଣ୍ଟା ମୁକୁଟିଆ ମୋର ହୃଦୟ ରତନ ହେ

    ନିତି ତାଙ୍କ ପ୍ରେମକୁ ମୁଁ ଝୁରି ଝୁରି ମରେ ହେ

    ପଡ଼ିଥିଲି ପାପ ପକେ ଉଦ୍ଧରିଲ ନିଜ ହସ୍ତେ

    କି ଦେଇ ଶୁଝିବି ପ୍ରେମ … ତାଙ୍କରି ସେ ଧନ ହେ

    ଆସରେ ସରବେ ଭାଇ, ଯିବା କୁଶକୁ ତ ଧାଇଁ

    ଥୋଇ ଦେବା ପାପ ଭାର … ଦେବେ ପରିତ୍ରାଣ ହେ

    ବାଲିଘର ଏ ସଂସାର, ହୋଇଯିବ ଦିନେ ଶେଷ

    ଭାସିଯିବା ସାଗରରେ … କରି ପ୍ରଭୁ ଉଦ୍ଧାର

    ସୂଚୀମାଳାକୁ ଫେରନ୍ତୁ

     
     
  • ଆମ ନାଜରିତ ପ୍ରଭୁ ଯୀଶୁଖ୍ରୀଷ୍ଟ aamo najorito probhu jishu khristo

    ଆମ ନାଜରିତ ପ୍ରଭୁ ଯୀଶୁଖ୍ରୀଷ୍ଟ

    ପାପୀ ପାଇଁ ବଳି ହେଲେ

    କେଡେ ପ୍ରେମ କଲେ ( ୨ ଥର)

    ପାପୀ ପାପ ପାଇଁ କୁଶ ଭାର ବହି

    କାଲବରୀ ପାହାଡରେ ( ୨ ଥର )

    କଣ୍ଟାର ପଥେ ସେ ଚାଲିଲେ

    ମାନବର ଏହି ପାପ ତାପ ପାଇଁ

    ପିଠିରେ କୋରଡ଼ା ଛାଟ ( ୨ ଥର)

    ମସ୍ତକେ କଣ୍ଡା ପାଗ ବାନ୍ଧିଲେ

    ଅନ୍ଧ, ଛୋଟା, କାଲ, ପକ୍ଷାଘାତି, କୃଷି ।

    ଯୀଶୁଙ୍କ ନିକଟେ ଗଲେ ( ୨ ଥର)

    ଦୟାରେ ଆଶୀର୍ବାଦ କଲେ

    ଚାରି ହସ୍ତ ପଦେ କଣ୍ଟାବିଦ୍ଧ ହେଲେ

    ସେ ପବିତ୍ର ରକ୍ରେ ଭାଇ

    ପାପୀର ପାପ ଧୋଇ ଦେଲେ II

    ତିନି ଦିନ ପରେ କବର ଫଟାଇ

    ଆନନ୍ଦରେ ଉଠି ସେହି

    ଦେହରେ ସ୍ବର୍ଗକୁ ଗଲେ

    ସୂଚୀମାଳାକୁ ଫେରନ୍ତୁ

  • ଧନ୍ୟବାଦ ଘେନ ପ୍ରଭୁ ପ୍ରଶଂସା ତୁମେ ଘେନ dhanyabaado gheno probhu

    ଧନ୍ୟବାଦ ଘେନ ପ୍ରଭୁ ପ୍ରଶଂସା ତୁମେ ଘେନ

    ମଙ୍ଗଳମୟ ପ୍ରଭୁ ତୁମେ

    କରୁଣାମୟ ଯୀଶୁ ତୁମେ

    ପାଇଛୁ ଯାହା ଜୀବନେ ଆମ

    ସବୁ ତ ତୁମରି କରୁଣା ଦାନ

    ଜୀବନଦାତା ପ୍ରଭୁ ତୁମେ

    ମୁକତିଦାତା ଯୀଶୁ ତୁମେ

    କୁଶେ ଚଢିଲେ ଜୀବନ ଦେଲ

    ତୁମ ପ୍ରେମ ଅନୁପମ

    ଭୁଲିବିନି କେବେ ପ୍ରଭୁ ତୁମରି ପ୍ରେମ

    ପାଇଛୁ ଯାହା ମଙ୍ଗଳ ଦାନ

    ଦେବାକୁ ପ୍ରଭୁ ଚରଣେ ତୁମ

    ନାହିଁ କିଛି ପ୍ରତିଦାନ

  • ଏ ନବ ଯୌବନ ବୟସ ey nobo joubono bayasa

    ଏ ନବ ଯୌବନ ବୟସ
    ଦିନୁଁ ଦିନ ତାର ହୁଅଇ ହ୍ରାସ
    ହେବ ଆଗମନ ଦାରୁଣ ଦୁର୍ଦ୍ଦିନ,
     ହେବ ଆସି ଜରାବସ୍ଥା ପ୍ରବେଶ । ଘୋଷା । 

    ଏଣୁ ହେବ ଦୃଷ୍ଟି ଅନ୍ଧାର ନିରନ୍ତର ବହିବ ନୀର,
    ଦନ୍ତ ହେବ କ୍ଷୀଣ,
    ଶକ୍ତି ହେବ ହୀନ,
    ଗୋଟି ଗୋଟି ହୋଇ ପାଚିବ କେଶ    ା ୧ ।

    ଥ ର ହର ହେବ ଶରୀର,
    ଭୟ ହେବ ଉଚ୍ଚ ସ୍ଥାନର,
    ଆଉ ବାଟେ  ଘାଟେ କରନ୍ତେ ଯାଆସ,
    ନିୟତ ଜନ୍ମିବ ମନରେ ତ୍ରାସ     ା ୨ ।

    ଏହି କି ସୁନ୍ଦର ବଦନ,
    ଧୂଳି ଦେହ ପୂର୍ବ ସମାନ,
    ଆତ୍ମାଦାତାଠାରେ ଆତ୍ମା ଫେରିଯିବ
    ଯେଣୁ ଏ ତାହାର ଅଟେ ପ୍ରବାସ । ୩ । 

    ଏଣୁ କରି ଯୌବନେ ମନ କର ଈଶ୍ୱରଙ୍କୁ ସ୍ମରଣ,

    ଅବା ବୃଦ୍ଧକାଳେ ପଡ଼ିଣ ଜଞ୍ଜାଳେ 
    ବୋଲିବ ଏଥିରେ ନାହିଁ ହରଷ । ୪ ।
     
    (ସ୍ୱର : ପ୍ରଭୁ ଯୀଶୁ ଦୟାସାଗର)
  • ପରିତ୍ରାଣ ସମ୍ବାଦ କି ଅଟେ ମିଷ୍ଟଧ୍ୱନି poritraano sombado ki ote mistho dhwoni

    ପରିତ୍ରାଣ ସମ୍ବାଦ କି ଅଟେ ମିଷ୍ଟଧ୍ୱନି !

    ହୁଏ ଶୋକ ତାପ ଦୂର କର୍ଣ୍ଣେ ତାହା ଶୁଣି । ଘୋଷା । 

    ଘୋର ଅନ୍ଧକାରେ ଯେ ନିବାସ କରେ,
    କରେ ତା ପ୍ରତି ଉଦୟ ତ୍ରାଣ-ଦିନମଣି । ୧ ।

    ମରଣ ଛାୟାରେ ଯେ ନିବାସ କରେ,
    କରେ ତା ପ୍ରତି ପ୍ରଚାର ଜୀବନର ବାଣୀ । ୨ । 

    ଯେ ଘୋର ବନ୍ଧନେ ରହେ ଅନୁକ୍ଷଣେ,
    ହୁଏ ଅତି ହୃଷ୍ଟଚିତ୍ତ ମୁକ୍ତିକଥା ଶୁଣି । ୩ ।

    ଯୀଶୁ ନାମେ ତ୍ରାଣ କରେ ପ୍ରଚାରଣ,
    ହୁଏ ଅତି ହୃଷ୍ଟଚିତ୍ତ ଶୁଣି ତା ଅବନୀ । ୪ । 

    ମୁଁ ପାପୀ ଅଧମ ପାଇ ପରିତ୍ରାଣ,

    ହେଲି ଅତି ଆନନ୍ଦିତ ମନେ ତାହା ଗୁଣି । ୫ ।
  • ପଥ ଦେଖାଅ ହେ ଭବ-ଅରଣ୍ୟ ମଧ୍ୟରେ potho dekhaao hai bhobo oronyo modhyore

    ପଥ ଦେଖାଅ ହେ ଭବ-ଅରଣ୍ୟ ମଧ୍ୟରେ ।

    ଏ ଘୋର ବିପିନ, ନାହିଁ କାହିଁ ତ୍ରାଣ ତୁମ୍ଭ ବିନୁ ଅନ୍ୟଠାରେ । ଘୋଷା ।

    କେହି ନାହିଁ ଆଶା, କରିଛି ଭରସା ପ୍ରଭୁ ହେ ତୁମରିଠାରେ,

    ଏ ଘନ ବନରେ ଥାଇ ମୋ ସଙ୍ଗରେ ରଖ ହେ ଦିବାନିଶିରେ । ୧ । 
     
    କି ଅନ୍ଧ ତମସ, ଲାଗେ ମହାତ୍ରାସ, ବିଘ୍ନ ପଡ଼େ ବାରେ ବାରେ,
    ମହାବଳୀ ପ୍ରଭୁ, ଦୂର କର ସବୁ, ସାହସ ଦିଅ ମନରେ । ୨ । 
     
    ହସ୍ତ ଧରି ପ୍ରଭୁ ସୁପଥେ ଚଳାଅ ନିରୂପିତ ସୀମା ଯାଏ,

    ପହଞ୍ଚି ସେଠାରେ ଅତି ଆନନ୍ଦରେ ପ୍ରଶଂସିବି ନିରନ୍ତରେ । ୩ ।

    ସୂଚୀମାଳାକୁ ଫେରନ୍ତୁ