Tag: christian song lyrics

  • କି କର୍ମ କଲି ମୁହିଁ ଅଜ୍ଞାନ, ପାପୀଙ୍କ ମଧ୍ୟେ ଅଟଇ ପ୍ରଧାନ, ki karma koli muhin ogyaano

    କି କର୍ମ କଲି ମୁହିଁ ଅଜ୍ଞାନ, ପାପୀଙ୍କ ମଧ୍ୟେ ଅଟଇ ପ୍ରଧାନ,

    ଦେଇ କି କଷଣ ଯାତନା ଦୂଷଣ କ୍ରୁଶେ ବିନ୍ଧିଲି ମୋ ତ୍ରାତାଙ୍କ ପ୍ରାଣ । ଘୋଷା ।

    ଅପବିତ୍ର ପାପ-ଅସ୍ତ୍ର ଧରିଣ ସେ କ୍ରୁଶ ଯନ୍ତ୍ରକୁ କଲି ନିର୍ମାଣ,

    ପାପେ ହିଁ ଆବର ଶ୍ରୀଅଙ୍ଗେ ତାଙ୍କର ମୁହିଁ କଲି କେତେ ପ୍ରେକ ମାରଣ ! । ୧ ।

    ଆହା, ସେ ଦାରୁଣ କ୍ରୁଶ ଉପରେ ଟଙ୍ଗା ହୋଇଛନ୍ତି କି ବିରୂପରେ ! 

    ଯେ ଭାନୁ-ବଦନ ଅତି ସୁଶୋଭନ, ଦିଶୁଅଛି କେଡ଼େ ବିରସ ମ୍ଲାନ ! । ୨ । 

     

    ଗୌରବଯୁକ୍ତ ମସ୍ତକ ତାଙ୍କର ଦିଶୁଅଛି କେଡ଼େ ଅଶୋଭାକାର !

    ପୂର୍ବ ତେଜୋବାନ ମୁକୁଟର ସ୍ଥାନ କଣ୍ଟା-ମୁକୁଟ କରିଛି ଧାରଣ । ୩ ।

    ପୁଣି ତାଙ୍କ ବହୁମୂଲ୍ୟ ଶରୀରେ କ୍ଷତଦାଗ ଦିଶୁଛି ସର୍ବାଙ୍ଗରେ,

    ବହଇ ଆବର ରକ୍ତ ଝର ଝର ପାଶ୍ୱେର୍ ମୋର ବର୍ଚ୍ଛାଘାତ କାରଣ । ୪ । 

     

    ଧିକ ଧିକ ଧିକ ମୋର ଜୀବନ, ପ୍ରଭୁଙ୍କୁ ଯା ଦେଲି ଏଡ଼େ କଷଣ,

    ଧିକ ସେହି ପାପ ଦେଇ କି ସନ୍ତାପ ନେଲା ଅପମାନେ ତାଙ୍କରି ପ୍ରାଣ । ୫ ।

    ଆହା ଏଡ଼େ ଘୋର ନିଷ୍ଠୁରାଚାର ହୋଇବ କି ମୋର ମନୁ ପାସୋର

    ନାହିଁ କଦାଚନ, ଭାବି ଯେତେକ୍ଷଣ ନେତ୍ରୁ ହେବ ମୋର ଅଶ୍ରୁପତନ । ୬ ।

    ସୂଚୀମାଳାକୁ ଫେରନ୍ତୁ

  • ଆରେ କଠିନ ମନ, aare kothino mono korino paapo spikaaro

    ଆରେ କଠିନ ମନ,

    କରିଣ ପାପ ସ୍ୱୀକାର ଫେର ବହନ । ଘୋଷା ।

    ଆହା, ମୋହର ପାପ ହେତୁ ସହିଛନ୍ତି ଯୀଶୁ କେତେ ସନ୍ତାପ ! 

    ବୁହାଇ ସେ ଅଶ୍ରୁଜଳ   ହୋଇଛନ୍ତି କି ବ୍ୟାକୁଳ ! 

    ମୁଁ କି ନ କରିବି ପାପ ପାଇଁ କ୍ରନ୍ଦନ ?    ା ୧ ।

    ହାଁ, ମୋ ପାପ କାରଣ ଭୋଗିଲେ ସେ କି କଷଣ ଦୁଃଖ ମରଣ !

    ଆହା, ମୋ ଜୀବନପତି,

    ପାଇଛନ୍ତି କି ଦୁର୍ଗତି ! ମୁଁ କି ନ କରିବି ତ୍ୟାଗ ମୋ ପାପମନ ?   ା ୨ ।

    ମୋର ପ୍ରତ୍ୟେକ ପାପ ହୋଇ କଣ୍ଟକ ସ୍ୱରୂପ ଦେଲା ସନ୍ତାପ,

    ଆଉ ମୋର ଅବିଶ୍ୱାସ ହୋଇ ବର୍ଚ୍ଛା ସଦୃଶ

    ପାଶ୍ୱର୍ଦେଶେ ଦେଇଅଛି ଦୁଃଖ ଦାରୁଣ      ା ୩ ।

    ଆହା ମୋ ପାପ ପାଇଁ ଯୀଶୁ ଦେଇଛନ୍ତି ରକ୍ତ ଜୀବନ ଦୁଇ,

    ମୋତେ କରିବାକୁ ମୁକ୍ତ ପିନ୍ଧିଲେ କଣ୍ଟା-ମୁକୁଟ,

    ତାହା ଭାବି ନ କରିବି ମୁଁ କି କ୍ରନ୍ଦନ ା ୪ । 

     

    ଆହା, ମୋ ପାପ ପାଇଁ ଯୀଶୁ ହୋଇଛନ୍ତି ପୁଣି କବରଶାୟୀ

    ମୁଁ କି ନ ହେବି ତେସନ ଡୁବନେ ତାଙ୍କ ସମାନ ?

    ମନଫେରଣ ଫଳ କରିବି ଧାରଣ    ା ୫ ।

    ସୂଚୀମାଳାକୁ ଫେରନ୍ତୁ

  • ଦୁର୍ଭାଗ୍ୟ ଅଧମ ପାପୀ ଦୀନହୀନ ପ୍ରଧାନ ପାପୀର ମଧ୍ୟ ମୁହିଁ, durbhaagyo odhomo paapi dino hino

    ଦୁର୍ଭାଗ୍ୟ ଅଧମ ପାପୀ ଦୀନହୀନ ପ୍ରଧାନ ପାପୀର ମଧ୍ୟ ମୁହିଁ,

    ପାପରେ କ୍ଷେପଣ କଲି ମୋର ଦିନ ପ୍ରଭୁ ପ୍ରିୟ ନାମ ଭୁଲିଯାଇ । 

     

    ପାପେ ବନ୍ଧୁଆନ, ପାଷାଣ ସମ କଠିନ ମନ;

    ପାପୀଙ୍କର ବନ୍ଧୁ ଆହେ ଦୀନବନ୍ଧୁ,

    କର ମୋତେ ତହିଁରୁ ମୋଚନ । ୧ । 

     

    ମୁହିଁ ଅପବିତ୍ର ଅତ୍ୟନ୍ତ ପାପୀଷ୍ଠ,

    ପାପରେ ହୋଇଲା ମୋର ଜାତ

    ମୋ ଅନ୍ତଃକରଣ ଅଟଇ ସମ୍ପୂର୍ଣ୍ଣରୂପେ ପାପ-ରୋଗେ ରୋଗଗ୍ରସ୍ତ,

    ମାଗୁଅଛି ମୁହିଁ, ତୁମ୍ଭ ପବିତ୍ରତା ଜଳ ଦେଇ

    କର ମୋତେ ପରିଷ୍କାର ଶୁଦ୍ଧମତେ ପାପ-ରୋଗ ଦାଗ ହରି ନେଇ । ୨ । 

     

    ଘୋର ଅନ୍ଧକାର ଅରଣ୍ୟରେ ଭ୍ରମି ହୋଇଅଛି ମୁଁ ବିପଥଗାମୀ,

    ମୋର ନାହିଁ ଜ୍ଞାନ, ମୋ ଅନ୍ତଃକରଣ ହୋଇଅଛି ପାପେ ଅନ୍ଧ ପୁଣି,

    କର ଦୟା-ଦୃଷ୍ଟି, ପ୍ରସନ୍ନ ହେଉ ମୋ ଜ୍ଞାନ-ଦୃଷ୍ଟି;

    ଦୂର କର ମୋର ମନର ଅନ୍ଧାର, ଉଦେ କର ସତ୍ୟଧର୍ମ-ଦୀପ୍ତି । ୩ । 

     

    ତୁମ୍ଭ ପବିତ୍ର ପ୍ରତିମୂର୍ତ୍ତି ରହିତ ହେବାରୁ ଅଟେ ଉଲଙ୍ଗବତ,

    ଆବର ଅଟେ ମୁଁ ଅପରିବର୍ତ୍ତିତ, ନୂଆ ସ୍ୱଭାବରୁ ବିବର୍ଜିତ,

    ତୁମ୍ଭ ବସନରେ, ଆଚ୍ଛାଦନ କର ମୋ ଉପରେ,

    ତୁମ୍ଭ ଉତ୍ତମତା ସ୍ୱର୍ଗରୁ ପଠାଇ ନୂଆ ଜନ୍ମ ଦିଅ ଧର୍ମାତ୍ମାରେ । ୪ ।

  • କାହିଁରେ ଭୁଲିଅଛୁ ମୂଢ଼ ପାମର ମନ ? kaahin re bhuli achu mudo paamoro mono

    କାହିଁରେ ଭୁଲିଅଛୁ ମୂଢ଼ ପାମର ମନ ?

    ବିଅର୍ଥେ ବହିଗଲା ତୋର ସକଳ ଦିନ । ଘୋଷା । 

     

    ସୁତ ବିତ୍ତ ଆବୋରି ବୋଲୁଥାଉ ମୋହରି,

    ଦିନେ ଭାବିଲୁ ନାହିଁ କାହୁଁ ତୋର ପତନ ? । 

     

    କେତେ ଦିନକୁ ମନ ବାନ୍ଧି ଅଛୁରେ ଟାଣ ?

    ସତେ କି ଏ ସଂସାରେ ରହିବୁ ସଦାଦିନ ? । 

     

    ମୃତ୍ୟୁ ନେବ ହଠାତ, ମନେ ନ ଥିବ ଚେତ,

    ଟେଳା ପରାଏ ଚୂର୍ଣ୍ଣ ହୋଇବ ତୋର ଟାଣ । ୩ । 

     

    ମରଣ କାଳେ ତୁହି କି ଧନ ନେବୁ ବହି ?

    ନିର୍ବୋଧ ଧନୀ କଥା କର ମନେ ସ୍ମରଣ । ୪ । 

     

    କ୍ଷେତ୍ରେ ଶସ୍ୟ ତାହାର ହେଲା ବହୁ ଅମଳ,

    ଭାବିଲା, କି କରିବି ? କାହିଁ ରଖିବା ସ୍ଥାନ

    ପୁଣି ମନେ ଭାବିଲା, ଭାଙ୍ଗିବି ସବୁ ଗୋଲା,

    ବିସ୍ତାରି ବଡ଼ ବଡ଼ ପୁଣି କରି ନିର୍ମାଣ । ୬ । 

     

    କରି ସଞ୍ôଚତ ତହିଁ ମନେ କହିବି ମୁହିଁ,

    କୌତୁକେ ରହ ମନ କରି ଭୋଜନ ପାନ । ୭ । 

     

    ପ୍ରଭୁଙ୍କ ଏ ବଚନ, ଆରେ ନିର୍ବୋଧ ଜନ,

    ଆଜ ରାତ୍ରିରେ ଘେନିଯିବା ତୋହର ପ୍ରାଣ । ୮ ।

    ଏଣୁ ହେ ମୋର ମନ ହୁଅ ତୁ ସାବଧାନ,

    ସ୍ୱର୍ଗପୁରେ ସଞ୍ଚୟ କର ଅକ୍ଷୟ ଧନ । ୯ ।

    ସୂଚୀମାଳାକୁ ଫେରନ୍ତୁ

  • ଜଗତ ମୋ ଚିର ବସିତ ନୁହଇ jagata mo chiro basati nuhoyee

    ଜଗତ ମୋ ଚିର ବସିତ ନୁହଇ

    କିପାଇଁ ଖୋଜିବି ବିଶ୍ରାମ ମୁଁ ତହିଁ  ? ଘୋଷା ।

    ସଂସାର ମୋହର ପ୍ରବାସର ଘର,

    ତହିଁରେ ବିଦେଶୀ ପରି ମୁଁ ଅଟଇ

    ସ୍ୱର୍ଗପୁରେ ମୋର ନିତ୍ୟସ୍ଥାୟୀ ଘର,

    ସେ ତ ଈଶ୍ୱରଙ୍କ ନିର୍ମିତ ଅଟଇ ା ୧ ।

    ପ୍ରବାସରେ ଥାଇ କେହି କେବେ କାହିଁ 

    ସଦା ସୁଖ ଭୋଗେ କାଳ କି କାଟଇ ?

    ତେବେ କିପାଁ ମୋର ଏତେ ଚିନ୍ତା ଘୋର

    ପରୀକ୍ଷା କାଳରେ ମନରେ ପଡ଼ଇ ା ୨ ।

    କାହିଁ ପାଇଁ ଏତେ ଶୋଚନା ନିରତେ

    କରି ଧ୍ୟାଉଅଛି ଦୁଃଖକୁ ମୁଁ ରହି ?

    ଦେଲେ ହେଁ ବେଦନା ମୋ ମନେ ସେ ନାନା

    ପଥକୁ ବଢ଼ାଇ ଆଉ କି ପାରଇ ? । 

     

    ସ୍ୱପ୍ନ ପରି ଶେଷ ହୋଇଯିବ କ୍ଳେଶ,

    ପ୍ରବେଶ କରିବି ମୋ ଗୃହରେ ଯାଇ 

    ହେବି ଜ୍ଞାତ ତହିଁ ଅନୁଭବେ ମୁହିଁ,

    ଦୁଃଖ ହେତୁ ସୁଖ କି ମିଷ୍ଟ ଅଟଇ  ା ୪ ।

    ମୁହିଁ ଏଥିପାଇଁ ପ୍ରବାସରେ ଥାଇ,

    ଦୁଃଖରେ ଆନନ୍ଦ କରୁଥିବି ରହି

    ନୁହେଁ ଦୂର ଅତି, ହେଲା ଆସି କତି,

    ଗୃହର ଆଦର୍ଶ ଦୃଷ୍ଟି କି ଦିଶଇ   ା ୫ ।

     

    ସୂଚୀମାଳାକୁ ଫେରନ୍ତୁ

  • ଯୀଶୁ ପ୍ରଭୁ ପାଦ ଧର, jishu probhu paado dhoro

    ଯୀଶୁ ପ୍ରଭୁ ପାଦ ଧର,

    ଅନ୍ୟରେ ନ ଭାବ ଭାଇ । ଘୋଷା ।

    ଛାଡ଼ ତୁ କୁ-ରଙ୍ଗରାଙ୍ଗ,

    ଯୀଶୁ ଶିଷ୍ୟେ କର ସଙ୍ଗ,

    ଭବ-ସାଗର ତରଙ୍ଗ ପାରି ଯେହ୍ନେ ହେବୁ ଭାଇ  ା ୧ ।

    ଧନ-ମାନ ପ୍ରତିପତ୍ତି  ନିଦ୍ରାବେଶେ ସ୍ୱପ୍ନ ମତି,

    ଅସତ୍ୟେ ବୁଡ଼ିଲେ ମତି 

    ନୋହିବ  ତୋ ଲାଭ ଭାଇ       ା ୨ ।

    ଯେସନେ କମଳେ ନୀର 

    ପିଣ୍ଡରେ ପ୍ରାଣ ଅସ୍ଥିର,

    ଅସାର ଜାଣିଲେ ସାର

    ସାର ତା ନୋହିବ ଭାଇ    ା ୩ ।

    ଏଣୁ ଯିବ ଏ ଜୀବନ,

    କିପାଁ ଏତେ ଅଭିମାନ,

    ଭବ-ସିନ୍ଧୁର ତରଣ   ଯୀଶୁ ନାମ ନାବ ଭାଇ

  • କି ଦେଖି ସଂସାର ସୁଖକୁ କରୁ ମନ ମନୋନୀତ ki dekhi sonsaaro sukho ku karu mono mononito

    କି ଦେଖି ସଂସାର ସୁଖକୁ କରୁ ମନ ମନୋନୀତ 

    ମହା ପୁରସ୍କାର ପ୍ରତି ନ କରି ଦୃଷ୍ଟିପାତ ? ଘୋଷା । 

     

    ଦେଖି ରୂପ ଶୋଭିତ ହେଉଛୁ କି ଲୋଭିତ ?

    ନ ହୁଅ ପତଙ୍ଗବତ, ଅନଳ ସିନା ସେତ । ୧ ।

    ଯାହାକୁ ମଣୁ ସୁଖ ସେ ତ ଦୁଃଖଦାୟକ,

    କିଏ ତାହା ଭୋଗି ସତ୍ୟ ସୁଖ ହୋଇଛି ପ୍ରାପ୍ତ ? । 

     

    ଯେତେ ସଂସାର ସୁଖ ସବୁ ଅନିତ୍ୟ ଦେଖ,

    କ୍ଷଣକେ ହେବ ବିସ୍ମୃତ ଦେଖିଲା ସ୍ୱପ୍ନବତ । ୩ । 

     

    ଯେଉଁ କାଳେ ପ୍ରବେଶ ହେବ ମୃତ୍ୟୁ ଦିବସ,

    କହ ତହିଁରୁ କି ଜାତ ହେବ ଶାନ୍ତି କିଞ୍ôଚତ ?

    ଆରେ ମନ ଅଜ୍ଞାନ, ହୁଅ ତୁ ଜ୍ଞାନବାନ,

    ମୋଶା ନ୍ୟାୟ ସାର ବାଣ୍ଟ କର ତୁ ମନୋନୀତ । ୫ । 

     

    କାହିଁ ମିଶ୍ର ନୃପତି କାହିଁ ବା ତା ସମ୍ପତ୍ତି ?

    ଦେଖ ମୋଶାର ଐଶ୍ୱର୍ଯ୍ୟ ମୁକୁଟ ବିରାଜିତ । ୬ ।

  • କି ଏହି ଛାର ଜଗତର ହେତୁରେ ki ehi chaaro jagatara heture

    କି ଏହି ଛାର ଜଗତର ହେତୁରେ 

    ମୋର ଆତ୍ମା ହଜାଇବି ପାପରେ ? ଘୋଷା ।

    ଏତ ଅନିତ୍ୟ ଜଗତ, ଜାଣ ପ୍ରତିବିମ୍ବ ମତ,

    ତାର ସୁଖ ସର୍ବ ସ୍ୱପ୍ନ ପରିରେ । ୧ । 

     

    ବହୁମୂଲ୍ୟ ଆତ୍ମା ମୋର, ହେବ ଏ କି ତୁଲ୍ୟ ତାର,

    କୋଟି କ୍ଷିତି ହୁଏ ତୁଚ୍ଛ ମୂଲ୍ୟରେ । ୨ ।

    ସାଦୃଶ୍ୟେ ସୃଷ୍ଟିକର୍ତ୍ତାର ସୃଷ୍ଟି ହୋଇଛି ତାହାର,

    କେତେ ବୁଦ୍ଧି ଜ୍ଞାନ ପୂର୍ଣ୍ଣ ତହିଁରେ । ୩ ।

    ମୁକ୍ତି ମୂଲ୍ୟାର୍ଥେ ତାହାର କି ଦୁଃଖେ 

    ଯୀଶୁ ମୋହର କଲେ ନିଜ ରକ୍ତପାତ କ୍ରୁଶରେ । ୪ ।

    ନାହିଁ ନାହିଁ କଦାଚନ ହେବି ମୁଁ ଏଡ଼େ ଅଜ୍ଞାନ,

    କି ଲାଭ ହେବ ଜଗତ ପ୍ରାପ୍ତିରେ ?

     

    ଯାଉ ଜଗତ ସମ୍ପତ୍ତି, ତହିଁରେ ମୋର କି କ୍ଷତି,

    ଖ୍ରୀଷ୍ଟ ହିଁ ଅଟନ୍ତି ସବୁ ସବୁରେ । ୬ ।

    ସୂଚୀମାଳାକୁ ଫେରନ୍ତୁ

  • ତ୍ରାଣଧନ ମନରେ, traanodhono monore kahin pain no koru

    ତ୍ରାଣଧନ ମନରେ,

    କାହିଁ ପାଇଁ ନ କରୁ ଯତନ । ଘୋଷା । 

     

    ବହୁମୂଲ୍ୟ ତ୍ରାଣଧନ ଯାଚନ୍ତି ତ୍ରାଣ-ନିଧାନ,

    ନ ହୁଅଇ ଲୋଡ଼ା ଧନ ତହିଁ ପାଇଁ,

    ମନରେ ତହିଁ ପାଇଁ, ବିନା ମୂଲ୍ୟେ ଦାନ । ୧ ।

    ସବୁଠାରୁ ସାର ଜାଣ ଅଟେ ଆତ୍ମା ପରିତ୍ରାଣ,

    ପାଇଲେ ହେଁ ସର୍ବଧନ ତ୍ରାଣବିନା ମନରେ 

    ତ୍ରାଣବିନା ହେବୁ ଦୀନହୀନ । ୨ ।

    କରୁ ତୁହି ବିବେଚନା, ସମୟ ଅତ୍ୟଳ୍ପ ସିନା,

    ମନେ ନାହିଁ କି ଆସୁଛି କି ବହନ ! 

    ମନରେ କି ବହନ ! ସେ ମରଣ ଦିନ । ୩ ।

    ଥାଉଁ ଥାଉଁ ଶୁଭ ଦିନ ଯତ୍ନ କର ତ୍ରାଣଧନ,

    ବହିଗଲେ ଶୁଭ ଦିନ ନିଶ୍ଚେ ଜାଣ,

    ମନରେ ନିଶ୍ଚେ ଜାଣ,ଅନନ୍ତ କ୍ରନ୍ଦନ । ୪ ।

  • ଉଠ ଉଠ ବେଗେ ଆହେ ପଥିକ, utho utho bege aahe pothiko

    ଉଠ ଉଠ ବେଗେ ଆହେ ପଥିକ,

    ଯାଉଛି ବହି ଦିନ । ଘୋଷା ।

    ଆସୁଛି ଝାସି ଅନ୍ଧାର ନିଶି,

    ଶୀଘ୍ର କର ଗମନ ହେ ପଥିକ । ୧ ।

    ବାଟରେ ଘୋର ଶତ୍ରୁ ଅପାର,

    କର କଟି ବନ୍ଧନ ହେ ପଥିକ । ୨ । 

     

    ପ୍ରଭୁଙ୍କ ଶାସ୍ତ୍ର ଦ୍ୱିଧାର ଅସ୍ତ୍ର, କରେ,

    କର ଧାରଣ ହେ ପଥିକ । ୩ । 

     

    ବାମେ ଡାହାଣେ ନ ଯାଅ କ୍ଷଣେ,

    ସିଧା କର ଧାବନ ହେ ପଥିକ । ୪ । 

     

    ସଂକୀର୍ଣ୍ଣ ପଥ, ପାଖେ ବିପଥ,

    ହୁଅ ତୁ ସାବଧାନ ହେ ପଥିକ । ୫ । 

     

    ସ୍ୱର୍ଗ ସିୟୋନ ପ୍ରତି ନୟନ ପକାଅ ଅନୁକ୍ଷଣ ହେ ପଥିକ । ୬ ।

    ଯୁଦ୍ଧର ବେଳେ ଯୀଶୁଙ୍କ ବଳେ କରି ରିପୁ ଛେଦନ ହେ ପଥିକ । ୭ ।