Tag: christian song lyrics

  • tejamayankara prasansa kara

    ତେଜ ମୟଙ୍କର ପ୍ରଶଂସା କର
    ଆନ୍ତରିକ ପ୍ରଣିପାତ
    ଅଭୁଲା ଅରପ ତୁଇ ଅରପିତା
    ବୋଲ ଜୟ ଯୀଶୁ ଜୟ… (ଘୋଷା)

    ଶିରୋନାମା ତାଙ୍କ ଅନାଦି ଅନନ୍ତ
    ତନୁ ତପନ କୁ କଲେ ରୂପାୟୀତ
    ମରତ ପୁରକୁ ସୃଜନ କଲେ ସେ
    ମଙ୍ଗଳ ଦାନେ ଭରିଣ
    ବୋଲ ଜୟ ଯୀଶୁ ଜୟ …. |୧|

    ହାତ ମେଲି କୃଶେ ଭୋଗିଲେ ଦାରୁଣ
    ସହି ମହା ଦୁଃଖ କଲେ ପ୍ରାଣଦାନ
    ଭାରା କ୍ରାନ୍ତ ପାପୀ ପାଇ ପରିତ୍ରାଣ
    ଧନ୍ୟ ଲଭିଛି ଜୀବନ
    ବୋଲ ଜୟ ଯୀଶୁ ଜୟ … |୨|

    ଛେଦନ କଲେ ସେ ଅରୀର ବନ୍ଧନ
    ଲିପି କଲେ ନାମ ପୁସ୍ତକେ ଜୀବନ
    ଗଉରବ ଦେଉ ପବିତ୍ର ହୃଦୟ
    ଡର ଭୟ ନାହିଁ ତାଙ୍କରି ଆଶ୍ରୟ
    ମଣ୍ଡଳୀକୁ କରନ୍ତି ପାଳନ
    ବୋଲ ଜୟ ଯୀଶୁ ଜୟ …. |୩|

    ସୂଚୀମାଳାକୁ ଫେରନ୍ତୁ

  • prabhu papista dina prati karuna kara

    ପ୍ରଭୁ ପାପିଷ୍ଟ ଦୀନ ପ୍ରତି କରୁଣା କର
    ଦୁର ନ କରି ପ୍ରଭୁ ମୋତେ ପାଶୁ ତୁମର (ଘୋଷା)

    ପାପରେ ମୋର ଜାତ ପାପେ ହେଲି ବଦ୍ଧିତ
    ପାପରେ ଅନୁରକ୍ତ ମୁହଁ ପାମର…I୧I

    ଶତୃ ଯେ ଶୟତାନ ସ୍ଥାପି ସୃ ସିଂହାସନ
    ଅନ୍ତ କରଣ ନାଶେ ସୁଖ ମୋହର…. |9 |

    ଦେଖୁ ଶତୃ ପ୍ରବଳ ପାପ ପରୀକ୍ଷା ଘୋର
    ବିଶ୍ଵାସ ଟଳ, ଟଳମୋର ଦୁର୍ବଳ… |୩|

    ରକ୍ଷା କରିବ ମୋତେ ନାହିଁ କେହି ଜଗତେ
    କହିବି କା ନିକଟେ ଦୁଃଖ ମୋହର … |୪|

    ତୁମେ ସିନା ଭରସା ସୁଖ ଶାନ୍ତିର ଆଶା
    କେବଳ ରକ୍ଷା ଆଶ୍ରା ପଦେ ତୁମର … |୫|

    ଦିଅ ତବ ଚରଣେ ଶରଣ ଦୀନ ଜନେ
    ନାଶ ଧର୍ମାମ୍ବା ଦାନେ କଳଙ୍କ ମୋର … |୬|

    ସୂଚୀମାଳାକୁ ଫେରନ୍ତୁ

  • he patha satya jibana

    ହେ ପଥ, ସତ୍ୟ, ଜୀବନ
    ହେ ଯୀଶୁ ତୁମେ ଦୟାବାନ… (ଘୋଷା)

    ମୋର ପାପ ପାଇଁ କେତେ ଦୁଃଖ ସହି
    କେଡ଼େ ଦୟା ବହି ରକତ ଝରାଇ
    ମୋର ମୁକ୍ତି ପାଇଁ ନିଜ ପ୍ରାଣ ଦେଇ
    ଏ ଯାତନା ମୋରି ପାଇଁ
    ହେ ଯୀଶୁ ତୁମେ ଦୟା ବହି… |୧|

    ଥିଲି ମୃତ ହୋଇ ପାପେ ହଜି ଯାଇ
    ଚିନ୍ତା କଲ ମୋତେ ଖୋଜିବାର ପାଇଁ
    କଣ୍ଟା ବିନ୍ଧା ହୋଇ କୁଶେ ପ୍ରାଣ ଦେଇ
    ହେ ଯୀଶୁ ତୁମେ ଦୟା ବହି… I୨I

    ସୂଚୀମାଳାକୁ ଫେରନ୍ତୁ

  • dekho hai bhai agomana

    ଦେଖ ହେ ଭାଇ-ଆଗମନ ଆସୁଛି ପାଖେଇ
    ଦିଅ ତୁମ ନାମ ଲେଖାଇ,
    ଜୀବନ ପୁସ୍ତକେ ଯାଇ … (ଘୋଷା)

    ଜଗତ ରଙ୍ଗ ରସେ ତୁ ପାଗଳ ହୋଇ
    ଯୀଶୁଙ୍କୁ ଭୁଲିଗଲୁ ନିଜକୁ ଭୁଲାଇ
    ଯୀଶୁଙ୍କ ପଥ ଯୀଶୁଙ୍କ ବାକ୍ୟ ସଦା ତୁ ଶୁଣି
    ଉପରି ମନେ ଦେଉଛୁ ଭାଇ ମୁଣ୍ଡ ହଲାଇ … |୧|

    ଫେରିଆ ଫେରିଆ ତୁ ଅବିଳମ୍ବେ ଧାଇଁ
    ଜଗତର ରଙ୍ଗ ରସ ପଛରେ ପକାଇ
    ତୋ ବୃକ୍ଷ ମୂଳେ ଦା’ ଲଗାଇ ରହିଛୁ ଚାହିଁ
    ଭୂଇଁରେ ତୋତେ ଦେବ ହଜାଇ ଜାଣୁ କି ତୁହି … |୨|

    ସୂଚୀମାଳାକୁ ଫେରନ୍ତୁ

  • nachibare nachiba gayeebare

    ନାଚିବାରେ ନାଚିବା ଗାଇବାରେ ଗାଇବା
    ଆମେ ପ୍ରାର୍ଥନାର ସ୍ରୋତେ ଆଜି ଭାସିବା
    ଆମ ମନ ଆମ୍ବା ନୂଆକରି ଗଢ଼ିବା… (ଘୋଷା)

    ପ୍ରାର୍ଥନା କଲେ ମିଳଇ ଶାନ୍ତି
    ସେଥିରେ ଅଛି ମହାମୁକତି
    ପ୍ରାର୍ଥନା କଲେ ସରଗ ସୁଖ ଆମେ ଭୋଗ କରିବା … |୧|

    ପ୍ରାର୍ଥନା କେବେ ନକର ସାନ
    ପ୍ରାର୍ଥନା କଲେ ହେବ ମହାନ
    ଏହି ଭାବନା ଆମରି ମନେ, ଆମେ ସୃଷ୍ଟି କରିବା… |୨|

    ଯୀଶୁଙ୍କୁ ଆମେ କଲେ ନିଜର
    ଏ ଆପା ହେବ କେଡେ ସୁନ୍ଦର
    ଆସରେ ଆସ ଭାଇ ଭଉଣୀ ତାଙ୍କ ପାଖକୁ ଯିବା… |୩|

    ପ୍ରାର୍ଥନା ଯେବେ ହେବ ଆମର
    ମନରୁ ଅମ ଘୁଚିବ ଡର
    ହୃଦୟ ଖୋଲି ଯୀଶୁ ବାପାଙ୍କୁ ସବୁ କଥା କହିବା … I୪I

    ସୂଚୀମାଳାକୁ ଫେରନ୍ତୁ

  • priyatama jishu namo

    ପ୍ରିୟତମ ଯୀଶୁ ନାମ ଭଜ ଭାଇ
    ଭଜିଲେ ତା ଗୁଣ ସେହିତ ଜାଣଇ
    କି ମଧୁର ସେ ତ ମନୋହର
    କି ସୁନ୍ଦର ଅଟଇ ଅପାର
    ସେ ଶାନ୍ତି ଆକର … (ଘୋଷା)

    ଅନ୍ଧ ଦେଖେ ଛୋଟା ଚାଲେ
    ମୁକ କଥା କହିପାରେ
    ରୋଗଗ୍ରସ୍ତ ହୁଏ ସୁସ୍ଥ ମୃତ ପୁଣି ବଂଚିପାରେ
    ଯୀଶୁ ନାମ ଶକତିରେ ଅସାଧ୍ୟ ନାହିଁ କିଛିରେ
    ବିଶ୍ବାସୀ ପକ୍ଷରେ … |୧|

    ଯୀଶୁ ନାମ ତରୀ ଅଟେ
    ଏ ଭବ ପାପ ସାଗରେ
    ସେହି ନାବେ ଆଶ୍ରା ନେଲେ
    ପହଂଚିବ ସ୍ଵର୍ଗପୁରେ
    ସେହି ତ ଦୃଢ଼ ଭରସା
    ଅନାଥ ଜନର ଆଶା ଶରଣ ନିଅରେ… |୨|

    ସୂଚୀମାଳାକୁ ଫେରନ୍ତୁ

  • turi bajiba akashe

    ତୁରୀ ବାଜିବ ଆକାଶେ
    ଆସିବେ ସେ ମେଘ ରଥେ
    କରିବେ ବିଚାର, ଶେଷେ ମଧ୍ୟ ଆକାଶେ .. (ଘୋଷା)

    ସାଥେରହି ଦୃତଗଣ, କରୁଥିବେ ଜୟଗାନ
    ଏକ ନିମିଷେ ତାଙ୍କରି ଆଗେ, ଠୁଳ ହେବେ ମହାଜନ
    ରାଜା ରାଜ ମହାମହିମ
    ଦେବେ ଫଳ ଦେଖି କର୍ମ
    ମନୋନୀତ ଯେତେ, ଯିବେ ସରଗ ଦେଶେ … |୧|

    ସ୍ମରି ସେହି ଶେଷଦିନ, ପାପରୁ ଫେରାଅ ମନ
    ଅନୁତାପରେ ତାଙ୍କ ଚରଣେ ଅରପି ଦିଅ ଜୀବନ
    ପରମ ପିତା ଶକତିଦାତା
    ଚଲା ପଥ ହେବେ ସାହା
    ମୁକତି ପାଇବ ତୁମେ ତାଙ୍କ ଆଶିଷେ … |୨|

    ସୂଚୀମାଳାକୁ ଫେରନ୍ତୁ

  • he priya jishu moro

    ହେ ପ୍ରିୟ ଯୀଶୁ ମୋର
    ମୋ ହୃଦ ମନ୍ଦିରେ ଆସ
    ତୁମ ପାଇଁ ମୁହଁ ଖୋଲିଛି ହେ ଦ୍ଵାର
    ସଦୟେ ହେ ପ୍ରଭୁ ଆସ.. ଆସ.. ଆସ.. (ଘୋଷା)

    ଖୋଜୁଛି ମୁଁ ତୁମ୍ଭଙ୍କୁ କେତେ
    ଏ ପାପ ମାୟା ସଂସାରେ
    କାନ୍ଦୁଛି ମୋ ଅନ୍ତର ଆତ୍ମା
    ପଡ଼ି ଏ ପାପ ଜାଲରେ
    ତୁମେ ଆଶାର ପ୍ରଦୀପ ଶିଖା
    ପ୍ରଭୁ ଜ୍ବଳାଅ ମୋ ଅନ୍ତରେ .. |୧|

    ବତାସ ଝଡ ବହୁଛି ପ୍ରଭୁ
    ଜୀବନର ପ୍ରତି କୋଣେ
    ଦୁଃଖ ବତାସ ଘେରୁଛି ପ୍ରଭୁ
    ଜୀବନର ପ୍ରତି କ୍ଷଣେ
    ତୁମେ ମୁକ୍ତିର ପ୍ରଦୀପ ଶିଖା
    ପ୍ରଭୁ ଜ୍ବଳାଅ ମୋ ଅନ୍ତରେ … |୨|

    ଅନାୟତ ଏ ସ୍ଵପ୍ନ ଜୀବନ
    ଚାହୁଁଛି ତବ ମିଳନ
    ତବ ପ୍ରେମ ସ୍ରୋତେ ଭସାଇ ଦେଇ
    ଦିଅ ମୋତେ ତ ଶରଣା
    ତୁମେ ଶାନ୍ତିର ପ୍ରଦୀପ ଶିଖା
    ପ୍ରଭୁ ଜ୍ବଳାଅ ମୋ ଅନ୍ତରେ … |୩|

    ସୂଚୀମାଳାକୁ ଫେରନ୍ତୁ

  • prabhu jishu asichi mu

    ପ୍ରଭୁ ଯୀଶୁ ଆସିଛି ମୁଁ ତୁମ ଚରଣେ
    ମୋର ଯେତେ ପାପ ତାପ ଅନୁତାପେ ଭଙ୍ଗା ହୃଦ
    ଆସିଛି ମୁଁ ଥୋଇବାକୁ ତୁମ ଚରଣେ … (ଘୋଷା)

    ଗୋଡ଼ାଏ ବ୍ୟାବଳ ମୋତେ ଆଜି ପ୍ରଲୋଭନ କେତେ
    ଆସିଛି ମୁଁ ଲୁଚିବାକୁ ତୁମ ଚରଣେ … |୧|

    ଦେଖିବାକୁ ତୁମ ରୂପ ଶୁଣିବାକୁ ତୁମ ବାକ୍ୟ
    ଆସିଛି ମୁଁ ପ୍ରଭୁ ଯୀଶୁ ତୁମ ଚରଣେ … |୨|

    ଦିଅ ଦେଖା ବାରେ ପ୍ରଭୁ କ୍ଷମି ମୋର ପାପ ସବୁ
    ମିନତି ମୋ ପ୍ରଭୁ ଯୀଶୁ ତୁମ ଚରଣେ … |୩|

    ସୂଚୀମାଳାକୁ ଫେରନ୍ତୁ

  • asuchanti turi bajayi

    ଆସୁଛନ୍ତି ତୁରୀ ବଜାଇ
    ପ୍ରଭୁ ଯୀଶୁ ହରଷ ହୋଇ
    ବିଶ୍ଵାସୀକୁ ନେବା ପାଇଁ ପୁରସ୍କାର ଦେବା ପାଇଁ
    ଆନନ୍ଦେ ଗାଅ ହେ ଭାଇ… (ଘୋଷା)

    କଟି ବାନ୍ଧି ଦୀପ ଜାଳି ଜାଗ୍ରତରେ ରୁହ ଭାଇ
    ନିଦ୍ରା ଭାଗି ଉଠିବାର ଶୁଭ ସମୟ ତ ଏହି
    ନାହିଁ ଆଉ ବେଳ, ଗଲା ଦିନ କାଳ
    କେତେ କାଳ ଥିବା ହେ ଶୋଇ… |୧|

    ମୃତ୍ୟୁ ନାହିଁ ଦୁଃଖ ନାହିଁ ସ୍ଵର୍ଗରାଜ୍ୟ ଆହେ ଭାଇ
    ସୁଖ ଶାନ୍ତି ଆନନ୍ଦରେ ଥିବା ଗୀତ ଗାଇ ଗାଇ
    ମୁଖା ମୁଖି ହୋଇ ଯୀଶୁ ପାଶେ ରହି
    କେଡ଼େ ଭାଗ୍ୟ ଆମରି ପାଇଁ .. |୨|

    ରୂପାନ୍ତର ହୋଇଯିବ ଏ ମାଟି ଶରୀର ଭାଇ
    ରକ୍ତମାଂସ ଶରୀରରେ ସ୍ୱର୍ଗ ପ୍ରବେଶିବା ନାହିଁ
    ତୁରିର ଶବ୍ଦରେ ଏକ ମୁହୁର୍ଭରେ
    ଭେଟିବା ହେ ଯୀଶୁଙ୍କୁ ଯାଇ … |୩|

    ସୂଚୀମାଳାକୁ ଫେରନ୍ତୁ