Tag: christian song lyrics

  • jishu tobo priyo naamo mo srobone ki modhura

    ଯୀଶୁ, ତବ ପ୍ରିୟ ନାମ ମୋ ଶ୍ରବଣେ କି ମଧୁର !

    ନ ଦିଏ ତେଡ଼େ ଆମୋଦ ସୁନ୍ଦର ସୁବାସ ଫୁଲ । ଘୋଷା । 

     

    ମୋଶା ଆଦି ପିତୃଗଣେ ଭବିଷ୍ୟଦବକ୍ତାମାନେ,

    ଦୂରେ ଦେଖି ଆଲିଙ୍ଗନ କଲେ ହରଷ ମନର । ୧ । 

     

    ତବ ଯୁଗ୍ମ ଶ୍ରୀଚରଣ ପାପିନୀ କଲା ଚୁମ୍ବନ,

    ପାଇଣ ପାପ ମୋଚନ ଆନନ୍ଦେ ଗଲା ସତ୍ୱର । ୨ ।

    ଯୀଶୁ ଅମୃତ-ନିର୍ଝର ଅଟନ୍ତି ପ୍ରେମ ସାଗର,

    ବିନାମୂଲ୍ୟେ ଶମିରୋଣୀ ପାଇଲା ଅମୃତ ନୀର । ୩ ।

    ପାଉଲ ନାମେ ପ୍ରେରିତ ଜ୍ଞାନ ଲାଭାଦି ସମସ୍ତ,

    ଖ୍ରୀଷ୍ଟ ନାମ ସାର ଜାଣି ମଣିଲେ ସବୁ ଅସାର । ୪ । 

     

    ସେ ନାମେ ମନ ଫେରଣ ଆବର ପାପମୋଚନ,

    ଜଗତେ ହୁଏ ପ୍ରଚାର, ଶୁଭଇ ତ୍ରାଣ ଚହଳ । ୫ ।

    ଖ୍ରୀଷ୍ଟ ପ୍ରେମ ଖ୍ରୀଷ୍ଟ ନାମ ସବୁଠୁ ମନୋରଞ୍ଜନ,

    ଏଣୁ ବିଶ୍ୱାସୀଙ୍କଠାରେ ଅଟନ୍ତି ସେ ବହୁମୂଲ୍ୟ । ୬ । 

     

    କହଇ ମୁଁ ପାପୀ ଛାର, କି ଦେବି ଉପମା ତା’ର 

    ଯେ ତାହା ଚାଖେ ଅନ୍ତରେ ସେ ଜାଣେ ମଧୁର ତାର । ୭ ।

  • se to premonatha anaatha natha

    ସେ ତ ପ୍ରେମନାଥ ଅନାଥ ନାଥ ପ୍ରେମିକ ପାଶେ ରହେ,

    (ପ୍ରେମେ) କଣ୍ଟା ମୁକୁଟ କୋରଡ଼ା ଛାଟ ନୀରବରେ ଅଙ୍ଗେ ସହେ । ଘୋଷା

    ଚାହାଁ ଚାହାଁ ବନ୍ଧୁ-ପ୍ରେମ-ସୁଧା-ସିନ୍ଧୁ-ଝରଣା ଝରୁଛି କ୍ରୁଶେ,

    (ଧୋଇ) ଅମାପ ପାପ ଘୁଞ୍ଚାଇ ତାପ ସରଗର ପ୍ରୀତି ଦିଏ । ୧ ।

    ଆସ ଆସ ସଖା, ଭକ୍ତି-ପୁଷ୍ପ ଏକା ଦେବା ଯୁବାମେଷ ପୟରେ,

    ( ସେତ) ଆରତ-ତ୍ରାଣ, ପାପୀ ଜୀବନ, ପାପ-ତାପ ବହି ନିଏ । ୨ ।

    ସୂଚୀମାଳାକୁ ଫେରନ୍ତୁ

  • jaani to no thili jishu ra ede guno

    ଜାଣିତ ନ ଥିଲି ଯୀଶୁର ଏଡ଼େ ପ୍ରେମ ଗୁଣ ହେ,

    ମୃତକୁ ଜୀବନ ଦାନ ଦରିଦ୍ରକୁ ଧନ ହେ । ଘୋଷା ।

    ପାପୀ ଅନ୍ଧକୁ ନୟନ ବଧିରେ ଶ୍ରବଣ ହେ,

    ଏସନ ପ୍ରେମ ରତନ ପ୍ରଭୁ କଲେ ଦାନ ହେ । ୧ । 

     

    ଶିଶୁକାଳ ଅପୋଗଣ୍ଡ କାଳେ ମୁଁ ଅଜ୍ଞାନ ହେ,

    ତରୁଣ କାଳ କୁସଙ୍ଗ ସଙ୍ଗେ ଗଲା ଦିନ ହେ । ୨ ।

    ଦୁର୍ଦ୍ଦଶାରେ ଦିଶାହରା, ହତାଶାରେ ନିରାଶ ହେ,

    ଖ୍ରୀଷ୍ଟ ପ୍ରେମ ଲାଗି ଏବେ ପାଇଲି ଭରସା ହେ । ୩ ।

    ଯୀଶୁ ଅଧରୁ ମଧୁର ଅମୀୟ ବଚନ ହେ,

    ଛାର ପାପୀ ପ୍ରତି ଭାଷି ଦେଲେ ତନୁ ପ୍ରାଣ ହେ । ୪ ।

    ତବ ପ୍ରେମ ଅକୂପାର ନୁହଇ କଳନା ହେ,

    ତା ଲମ୍ବ ଗହୀର ଉଚ୍ଚ ଅସୀମ ତୁଳନା ହେ

    ଯୀଶୁ ପ୍ରେମ ଆସି ପଶି ମୋ ମନେ ବହନ ହେ,

    ପାପ ଦୁଃଖ ଶୋକ ମୃତ୍ୟୁ କଲା ସେ ଖଣ୍ଡନ ହେ । ୬ । 

     

    ବିନତିରେ ନତ ହେଲି, ମିନତି ମୋ ଶୁଣ ହେ,

    ନିରନ୍ତର ମୋ ଅନ୍ତରେ ଥାଉ ପ୍ରେମ ଗୁଣ ହେ । ୭ ।

    ସୂଚୀମାଳାକୁ ଫେରନ୍ତୁ

  • tume adhamo potito nore

    ତୁମେ ଅଧମ ପତିତ ନରେ, କିପାଁ ଭଲ ପାଅ ନାଥ ?

    ରହିଥାଅ ପାଶେ ପାଶେ (ତୁମେ) ନିଶିଦିନ ଅବିରତ । ଘୋଷା । 

     

    ଯେ ତୁମକୁ ନିତି ଭୁଲି ଯାଏ,

    ତାକୁ ତୁମ୍ଭେ କ୍ଷଣ ମାତ୍ରେ ଭୁଲ ନା ଯେ ହାୟ !

    ପ୍ରେମ ଡୋରେ ବାନ୍ଧି ତାକୁ କର ଚିର ଅନୁଗତ । ୧ ।

    ପାପେ ଯେ ହୋଇଛି ମଳିନ,

    ନାହିଁ ଭକ୍ତି, ନାହିଁ ପ୍ରୀତି, ଶକତି ବିହୀନ,

    ପ୍ରେମ ନୀରେ ଧୋଇ ତା’ରେ କ୍ଷମ ପାପ ଶତ ଶତ । ୨ ।

    ପାଇ ତୁମ୍ଭ ଦୟା ଅଗଣନ ମୋହାବେଶେ ତଥାପି ଯେ ରହେ ଅଚେତନ,

    ମଧୁର ସ୍ୱରେ ଜଗାଇ ଧୀରେ କର ତୁମେ ପ୍ରେମ-ସିକ୍ତ । ୩ । 

     

    ଦାସ ପଦେ ଯେ ଯୋଗ୍ୟ ନୁହଁ,

    ଡାକ ତାକୁ ସଖା ବୋଲି ଆହେ ପ୍ରେମମୟ;

    ତୁମ ପ୍ରେମ ଅନୁପମ, ହୋଇଛି ମୁଁ ବିମୋହିତ । ୪ ।

  • chaahan re chaahan re noro kaalobori chule

    ଚାହାଁରେ ଚାହାଁରେ ନର କାଲବରୀ ଚୂଳେ,

    ମୋ ମୁକତି ଲାଗି ପ୍ରଭୁ କ୍ରୁଶ କାଠେ ଝୁଲେ । ଘୋଷା । 

     

    କଣ୍ଟାର ଲତିକା ଶିରେ ଶୋଭୁଛି ମୁକୁଟ ସରି,

    ନିବାରେ ନରକ କି ସେ ଯୁଗଳ କର ବିସ୍ତାରି,

    ବିନ୍ଧିଛି ଦାରୁଣ ପ୍ରେକ ଚରଣ ଯୁଗଳେ । ୧ ।

     

     ତପତ ରକତ ଧାର ଶ୍ରୀଅଙ୍ଗୁ ପଡୁଛି ଝରି,

    ବିଶ୍ୱର ଲାଞ୍ଛନା ପରା ଦେଇଛି ବକ୍ଷ ବିଦାରି,

    ଅଧରେ କରୁଣା ଧାରା ପ୍ରେମରେ ଉଛୁଳେ । ୨ ।

  • daakonti ke modhuro swore

    ଡାକନ୍ତି କେ ମଧୁର ସ୍ୱରେ (ଆଜି ମୋତେ)

    ( ଆହା) ମୋର ହୃଦ ଦୁଆରେ । ଘୋଷା ।

    ଚିନ୍ତା ପଥେ ବାଧା ଦେଇ         ଗତି ରୋଧି ଧମକାଇ 

    କେତେ ହିତ କଥା କହି ଦୟା ଚିତ୍ତରେ । ୧ ।

    ସେ ଯେ ଶାନ୍ତି ଦେବା ପାଇଁ      ଡାକୁଛନ୍ତି ରହି ରହି

    ପାପ ତାପ ନେବେ ବୋଲି ନିଜ ହାତରେ । ୨ ।

    ଦେଖି ମୋତେ ଭାରାକ୍ରାନ୍ତ       କରନ୍ତି ପ୍ରେମ ସଙ୍କେତ

    କଢ଼ାଇ ନେବାକୁ ପଥ ମୃଦୁ ଭାବରେ । ୩ ।

    ସେ କରୁଣ ସ୍ୱର ଶୁଣି            କିପରି ମାତିବି ପୁଣି

    ଛଳ-ମରୀଚିକାମୟ ମରୁ ସଂସାରେ । ୪ ।

    ପ୍ରାଣ ମନ ଦେଇ ଆଜି ମୋ ଯୀଶୁଙ୍କ ପଦେ ମଜ୍ଜି 

    ଭାସି ଯିବି ସମତାନେ ସ୍ୱର ଲହରେ । ୫ ।

  • ( mote) khoji khoji jishu oyeele

    ( ମୋତେ) ଖୋଜି ଖୋଜି ଯୀଶୁ ଅଇଲେ,

    ମୋ ଛାର ପାଇଁକି ସରଗ ତିଆଗି ଅଶେଷ ଯାତନା ସହିଲେ । ଘୋଷା ।

     

     ହଜିଥିଲି ମୁଁ ଯେ ଜଗତ ପ୍ରପଞ୍ଚେ ଖୋଜି ଖୋଜି ଶେଷେ ପାଇଲେ,

    ଆହା କି ଆଦରେ ପରମାନନ୍ଦରେ ଧୂଳି ଝାଡ଼ି କୋଳେ ଧଇଲେ । ୧ । 

     

    ଜୀବନ ଦେବତା ଅତି ମଳିନତା ଦେଖି ମନେ ବ୍ୟଥା ପାଇଲେ,

    ନିଗାଡ଼ି ନିଜର ହୃଦୟ ରୁଧିର ନିଜ ଅନୁରୂପେ ଧୋଇଲେ । ୨ । 

     

    ମୋର ଦୁଃଖ ଚିନ୍ତା ଦୋଷ ଦୁର୍ବଳତା ଆପଣେ ଶ୍ରୀଅଙ୍ଗେ ବହିଲେ,

    ମରଣ ଦାରୁଣ ପଣରେ ନବୀନ ଜୀବନର ମାର୍ଗ ନିହିଲେ । ୩ । 

     

    ମରଣର ଭୀତି କ୍ରୁଶ ଯନ୍ତ୍ରେ ଇତି କରି ମହାମୁକ୍ତି ବିହିଲେ,

    ସରଗ କାହାଣୀ ମୋ ପାଶେ ବଖାଣି ପ୍ରେମରେ ପରାଣ ମୋହିଲେ । ୪ ।

     

     ସଫଳ ଜୀବନ ଯୀଶୁ ଶ୍ରୀଚରଣ ପରିଚାରପଣ ପାଇଲେ,

    ବୃଥା ଏ ଜନମ ପୂଜା ଅନୁଷ୍ଠାନ ମହାପ୍ରଭୁ କୃପା ନୋହିଲେ । ୫ ।

    ସୂଚୀମାଳାକୁ ଫେରନ୍ତୁ

  • khristo premaamruto nirjhara

    ଖ୍ରୀଷ୍ଟ ପ୍ରେମାମୃତ ନିଝର,

    ଝରୁଅଛି ପ୍ରେମାମୃତ ନିରନ୍ତର ପାନ କର । ଘୋଷା । 

     

    ସେ ପ୍ରେମନିଧାନ ପ୍ରେମାମୃତ କରିବାକୁ ଜଗତେ ଦାନ 

    ପ୍ରେମେ ନର ଦେହ ଧରି ପ୍ରେମେ ତେଜି ସ୍ୱର୍ଗପୁରୀ,

    ସେହି ପ୍ରେମ-ନିଧି ପ୍ରେମ ଅଟେ ମହା ଚମତ୍କାର ା ୧ ।

     

    ତାଙ୍କ ମହା ପ୍ରେମ ତ୍ରିଭୁବନ ମଧ୍ୟେ ଅଟଇ ନିରୁପମ;

    ପ୍ରେମେ ହେଲେ ଦୀନହୀନ ପ୍ରେମେ କଲେ ପ୍ରାଣଦାନ,

    ଶତ୍ରୁ ପାଇଁ ଏଡ଼େ ପ୍ରେମ ନୋହିଲା ନେତ୍ରଗୋଚର   ା ୨ ।

     

    ଖ୍ରୀଷ୍ଟ ପ୍ରେମରସ ଘୁଞ୍ଚାଇ ମନ-ବିଷାଦ କରେ ଉଲ୍ଲାସ,

    ଦାନ କରେ ସତ୍ୟ ଶାନ୍ତି, ଦୂର କରେ ପାପ ଭ୍ରାନ୍ତି,

    ପ୍ରେମେ କରେ ମନ ପୂଣ ପାପ-ଗରଳ ସଂହାର   ା ୩ ।

     

    ସେହି ପ୍ରେମରତ୍ନ, ତାଙ୍କ ପ୍ରେମ ଗୁଣ ଚିତ୍ତେ କର ସୁଯତ୍ନ,

    ପିଅ ପ୍ରେମାମୃତ ରସ, ଧ୍ୱଂସ ଯିବ ପାପ-ବିଷ,

    ଖ୍ରୀଷ୍ଟ ସଙ୍ଗେ ସ୍ୱର୍ଗପୁରେ ହୋଇବ ସଦା ଅମର        ା ୪ ।

    ସୂଚୀମାଳାକୁ ଫେରନ୍ତୁ

  • naahin ede kaahaari premo

    ନାହିଁ ଏଡ଼େ କାହାରି ପ୍ରେମ,

    ଶତ୍ରୁ ଲାଗି ମୃତ୍ୟୁ ଭୋଗି ସଜୀବ ହେଲେ ତ୍ରିଦିନ । ଘୋଷା । 

     

    ସେହି ପ୍ରଭୁ ଯୀଶୁ ପାପୀଙ୍କ ନିମନ୍ତେ ତେଜି ସ୍ୱର୍ଗଭୁବନ,

    ପାପେ ଶ୍ରାନ୍ତ ଭାରାକ୍ରାନ୍ତ, ହୋଇ ତାଙ୍କ ପାଇଁ ହତ

    ନିଜ ରକ୍ତ-ପ୍ରାୟଶ୍ଚିତ୍ତେ ତୋଷିଲେ ପିତାଙ୍କ ମନ । ୧ ।

    ସେହି ପ୍ରାୟଶ୍ଚିତ୍ତେ ମହାପାପୀ ଜନେ ପାଇଲେ ପରିତ୍ରାଣ,

    ପାଉଲ, ପାପିନୀ ନାରୀ, ଚୋରାଦିର ମନ ଫେରି,

    ତାଙ୍କ କୃପାରୁ ପାଇଲେ ଅନନ୍ତ ଜୀବନ-ଧନ । ୨ । 

     

    ସେହି ପ୍ରଭୁ ଯୀଶୁ କ୍ରୁଶ କାଷ୍ଠେ ଅତି କଷ୍ଟେ ତେଜିଲେ ପ୍ରାଣ,

    ଦୁର୍ଜନ-ନିନ୍ଦିତ-ବାଣୀ ପ୍ରାର୍ଥନା କଲେ ତା’ ଶୁଣି,

    ଆହେ ପିତା, କ୍ଷମା କର ଯାହା କଲେ ଏ ଅଜ୍ଞାନ । ୩ ।

  • mono dubere khristonko premo saagore

    ମନ ଡୁବରେ ଖ୍ରୀଷ୍ଟଙ୍କ ପ୍ରେମ-ସାଗରେ । ଘୋଷା ।

    ସେ ପ୍ରେମ-ସାଗରେ ମତି       ବୁଡ଼ାଇଲେ ଅତି ତୃପ୍ତି,

    ତହିଁ ମିଳଇ ଆନନ୍ଦ ଶାନ୍ତି ସତ୍ୱରେ । ୧ ।

    ସେ ଯେଉଁ ପ୍ରେମ-ସାଗର ନାହିଁ ତାର ଥଳ କୂଳ,

    ସଦା ଉଠଇ ପ୍ରେମ-ଲହରୀ-କଲ୍ଲୋଳେ । ୨ ।

    ତହିଁରେ ସୁଖ ଅଶେଷ,              ନାହିଁ ପାପ ତାପ ତ୍ରାସ,

    ଅତି ସୁବାସ ଆମୋଦ ଶାନ୍ତି ଦଳରେ । ୩ ।

    ସେ ପ୍ରେମ-ସାଗର ଜଳ         ନିଭାଏ ପାପ-ଅନଳ,

    ତହିଁ ବୁଡ଼ି ବୁଡ଼ି ରହ ମନ ଶାନ୍ତିରେ । ୪ ।