Tag: christian song lyrics

  • ଦିଅ ସୁସ୍ଥିର ମତି, କର ସ୍ଥିର ମୋ ଚଞ୍ଚଳ ଗତି, dio susthiro moti kara sthiro

    ଦିଅ ସୁସ୍ଥିର ମତି,

    କର ସ୍ଥିର ମୋ ଚଞ୍ଚଳ ଗତି,

    ଯୀଶୁ, କରିବି ହେ ତୁମ୍ଭ ସ୍ତୁତି । ଘୋଷା । 

     

    ଏହି ମନ୍ଦିରକୁ କଲ ମନୋନୀତ କରିବା ପାଇଁ ବସତି,

    ଏଣୁ ମୁହିଁ ତହିଁ ଦେଲି ପାଦ ଥୋଇ ସାବଧାନ ହୋଇ ଅତି 

    ସଂସାରର ଚିନ୍ତା ଦୂରେ ପରିହରି ଆସିଛି, ତୁମ୍ଭର କତି, ା ୧ ।

    ଦେହ ପ୍ରାଣ ଦୁଇ ସମର୍ପିବି ମୁହିଁ ତୁମ୍ଭର ବାକ୍ୟର ପ୍ରତି 

    ଆତ୍ମା ଦ୍ୱାରା ସତ୍ୟତାରେ ମୋର ଭକ୍ତିପୂର୍ଣ୍ଣ ହେଉ ତୁମ୍ଭ ପ୍ରତି,    ା ୨ ।

    ନିଶ୍ଚଳରେ ଚାହିଁ ପ୍ରେମ-ସୁଧା ପିଇ କରିବି ପିପାସା ଶାନ୍ତି 

    ମରିୟମ ପରି ଶ୍ରୀଚରଣେ ବସି କରୁଥିବି ମୁହିଁ ଭକ୍ତି,    ା ୩ ।

    ପୁଣି ତାହା ପରି ପାପେ ଖେଦ କରି ଯେମନ୍ତ ଲଭିବି ମୁକ୍ତି        ା ୪ ।

    ମୁହିଁ ମୂଢ଼ମତି କରୁଛି ବିନତି, ହେଉ ଦୟା ମୋର ପ୍ରତି,

    ଏହି ରୂପେ ଦିନ ଯେହ୍ନେ ବହିଯିବ ପହଞ୍ôଚବି ତୁମ୍ଭ କତି  ା ୫ ।

    ସ୍ୱର୍ଗପୁରେ ଯାଇ ସାଧୁ ମେଳେ ରହି ପାଶୋରିବି ମୋ ଦୁର୍ଗତି,

    ବହୁକାଳ ବାଞ୍ଛା ସମ୍ପୂର୍ଣ୍ଣ ହେବାରୁ ଗାଇବି ହେ ଗୁଣ କୀର୍ତ୍ତି          ା ୬ ।

    ସୂଚୀମାଳାକୁ ଫେରନ୍ତୁ

  • ଦିଅ ସତ୍ୱର ଜଳ, କର ଦୁର୍ବଳ ପ୍ରାଣ ସବଳ diyo sotworo jala koro durbolo

    ଦିଅ ସତ୍ୱର ଜଳ,

    କର ଦୁର୍ବଳ ପ୍ରାଣ ସବଳ । ସ୍ଥିର କର ମନ ଚଞ୍ଚଳ । ଘୋଷା ।

    ଯୀଶୁ ହେ ନବୀନ ଜଳଧର ତୁମ୍ଭେ, ମୁହିଁ ଚାତକ କାତର,

    ତୁମ୍ଭଙ୍କୁ ଡାକୁଛି ଶୁଣ ଆହେ ପ୍ରଭୁ ତ୍ରାଣ-ଜଳ ଦାନ କର । ୧ ।

    ପାପରୂପ ଅଗ୍ନି ସଂସାର ବନକୁ ଦହୁଅଛି ନିରନ୍ତର,

    କାମ-କ୍ରୋଧ-ଲୋଭ-ମୋହରୂପ ଧୂମଜ୍ଞାନ ହରାଏ ମୋହର । ୨ । 

     

    ମୋହର ବିଶ୍ୱାସ-ବତାସ ଉପରେ ଆସ ଯୀଶୁ ଦେଇ ଭାର,

    ଘନ ମେଘ ହୋଇ ଶାନ୍ତି ବରଷାଇ ପାପାଗ୍ନି ନିବୃତ୍ତ କର । ୩ ।

    ଆହ ଦୟାନିଧି ପ୍ରେମର ବାରିଧି, ତ୍ରାଣ-ନୀର ଦାନ କର,

    ସେ ଜଳ କାରଣ ହରିଣୀ ସମାନ ଧକାଏ ପ୍ରାଣ ମୋହର । ୪ ।

    ଏହି ଏତେବେଳେ ବିନତି କରୁଛି, ଆଉ ନାହିଁ କହିବାର,

    ତୁମ୍ଭେ ସିନା ବଳ ପତିତ ଜନର କେବଳ ଗତି ପାପୀର । ୫ ।

  • ଭ୍ରମେ କି କଲି, ମୁଁ ମୁଢ଼ ଭୁଲିଲି, bhrome ki koli mu mudho bhulili

    ଭ୍ରମେ କି କଲି, ମୁଁ ମୁଢ଼ ଭୁଲିଲି,

    ପାଷାଣ ବୋଲିଣ ବାଲୁକା ଉପରେ ଅକାରଣେ ଗୃହ ଗୁନ୍ଥିଲି । ଘୋଷା ।

    ପାପ-ନଦୀ ଏବେ ଆସିଲା ବଢ଼ି,

    ମୂଳଦୁଆ ତ ଯାଇଅଛି ପଡ଼ି,

    ବାୟୁ ସହିତରେ କି ବୃଷ୍ଟି ପଡ଼ଇ ପ୍ରାଣେ ନିର୍ଭରସା ହୋଇଲି । ୧ ।

    ଦୟା ପ୍ରକାଶ ଯେ ଯୀଶୁ,

    ଏକ୍ଷଣ ରକ୍ଷା କର ଅରକ୍ଷିତ ଜୀବନ,

    ତୁମ୍ଭ ବିନୁ ଆଉ ଏ ଭବ ନଦୀରେ କାଣ୍ଡାରୀ ଖୋଜି ନ ପାଇଲି । ୨ । 

     

    ତୁମ୍ଭେ ସୁଦୟା କରିଣ ଅପାର ଜନମାନଙ୍କୁ କରିଛ ଉଦ୍ଧାର,

    ବିଶ୍ୱାସ ନୌକାରେ ଉଠାଅ ହେ ମୋରେ,

    ନୋହିଲେ ମୁଁ ବୁଡ଼ି ମରିଲି । ୩ ।

    ସୂଚୀମାଳାକୁ ଫେରନ୍ତୁ

  • ଆହେ ତ୍ରାଣର ପତି, aahe traanoro poti tumbhe pheraao

    ଆହେ ତ୍ରାଣର ପତି,

    ତୁମ୍ଭେ ଫେରାଅ ମୋହର ମତି,

    ଦୟା କରି ଦିଅ ଧର୍ମ ଦୀପ୍ତି । ଘୋଷା ।

    ପାପ-ଅନ୍ଧକାର ନାଶ କରି ପ୍ରଭୁ ପ୍ରକାଶ ଧର୍ମ ଝଟତି,

    ମନରେ ଭରସା କରି ତ୍ରାଣ ଆଶା ଚାହିଁ ଅଛି ତୁମ୍ଭ ପ୍ରତି    ା ୧ । 

     

    ଉଦ୍ଧାରିବା ପାଇଁ ଅବତୀର୍ଣ୍ଣ ହୋଇ ସହିଲ କେତେ ଦୁର୍ଗତି,

    ମୋର ପାପଭାର ଭୋଗିଲ ଶରୀର ନେବାକୁ ତୁମ୍ଭର କତି   ା ୨ ।

    ମାରିଆ ନାରୀ ଯେ ଶ୍ରୀଚରଣେ ବସି କଲା ତୁମ୍ଭଠାରେ ଭକ୍ତି,

    ସେହି ଅନୁସାରେ ପାପେ ଖେଦ କରି ଯେମନ୍ତେ ପାଇବି ମୁକ୍ତି । ୩ ।

    ସ୍ୱର୍ଗ ଭକ୍ଷ ଦେଇ ବିଶ୍ୱାସ ସବଳ କର ତୁମ୍ଭେ ମୋର ନିତି,

    ଏହି ଏତେବେଳେ ଜଣାଣ କରୁଛି ଘେନ ମୋହର ବିନତି   ା ୪ ।

    ନୂଆ ଜନ୍ମ ପାଇ ସ୍ୱର୍ଗ ପୁରେ ଯାଇ ଯେମନ୍ତେ କରିବି ସ୍ତୁତି,

    ତୁମ୍ଭର ମହିମା ଦେଖି କରି ତହିଁ ଭୋଗିବି ଆନନ୍ଦ ଶାନ୍ତି    ା ୫ ।

     ସୂଚୀମାଳାକୁ ଫେରନ୍ତୁ

  • କରୁଣା କର ଯୀଶୁ, କର କରୁଣା ହେ karunaa kara jishu kara karunaa

    କରୁଣା କର ଯୀଶୁ, କର କରୁଣା ହେ । ଘୋଷା ।

    ନାହିଁ ହେ ତୁମ୍ଭ ବିନା ନାହିଁ ତୁମ୍ଭ ବିନା

    ଦୀନହୀନର ଗତି ଅଧର୍ମ ମାର୍ଜନା ।

    ତୁମ୍ଭ ବିନା ଅସାର ମିସରୀୟ ସୁନା,

    ନ କର ଊଣା କରୁଣା ହେ । ୧ । 

     

    ଭୋଗୁଅଛ ମୋର ପାଇଁ କ୍ରୁଶୀୟ ବେଦନା,

    କରିଅଛ ରକ୍ତପାତ ଭୋଗୀ କି ଯାତନା;

    ସେହି ରକ୍ତେ, ସେହି ରକ୍ତେ ଅଟେ ମୁହିଁ କିଣା,

    ନ କର ଊଣା କରୁଣା ହେ । ୨ । 

     

    ଯେବେ ମୁହିଁ ଦୀନହୀନ ତ୍ରାଣଧନ ବିନା

    ଅବା ମଧ୍ୟ ହେଲେ ପ୍ରଧାନ ପାପୀରେ ଗଣା,

    ମୋର ପାଇଁ ସୁପ୍ରଚୁର ତବ ଶ୍ରୀ କରୁଣା,

    ନ କର ଊଣା କରୁଣା ହେ । ୩ ।

    ଯୀଶୁ ବିନା, ଯୀଶୁ ବିନା ମୁହିଁ ଯାଏ ମରି,

    ଯୀଶୁ ରତ୍ନ ଯତ୍ନ ବିନା ଦିନ ଗଲା ସରି,

    ଦୀନେ ସୁପ୍ରସନ୍ନେ ରଖ ଶ୍ରୀହସ୍ତ ବିସ୍ତାରି,

    ନ କର ଊଣା କରୁଣା ହେ

  • ନ କର ଯୀଶୁ କରୁଣା ଊଣା na kara jishu karunaa unna

    ନ କର ଯୀଶୁ କରୁଣା ଊଣା,

    ମୁହିଁ ପ୍ରଧାନ ପାପୀରେ ଅଟେ ଗଣା । ଘୋଷା ।

    ତୁମ୍ଭେ ଅଟ କୃପାସିନ୍ଧୁ ଦୀନ ଅନାଥର ବନ୍ଧୁ

    ତୁମ୍ଭେ ଅଟ ପତିତ ତାରକ,

    ତୁମ୍ଭେ ଆହେ ଦୟାମୟ ପତିତର ମହାଶ୍ରୟ

    ଅନ୍ୟ ଆଶ୍ରା ନାହିଁ ତୁମ୍ଭ ବିନା । ୧ ।

    ଭୋଗିଅଛ ମୋ କାରଣ କ୍ରୁଶୋପରେ କି କଷଣ

    ହେବାକୁ ମୋ ପାପ ପ୍ରାୟଶ୍ଚିତ୍ତ,

    ସେହି ପ୍ରାୟଶ୍ଚିତ୍ତ ରକ୍ତେ ଧ ୁଅ ମୋର ପାପ ଯେତେ

    ନ କର ଗୋଟିଏ ହେଁ ଗଣନା । ୨ ।

    ମୁହିଁ ପାପୀ ଦୀନହୀନ ଧ ରିଛି ତବ ଚରଣ

    କରୁଣା କର ମୋହରିଠାରେ,

    କରିଲେ ତବ କରୁଣା ଦୀନଜନଠାରେ ଊଣା

    କାହାଠାକୁ ଯିବି ତୁମ୍ଭ ବିନା ?

    ସୂଚୀମାଳାକୁ ଫେରନ୍ତୁ

  • ସୁଦୟା କରି ରଖ ପ୍ରାଣନାଥ ଉଦ୍ଧରି sudoyaa kori rakha praano naatho udhori

    ସୁଦୟା କରି ରଖ ପ୍ରାଣନାଥ ଉଦ୍ଧରି,

    ପାପ-ପାରାବାରେ ମଗ୍ନ ଆତ୍ମା ମୋହରି । ଘୋଷା ।

    ବାରିଧି ଜଳେ ପିତର ହୁଅନ୍ତେ ଅତି କାତର

    ପ୍ରସାରି କୋମଳ କର            ରଖିଲ ଧରି  ା ୧ ।

    ଷଡ଼ରିପୁ ପଞ୍ଚେନ୍ଦ୍ରିୟ  ଭଗାରି ମୋ ଅତିଶୟ          

    କରନ୍ତି ମୋତେ ଅଥୟ           ହତାଶ କରି   ା ୨ ।

    ନାହିଁ କିଛି ପୁଣ୍ୟ ମୋର          କେବଳ ପାତକ ଘୋର    

    ହରଇ ସୁକୃତି ଚୋର ନରାତ୍ମା ଅରି         ା ୩ ।

    କର ଯୋଡ଼ି ନମ୍ର ଶିରେ          କୃପାସନର କତିରେ 

    ଡାକେ ଖେଦିତ ମତିରେ         ଚିତ୍କାର କରି   ା ୪ ।

    ଚୂର୍ଣ୍ଣ ଭଗ୍ନାନ୍ତଃକରଣ  ଲୋଡ଼ୁଛ ପ୍ରଭୁ ଆପଣ     

    ଆରତ କର ଶ୍ରବଣ  ମୋ ଦୁଃଖ ସ୍ମରି      ା ୫ ।

    ପାପୀ ପରିତ୍ରାଣ ପାଇଁ           ଯୀଶୁ ନାମ ଅଛ ପାଇ,

    ଡାକୁଛି ମୁଁ ନିତି ଧ୍ୟାୟି ଦିବା ଶର୍ବରୀ          ା ୬ ।

    ପାପ-ସାଗର-ବୋଇତ          ତୁମ୍ଭ ମହା ପ୍ରାୟଶ୍ଚିତ୍ତ,

    ମୁଁ ଅଟେ ତହିଁ ଆଶ୍ରିତ            ହେ ତ୍ରାଣ ତରି   ା ୭ ।

    ରଖ ରଖ ଏ ଜୀବନ ଶୁଣ ଦୁଃଖୀ ନିବେଦନ 

    ହୁଅ ମୋ ପ୍ରତି ପ୍ରସନ୍ନ ମୋ ଦୁଃଖ ହରି । ୮ ।

    ସୂଚୀମାଳାକୁ ଫେରନ୍ତୁ

  • ଦୀନନାଥ ହେ dino naatho hai dine su prossanne rakha

    ଦୀନନାଥ ହେ,

    ଦୀନେ ସୁପ୍ରସନ୍ନେ ରଖ ବିସ୍ତାରିଣ ହାତ । ଘୋଷା ।

    ଡାକୁଅଛି ମୁଁ ଆରତ ସ୍ୱରେ, ନାଥ, ସୁନୟନେ ଚାହଁ ବାରେ,

    ତୁମ୍ଭ ବିନୁ ଗତି ନାହିଁ ମୋର,

    ତୁମ୍ଭ ହସ୍ତେ ଦେହ ଆତ୍ମା କରି ସମର୍ପିତ । ୧ ।

    ସ୍ଥିର ନ ହୁଅଇ ମନ କ୍ଷଣେ,

    କ୍ଷଣପ୍ରଭା ଯେହ୍ନେ ଘନେ ଘନେ,

    ସ୍ଥିର କର ନାଥ ଶାନ୍ତି ଦାନେ,

    ଆଉ କେହି ନାହିଁ ଶୁଣିବାକୁ ମୋ ଆରତ । ୨ ।

    ଚିନ୍ତା ସର୍ବ କର ମନୁଁ ଦୂର, ମନୋବାଞ୍ଚା ନାଥ ସିଦ୍ଧ କର,

    ତୁମ୍ଭ ବିନୁ କେହି ନାହିଁ ମୋର,

    ତୁମ୍ଭେ ଥାଉଁ ଥାଉଁ ମୁଁ କି ହୋଇବି ଅନାଥ । ୩ ।

    ନାଥ ମାଗୁଣି ମୋହର ଶୁଣ ବଞ୍ôଚଥିବି ମର୍ତ୍ତ୍ୟେ ଯେତେ ଦିନ

    ତୁମ୍ଭ ପଦାମ୍ବୁଜେ ରଖ ମନ,

    ଉଦେ କର ମୋର ମନେ ଭକ୍ତି ଶ୍ରଦ୍ଧାଚିତ୍ତ । ୪ ।

    ନାଥ, ତବ ଆଗମନ ଦିନେ ଦୀନ ପ୍ରତି ସୁଅବଲୋକନେ

    ତ୍ରାଣ କର ନାଥ ନିଜ ଗୁଣେ,

    ମୁଁ ଯେ ଅତ୍ୟନ୍ତ ଦୁଃଖିତ ପାପେ ଭାରାକ୍ରାନ୍ତ । ୫ ।

     

    ଭାଷେ ଅଯୋଗ୍ୟ ମୂଢ଼ ପାମର,

    ମଲେ ଜୀଇଲେ ଅଟେ ତୁମ୍ଭର,

    ନାଥ ନ କରିବ ମୋତେ ଦୂର,

    ମୁଁ ଯେ ବିଶେଷ ମୂଲ୍ୟରେ ହୋଇଅଛି କ୍ରୀତ । ୬ ।

  • ପ୍ରଭୁ, ନ ତେଜ ହେ ମୋତେ ଦୂରକୁ probhu no tejo hai mote duroku

    ପ୍ରଭୁ, ନ ତେଜ ହେ ମୋତେ ଦୂରକୁ,

    ଆସିଛି ତୁମ୍ଭ ଛାମୁକୁ ଶରଣ ନେବାକୁ ଘୋଷା । 

     

    ମୁଁ ଅତି ଅଭାଗା ଜନ, ପାପଭାରେ ଅବସନ୍ନ,

    ଆସିଛି ମୁକ୍ତି ନିମିତ୍ତ କୃପା ପାଇବାକୁ । ୧ । 

     

    ସିନ୍ଦୁର ସମ ଦୁରିତ ଅଛି ମୋ ହୃଦେ ପୂରିତ,

    ଦେଇ ରକ୍ତ କର ଧୌତ ଶୁକ୍ଳ ହୋଇବାକୁ । ୨ ।

    ପାପିନୀ ଲୋତକ ଦେଇ ଯେଉଁ ପାଦ ଦେଲା ଧୋଇ,

    ଧରୁଛି ଖେଦିତ ହୋଇ ସେହି ଚରଣକୁ । ୩ । 

     

    ଯେ ବଚନେ ତାର ପ୍ରତି କଲ ତାର ଚିତ୍ତ ତୃପ୍ତି,

    କରଇ ମୁହିଁ ମିନତି ତାହା ଶୁଣିବାକୁ । ୪ ।

    କର ମୋ ପାପ ମୋଚନ ଶୁଣାଅ କ୍ଷମା ବଚନ,

    ଶେଷେ ତବ ରାଜ୍ୟେ ସ୍ଥାନ ଦିଅ ଆଶ୍ରିତକୁ । ୫

    ଆହେ ଯୀଶୁ ଦୟାମୟ, ତୁମ୍ଭେ ମୋର ତ୍ରାଣୋପାୟ,

    ନ ପାଇ ଅନ୍ୟେ ଆଶ୍ରୟ ଧରିଛି ତୁମ୍ଭକୁ । ୬ ।

  • ତୁମ୍ଭଠାରେ ପ୍ରଭୁ ନେଲି ଶରଣ tumbho thaare probhu neli sarana

    ତୁମ୍ଭଠାରେ ପ୍ରଭୁ ନେଲି ଶରଣ । ଘୋଷା ।

    ଅଜ୍ଞାନ ଅଧମକୁ      ତୁମ୍ଭ ପଥେ ଯିବାକୁ

    ଧ ର୍ମ-ଦୀପ୍ତି ପ୍ରଭୁ ହେ କର ଦାନ

    ବଳ ନାହିଁ ମୋହର, ଶତ୍ରୁ ପୁଣି ଅପାର,

    ସ୍ୱଗୀୟ ବଳେ କର ବଳବାନ । ୨ ।

    ନିବିଡ଼ ଅନ୍ଧକାର      ପୂର୍ଣ୍ଣ ଏହି ସଂସାର,

    ହସ୍ତ ଧରି କରାଅ ହେ ଗମନ । ୩ ।

    ମୋର ବିଶ୍ୱାସ କ୍ଷୀଣ,                ସଦା ଅସ୍ଥିର ମନ

    କର ସୁସ୍ଥିର କରି ଆତ୍ମାଦାନ । ୪ ।

    ହିତବାକ୍ୟ ତୁମ୍ଭର     ହେଉ ଗଳାର ହାର

    ପ୍ରାର୍ଥନାରେ ଜାଗ୍ରତ ଥାଉ ମନ । ୫ ।

    ନିତ୍ୟ ରଖି ମୋ ଦୃଷ୍ଟି କାଲ୍‌ବରୀ କ୍ରୁଶ ପ୍ରତି

    ଯେହ୍ନେ ଧାଇବି ମୁହିଁ ଅନୁକ୍ଷଣ । ୬ ।