Tag: christian song lyrics

  • tyaago spikaaro o jishunka rajyo bisthaaro

    ତ୍ୟାଗ ସ୍ୱୀକାର ଓ ଯୀଶୁଙ୍କ ରାଜ୍ୟ ବିସ୍ତାର

    (ଆଜି) ଭିକାରି ବେଶରେ        ତୁମରି ଦୁଆରେ

    ଉଭା ଯେ ହୋଇଛି ମୁହିଁ,

    ଧରି ଭିକ୍ଷା ଝୋଲି    ଭିକ୍ଷା ଦିଅ ବୋଲି

    ଡାକୁଛି ବିକଳ ହୋଇ; କେତେ ଆଶା କରି ଆସିଛି ମୁହିଁଁ

    ନିରାଶ କରି କି ଦେବ ଫେରାଇ ?

    ତୁମ୍ଭ ଲାଗି ମୁହିଁ       କେତେ ଦୁଃଖ ସହି ହେଲି ଦୀନହୀନ ଭାଇ,

    କି ଭିକ୍ଷା ରଖିଛ       କି ସୁଖ ତ୍ୟଜିଛ

    ତୁମେ ତ ମୋହରି ପାଇଁ ?

    ତ୍ୟାଗ ସ୍ୱୀକାର ଓ ଯୀଶୁଙ୍କ ରାଜ୍ୟ ବିସ୍ତାର 

    କେତେ ଆଶା କରି ଆସିଛି ମୁହିଁ,

    ମୁକ୍ତ ହସ୍ତେ ଭିକ୍ଷା ଦିଅ ହେ ଭାଇ । ୨ ।

    ମୋହରି ହସ୍ତରୁ      ପାଇଛ ଯା’ ସବୁ ହେଜ ତୁମେ ନିରନ୍ତର,

    ମୋହରି ଦାନରୁ ମୋତେ କି ଦେବାକୁ ହେଉଛ ତୁମେ କାତର ?

    କେତେ ଆଶା କରି ଆସିଛି ମୁହିଁ,

    ଯେତେ ଦେବ ସେତେ ବଢ଼ିବ ଭାଇ । ୩ । 

     

    ପ୍ରେମର ଭିକାରି ମୁହିଁ ଯେ ତୁମରି

    ତୁମ ପ୍ରେମ ଲାଗି ମରେ

    ତୁମ ଦାନ ସହ       ତୁମ ପ୍ରେମ ଦିଅ

    ପାଇବ ମୋତେ ଅନ୍ତରେ

    କେତେ ଆଶା କରି ଆସିଛି ମୁହିଁ,

    ନିରାଶ କରି କି ଦେବ ଫେରାଇ ?

    ସୂଚୀମାଳାକୁ ଫେରନ୍ତୁ

  • aahe swargo baasi raajono

    (ସ୍ୱର : ପ୍ରାର୍ଥନାରେ ହୁଅ ପ୍ରବୃତ୍ତ)

    ଆହେ ସ୍ୱର୍ଗବାସୀ ରାଜନ,

    ତବ ଶ୍ରୀ ଉଦ୍ଦେଶେ କରି ଏହି ମନ୍ଦିର ଗଠନ । ଘୋଷା ।

    କର ହେ ଦର୍ଶନ ତୁମ୍ଭ ପ୍ରଶଂସା ଭଜନା ସେବା କାରଣ

    କରି ଏ ଗୃହ ନିର୍ମାଣ, କରି ଆଶୀର୍ବାଦ ଦାନ

    ଏଠାରେ ତୁମ୍ଭ ମହିମା କର ପ୍ରଭୁ ପ୍ରକାଶନ । ୧ । 

     

    ହେଉ ଏହି ସ୍ଥାନ ଅସଂଖ୍ୟ ଲୋକର ନୂତନ ଜନ୍ମସ୍ଥାନ,

    ପାପୀ ଏଠାରେ ଯେସନ ଦେଖିବେ ତୁମ୍ଭ ବଦନ,

    ଯେହ୍ନେ ଅନ୍ଧକାରବାସୀ ଦେଖିବେ ଧର୍ମ-ଅରୁଣ । ୨ । 

     

    ଏ ଗୃହେ ଯେସନ ଖେଦାନ୍ତଃକରଣ ପାଇବେ ଶାନ୍ତିଦାନ,

    ଘୁଞ୍ôଚବ ସନ୍ତାପ ଶୋକ ମନେ ହେବ ପୂର୍ଣ୍ଣ ସୁଖ,

    ଏ ଗୃହେ ସେବାକାରୀଙ୍କୁ ଆନନ୍ଦେ କର ଭୂଷଣ । ୩ । 

     

    ଯେହ୍ନେ ଏହି ସ୍ଥାନ ଅନେକ ଲୋକ ନିମନ୍ତେ ହେବ ଉଦ୍ୟାନ,

    ରୋପିତ ହୋଇ ଏ ସ୍ଥାନେ ସ୍ୱର୍ଗୀୟ ଜଳସେଚନେ 

    ଧର୍ମରୂପ ଫଳେ ହେବେ ଅତ୍ୟନ୍ତ ସୌନ୍ଦର୍ଯ୍ୟବାନ । ୪ । 

     

    ଘେନ ନିବେଦନ, ହେଉ ଏ ମନ୍ଦିର ତବ ନିବାସ ସ୍ଥାନ,

    ଏଠାବର ବଳିଦାନ ହେଉ ସ୍ୱର୍ଗେ ସୁଗ୍ରହଣ, ଏଠାରେ ସେବା କାରଣ ପ୍ରସ୍ତୁତ କରାଅ ମନ । ୫ ।

  • aaso probhu mejo nikote

    (ସ୍ୱର : ପ୍ରଭୁ ଯୀଶୁ ଦୟାସାଗର)

    ଆସ ପ୍ରଭୁ ମେଜ ନିକଟେ ବିଶ୍ୱାସ ସୁଭକ୍ତି ପ୍ରେମ ସହିତେ,

    ପ୍ରଭୁଙ୍କ ମରଣ ଭୋଜନ ନିୟମ କରିବା ପାଳନ ଏକାନ୍ତ ଚିତ୍ତେ । ଘୋଷା । 

     

    ଯେଉଁ ରାତ୍ରରେ ଯୀଶୁଖ୍ରୀଷ୍ଟ ହୋଇଲେ ପରହସ୍ତଗତ,

    ନିସ୍ତାର ଭୋଜ ସେହି କଲେ ପାଳନ ବସିଣ ଦ୍ୱାଦଶ ଶିଷ୍ୟ ସଙ୍ଗତେ । ୧ ।

    ଯୀଶୁ ରୋଟୀ ହସ୍ତରେ ଧରି ଈଶ୍ୱରଙ୍କର ସ୍ତବ କରି,

    ଭାଙ୍ଗଣି ଶଷ୍ୟିଙ୍କ ୁସେ ଦେଇ ବୋଇଲେ, ଭୋଜନ କର ହେ ତେୁମ୍ଭ, ସମସ୍ତେ । ୨ ।

    ଏହି ଅଟେ ଆମ୍ଭ ଶରୀର, ଏହା ତୁମ୍ଭେ ସ୍ମରଣ କର,

    କର ହେ ଦର୍ଶନ, ହୋଇଅଛି ଭଗ୍ନ ଖଣ୍ଡ ଖଣ୍ଡ ହୋଇ ତୁମ୍ଭ ନିମିତ୍ତେ । ୩ । 

     

    ସେପରି ପାନପାତ୍ର ଘେନି ଗୁଣାନୁବାଦ କଲେ ପୁଣି,

    ବୋଇଲେ ଏଥିରୁ ପାନକର ସର୍ବେ ଆମ୍ଭର ମହାପ୍ରେମ ସ୍ମରଣାର୍ଥେ । ୪ ।

    ଆମ୍ଭର ନୂତନ ନିୟମରୂପ ରକ୍ତ ସେ ଏହି ଜାଣ,

    କର ଦୃଷ୍ଟିପାତ, ହୋଇଛି ପାତିତ ଅନେକଙ୍କର ପାପମୋଚନ ଅର୍ଥେ । ୫ ।

    ସୂଚୀମାଳାକୁ ଫେରନ୍ତୁ

  • palibi mu ey niyomo jishunku kari smarana

    ପାଳିବି ମୁଁ ଏ ନିୟମ ଯୀଶୁଙ୍କୁ କରି ସ୍ମରଣ ।

     

    ପରହସ୍ତଗତ ରାତ୍ରେ ଯୀଶୁ ଶିଷ୍ୟଙ୍କ ସଙ୍ଗତେ,

    ପାଳିଥିଲେ ଏ ନିୟମ ପ୍ରେମେ ହୋଇ ପରିପୂର୍ଣ୍ଣ । ୧ । 

     

    ଏ ନିୟମେ ତାଙ୍କ ପ୍ରେମ କରିବି ମୁହିଁ ସ୍ମରଣ,

    ଯେଉଁ ପ୍ରେମେ ମରିଥିଲେ ମୋହର ପାପ କାରଣ । ୨ ।

    ଏ ନିୟମେ ତାଙ୍କ ଦୁଃଖ ଯାତନା କ୍ରନ୍ଦନ ଶୋକ,

    କରିବି ମୁହିଁ ସ୍ମରଣ, ମୋ କାରଣ ସେ କଷଣ । ୩ । 

     

    ଏ ରୋଟୀ କରେ ପ୍ରକାଶ ତାଙ୍କର ବିକ୍ଷତ ମାଂସ,

    ହୋଇଥିଲା ଖଣ୍ଡ ଖଣ୍ଡ ତାଙ୍କ ଦେହ ମୋ କାରଣ । ୪ । 

     

    ଏ ଦ୍ରାକ୍ଷାରସେ ଦର୍ଶନ ତାଙ୍କ ରୁଧିର ପତନ,

    ସର୍ବାଙ୍ଗରୁ ଧାର ଧାର ବହିଥିଲା ମୋ କାରଣ । ୫ ।

    ସୂଚୀମାଳାକୁ ଫେରନ୍ତୁ

  • aahe jishu tobo aagyaa promaane komolo

    ଆହେ ଯୀଶୁ, ତବ ଆଜ୍ଞା ପ୍ରମାଣେ କୋମଳ ଓ 

    ନମ୍ର ଅନ୍ତଃକରଣେ ପାଳିବି ହୃଷ୍ଟମନେ ଏ ନିୟମ,

    ଯୀଶୁ ତବ ମହା ପ୍ରେମ ବିଧାନ, କରିବି ସ୍ମରଣ ତୁମ୍ଭ ଅପୂର୍ବ ପ୍ରେମ କ୍ଳେଶମାନ । ୧ ।

    ତବ ଶରୀର ଭଗ୍ନ ମୋ କାରଣ, ଏ ଭଗ୍ନ ରୋଟୀ ତାର ନିଦର୍ଶନ,

    ତବ ବହୁମୂଲ୍ୟ ରୁଧିରଧାର ଦ୍ରାକ୍ଷାରସ ପାତ୍ରେ ଦର୍ଶନ ତାର,

    କରିବି ସ୍ମରଣ ମୋ ପ୍ରତି ତୁମ୍ଭର ଅଗମ୍ୟ ପ୍ରେମ । ୨ ।

    ହେ ଗେତ୍ସମନି, ସୁନ୍ଦର ଉଦ୍ୟାନ, ତୁମ୍ଭେ ହେବ କି ମନୁଁ ବିସ୍ମରଣ ?

    ନାହିଁ ନାହିଁ ତହିଁ ହୁଏ ଦର୍ଶନ, ଯୀଶୁଙ୍କ ରୁଧିର ସ୍ୱେଦ ପତନ,

    କରିବି ସ୍ମରଣ ହେ ଯୀଶୁ ତବ ମହାଶ୍ଚର୍ଯ୍ୟ ପ୍ରେମ । ୩ ।

    କରିବି ନିତାନ୍ତ ତବ ସ୍ମରଣ, ଆଉ ତୁମ୍ଭର ଯାତନା କଷଣ,

    ମୋ ପ୍ରତି ତୁମ୍ଭ ମହାଶ୍ଚର୍ଯ୍ୟ ପ୍ରେମ ଜୀବନ ଯାଏ କରିବି ସ୍ମରଣ, ହେ ଯୀଶୁ ପରମ,

    ତୁମ୍ଭେ ହେବ କି ମନୁଁ ବିସ୍ମରଣ ?

    ନିଦାନ କାଳ ହେଲେ ଉପସ୍ଥିତ, ହେଲେ ମୋ ଜୀବନ ଯାତ୍ରା ସମାପ୍ତ,

    ପ୍ରିୟତମ ତ୍ରାତା, ମୋହର ପ୍ରତି ପକାଅ ତୁମ୍ଭର କରୁଣା ଦୃଷ୍ଟି,

    ନ ପାସୋର ମୋତେ, ସ୍ମରଣେ ରଖ ତବ ପ୍ରେମଚିତ୍ତେ । ୫ ।

    ସୂଚୀମାଳାକୁ ଫେରନ୍ତୁ

  • aahe pitaa ishwara boro konyaanka proti

    ଆହେ ପିତା ଈଶ୍ୱର, ବର କନ୍ୟା ପ୍ରତି କୃପା କଟାକ୍ଷ କର । ଘୋଷା ।

    କର କରୁଣା ଦାନ, ଯେସନ ହୋଇବ ଏକ ଏ ଦୁଇଜଣ,

    ଜୀବନଯାଏ ପାଳନ କରିଣ ଏହି ବିଧାନ,

    କାଟିବେ ଜୀବନ କରି ପ୍ରେମ ଆଚାର । ୧ । 

     

    ଯେହ୍ନେ ଏ ଦୁଇ ଲୋକ, ଦୁଃଖେ ସୁଖେ ରୋଗେ ସ୍ୱାସ୍ଥ୍ୟେ ହୋଇବେ ଏକ,

    ଧ ରି ଏକାନ୍ତଃକରଣ କରିବେ ଯାବଜ୍ଜୀବନ ପ୍ରାର୍ଥନା ଧନ୍ୟବାଦ ତବ ଶ୍ରୀଛାମୁରେ । ୨ ।

    ସୂଚୀମାଳାକୁ ଫେରନ୍ତୁ

  • sumogolo rupo baari naba dampati upori

    ସୁମଙ୍ଗଳରୂପ ବାରି ନବ ଦମ୍ପତ୍ତି ଉପରି

    ପଡ଼ୁ ସୁବୃଷ୍ଟିର ପରି ବାହୁଲ୍ୟରେ କରି । ଘୋଷା ।

    ସୁଖ ଶାନ୍ତିର ନିର୍ଝର      ଅଟନ୍ତି ଯେଉଁ ଈଶ୍ୱର,

    କରୁଣା ସଦା ତାଙ୍କର ହେଉ ସଙ୍ଗତର । ୧ ।

    ଆଜି ଏକ ଯେଉଁ ପ୍ରେମେ        ହେଉଛନ୍ତି ବେନି ଜଣେ,

    ନୋହୁ ଊଣା କଦାଚନେ ମରଣ ବିହୁନେ । ୨ ।

    ଦୁଃଖେ ସୁଖେ ଏକ ମନ ଧ ରି ଏହି ବେନି ଜଣ

    କରନ୍ତୁ ଯାବଜ୍ଜୀବନ କୁଶଳେ କ୍ଷେପଣ । ୩ ।

     

    ପ୍ରଭୁ ପ୍ରସନ୍ନ ବଦନ   କରୁ ସର୍ବଦା ଆଚ୍ଛନ୍ନ,

    ବୋଲି ହୃଷ୍ଟେ ସର୍ବଜନ ଆମେନ ଆମେନ । ୪ ।

  • krupaa nirjhoro thaaru boro konyaanku karunaa

    କୃପା ନିର୍ଝରଠାରୁ ବର କନ୍ୟାଙ୍କୁ କରୁଣା ସଦା ଆବୋରୁ । ଘୋଷା । 

     

    ଯେଉଁ ପ୍ରଭୁ ସ୍ଥାପିଛନ୍ତି ଏହି ନିୟମ,

    ତାଙ୍କ ଆଶୀର୍ବାଦ ବୃଷ୍ଟି ହେଉ ଉପରୁ । ୧ ।

    କାନ୍ନା ବିବାହରେ ଯେ ଥିଲେ ନିମନ୍ତ୍ରିତ,

    ତାହାଙ୍କ ପ୍ରସନ୍ନ ଦୃଷ୍ଟି ହେଉ ଊର୍ଦ୍ଧ୍ୱରୁ । ୨ । 

     

    ଆଉ ଶାନ୍ତିଦାତା ଧର୍ମ ଆତ୍ମାଙ୍କଠାରୁ 

    ଶାନ୍ତି ଆନନ୍ଦ ଓହ୍ଲାଇ ବେଷ୍ଟନ କରୁ । ୩ । 

     

    ଏ ଦୁଇ ପ୍ରତି କଲ୍ୟାଣ ହେଉ ଉପରୁ,

    ଯେଣେ ଗଲେ ତେଣେ ତାଙ୍କ କରୁଣା ଘେରୁ । ୪ । 

     

    ଏକ ପ୍ରେମେ ଏକାଙ୍ଗରେ ମନ ହିଁ ମିଳୁ,

    ମୃତ୍ୟୁ ବିନା କେବେ କେହି ଭିନ୍ନ ନ କରୁ । ୫ ।

  • koro dhanyobado hrusto chitore

    କର ଧନ୍ୟବାଦ ହୃଷ୍ଟ ଚିତ୍ତରେ,

    ମହାମଙ୍ଗଳଦାତା ଉଦ୍ଦେଶ୍ୟରେ,

    ନ ମରି ବିବଧି ରୋଗ ସଙ୍କଟରେ, ନୂଆ ବର୍ଷ ଦେଖିଲୁ ଆଉଥରେ । ଘୋଷା । 

     

    ବନ୍ଧ୍ୟା ଆଉ ଶୁଷ୍କ ବୃକ୍ଷ ପରିରେ ଅବା ହେଲେ ମହାଭାର ଭୂମିରେ,

    ଫଳହୀନେ ବାରମାସ ବହିଗଲେ, ନୂଆବର୍ଷ ଦେଖିଲୁ ଆଉଥରେ । ୧ ।

    ନ୍ୟାୟ ରୂପ ଖଡ୍ଗ ଯେଉଁ କାଳରେ, ହାଣିବାକୁ ଅଫଳା ବୃକ୍ଷ ମୂଳେ,

    ଉଞ୍ଚାଇଲେ ମଧ୍ୟ ନ ହୋଇଣ ହଣା, ନୂଆବର୍ଷ ଦେଖିଲୁ ଆଉଥରେ । ୨ ।

    କେଡ଼େ ସହିଷ୍ଣୁତା ସେ ଦେଖାଇଲେ, ଆହୁରି ଏକ ବର୍ଷ ଛାଡ଼ି ଦେଲେ,

    ପ୍ରଭୁ ଯୀଶୁଙ୍କ ନିବେଦନ ହେତୁରୁ, ନୂଆ ବର୍ଷ ଦେଖିଲୁ ଆଉଥରେ । ୩ । 

     

    ଖୋଳ ପ୍ରଭୁ ମୂଳ ଚତୁର୍ଦ୍ଦିଗରେ, ଖତ ଦେଇ ଜଳ ଢାଳ କୃପାରେ,

    ଯେହ୍ନେ ବହୁମୂଲ୍ୟ ଧର୍ମରୂପ ଫଳ ଫଳିବୁ ଅଧିକ ଏଇ ବର୍ଷରେ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • gaayono koro hai hoi horosha

    ଗାୟନ କର ହେ ହୋଇ ହରଷ,

    କି କୁଶଳେ ହେଲା ନୂତନ ବରଷ ପ୍ରବେଶ  ! । ଘୋଷା । 

     

    କଲେ ପ୍ରଭୁ ସୁରକ୍ଷଣ ଦେଇ ମଙ୍ଗଳଦାନ,

    ବଞ୍ଚାଇଲେ ଗତ ବର୍ଷ କରି କୃପା ଅଶେଷ । ୧ । 

     

    ଏବନ-ଏଜର ନାମେ ସ୍ମରଣାର୍ଥ ପାଷାଣ

    ଆସ ସ୍ଥାପି ଭ୍ରାତୃଗଣ ହୋଇ ଅତି ଉଲ୍ଲାସ । ୨ ।

    କାରଣ ପରମେଶ୍ୱର ଦେଇ ମଙ୍ଗଳ ବର

    ଏ ସରିକି ଉପକାର କରିଛନ୍ତି ଅଶେଷ । ୩ ।

     

    କରି ସ୍ତୁତି ଧନ୍ୟବାଦ ମାଗ ତାଙ୍କୁ ଆହୁରି,

    ଯେହ୍ନେ କୁଶଳେ କାଟିବା ଏହି ନୂଆ ବରଷ । ୪ ।