ଆସ, ଖ୍ରୀଷ୍ଟ ଭକ୍ତଗଣ ଯୀଶୁ ଗୁଣ ଗାଇବା,
ଓଡ଼ିଶା ମଙ୍ଗଳ ପାଇଁ ପ୍ରାଣପଣ କରିବା । ଘୋଷା ।
ପାସୋରି ଭୋଗ ବାସନା, ସଂସାରର ସୁଖ ନାନା
ଉଠାଇ ଯୀଶୁଙ୍କ ବାନା, ପ୍ରାଣେ ପ୍ରାଣେ ମିଳିବା । ୧ ।
ଓଡ଼ିଶାର ସମ୍ମିଳନ କର ପ୍ରଭୁ ପ୍ରେମେ ପୂର୍ଣ୍ଣ
ପ୍ରେମ-ସୁଧା କରି ପାନ ଆନନ୍ଦରେ ଭାସିବା । ୨ ।
ଆସ, ଖ୍ରୀଷ୍ଟ ଭକ୍ତଗଣ ଯୀଶୁ ଗୁଣ ଗାଇବା,
ଓଡ଼ିଶା ମଙ୍ଗଳ ପାଇଁ ପ୍ରାଣପଣ କରିବା । ଘୋଷା ।
ପାସୋରି ଭୋଗ ବାସନା, ସଂସାରର ସୁଖ ନାନା
ଉଠାଇ ଯୀଶୁଙ୍କ ବାନା, ପ୍ରାଣେ ପ୍ରାଣେ ମିଳିବା । ୧ ।
ଓଡ଼ିଶାର ସମ୍ମିଳନ କର ପ୍ରଭୁ ପ୍ରେମେ ପୂର୍ଣ୍ଣ
ପ୍ରେମ-ସୁଧା କରି ପାନ ଆନନ୍ଦରେ ଭାସିବା । ୨ ।
ସାଜ ଖ୍ରୀଷ୍ଟ ଭକ୍ତଗଣ ତବ ହୃଦ-ସଦନ,
ଖ୍ରୀଷ୍ଟ ଅମୂଲ୍ୟ ରତନ, ଦିଅ ତାଙ୍କୁ ହୃଦେ ସ୍ଥାନ । ଘୋଷା ।
ଅନନ୍ତ ଈଶ୍ୱର ପିତା ଗୃହେ ଖ୍ରୀଷ୍ଟ ଜ୍ୟେଷ୍ଠଭ୍ରାତା
ଅଛନ୍ତି ତ୍ରାଣକରତା, କରନ୍ତି ପାପ ମୋଚନ । ୧ ।
ବ୍ରତ କର ଭକ୍ତଗଣ ସନ୍ଧ୍ୟା ପ୍ରଭାତେ ଜଣାଣ,
ହିତବାକ୍ୟ କର ଧ୍ୟାନ, ଦୂରେ ଯିବ ଶୟତାନ । ୨ ।
ହାସ୍ୟେ ଭାସି ସୁବଚନ ତୁଷ୍ଟ କର ସର୍ବ ମନ,
ପର ହିତେ ଦିଅ ମନ, ପାଇବ ଦକ୍ଷିଣେ ସ୍ଥାନ । ୩ ।
ମନେ ହିଂସା ଅହଙ୍କାର ନ ଥାଏ ଚିନ୍ତା ଅସାର,
ସ୍ନେହ ଥାଏ ପରସ୍ପର ସେ ଗୃହ ସ୍ୱର୍ଗ ସମାନ । ୪ ।
କରି ଯୋଡ଼ କର ଖୋଲି ହୃଦ ଦ୍ୱାର ବସିଅଛି ପରା ତୁମରି ଆଶେ,
କାହିଁ ଅଛ ସଖା ? କେବେ ଦେବ ଦେଖା ?
କେବେ ହେବ ଉଭା ହୃଦ ଆବାସେ ? । ଘୋଷା ।
ଆଘାତ କରି ମୋ ହୃଦୟ ଦୁଆରେ ଡାକିଅଛ କେତେ ମୃଦୁ ମଧୁ ସ୍ୱରେ;
ସେ ପ୍ରାଣ ପିପାସା, ସେ ଆଦର ଭାଷା
ନ ପଶିଲା ମୋର ମୁଗ୍ଧ ମାନସେ । ୧ ।
ଗୋପନେ ଗୋପନେ ନିଅ ସମାଚାର,
କେତେ ଯେ ଭାବନା ଭାବ ହେ ମୋହର ତବ ପ୍ରେମ ରୀତି ସୁକୋମଳ ଅତି
ପାଇବି କି ଏହା ଆଉ କା ପାଶେ ? । ୨ ।
ଭୁଲିଛି ଯେ ଥରେ ତବ ପ୍ରଲୋଭନେ ବିରତ କି ହେବ ତବ ଅନ୍ୱେଷଣେ ?
ତୁମରି ବିରହ ବାଜେ ଅହରହ ମରମେ ମରମେ ପ୍ରତି ନିମିଷେ । ୩ ।
ଖୋଲି ଦେଇଛି ମୁଁ ହୃଦୟ ଦୁଆର ଦେଖା ଦେବ ବୋଲି
ହେ ରୂପସାଗର ବାହାର ଭିତର କରି ଭରପୂର
ଅପରୂପ ରୂପେ ରାଜ ମୋ ପାଶେ । ୪ ।
ସ୍ୱର୍ଗୀୟ ସିଂହାସନରୁ ନିର୍ଗତ ନଦୀ ତୀରେ
ରୁଣ୍ଡ ହେବା କି ସମସ୍ତେ ଏକତ୍ର ସେଠାବରେ ? । ଘୋଷା ।
ହଁ, ମିଳିବା ସର୍ବ ଶେଷେ
ଯୁବାମେଷ ସିଂହାସନ ପାଶେ, ସାଧୁମାନଙ୍କର ସହବାସେ,
ସେ ରମ୍ୟ ନଦୀ ପାଶେ । ୧ ।
ତେଜସ୍ୱୀ ଦୂତ ସେଠାରେ ପାଦ ଅର୍ପଣ କରେ,
ଜଳ ତାର ସୁନିର୍ମଳ ବହଇ ନିରନ୍ତର । ୨ ।
ରୌପ୍ୟମୟ ଫେନପୁଞ୍ଜ ଏଡ଼ାଇ ନଦୀ ତୀରେ,
ବୁଲିବା ଭଜିବା ଯାଇ ସିଂହାସନ କତିରେ । ୩ ।
ତ୍ରାଣକର୍ତ୍ତାଙ୍କର ମୁଖ ନିତ୍ୟ ଅବଲୋକନେ,
ଗାଇବେ ଅନନ୍ତ କାଳ ଆନନ୍ଦେ ସାଧୁମାନେ । ୪ ।
ନୋହିବା ଯାଏ ପ୍ରବେଶ ସେ ନଦୀ ନିକଟରେ
ହୋଇବା ସୁସ୍ଥିର ଚିତ୍ତ ଅଟଳ ଭରସାରେ । ୫ ।
ଯୀଶୁ ଦୟାମୟ, ଶୁଣ ଏ ବିନୟ,
ଆମ୍ଭ ମଧ୍ୟେ ଉପସ୍ଥିତ ହୁଅ ଏ ସମୟ । ଘୋଷା ।
ଅନ୍ତରର ଅନ୍ଧକାର
କୃପା କରି ଦୂର କର ହୃଦେ ଆମ୍ଭମାନଙ୍କର ହୋଇଣ ଉଦୟ । ୧ ।
ଆସ ପ୍ରଭୁ ଏ ଆଳୟ,
ଧ ର୍ମାତ୍ମା ଅଗ୍ନି ଜ୍ୱଳାଅ,
ତବାଲୋକେ ଦୀପ୍ତିମୟ
କର ଏ ସମୟ । ୨ ।
ଆଶୀର୍ବାଦ କର ଆସି,
ପାପ ଅବିଶ୍ୱାସ ନାଶି, ସୁସ୍ଥ କର ଦାସ ଦାସୀ
ହୋଇଣ ସଦୟ । ୩ ।
ପ୍ରାର୍ଥନା କି ବହୁମୂଲ୍ୟ ଅଟେ ସାଧୁ ଲୋକର !
ନାହିଁ ଏହା ସମ କିଛି ତା ପ୍ରତି ହିତକର । ଘୋଷା ।
ଏହାର ପ୍ରୟୋଜନ ଜାଣଇ ଭକ୍ତଜନ,
କଞ୍ôଚ ଅଟେ ଦୟାସନ ଆଶିଷ ଭଣ୍ଡାରର । ୧ ।
ଦେହ ପୁଣି ଆତ୍ମାରେ ମଙ୍ଗଳ ଲଭିବାରେ
ଇଚ୍ଛା ଥିଲେ ପ୍ରାର୍ଥନାରେ ହୁଏ ସେ ଅଗ୍ରସର । ୨ ।
ତହୁଁ ପାଏ ଆନନ୍ଦ ସୁଖ ଶାନ୍ତି ସ୍ୱଚ୍ଛନ୍ଦ,
ତା ପ୍ରତି କରୁଣା ବନ୍ଦ ନୁହଇ ପ୍ରଭୁଙ୍କର । ୩ ।
ତା ଆତ୍ମିକ ଜୀବନ ଏଥି ହୁଏ ଚାଳନ,
ଅଟେ ସେ ତା ପ୍ରିୟଧନ ବିଶ୍ୱାସ ତା ହୃଦର । ୪ ।
ଅଦୃଶ୍ୟ ପ୍ରଭୁ ପ୍ରତି ବଢ଼ାଏ ପ୍ରେମ ଭକ୍ତି,
ନିକଟେ ଯେହ୍ନେ ଅଛନ୍ତି କରାଏ ତା ଗୋଚର । ୫ ।
ଏତଦ୍ଦ୍ୱାରା ଦର୍ଶନ ମିଳେ ପ୍ରଭୁ ବଦନ,
ହୁଏ ଅଭାବ ଖଣ୍ଡନ, ଘୋର ଭୟ ଅନ୍ତର । ୬ ।
ଧର୍ମାତ୍ମା ପାଇବାକୁ ଧ ର୍ମରେ ବଢ଼ିବାକୁ
ପ୍ରାର୍ଥନା ଦ୍ୱାରା ତାହାକୁ ମିଳଇ ଉପକାର । ୭ ।
ନିରାଶ ଭାବେ ମନ ହୋଇଲେ ଅବସନ୍ନ
ଆଶ୍ୱାସ ପାଏ ବହନ କରି ଖ୍ରୀଷ୍ଟେ ନିର୍ଭର । ୮ ।
ପ୍ରଭୁ ଦେଖ ହେ, ଶୟତାନ ଫାନ୍ଦ ପାତିଛି;
ମୋ ମନ ଧର୍ମରୁ ବିଗାଡ଼ିବା ପାଇଁ ନିରତେ ଉପାୟ କରୁଛି । ଘୋଷା ।
ବୁଝି ଦେଖ ମନ କେମନ୍ତ ଏ କୂଟ, ଶୟତାନ ଏହା ଭ୍ୟାଇଛି;
ପଶିଣ କପଟେ ବସି ମନ ମଧ୍ୟେ ମନ୍ଦ ପଥେ ମନ ନେଉଛି । ୧ ।
ମୋର ବଳ ନାହିଁ ଉଦ୍ଧାରିବା ପାଇଁ, ତୁମ୍ଭ ବଳ ପ୍ରଭୁ ମାଗୁଛି,
କାଟି ମାୟାଜାଲ ଉଦ୍ଧାର ହେ କର, ଶୟତାନ ପ୍ରାଣ ନେଉଛି । ୨ ।
ଧରି ରଖ ପ୍ରଭୁ ଶ୍ରୀ ପାଦପଦ୍ମରେ ମାଗୁଛି ମୁଁ ଏହା ମାଗୁଛି,
ମୋର ପାପବଳ ହେବାରୁ ପ୍ରବଳ ତୁମ୍ଭରେ ଶରଣ ପଶୁଛି । ୩ ।
କହେ ଦୀନହୀନ ମୋ ବିନତି ଘେନ, ଜଣାଣ ମୁଁ ଏହା କରୁଛି;
ତୁମ୍ଭ କୃପାବଳେ କୃତାର୍ଥ ନ କଲେ ତୁମ୍ଭ ବିନୁ ଆଉ କେ ଅଛି ? । ୪ ।
ଆହା କି ସ୍ଥାନେ ଶୋଇଲେ ଯୀଶୁ ରାଜନ ହେ ! । ଘୋଷା ।
ଯେହୁ ସ୍ୱର୍ଗ ଅଧିପତି ଅନନ୍ତ ଜୀବନ ହେ,
ଉଦ୍ଧାର ହେଲା କବର ତାଙ୍କର କାରଣ ହେ । ୧ ।
ମୁକୁଟ ଭୂଷିତ ତାଙ୍କ ଗୌରବ ମସ୍ତକ ହେ,
ସ୍ୱର୍ଗୀୟ ସୁବର୍ଣ୍ଣ ଶେଯେ ଯେ କଲେ ଶୟନ ହେ । ୨ ।
ଏବେ ଦେଖ ମାଟି ଶଯ୍ୟା କବର ଭିତର ହେ,
ଶୋଇଛନ୍ତି ଦୀନହୀନ ଦରିଦ୍ର ସମାନ ହେ । ୩ ।
ଧନ୍ୟ ସେ କବର, ଯୀଶୁ, ଧନ୍ୟ ତବ ନାମ ହେ,
ତୁମ୍ଭେ ହେଲ ମୋ କାରଣ ଏଡ଼େ ଦୀନହୀନ ହେ ! । ୪ ।
ଛାଡ଼ିଣ ଗୌରବ ଶଯ୍ୟା ସ୍ୱର୍ଗ ସିଂହାସନ ହେ
ମୋ ପାଇଁ କଲ ତୁମ୍ଭେ କବରେ ଶୟନ ହେ । ୫ ।
ତ୍ରାଣକର୍ତ୍ତା ଯୀଶୁ ସୁଶବ୍ଦ ଲାଗିଲା କର୍ଣ୍ଣେ ଆମୋଦ,
ଜନ୍ମାଇଲା କି ଆହ୍ଲାଦ । ଘୋଷା ।
ମୁହିଁ ପାପୀ ଜନ ଥିଲି ପାପ ଶୟତାନ ଫାଶେ ବନ୍ଧନ,
ମୋର ବନ୍ଧନ କାଟିଣ କଲେ ମୋତେ ପରିତ୍ରାଣ,
କ୍ଷମା କଲେ ଯେତେ ମୋର ଅସଂଖ୍ୟ ପାପାପରାଧ । ୧ ।
ପୁଣି ଥିଲି ମୁହିଁ ଶୟତାନ ଦାସତ୍ୱରେ ଦାସ ଯେ ହୋଇ
କରି ତାଙ୍କ ରକ୍ତପାତ ଦାସତ୍ୱରୁ କଲେ ମୁକ୍ତ,
ଦେଇ ରକ୍ତ କଲେ କ୍ରୀତ, ହୋଇଲି ତାଙ୍କର ବାଧ୍ୟ । ୨ ।
ଥ ôଲା ଅତିଶୟ ମୋ ଉପରେ ପାପ-ବୋଝ ଋଣର ଦାୟ,
ବହିଲେ ମୋ ବୋଝ ପୃଷ୍ଠେ, କି ଉଶ୍ୱାସ କଲେ ମୋତେ !
ମୋର ମହା ମହା ପାପ-ଋଣ କଲେ ପରିଶୋଧ । ୩ ।
ମୁହିଁ ଅପବିତ୍ର ପାପଦାଗ କଳଙ୍କରେ ଥିଲି ଗ୍ରସିତ,
ପାପ ନେଲେ, ପୁଣ୍ୟ ଦେଲେ କଳଙ୍କ ମାର୍ଜନା କଲେ;
ପାପ ନରକରୁ ରକ୍ଷା ପାଇଲି ଧରି ଶ୍ରୀପାଦ । ୪ ।
ମୁହିଁ ଅଭାଜନ ଥିଲି ଅତି ଦୀନହୀନ ମୃତ୍ୟୁ ଅଧୀନ,
କରି ମୋତେ ମହା ପ୍ରେମ ତେଜିଲେ ନିଜ ଜୀବନ,
ମୋର ପାପ ହେତୁ ତାଙ୍କୁ ଘଟିଲା ମୃତ୍ୟୁ ପ୍ରମାଦ । ୫ ।
ହୃଦୟ-ରତନ ଯୀଶୁ ମୋର ଅମୂଲ୍ୟ ମଣି,
ସେହି ମୋର ଗଣ୍ଠିଧନ, ତ୍ରିଭୁବନ ଅଗ୍ରଣୀ । ଘୋଷା ।
ସେ ଜୀବାତ୍ମା ବାଞ୍ଛିତ ସର୍ବ ଦ୍ରବ୍ୟ ସଞ୍ôଚତ
ସର୍ବ ସୁଖେ ସୁରଞ୍ଜିତ ସେ ଅପୂର୍ବ ବିପଣି ା ୧ ।
ତମୋମୟ ପାତକ ହେଲେ ଶାନ୍ତି ଘାତକ,
ସେହି ବିରାମ-ଦାୟକ ପୁଣ୍ୟମୟ ଖମଣି ା ୨ ।
ଅସଂଖ୍ୟ ନରନାରୀ ପାପ ନରକୁଁ ତାରୀ
ନାମ ବହି ତ୍ରାଣକାରୀ କଲେ ମହା କରଣୀ ା ୩ ।
ପାପୀ ପାଇଁ ତାଙ୍କର ପ୍ରେମ ସୁଧା-ନିର୍ଝର
ଝରୁଅଛି ନିରନ୍ତର ସେ ପୂର୍ଣ୍ଣ ନିର୍ଝରଣୀ ା ୪ ।
ମୋହମାୟା ସଂସାରେ ପାପର ପାରାବାରେ
ସର୍ବ ଭୟ ନାଶିବାରେ ସେ ନିଶ୍ଚିଦ୍ର ତରଣୀ ା ୫ ।
ପଥ-ବିଭ୍ରାନ୍ତ ପରି ହେଲେ ଦଶା ମୋହରି
ସେହି ନେବେ ହସ୍ତ ଧରି ସ୍ୱର୍ଗପୁର ସରଣୀ ା ୬ ।
ଯୀଶୁ ମୋ ଶିରୋମଣି, ଯୀଶୁ ଜୀବ ରକ୍ଷଣି,
ଯୀଶୁ ସ୍ୱର୍ଗ ଆକର୍ଷଣୀ, ନିର୍ଭୟ ମୁଁ ଏକ୍ଷଣି ା ୭ ।
ତାଙ୍କର ପ୍ରାୟଶ୍ଚିତ୍ତେ ମୋ ଭରସା ନିଶ୍ଚିତେ
ରଖି ମୁଁ ଆନନ୍ଦ ଚିତ୍ତେ ତେଜିବି ଏ ଧରଣୀ