Tag: Bibleinsights India

  • priya prabhujishu mo rajana jishu

    ପ୍ରିୟ ପ୍ରଭୁଯୀଶୁ ମୋରାଜନ ଯୀଶୁ
    ସ୍ଵାମୀ ମୋର ପ୍ରିୟ ତୁମେ ସ୍ଵାମୀ ମୋର ପ୍ରିୟ ତୁମେ
    ପରମ ସୁନ୍ଦର ଆହେ ପ୍ରିୟ ମୋର
    ଦଶ ସହସ୍ର ମଧ୍ୟରେ … ଦଶ ସହସ୍ର ମଧ୍ୟରେ (ଘୋଷା)

    ତୁମ ବିନା ପ୍ରଭୁ ନାହିଁ କାହାଠାରେ
    ନାହିଁ କେବେ ପରିତ୍ରାଣ,
    ନରଗଣ ମଧେ ଆକାଶର ତଳେ
    ନାହିଁ କେହି ଧରାଧାମେ
    ପରମ ସୁନ୍ଦର ଆହେ ପ୍ରିୟ ମୋର … |୧|

    ପରମ ଆନନ୍ଦ ଆହେ ପ୍ରିୟତମ
    ବସେ ତୁମ ଛାୟାତଳେ,
    ତୁମରି ଫଳଯେ କି ସ୍ବାଦ ତୁଣ୍ଡକୁ
    ବଣ୍ଡିକି ମୁଁ ତାହା ପାରେ ।
    ପରମ ସୁନ୍ଦର ଆହେ ପ୍ରିୟ ମୋର … |୨|

    ସୂଚୀମାଳାକୁ ଫେରନ୍ତୁ

  • kiye achi kiye achi amopain jiba

    କିଏ ଅଛି, କିଏ ଅଛି ଆମ ପାଇଁ ଯିବା
    ହଜା ମେଷ ଲାଗି ଫାଟକରେ ଠିଆ ହେବ … (ଘୋଷା)

    ହେ ପ୍ରଭୁ ଅଛି ମୁଁ ଦୀନ ଦାସ
    ପଠାଅ ମୋତେ ତୁମ ଆପ୍ ସାଥେ
    ଲଘି ଯିବି ଗିରିବନ ମରୁ ପଥେ (୨ ଥର) … |୧|

    କ୍ଷେତ ଆଜି ପଡ଼ିଅଛି ଶୂନ୍ୟ
    ମୁଲିଆଙ୍କ ଆମ ପ୍ରୟୋଜନ (୨ଥର)
    କ୍ଷେତତ ଅନେକ, ଶ୍ରମିକ ଅଳପ,
    ସେବା କରିବ କାହାର ଆଜି କର ସଂକଳ୍ପ … |୨|

    ଆମ ହାତ ତିଆରି ମଣିଷ
    ହୋଇ ଅଛି ସେ ପଥ ଭ୍ରଷ୍ଟ (୨ ଥର)
    ବିଚାର ଦିନରେ ଜୀବନ ଶେଷରେ
    ସବୁରି ଆତ୍ମା ହେଉ ସୁରକ୍ଷିତ … |୩|

    ସୂଚୀମାଳାକୁ ଫେରନ୍ତୁ

  • jishu tume moro asa

    ଯୀଶୁ ତୁମେ ମୋର ଆଶା, ଗୌରବମୟ ଭରସା
    ତୁମେ ମୋ ବିଶ୍ୱାସ ଭୂମି, ମୋର ମୁକତି ଶରଣୀ
    ତୁମଠାରେ ରଖିଛି ମୁଁ ଦୃଢ଼ ଭରସା
    ଯୀଶୁ ତୁମେ ମୋର ଆଶା …(୪ଥର) …(ଘୋଷା)

    ଆସୁ ଦୁଃଖ ନୈରାଶ୍ୟ ଅବା ଘେରୁ ଝଡ କ୍ଳେଶ
    ବିଶ୍ବାସେ ପ୍ରତିଦିନ, କାଟୁଥିବି ଏ ଜୀବନ
    ତୁମେ ମୋ ବିଶ୍ୱାସ ଭୂମି … |୧|

    ଯଦି ନିନ୍ଦା ଅପମାନ ଦିଏ ଶତ୍ରୁ ଶୟତାନ
    ହେବି ନାହିଁ ଭୟଭୀତ ଗାଉଥିବି ଜୟଗୀତ
    ତୁମେ ମୋ ବିଶ୍ୱାସ ଭୂମି … |୨|

    ସୂଚୀମାଳାକୁ ଫେରନ୍ତୁ

  • prati prabhata re srusti kartankara

    ପ୍ରତି ପ୍ରଭାତରେ ସୃଷ୍ଟି କର୍ତ୍ତାଙ୍କର
    କରୁଣା ସ୍ମରଣ କର ।
    ଦିବସ ପ୍ରାରମ୍ଭ ସବୁ କିଛି ତାଙ୍କ (୨ଥର)
    ଚରଣେ ଅର୍ପଣ କର …. (ଘୋଷା)

    ସୂର୍ଯ୍ୟର ତଳେ ସବୁହିଁ ଅସାର ହ୍ରାନ୍ତିରେ ପରିପୂର୍ଣ୍ଣ
    ତୃପ୍ତ ନୁହଁଇ ମଣିଷ କାମନା ଜୀବନ ଅଟଇ ଜୀର୍ଣ୍ଣ ।
    ସାର ଯେ କେବଳ ପ୍ରଭୁରେ ବିଶ୍ବାସ
    ହୃଦୟେ ଧାରଣ କର … |୧|

    ଅନନ୍ତ ଅସୀମ ସେ ପରମେଶ୍ବର ଅନାଦି ଆନନ୍ଦ ସେହି
    ସକଳ ସୃଷ୍ଟି ପ୍ରକାଶେ ମହିମା ବନ୍ଦନା ତାଙ୍କରି ପାଇଁ
    ଅନନ୍ତ ଜ୍ୟୋତି ସେ ତାଙ୍କରି ଆଲୋକ
    ହୃଦୟେ ଧାରଣ କର …. |୨|

    ସୂଚୀମାଳାକୁ ଫେରନ୍ତୁ

  • re mana jishunku tu chadi jagata pache

    ରେ ମନ ଯୀଶୁଙ୍କୁ ତୁ ଛାଡ଼ି ଜଗତ ପଛେ ଯାଅନା
    ଜୀବନେ ସର୍ବ ଅବସ୍ଥାରେ ଯୀଶୁଙ୍କୁ ରଖୁ ହୃଦୟରେ
    କେବେବି ତାଙ୍କୁ ଭୁଲନା ଜଗତ ପଛେ ଯାଅନା … (ଘୋଷା)

    ଯୀଶୁଙ୍କ ସାଥେ ଚାଲେ ଯିଏ ପବିତ୍ର ଜୀବନ ବିତାଏ
    ଯୀଶୁଙ୍କ ନାମ ଭଜେ ଯିଏ ଶାନ୍ତି ଆନନ୍ଦ ପାଏ ସିଏ
    ରେ ପ୍ରାଣ ବ୍ୟାକୁଳ କାହିଁକି ତାଙ୍କ ପରେ ଭରସା ରଖ୍
    କେବେବି ତାଙ୍କୁ ଭୁଲନା ଜଗତ ପଛେ ଯାଅନା …. |୧|

    ଦୁଇ ଦିନିଆ ଏ ସଂସାର ଅନେକ ଭାବୁତୁ ମନରେ
    ବୁଲୁତୁ ହୋଇଣ ହତାସ ଶେଷରେ ହେବ ସର୍ବନାସ
    ଏ ଦୁନିଆରୁ ହେବୁ ପାରି ଯିବାକୁ ସେ ସରଗପୁରୀ
    ତାଙ୍କ ଡାକ ମନା କରନା ଜଗତ ପଛେ ଯାଅନା … |୨|

    ସୂଚୀମାଳାକୁ ଫେରନ୍ତୁ

  • patitapabana seta patitapabana

    ପତିତପାବନ ସେତ, ପତିତପାବନ
    ଜୟ, ଜୟ, ଜୟ ଯୀଶୁ ଦାଉଦି ସନ୍ତାନ … (ଘୋଷା)

    ମହାପ୍ରେମେ ତେଜି ସେହି ସ୍ଵର୍ଗ ଭୂବନ,
    ପାପୀ ପାଇଁ ବରିଥିଲେ କୃଶ-ସିଂହାସନ … |୧|

    ଯେତେ ପାପୀ ଆସିଲେ ହେଁ ପାଇବେ ସ୍ଥାନ,
    ଭାଷିଥିଲେ ଶ୍ରୀମୁଖରେ ଅମୀୟ ବଚନ … |୨|

    ବାଳ, ବୃଦ୍ଧ, ଯୁବା ଧନୀ, ଦୀନ, ଅକିଞ୍ଚନ
    ନ ତେଜନ୍ତି କେବେ ହେଲେ ଶୁଣି ନିବେଦନ … |୩|

    ଏ ମରୁ-ମରୀଚିକାରେ ଭ୍ରମି ଅକାରଣ,
    ବୃଥାରେ ନ କାଟି ଦିନ, ଧର ଶ୍ରୀଚରଣ … |୪|

    ଏ ମାଟି ଶରୀର ହେବ ମାଟିରେ ଲୀନ,
    ପରକାଳ ପାଇଁ କର ଯତନେ ସନ୍ଧାନ … |୫|

    ସୂଚୀମାଳାକୁ ଫେରନ୍ତୁ

  • jishu dayamaya suna hai binaya

    ଯୀଶୁ ଦୟାମୟ, ଶୁଣ ଏ ବିନାୟ,
    ଆମ୍ଭ ମଧେ ଉପସ୍ଥିତ ହୁଅ ଏ ସମୟ … (ଘୋଷା)

    ଅନ୍ତରର ଅନ୍ଧକାର କୃପା କରି
    ହୃଦେ ଆମ୍ଭମାନଙ୍କର ହୋଇଣ ଉଦୟ … |୧|

    ଆସ ପ୍ରଭୂ ଏ ଆଳୟ, ଧର୍ମାମା ଅଗ୍ନି ସ୍ବଳାଅ,
    ତବାଲୋକେ ଦୀପ୍ତିମୟ କର ଏ ସମୟ … |୨|

    ଆଶୀର୍ବାଦ କର ଆସି, ପାପ ଅବିଶ୍ୱାସ ନାଶି,
    ସୁସ୍ଥ କର ଦାସ ଦାସୀ ହୋଇଣ ସଦୟ … |୩|

    ସୂଚୀମାଳାକୁ ଫେରନ୍ତୁ

  • ahe jishu daya bano

    (ରାଗ – ନାଦନାମକ୍ରିୟା)
    ଆହେ ଯୀଶୁ ଦୟାବନ୍,
    ଦୟା ତୁମ୍ଭ ମୁକୁଟ ଭୂଷଣ,
    ଦୟା କ୍ଷମା ସତ୍ୟ ଶାନ୍ତି ପ୍ରେମରେ ପୁର୍ଣ …. (ଘୋଷା)

    ସ୍ଵର୍ଗ ସୁଖ ତେଜିଲ, ମଞ୍ଚ ଅବତରିଲ
    ସାଧୁବାକୁ ମୋର ପରିତ୍ରାଣ,
    ମୋର ଲଗା ହୋଇଲ, ମୋ ପାପେ ବଳି ହେଲ,
    ମୋ ଦୁରିତ ଖଣ୍ଡିଲ, ଆହେ କୃପାବାନ,
    ଆହେ କେଡ଼େ ପ୍ରେମ କଲ ଦେଇ ନିଜ ପ୍ରାଣ … |୧|

    କୁନ୍ତୀ ଆଦି ରୋଗୀଙ୍କୁ ଭୂତଗ୍ରସ୍ତ ପ୍ରାଣୀଙ୍କୁ
    ଆଜ୍ଞାମାତ୍ରେ କଲ ବିମୋଚନ,
    ମୃତଜନଙ୍କୁ ପ୍ରାଣ, ଜନ୍ମାନ୍ଧଙ୍କୁ ନୟନ, ବଧୂରକୁ ଶ୍ରବଣ,
    ପଲ୍ଲୀକୁ ଗମନ
    ବିନାମୂଲ୍ୟ କଲି ଦାନ ହୋଇ କରୁଣ … |୧|

    ପାପ-ତୁମେ ପୂରିତ ଥିଲା ଏହି ଜଗତ
    ଘନ ଅମାନିଶାର ସମାନ,
    ଧର୍ମ-ଭାନୁ ସଦୃଶ ତୁମ୍ଭେ ହୋଇ ପ୍ରକାଶ ପାପ-ତିମିର ନାଶ
    କଲ ଦୀପ୍ତି ଦାନ,
    ପୃଥିବୀରେ ମୁକ୍ତିରାଜ୍ୟ କଲ ସଂସ୍ଥାପନ … |୩|

    ଧରିଛି ଶ୍ରୀପୟର ମୁଁ ପାପୀ ଦୁରାଚାର,
    ତୁମ୍ଭ ବିନା ନାହିଁ ଗତି ଆନ,
    ଘେନ ମୋ ଅନୁତାପ, ଫେଡ଼ ମୋ ଶୋକ ତାପ,
    କ୍ଷମା କରି ମୋ ପାପ କର ଶାନ୍ତି ଦାନ,
    ମାଗୁଅଛି ଏହି ବର ଆହେ କ୍ଷମାବାନ … |୪|

    ସୂଚୀମାଳାକୁ ଫେରନ୍ତୁ

  • papi manare thare krusha ku chahan

    ପାପୀ ମନରେ
    ଥରେ କୁଶକୁ ଚାହିଁ
    ପଳାଶ ପ୍ରସୂନ ନିନ୍ଦି ଅପଘନ
    ରକତେ ରଞ୍ଜିତ ହୋଇଛି ଆହା … (ଘୋଷା)

    ଯିହୁଦୀଏ କରିଣ କୂଟ
    ପିନ୍ଧାଇଲେ କଣ୍ଟା ମୁକୁଟ
    ପାଦ ପାଣି ପ୍ରେକ ମାରଣାର ଦୁଃଖ
    ଦେଲେ ହୃଦୟ ବିଦାରେ ଆହା … |୧|

    ତୋର ପାପ ସନ୍ତାନ ଯେତେ କ୍ଷୟ ଯିବ ଚାହିଁବା ମାତ୍ରେ
    କ୍ଷମ ଭୟ ଦୂର ହୋଇବ ନିକର
    ପରମ ପଥକୁ ହୋଇବ ସାହା … |୨|

    କୁଶ ଯନ୍ତ୍ର ସଂସାରେ ସାର ପାପୀ ମୁକ୍ତି କୋଠ ଭଣ୍ଡାର
    ଦୀନ ଦୁଃଖୀ ରଙ୍କି ପାତକୀଙ୍କ ପାଇଁ
    କାଲବରୀ ଚୂଳେ ହୋଇଛି ଠିଆ … |୩|

    ସୂଚୀମାଳାକୁ ଫେରନ୍ତୁ

  • jishu rajana hai moro prana

    ଯୀଶୁ ରାଜନ ହେ ମୋର ପ୍ରାଣ ପସରା
    ପାପୀବନ୍ଧୁ ପାପହରା .. (ଘୋଷା)

    ପାପୀଙ୍କର ପାଇଁ ଆସିଲେ ମର୍ତ୍ତ୍ୟ ଓହ୍ଲାଇ
    ପାପୀ ପାପ ବହି କୁଶେ ହୋଇଲେ ଧରା … |୧|

    କେଡ଼େ ନିଷ୍ଣୁର ଯିହୂଦୀ ବକ୍ଷସ୍ଥଳେ ବର୍ଲା ଭେଦି
    କି କଲବଲରେ ପ୍ରାଣ ନେଲଟି ପରା … |୨|

    ଆହା ମୋ ଯୀଶୁ ରାଜନ ପାଇଛନ୍ତି କି କଷଣ
    ଏହା ଦେଖୁ ବେନି ଆଖୁ ସହେ କି ପରା … |୩|

    କଣ୍ଟା ମୁକୁଟ ବନାଇ ଦେଇଛି ମୁଣ୍ଡେ ପିନ୍ଧାଇ
    ରକ୍ତ ଟୋପା ଝାଳ ପରି ବହୁଛି ପରା … |୪|

    ତାହାଙ୍କର ପ୍ରେମ ବାରି ବିହୁଅଛି ସ୍ରୋତ ପରି
    ତୁହି ପାପୀ ଡୁବି ହୁଅ ଶୁକ୍ଳଟି ପରା … |୫|

    ସୂଚୀମାଳାକୁ ଫେରନ୍ତୁ