Tag: christian song lyrics

  • jaya jaya jaya jishu he iswa nandana

    ଜୟ, ଜୟ, ଜୟ, ଯୀଶୁ ହେ ଈଶ୍ୱ ନନ୍ଦନ,

    ଜୟ ହେ ଜଗତ ପତି ଜୟ ଧର୍ମାତ୍ମନ       ା ଘୋଷା ।

    ଜୟ, ଜୟ ଯୁବାମେଷ ପାପ ଭାର ବାହନ,

    ମଶୀହ ଶାନ୍ତି ରାଜା ଦାଉଦ ସନ୍ତାନ

    ଜୟ ଜ୍ୟୋତିଃ, ଦ୍ରାକ୍ଷାଲତା, ଜୟ ଇମ୍ମାନୁୟେଲ,          ା ୧ ।

    ଉତ୍ତମ ମେଷପାଳକ, ପଥ ସନାତନ ଜୟ ଖ୍ରୀଷ୍ଟ,

    ଜୟ ଇଷ୍ଟ, ଜୟ ଜଗଜ୍ଜୀବନ,            ା ୨ ।

    ଦୁର୍ଗମେ ତ୍ରାହିମେ ତ୍ରାତା ମନୁଷ୍ୟ ସନ୍ତାନ   ା ୩ ।

    ସୂଚୀମାଳାକୁ ଫେରନ୍ତୁ

  • aasi thao jodi aasaro aabege

    ଆସିଥାଅ ଯଦି ଆଶାର ଆବେଗେ ଗାଅ ଯୀଶୁ ନାମ ଜୟ

    ପ୍ରତିକୂଳ ସିନା କେବଳ ଅଳସ, କର ତାକୁ ପରାଜୟ  ା ଘୋଷା ।

    ଗମ୍ଭୀରେ ଗୁରୁ ଶବଦ ଉଠେ,

    କମ୍ପିତ ଧରା ପଲକେ ପଲକେ, ହୃଦୟେ ହୃଦୟ ସରାଗେ ମିଶେ

    ଗାଇ ଯୀଶୁ ନାମ ଜୟ           ା ୧ ।

    ଧ ର୍ମର ସେହି ଜୟର ତାନେ ଉଲ୍ଲାସେ ଧରା ପରାଣେ ପରାଣେ,

    ଉଠିବୁ ନାହିଁକି ଅବଶ ମନ,

    ହେବୁ କିରେ ପାପେ କ୍ଷୟ ?       ା ୨ ।

    ସୂଚୀମାଳାକୁ ଫେରନ୍ତୁ

  • he jishu ishwarara nandana

    ହେ ଯୀଶୁ ଈଶ୍ୱର ନନ୍ଦନ,

    ତୁମ୍ଭ ଶ୍ରୀପାଦେ ମୋହର ବନ୍ଦନ । ଘୋଷା ।

    ଅନାଦି ଅନନ୍ତ ସ୍ୱୟମ୍ଭୁ, ଅଦ୍ୱିତୀୟ ନିଖିଳ ବିଶ୍ୱବିଭୁ, ସର୍ବଶକ୍ତିମାନ,

    କୃପାରେ ମହାନ, ପ୍ରେମେ ପରିପୂର୍ଣ୍ଣ ଅଟ ନିରୂପମ । ୧ । 

     

    ସର୍ବଜ୍ଞ ସକଳାନ୍ତର୍ଯ୍ୟାମୀ, ଚର ଅଚର ସର୍ବଭୂତ ସ୍ୱାମୀ,

    ନିଷ୍କଳଙ୍କ ମୂର୍ତ୍ତି, ଜଗତର ଜ୍ୟୋତିଃ, ପ୍ରକାଶ କରିଛ ଧର୍ମମୟ ଦୀପ୍ତି । ୨ । 

     

    ତୁମ୍ଭେ ମୋର ନିତ୍ୟ ଜୀବନ, ତୁମ୍ଭ ମରଣେ ମୋର ପରିତ୍ରାଣ,

    ହୁଅ ହେ ପ୍ରସନ୍ନ, କର ଅଧିଷ୍ଠାନ, କରିଲି ମୋ ଦେହ ଆତ୍ମା ସମର୍ପଣ । ୩ ।

    ସୂଚୀମାଳାକୁ ଫେରନ୍ତୁ

  • prabhu jishu naamo horshe kara gaano

    ପ୍ରଭୁ ଯୀଶୁ ନାମ ହର୍ଷେ କର ଗାନ,

    ତ୍ରିଭୁବନେ ନାହିଁ ଆଉ ସେ ନାମ ସମାନ । ଘୋଷା ।

    ଯୀଶୁ ଅବତୀର୍ଣ୍ଣ ହେଲେ ପାପୀଙ୍କ କାରଣ,

    ପାପୀ ପାପ ଅଙ୍ଗେ ବହି ହେଲେ ବଳିଦାନ । ୧ । 

     

    ସେହି ସିନା ଜଗତର ପତିତପାବନ,

    ଜଗଜ୍ୟୋତିଃ ଦୀନବନ୍ଧୁ କୃପାରେ ମହାନ । ୨ । 

     

    ପ୍ରେମମୟ ସ୍ୱୟମ୍ଭୁ ସେ ଯୀଶୁ ସନାତନ,

    ପାପୀ ପାଇଁ ଦେଇ ପ୍ରାଣ କଲେ ମୁକ୍ତିଦାନ । ୩ । 

     

    କି କୋମଳ କି ମଧୁର ତାଙ୍କର ବଚନ !

    ନିରାଶ ପାପୀକୁ ଲାଗେ ଅମୃତ ସମାନ । ୪ । 

     

    କେଡ଼େ ପବିତ୍ର ନିର୍ମଳ ତାଙ୍କ ଆଚରଣ !

    କି ଐଶ୍ୱର୍ଯ୍ୟ ତେଜଶକ୍ତି କଲେ ପ୍ରକାଶନ । ୫ । 

     

    ବୋଲ ଧନ୍ୟ, ଧନ୍ୟ, ଧନ୍ୟ, ସେ ଯୀଶୁଙ୍କ ନାମ,

    ଧ ର୍ମ, ଧର୍ମ, ଧର୍ମ ବୋଲି କର ସମ୍ବୋଧନ । ୬ ।

     

    ସୂଚୀମାଳାକୁ ଫେରନ୍ତୁ

  • gaano bhojono koro hai maanobo gana jishunka premo guno hai

    ଗାନ ଭଜନ କର ହେ ମାନବଗଣ ଯୀଶୁଙ୍କ ପ୍ରେମ ଗୁଣ ହେ । ଘୋଷା । 

     

    ସେ ଯୀଶୁ ଦୟାବାନ, ପ୍ରେମରେ ପରିପୂର୍ଣ୍ଣ, କ୍ଷମାଶୀଳ ସମ୍ପନ୍ନ, ପତିତର ପାବନ,

    ପାପୀ ପରିତ୍ରାଣ ସାଧିବା କାରଣ ପ୍ରେମେ ଆସି ହେଲେ ମଞ୍ଚେ ଅବତୀର୍ଣ୍ଣ,

    ଦେବାକୁ ଜୀବନ ଭୋଗିଲେ ମରଣ,

    ସତତ ସେ ପ୍ରେମ-ସୁଧା କର ପାନ । ୧ ।

    ବୀଣା ବଂଶୀ ବେହେଲା ଭେରୀ ତୂରୀ ତବଲା

    ତମ୍ବୁରା କରତାଳ ଝାଞ୍ଜ ଗିନି ମର୍ଦ୍ଦଳ

    ଖଞ୍ଜଣୀ ମୃଦଙ୍ଗ ସିତାର ସାରଙ୍ଗ ନାନା ଯନ୍ତ୍ର ଧରି,

    ସ୍ୱର ମେଳ କରି ବଜାଅ ତାନରେ, ଗାଅ ଆନନ୍ଦରେ,

    ଧ ନ୍ୟବାଦ କର ପ୍ରଭୁ ଯୀଶୁଙ୍କର । ୨ ।

    ସୂଚୀମାଳାକୁ ଫେରନ୍ତୁ

  • kara jishunka naame jaya gaano

    କର ଯୀଶୁଙ୍କ ନାମେ ଜୟଗାନ,

    ପ୍ରାର୍ଥନା ପ୍ରଶଂସା ଘେନିବାକୁ ସେହି କେବଳ ସିନା ସୁଭାଜନ । ଘୋଷା ।

    ସ୍ୱର୍ଗରେ ଦୂତଗଣ ସିଂହାସନ    ଚତୁର୍ଦ୍ଦିଗରେ ଥାଇ ଅନୁକ୍ଷଣ 

    ବୋଲୁଥାନ୍ତି ସଦା ଧର୍ମ ଧର୍ମ ଧର୍ମ ଯୀଶୁ ପ୍ରଶଂସାକୁ ଭାଜନ । ୧ ।

    ଆସ ଯୋଗ କରିବା ଆମ୍ଭ ଗୀତ ସ୍ୱର୍ଗ ଦୂତମାନଙ୍କର ସହିତ,

    ଏକ ସ୍ୱରେ ଯୁବାମେଷ ଧନ୍ୟବାଦ ପ୍ରଶଂସା କରିବା ଗାୟନ । ୨ ।

    କାରଣ ଆପଣା ରୁଧିର ଦେଇ ଆମ୍ଭମାନଙ୍କୁ ସେ ପାପରୁ ଧୋଇ

    କରିଛନ୍ତି ଈଶ୍ୱରଙ୍କ ନିକଟରେ ରାଜା ଯାଜକ ସଂସ୍ଥାପନ । ୩ ।

    ତାଙ୍କ ମହିମା ଆଉ କର୍ତ୍ତାପଣ ସର୍ବଦା ଥାଉ ଗୌରବ ସମ୍ଭ୍ରମ,

    ଧନ୍ୟବାଦ ସ୍ତୁତି ଗ୍ରହଣ କାରଣ ସେହି କେବଳ ସୁଭାଜନ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • nitya aanonda je jishu tumo premo guno guni

    ନିତ୍ୟେ ଆନନ୍ଦ ଯେ ଯୀଶୁ ତୁମ୍ଭ ଗୁଣ ଗୁଣି,

    ପାପୀଙ୍କ କାରଣ ଅମର ଭୁବନ ତେଜିଥିଲ ପ୍ରଭୁ ପୁଣି । ଘୋଷା ।

    ନର ଦେହ ଧରି ମଞ୍ଚେ ଅବତରି ବହିଥିଲ ଦାସାକାର

    ଈଶ୍ୱର ମହାମହିମା ପ୍ରକାଶିଲ ପାପୀଙ୍କି କରି ନିସ୍ତାର । ୧ ।

    ପଙ୍ଗୁମାନେ ଯହିଁ ପାଦ’ଛନ୍ତି ପାଇ ଅନ୍ଧେ ଦେଇଛ ନୟନ,

    କେତେକେତେ ନୁଲା ହସ୍ତଇ ପାଇଲେ ମୃତ୍ୟୁଙ୍କୁ ଦେଇ ଜୀବନ । ୨ ।

    ପରହିତକାରୀ ମହାପାପୀ ତାରି ଆପେ ପରାଣ ଦେଇଛ,

    ପୁନରପି ଉଠି ମୃତ୍ୟୁ ଜୟ କରି ସ୍ୱର୍ଗେ ବିଜେ କରିଅଛ । ୩ ।

     

     ସ୍ୱର୍ଗ ସଭା ମଧ୍ୟେ ଈଶ୍ୱର ଦକ୍ଷିଣେ ନିତ୍ୟେ ନିବେଦନ କରି,

    ନିଜ ଶିଷ୍ୟଗଣେ ଅନନ୍ତ ଜୀବନ ଦେଉଅଛ କୃପା କରି । ୪ ।

    ସୂଚୀମାଳାକୁ ଫେରନ୍ତୁ

  • aahe jishu doyaa bano

    ଆହେ ଯୀଶୁ ଦୟାବାନ୍‌,

    ଦୟା ତୁମ୍ଭ ମୁକୁଟ ଭୂଷଣ,

    ଦୟା କ୍ଷମା ସତ୍ୟ ଶାନ୍ତି ପ୍ରେମରେ ପୂର୍ଣ୍ଣ । ଘୋଷା ।

    ସ୍ୱର୍ଗ ସୁଖ ତେଜିଲ,   ମଞ୍ଚେ ଅବତରିଲ

    ସାଧିବାକୁ ମୋର ପରିତ୍ରାଣ,

    ମୋର ଲଗା ହୋଇଲ, ମୋ ପାପେ ବଳି ହେଲ, ମୋ ଦୁରିତ ଖଣ୍ଡିଲ,

    ଆହେ କୃପାବାନ,

    ଆହେ କେଡ଼େ ପ୍ରେମ କଲ ଦେଇ ନିଜ ପ୍ରାଣ । ୧ ।

     

     କୁଷ୍ଠୀ ଆଦି ରୋଗୀଙ୍କୁ  ଭୂତଗ୍ରସ୍ତ ପ୍ରାଣୀଙ୍କୁ

    ଆଜ୍ଞାମାତ୍ରେ କଲ ବିମୋଚନ, ମୃତଜନଙ୍କୁ ପ୍ରାଣ,

    ଜନ୍ମାନ୍ଧଙ୍କୁ ନୟନ, ବଧିରକୁ ଶ୍ରବଣ,

    ପଙ୍ଗୁକୁ ଗମନ ବିନାମୂଲ୍ୟେ କଲ ଦାନ ହୋଇ କରୁଣ । ୨ ।

    ପାପ-ତୁମେ ପୂରିତ  ଥିଲା ଏହି ଜଗତ

    ଘନ ଅମାନିଶାର ସମାନ,

    ଧର୍ମ-ଭାନୁ ସଦୃଶ ତୁମ୍ଭେ ହୋଇ ପ୍ରକାଶ ପାପ-ତିମିର ନାଶ

    କଲ ଦୀପ୍ତି ଦାନ,

    ପୃଥିବୀରେ ମୁକ୍ତିରାଜ୍ୟ କଲ ସଂସ୍ଥାପନ । ୩ ।

    ଧରିଛି ଶ୍ରୀପୟର     ମୁଁ ପାପୀ ଦୁରାଚାର,

    ତୁମ୍ଭ ବିନା ନାହିଁ ଗତି ଆନ, ଘେନ ମୋ ଅନୁତାପ,

    ଫେଡ଼ ମୋ ଶୋକ ତାପ, କ୍ଷମା କରି ମୋ ପାପ

    କର ଶାନ୍ତି ଦାନ, ମାଗୁଅଛି ଏହି ବର ଆହେ କ୍ଷମାବାନ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • aau kichi probhu chaahen na jibone

    ଆଉ କିଛି ପ୍ରଭୁ ଚାହେଁନା ଜୀବନେ

    ତୁମ୍ଭେ ଯଦି ଥାଅ କତିରେ, ସୁଖ ଦିଅ ଅବା ଦୁଃଖ ଦିଅ ପ୍ରଭୁ

    ସମାନ ସବୁ ମୋ କତିରେ       । ଘୋଷା ।

    ଦୁଃଖ ପାଇ ଯେବେ ତୁମଠୁଁ ପଳାଏ ବୁଲେ ମୁଁ ବାହାର ଅନ୍ଧାରେ,

    ଅଙ୍କୁଶ ପ୍ରହାରେ ଟାଣିଆଣ ମୋତେ

    ତୁମରି ପ୍ରଣୟ-କାରାରେ

    ସୁଖ ଆଶା କରି ତୁମକୁ ମୁଁ ଛାଡ଼ି ବୁଲେ ସିନା ମରୀଚିକାରେ,

    ରବି ଶଶୀ ତାରା ଥାଉଁ ଦିଶାହରା           ା ୧ ।

    ବୁଲିବୁଲି ମରେ ଅନ୍ଧାରେ        ା ୨ ।

    ଦୁଃଖ ଦେଇ ଯଦି ତୁମ୍ଭ ଦେଖା ପାଏଁ ରଖ ପ୍ରଭୁ ମୋତେ ଦୁଃଖରେ,

    ଯେଉଁ ସୁଖ ପାଇ ତୁମକୁ ହରାଏ

    (ମୋର) ଲୋଡ଼ା ନାହିଁଁ ସେହି ସୁଖରେ । ୩ ।

    ସୂଚୀମାଳାକୁ ଫେରନ୍ତୁ

  • jishu priyo guno nidhi tume amara ousadha hai

    ଯୀଶୁ ପ୍ରିୟ ଗୁଣନିଧି, ତୁମ୍ଭେ ଅମର ଔଷଧ ହେ

    ନରଗଣ ପାପ-ବ୍ୟାଧି ସବୁ ଆପେ କଲ ଶୁଦ୍ଧି ହେ । ଘୋଷା

    ଅସୀମ ଗୁଣ ଅନାଦି ରୂପ ଧରି ପ୍ରେମନିଧି

    ପରଲାଗି ଆପେ ମରି, ଏପରି କେ ପାରେ ସାଧି ହେ । ୧ ।

    ଅଭିଷିକ୍ତ ତ୍ରାଣନିଧି, ଅଛ ପୂବୁଁ ଅଦ୍ୟାବଧି,

    ମୁକ୍ତିଦାନେ ସୁପ୍ରସିଦ୍ଧି, ହର ପାପ-ମହାବ୍ୟାଥି ହେ      ା ୨ । 

     

    ଉତ୍ତମ ବୈଦ୍ୟ ସୁବୁଦ୍ଧି, ବିନା ମୂଲ୍ୟରେ ଔଷଧି

    ଯାଚୁଅଛ ନିରବଧି, ନିଅ ଖାଅ ହୁଅ ଶୁଦ୍ଧି ହେ          ା ୩ । 

     

    ଏସନ ଦିବ୍ୟ ଔଷଧି ଦେଇ ଗଲ ସ୍ୱର୍ଗ ଗାଦି,

    ଦୂତଗଣେ ସେବାବିଧି କରୁଛନ୍ତି ନିରବଧି ହେ          ା ୪ ।

    ସୂଚୀମାଳାକୁ ଫେରନ୍ତୁ