Tag: christian song lyrics

  • ଆହେ କ୍ରୁଶ ସୈନ୍ୟଗଣ, ଆସ ବହନ aahe krusho sainyagana aaso bohono

    ଆହେ କ୍ରୁଶ ସୈନ୍ୟଗଣ, ଆସ ବହନ

    ଯୀଶୁ ଜୟ ଗାନେ ପୃଥ୍ୱୀ କରିବା ପୂର୍ଣ୍ଣ । ଘୋଷା ।

    ଧ ନ୍ୟ ଯୀଶୁ ତ୍ରାତା, ଦଶ ସହସ୍ରେ ଧନ୍ୟ,

    କ୍ରୁଶ କାଷ୍ଠେ, ମରି କଷ୍ଟ ସାଧିଲେ ତ୍ରାଣ । ୧ । 

     

    ସତ୍ୟ, ଶାନ୍ତି, ଦୟା, କ୍ଷମା ସେ କ୍ରୁଶେ ପୂର୍ଣ୍ଣ,

    ଆମ୍ଭେ ଭୋଗୁଛୁଁ ପ୍ରଚୁରେ କି ଭାଗ୍ୟବାନ ! । 

     

    ଉଠ କ୍ରୁଶ-ସୈନ୍ୟଗଣ, ଦୟାର କର୍ମ

    ପ୍ରକାଶିବା ତାଙ୍କ ପକ୍ଷେ ସେ ଯୀଶୁ ସମ । ୪ ।

     

     ବିନା ମୂଲ୍ୟେ ତ୍ରାଣଧନ ହେଲୁଁ ପ୍ରାପଣ,

    ବିନାମୂଲ୍ୟେ ଦେବା ଆଜ୍ଞା କରୁ ପାଳନ । ୫ । 

     

    ଧର୍ମାତ୍ମା ପ୍ରଭାବେ ଉଠ, କରିବା କର୍ମ,

    ବର୍ଣ୍ଣିବା ହୃଷ୍ଟେ ଅନ୍ତର-ଭରସା-ମର୍ମ । ୬ ।

    ପାପ ପଥୁଁ ଫେରାଇବା ଯେତେକ ଜନ,

    ହୋଇବେ ଆମ୍ଭ ଦର୍ପର ମୁକୁଟ ସମ । ୭ ।

    ଆହେ ଯୀଶୁ, କ୍ରୁଶ-ଧନ ସେ କ୍ରୁଶ-ଜ୍ଞାନ 

    କ୍ରୁଶାଶ୍ରିତ ସର୍ବ ମନେ କର ବର୍ଦ୍ଧନ । ୮ ।

  • ଆସ ହେ ଭାଇ aaso hai bhayee eko hoibaa

    ଆସ ହେ ଭାଇ,

    ଏକ ହୋଇବା ସୁସମାଚାରର ଧର୍ମ ପାଇଁ ଯତ୍ନ କରିବା । ଘୋଷା ।

    ଦୃଷ୍ଟି କର ଆହେ ବାରେ,

    ସତ୍ୟ ଧର୍ମ ବିହୁନରେ କି କ୍ଳେଶରେ ଅଛନ୍ତି ନରେ !

    ଦୟା-ଚିତ୍ତରେ        ରକ୍ଷା ଅର୍ଥରେ,

    ଉପାୟ ଥାଉଣୁ ହସ୍ତେ ଯତ୍ନ କି ନ କରିବା ା ୧ ।

     

    କରୁ କରୁ ଯଦି ଯତ୍ନ ଘଟଇ ନାନାଦି ବିଘ୍ନ,

    ଭୟରେ କି ତ୍ୟାଗ କରିବା ?

    ନୋହୁ ଏସନ,          ନୋହୁ ଏସନ,

    ଆସ, ସମସ୍ତେ ମିଳିଣ ପ୍ରାଣପଣ କରିବା   ା ୨ ।

    ସୂଚୀମାଳାକୁ ଫେରନ୍ତୁ

  • ପ୍ରଭୁଙ୍କର ଶେଷ ବଚନ probhunkara sesho bachana

    ପ୍ରଭୁଙ୍କର ଶେଷ ବଚନ

    ପାଳ ହେ ଘୋଷଣାକାରୀ, ହୋଇଣ ବିଶ୍ୱସ୍ତ ଜନ । ଘୋଷା । 

     

    କରିଣ ସୁସମାଚାର ଜଗତେ କର ଘୋଷଣ,

    ଯେ କରେ ତହିଁ ବିଶ୍ୱାସ ତାର ତ୍ରାଣ ସ୍ୱର୍ଗବାସ

    ଯେ ବା ନ କରେ ବିଶ୍ୱାସ ନରକେ ତାର ପତନ । ୧ ।

     

     ସର୍ବଦେଶୀ ପ୍ରତି ସୁଶିକ୍ଷା ଦିଅ ହେ ଆମ୍ଭର ଶିକ୍ଷା ମତି,

    ପିତାପୁତ୍ର ଧର୍ମ ଆତ୍ମା ତ୍ରାଣକର୍ତ୍ତା ଜ୍ଞାନଦାତା,

    ତ୍ରିବିଧ ଈଶ୍ୱର ନାମେ ଦିଅ ଜଳରେ ଡୁବନ । ୨ ।

    ନ ହୁଅ ହେ ଭୀତ, ଆମ୍ଭେ ତୁମ୍ଭ ସଙ୍ଗେ ଅଛୁ ଶେଷ ପର୍ଯ୍ୟନ୍ତ,

    ସ୍ୱର୍ଗ, ପୃଥ୍ୱୀ, କର୍ତ୍ତାପଣ ଆମ୍ଭଠାରେ ସମର୍ପଣ,

    ଆମ୍ଭେ କରିପାରୁ ନାଶ, ଆମେ କରିପାରୁ ତ୍ରାଣ । ୩ । 

     

    ଲଜ୍ଜିତ ନ ହୁଅ, କ୍ରୁଶେ ହତ ଖ୍ରୀଷ୍ଟ କଥା ଉଚ୍ଚେ ଜଣାଅ,

    ଯେଉଁଠାରେ ଖ୍ରୀଷ୍ଟ ନାମ କେବେ ନୋହିଲା ଘୋଷଣ,

    ସେଠାରେ ପ୍ରକାଶ କର ପାପୀ କର୍ଣ୍ଣେ ଖ୍ରୀଷ୍ଟ ନାମ । ୪ ।

    ଯଦି ଶୟତାନ କରଇ କ୍ରୁଶର ବାଧା କରି ଗର୍ଜ୍ଜନ, ତଥାପି ନ ଡର ଭାଇ,

    ଉଚ୍ଚ ସ୍ୱରେ ତୂରୀ ନେଇ, ଜଣାଅ ଯାଇ ଜଗତେ ଖ୍ରୀଷ୍ଟନାମେ ପରିତ୍ରାଣ । ୫ ।

  • ଆହେ ସର୍ବ ଶକ୍ତିମାନ୍ ଅନାଦି ମହା ରାଜନ aahe sarba saktimaan onaadi moha raajono

    ଆହେ ସର୍ବ ଶକ୍ତିମାନ୍ ଅନାଦି ମହା ରାଜନ

    କର ଆଶୀର୍ବାଦ ବୃଷ୍ଟି,

    କର ଅନୁଗ୍ରହ ଦାନ ଭୂମିରେ ବୀଜ ପ୍ରମାଣ କରିଛୁଁ ବାକ୍ୟ ବପନା ଘୋଷା ।

    କର ବୃଷ୍ଟି ସ୍ୱର୍ଗଜଳ, ଫଳ ଫଳୁ ବହୁଗୁଣ    ା ୧ ।

    ଅବା ସଂସାର ଚିନ୍ତାରେ ନୋହୁ ତାର ବିନାଶନ         ା ୨ ।

    ପ୍ରତ୍ୟେକ ଶ୍ରୋତା ଅନ୍ତରେ ଚେର ମାଡୁ ଦୃଢ଼ତରେ

    ଧର୍ମ, ଶାନ୍ତି, ସତ୍ୟ, ପ୍ରେମ, ସୁଫଳ ହେଉ ଉତ୍ପନ୍ନ । ୩ ।

    ଆହେ ଶସ୍ୟ ଅଧିକାରୀ, ଦିଅ ଆଶୀର୍ବାଦ-ବାରି,

    ତୁମ୍ଭ ଧର୍ମବାକ୍ୟ-ବୀଜ ଫଳ ଫଳୁ ଶଏଗୁଣ  ା ୪ ।

  • ଆରେ ପାପୀ, ଭାବି ରହ, ନା ଚାଲ ତୁ ଆଉ, aare paapi bhaabi raha naa chaalo tu aau

    ଆରେ ପାପୀ, ଭାବି ରହ, ନା ଚାଲ ତୁ ଆଉ,

    ଅନନ୍ତ ନରକ ଫନ୍ଦେ କିମ୍ପା, ଖେଳୁଥାଉ ?

    ପ୍ରଭୁ ପରି ବଳିଷ୍ଠ କି, ଏଣୁ ପାପ କରୁ ?   ା ୧ ।

    ଯେ ଦଣ୍ଡେ ପାପୀ ମାରନ୍ତି ତାଙ୍କୁ କି ନ ଡରୁ ?    ା ୨ ।

    ତୋର କପାଳ ପିତ୍ତଳ, ଚିତ୍ତ ଲୁହା ଯେବେ,

    ମହା ଶତ୍ରୁ ଶୟତାନ ନ କରୁ ବୀଜ ହରଣ,

    ଶେଷେ ପ୍ରଭୁ ଭାଙ୍ଗିଦେବେ ନ ଛାଡ଼ିବେ କେବେ        ା ୩ ।

    ତୋତେ ଘେନି ଯିବ ଦିନେ ଦାରୁଣ ମରଣ,

    ହତାଶ ନୋହିବୁ ତୁ କି ଦଣ୍ଡାଜ୍ଞା ଶୁଣିଣ ?

    ମୃତ୍ୟୁ ନ ଆସୁଣୁ ଛାଡ଼ ଦୁଷ୍ଟପଣ ସବୁ,      ା ୪ ।

    ଆରେ ପାପୀ, ଏହିକ୍ଷଣି ଫେରିଲେ ବଞ୍ôଚବୁ 

    ପାପେ ନଷ୍ଟ ନୋହି ଖ୍ରୀଷ୍ଟେ ନିଅରେ ଶରଣ,           ା ୫ ।

    ପୂର୍ଣ୍ଣ ହୃଦେ ଭକ୍ତି କର ତାଙ୍କ ଶ୍ରୀଚରଣ ଆରେ ପାପୀ,

    ରହ ରହ, ନ କର ଗମନ,              ା ୬ ।

    ନୋହିଲେ ନରକାନଳେ ହୋଇବ ପତନ

    ସୂଚୀମାଳାକୁ ଫେରନ୍ତୁ

  • ପାପୀ ବାହୁଡ଼ ବାହୁଡ଼ କୁପଥରୁ, paapi baahudo baahudo ku pothoru

    ପାପୀ ବାହୁଡ଼ ବାହୁଡ଼ କୁପଥରୁ,

    କିପାଁ ମରିବ ? ଫେର ହେ କୁକର୍ମରୁ । ଘୋଷା । 

     

    ଶୁଣ ପାପୀ ପ୍ରଭୁଙ୍କ ବିନୟ ବଚନ,

    ତୁମ୍ଭ ମରଣେ ତୁଷ୍ଟି ନାହିଁ କଦାଚନ,

    ପାପୀ ଜୀବନେ ତାଙ୍କ ବହୁ ସନ୍ତୋଷ ଦେଖ,

    କେଡ଼େ ପ୍ରେମ ବଚନେ ଡାକନ୍ତି ପାପୀଗଣ,

    ଘେନ ହେ ପାପୀଗଣ ତାଙ୍କ ପ୍ରେମ ବଚନ,

    କିପାଁ ମରିବ ? ଫେର ପାପରୁ । ୧ । 

     

    ଦେଖ ହେ ତ୍ରାଣକର୍ତ୍ତାଙ୍କ ଅପୂର୍ବ ପ୍ରେମ,

    ତୁମ୍ଭ ପାଇଁ ଦେଇଛନ୍ତି ନିଜ ଜୀବନ

    ଭୋଗିଲେ ତୁମ୍ଭ ପାପ, ସହିଲେ କି ସନ୍ତାପ !

    ଢାଳିଲେ ସେ ରୁଧିର କରିବାକୁ ନିର୍ମଳ,

    କରନ୍ତି ନିମନ୍ତ୍ରଣ, ଆସ ପାପୀ ବହନ,

    କିପାଁ ମରିବ ? ଫେର ପାପରୁ । ୨ । 

     

    ଶୁଣ ପାପୀ ଧର୍ମାତ୍ମାଙ୍କ ବିନୟ ଡାକ,

    ଆସ ଶାନ୍ତି ଦେବେ ସେହି ଘୁଞ୍ଚାଇ ଶୋକ,

    କରନ୍ତି ନିମନ୍ତ୍ରଣ ଦେବାକୁ ନୂଆ ମନ,

    ହେବ ପରିବର୍ତ୍ତିତ ତୁମ୍ଭ ପାଷାଣ-ଚିତ୍ତ,

    ଶୁଣି ଏ ନିମନ୍ତ୍ରଣ ଆସ ଆସ ବହନ,

    କିପାଁ ମରିବ ? ଫେର ପାପରୁ । ୩ । 

     

    ଦେଖ ପାପୀ, ଅଟଇ ଏବେ ଶୁଭ ଦିନ,

    ହୋଇଛି ଉଦିତ ପରିତ୍ରାଣ-ଅରୁଣ,

    ଥାଉଁ ଥାଉଁ ସୁକାଳ ଛାଡ଼ ଅଧର୍ମାଚାର,

    ନ ରୁହ କାଲି ପାଇଁ, ଏବେ ଆସ ପଳାଇ,

    ଡାକେ ସୁସମାଚାର, ଶୁଣ ସେ ମିଷ୍ଟ ସ୍ୱର,

    କିପାଁ ମରିବ ? ଫେର ପାପରୁ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • ଆସ ସର୍ବପାପୀ ସତ୍ୱରେ ସୁସମାଚାର-ଭୋଜରେ aaso sorbo byaapi sotwore susomaacharo bhojore

    ଆସ ସର୍ବପାପୀ ସତ୍ୱରେ ସୁସମାଚାର-ଭୋଜରେ,

    ନିମନ୍ତ୍ରଣ ପତ୍ର ହୋଇଛି ଆଗତ, ପାଠ କରି ଦେଖ ହସ୍ତରେ । ଘୋଷା ।

    ନ କର ବାହାନା ବିଳମ୍ବ ଆର, ଡାକୁଛନ୍ତି ତୁମ୍ଭ ପିତା ଈଶ୍ୱର,

    ଧ ରି ଦେଖ ମନ ଆସ ହେ ବହନ, ନ ରୁହ ଜଣେ ପାଶ୍ଚାତରେ । ୧ ।

    ଆସ ହେ ବିପଥେ ଭ୍ରମଣକାରୀ, ଡାକୁଛନ୍ତି ଯୀଶୁ ହସ୍ତ ବିସ୍ତାରି,

    ନୋହିବ ଅଭାବ, ଅଛି ସର୍ବ ଦ୍ରବ୍ୟ ପ୍ରସ୍ତୁତ ହୋଇଣ ଖ୍ରୀଷ୍ଟରେ । ୨ ।

    ଆସ ହେ ବହନ ସକଳ ନର, ସହଭାଗୀ ହୁଅ ଏହି ଭୋଜର 

    କରି ଆସ୍ୱାଦନ ପ୍ରେମରସ ଗୁଣ ପରିତୃପ୍ତ ହୁଅ ଅନ୍ତରେ । ୩ ।

    ଏବେହେଁ ଅଟଇ ଶୁଭ ସମୟ, ନ କର ବିଳମ୍ବ ଆବର ଭୟ,

    ଆସ ହେ ପ୍ରତ୍ୟେକ ବୁଭୁକ୍ଷିତ ଲୋକ ଯୀଶୁ ଖ୍ରୀଷ୍ଟଙ୍କ ଉତ୍ସବରେ । ୪ ।

  • ଆସ ହେ ଜଳ ନିକଟେ ତୃଷିତ, aaso hai jalla nikote trushito

    ଆସ ହେ ଜଳ ନିକଟେ ତୃଷିତ,

    ଅମୃତ ନିର୍ଝର ଉଚୁଳି ଉଠୁଛି ଅନନ୍ତ ଜୀବନ ସ୍ରୋତ । ଘୋଷା ।

    ଆତ୍ମା ଆଉ କନ୍ୟା କରନ୍ତି ଆହ୍ୱାନ, ଆସ ଆସ ହେ ବହନ,

    ଯେ ଶ୍ରବଣ କରେ ସେହି ବୋଲୁ ଆସ, ଆସ ପ୍ରତ୍ୟେକ ତୃଷିତ । ୧ । 

     

    ଦେଖ ଦେଖ ତ୍ରାଣ-ପର୍ବତ ଶୃଙ୍ଗରୁ ଉଛୁଳି ଉଠୁଛି ଝର,

    ତୃଷା ଦୂର କରେ, ସ୍ୱାସ୍ଥ୍ୟ ଦାନ କରେ, ତୃପ୍ତ କରେ ଅବିରତ । ୨ । 

     

    ବିନାମୂଲ୍ୟେ ଜଳ ହୁଅଇ ପ୍ରଦାନ, ଧନ ନୁହେଁ ପ୍ରୟୋଜନ,

    ଦୁଗ୍ଧ ଆଉ ମିଷ୍ଟ ଦ୍ରାକ୍ଷାରସ କିଣ ତୃଷା ହୋଇବ ନିବୃତ୍ତ । ୩ ।

    ଅଖାଦ୍ୟ ଦ୍ରବ୍ୟ ନିମିତ୍ତ କିମ୍ପା ବ୍ୟର୍ଥେ କରୁଅଛ ପରିଶ୍ରମ,

    ଆତ୍ମା ମନ ଯହିଁ ତୃପ୍ତ ନ ହୁଅଇ ତା ପାଇଁ କିମ୍ପା ଭାବିତ । ୪ ।

  • ଆହା କି ଅନୁଗ୍ରହ କ୍ଷିତିରେ aahaa ki onugraha khitire

    ଆହା କି ଅନୁଗ୍ରହ କ୍ଷିତିରେ

    ପରିତ୍ରାଣ ଘେନି କରେ ମିଷ୍ଟଧ୍ୱନୀ ପାପିଷ୍ଠଙ୍କ ଶ୍ରବଣରେ । ଘୋଷା ।

    ପାପ ଅଧର୍ମରେ ମୃତ ଯେତେ ନରେ ଅବା ଯେ ଥାଏ ଅନ୍ଧାରେ,

    ଅନନ୍ତ ଜୀବନ କରଇ ପ୍ରଦାନ କେବଳ ଅନୁଗ୍ରହରେ । ୧ ।

    ପାପୀ ପରିତ୍ରାଣ ନ ହୁଏ ପ୍ରମାଣ ନିଜ ଧର୍ମାଚରଣରେ,

    ଈଶ୍ୱର ଦୃଷ୍ଟିରେ ନାହିଁ କେହି ନରେ ଧାର୍ମିକ ନିଜ କ୍ରିୟାରେ । ୨ ।

    ପାପୀ ପରିତ୍ରାଣ ବହୁମୂଲ୍ୟ ଜାଣ, ମିଳେ ପ୍ରଭୁଙ୍କ ଦୟାରେ,

    ପାପ ବିମୋଚନ ସନ୍ତାପ ଖଣ୍ଡନ କେବଳ ଖ୍ରୀଷ୍ଟ ମୃତ୍ୟୁରେ । ୩ ।

    ପାପୀ ପରିତ୍ରାଣ ହୁଅଇ ସମ୍ପନ୍ନ ଆଉ ଧର୍ମାତ୍ମା ଦାନରେ,

    ଅନନ୍ତ ଜୀବନ-ମୁକୁଟ ପ୍ରାପଣ କିଣା ଖ୍ରୀଷ୍ଟଙ୍କ ରକ୍ତରେ । ୪ । 

     

    ଏଣୁ ଦର୍ପ କେହି କରି ନ ପାରଇ, ଦର୍ପ ହୁଅଇ ଖଣ୍ଡନ,

    ପାପୀ ଧର୍ମ କର୍ମ ସଢ଼ାକନା ଜାଣ, ନିସ୍ତାର ଅନୁଗ୍ରହରେ । ୫ ।

  • ଆହେ ଧର୍ମ ଆତ୍ମା, ହୁଅ ମୋର ପ୍ରତି ସୁପ୍ରସନ୍ନ, aahe dhorma atmaa huo moro proti su prosonno

    ଆହେ ଧର୍ମ ଆତ୍ମା, ହୁଅ ମୋର ପ୍ରତି ସୁପ୍ରସନ୍ନ,

    ମୋର ହୃଦେ ସର୍ବକ୍ଷଣ କର ତୁମ୍ଭେ ଅଧିଷ୍ଠାନ । ଘୋଷା ।

    ଆସ ହେ ସ୍ୱର୍ଗ କପୋତ, ତୁମ୍ଭେ ପୂର୍ଣ୍ଣ ଗୁଣଯୁକ୍ତ,

    ମୋର ଜଡ଼ ଚିତ୍ତେ କର ପ୍ରେମ ଅଗ୍ନି ପ୍ରଜ୍ଜ୍ୱଳନ । ୧ । 

     

    ବୁଡ଼ିଗଲି ଏ ସଂସାରେ, ସ୍ୱର୍ଗ ପଥେ ଚାଲି ଧୀରେ,

    ସୁନୟନେ ଚାହିଁ ପ୍ରଭୁ କର ମୋତେ ସଚେତନ । ୨ । 

     

    ବ୍ୟର୍ଥ ମୁହିଁ ଗୀତ ଗାଏ, ବ୍ୟର୍ଥ ସ୍ୱର୍ଗକୁ ଅନାଏ,

    ପ୍ରେମ ଭକ୍ତି କିଛି ନାହିଁ, ନ ପାରେ କରି ସାଧନ । ୩

    ପ୍ରିୟ ପ୍ରଭୁ, କେତେ ଦିନ ଥିବି ମୁଁ ଏସନ କ୍ଷୀଣ ! 

    କେଡ଼େ ବଡ଼ ତୁମ୍ଭ ପ୍ରେମ, ମୋ ପ୍ରେମ ରେଣୁ ସମାନ । ୪ । 

     

    ଆସ ହେ ଧର୍ମାତ୍ମା ଆସ, ମୋ ମନେ କର ପ୍ରବେଶ,

    ଖ୍ରୀଷ୍ଟ ପ୍ରେମ-ରସେ ପ୍ରେମୀ ହେଉ ସଦା ମୋର ମନ । ୫ ।