Tag: Bibleinsights India

  • jishu moro doya kara

    ଯୀଶୁ ମୋର ଦୟା କର ସାହା ନାହିଁ କେହି ମୋର
    ଏ ଭବ ସାଗର ଅତି ଭୟଙ୍କର
    କେମିତି ମୁଁ ହେବି ପାର… (ଘୋଷା)

    ପରୀକ୍ଷା କେତେ ମୋହର ଆସୁଅଛି ବାରମ୍ବାର (୨ଥର)
    ଖସିବ କି ପାଦ ମୋର, ହେଉଛି ମନ ଅସ୍ଥିର
    ତୁମେ ଏକା ଆଶ୍ରା ମୋର… |୧|

    ଆଶା ରହିଛି ମୋହର, ପ୍ରବେଶିବି ସ୍ୱର୍ଗଦ୍ୱାର (୨ଥର)
    ଲକ୍ଷ୍ୟଭ୍ରଷ୍ଟ ନୋହୁଁ ମୋର ପାଳିବି ବାକ୍ୟ ତୁମର
    ହାତ ଧରି ନିଅ ମୋର… |୨|

    ଛ’ଶ ଛଷଠି ନମ୍ବର, ଆସୁଅଛି ତୁରନ୍ତର (୨ ଥର)
    କପାଳେ ସମସ୍ତଙ୍କର, ଚିହ୍ନ ଦେବେ ବଳତ୍କାର
    ପ୍ରାଣରକ୍ଷା କର ମୋର… |୩|

    ସୂଚୀମାଳାକୁ ଫେରନ୍ତୁ

  • he sakaladesha gana

    ହେ ସକଳ ଦେଶଗଣ ଗାଆ
    ପ୍ରିୟତମ ଯୀଶୁ ନାମ … ଓ … ଓ … ଓ … (ଘୋଷା)

    ଜଗତ ଜୀବନ ପତିତପାବନ
    ହେ ସକଳ ପ୍ରାଣୀ କର ଜୟଗାନ
    ନ ପାସୋର ସେହି କାଲବରୀ ପ୍ରେମ
    ଆଉ ନାହିଁ ଯେ ସମୟ … ଗାଅ ପ୍ରିୟତମ ଯୀଶୁ ନାମ… |୧ |

    ଦିନ ପରେ ମାସ ବର୍ଷ ବିତିଗଲା
    ରାଜା ଯୀଶୁ ଆଗମନ ବେଳ ହେଲା
    ନ ହୋଇ ଲଜିତ ନ ହୋଇ ନିଦ୍ରିତ
    ଜାଗିଉଠି କର ଗାନ … ଗାଅ ପ୍ରିୟତମ ଯୀଶୁ ନାମ…|୨|

    ଧନ୍ୟବାଦ କରି ତାହାଙ୍କ ଦୁଆରେ
    ପ୍ରଶଂସାର ଭେଟି ନେଇ ପ୍ରାଙ୍ଗଣରେ
    କର ହେ ପ୍ରବେଶ ହେ ସକଳ ଦେଶ
    ପାଇବ ସ୍ବର୍ଗଧାମ ଗାଅ ପ୍ରିୟତମ ଯୀଶୁ ନାମ … |୩|

    ସୂଚୀମାଳାକୁ ଫେରନ୍ତୁ

  • bandhana kariba ame

    ବନ୍ଦନା କରିବା ଆମେ ବନ୍ଦନା କରିବା
    ରାଜାରାଜାଙ୍କୁ ଦେବାଦେବଙ୍କୁ ବନ୍ଦନା କରିବା… (ଘୋଷା)

    ଆକାଶ ନିର୍ମାଣକାରୀଙ୍କୁ ଧରଣୀ ନିର୍ମାଣକାରୀଙ୍କୁ
    ସମୁଦ୍ର ବିଭକ୍ତକାରୀଙ୍କୁ ଆମେ ବନ୍ଦନା କରିବା… |୧|

    ସ୍ଵର୍ଗ ଉପବିଷ୍ଟ ପ୍ରଭୁଙ୍କୁ ଧରଣୀ ନିର୍ମାଣକାରୀଙ୍କୁ
    ମୃତ୍ୟୁବଳ ଭଗ୍ଧକାରୀଙ୍କୁ ଆମେ ବନ୍ଦନା କରିବା… |୨|

    ପାପୀଙ୍କ ମୁକତିଦାତାଙ୍କୁ ଈଶ୍ୱରଙ୍କ ସେହି ବାକ୍ୟକୁ
    ଆସୁଛନ୍ତି ସେହି ଯୀଶୁଙ୍କୁ ଆମେ ବନ୍ଦନା କରିବା… |୩|

    ସୂଚୀମାଳାକୁ ଫେରନ୍ତୁ

  • bhabiki dekhicha thare

    ଭାବିକି ଦେଖିଛ ଥରେ, ସେ କୁଶର କଥା
    ଯୀଶୁଙ୍କର ବ୍ୟଥା (ଘୋଷା)

    ତୋର ପରିତ୍ରାଣ ପାଇଁ, କୄଶେ ବଳୀ ହୋଇ
    ଝରାଇଲେ ରକ୍ତଧାର, କେତେ ଦୟା ବହି
    ହସ୍ତ ପାଦେ ହୋଇ ଛନ୍ଦା, ହେଲେ କଣ୍ଟା ବିନ୍ଧା
    ସହି କେତେ ନିନ୍ଦା… |୧|

    ଚାହାଁରେ ଚାହାଁରେ ବନ୍ଧୁ, ଯୀଶୁ କୁଶ ପରେ
    ତୋ ପାପ ପାଇଁ ଆଜି, ଯୀଶୁ କୃଶ ପରେ
    ଦେଖିଲେ ବୁଝିବୁ ଭାଇ, ସେ କୁଶର କଥା
    ଯୀଶୁଙ୍କର ବ୍ୟଥା… |୨|

    ବସାଇଲେ ପୃଷ୍ଠ ପରେ କେତେ ଯେ ଶିଆର
    ଦୟା ନଥିଲା ଜୀବନେ, ଶତୃ ମାନଙ୍କର
    ତୋର ପାଇଁ କରି ଚିନ୍ତା, ପାତିଦେଲେ ମଥା
    ତୋର ମୁକ୍ତିଦାତା… |୩|

    ଫେରିଆ ଫେରିଆ ଆଜି ଆହେ ପାପୀ ଭାଇ
    କାହିଁକି ମରିବୁ ପାପେ, ଚିରଦିନ ପାଇଁ
    ଡାକୁଛନ୍ତି ସୃଷ୍ଟି କର୍ତ୍ତା ସେ ସ୍ବର୍ଗସ୍ଥ ପିତା
    ତୋର ରକ୍ଷାକର୍ତ୍ତା… |୪|

    ସୂଚୀମାଳାକୁ ଫେରନ୍ତୁ

  • jishure labhichi mu nua jibana

    ଯୀଶୁରେ ଲଭିଛି, ମୁଁ ନୂଆ ଜୀବନ,
    ଯୀଶୁରେ ହୋଇଛି ମୋର ପରିବର୍ତ୍ତନ (ଘୋଷା)

    ସୃଜାତି ପ୍ରେମୀ ମୁଁ ଉଯୋଗୀ ଶିମୋନ
    ଦେଶ, ଜାତି ପାଇଁ କଲି ଖଡ୍ଗ ଧାରଣ
    ତାଙ୍କ ପଛେ ଯାଇ, ସବୁ ଛାଡ଼ିଦେଇ
    ଯୀଶୁରେ ମୁଁ ହେଲି ନୂତନ…|୧|

    ଉଦ୍ଯୋଗୀ ଶାଉଲ ମୁଁ ନିଜ ଧର୍ମରେ
    ଅତ୍ୟାଚାରୀ ଥିଲି କିନ୍ତୁ ଧର୍ମ ନାମରେ
    ଧରିଲେ ସେ ମୋତେ ଦଶେକ ପଥେ
    ଯୀଶୁରେ ମୁଁ ହେଲି ନୂତନ… |୨|

    ଧନୀମାନଙ୍କ ମଧ୍ୟରେ ମୁଁ ଅନ୍ୟତମ
    ସବୁକିଛି ଥୁଲା କିନ୍ତୁ ଅନ୍ୟାୟ ଧନ
    ପାପେ ଥିଲି ହଜି ପାଇଲେ ସେ ଖୋଜି
    ଯୀଶୁରେ ମୁଁ ହେଲି ନୂତନ… |୩|

    ଖ୍ରୀଷ୍ଟିୟ ପରିବାରେ, ହୋଇ ଜନମ,
    ଅନୁଭବି ନଥିଲି ମୁଁ ନୂଆ ଜନମ
    ଯେବେ ତ୍ରାଣକାରୀ ରୂପେ ଦେଲି ହୃଦୟ,
    ଭରିଦେଲ ଶାନ୍ତି ମୁକ୍ତି ହୋଇ ସଦୟ
    କଲି ସମର୍ପଣ ମୋ ସାରା ଜୀବନ,
    ଯୀଶୁରେ ମୁଁ ହେଲି ନୂତନ… |୪|

    ସୂଚୀମାଳାକୁ ଫେରନ୍ତୁ

  • sadaprabhu sonyadhipati

    ସଦାପ୍ରଭୁ ସନ୍ୟାଧିପତି, ଅଟନ୍ତି ଜଗତର ଜ୍ୟୋତି
    ତାଙ୍କରି ବିହୁନେ ତିନି ଭୂବନେ
    ନାହିଁ କାହିଁ ଆଉ ମୁକତି (ଘୋଷା)

    ଆକାଶ, ପୃଥିବୀ, ନକ୍ଷତ୍ରପୁଞ୍ଜ ସକଳ ତାଙ୍କରି ସୃଜନ
    ପ୍ରତି ମୂରତିରେ ଆପଣା ପ୍ରଭୁ କଲେ ମାନବ ନିର୍ମାଣ
    ଅଟନ୍ତି ସେ ମହାମହିମ (୨ଥର)
    ଅକଳନ ତାଙ୍କରି ଶକତି… |୧|

    ହୁଅଇ ସୁସ୍ଥିର, ସମୁଦ୍ର ଝଡ, ଶୁଣି ତାଙ୍କରି ଆଦେଶ
    ଉଠଇ ଶବ, କବର ଛାଡି, ବେଗେ ତାଙ୍କରି ପାଇଁ ଡାକ
    ଶୁଣି ସେ ବଡ ଯୀଶୁ ନାମ (୨ ଥର)
    ଶୟତାନ ପାଏ ଭୟ ଅତି… |୨|

    ପରାକ୍ରାନ୍ତ ସେ ଯୀଶୁ ରାଜନ, କରନ୍ତି ତ୍ରିଭୁବନେ କର୍ତ୍ତାପଣ
    ଆସ ହେବା ନତ ତାହାଙ୍କ ଛାମୁରେ, ଅରପିବା ହୃଦୟ ସୁମନ
    ଦେବେ ପ୍ରଭୁ ନବ ଅନୁଭୂତି (୨ ଥର)
    ପାଇବା ଜୀବନ ଚିର ଶାନ୍ତି… |୩|

    ସୂଚୀମାଳାକୁ ଫେରନ୍ତୁ

  • gaiba jishunka namo

    ଗାଇବା ଯୀଶୁଙ୍କ ନାମ ଚରଣେ କରି ପ୍ରଣାମ
    ଜଗତ ମୁକତି ରାଜାଙ୍କୁ ନିଜ ହୃଦେ ଦେଇ ସ୍ଥାନ
    କେତେ ପ୍ରେମ ଦେଇ, ଜଗତେ ବଂଚାଇ, ଆଶିଷ ବର୍ଷାଇ… (ଘୋଷା)

    ବଂଚାଇଲେ ସେହି ଜୀବନ ଦେଇ
    ସେ ପ୍ରେମକୁ ଆଉ ଭୁଲଇ ନାହିଁ… |୧|

    ଆମ ପାପ ପାଇଁ, କାଣେ କୁଶ ବହି, ରକତ ଝରାଇ
    ପ୍ରହାରିତ ହେଲ ଜଗତ ପାଇଁ
    ତଥାପି ଜଗତ ଚିହ୍ନିଲା ନାହିଁ… |୨|

    କୁହ କାଲବରୀ, ନୀରବ ନ ରହି, କୁଶର କାହାଣୀ
    ପୂର୍ଣ୍ଣ କର ତୁମ ଭାବବାଣୀ
    ଏଲୋହି, ଏଲୋହି ଲାମା ଶବକଥାନି… |୩|

    ସୂଚୀମାଳାକୁ ଫେରନ୍ତୁ

  • ଅନନ୍ତ ଜୀବନ ମୁଁ ପାଇଛି ananta jibana mu paichi

    ଅନନ୍ତ ଜୀବନ ମୁଁ ପାଇଛି
    ତାଙ୍କ ଅନୁଗ୍ରହେ ପାଇଛି।
    ଧରି ଶ୍ରୀଚରଣେ ଦେଇ ମନ ପ୍ରାଣ
    ନୂତନତା ମୁହଁ ଲଭିଛି (ଘୋଷା)

    ଥୁଲା ଯେତେ ମୋର ପାପର ଦଣ୍ଡ
    ମୋ ପାଇଁ ମରି ସେ କଲେ ନୀଦଣ୍ଡ
    ନାହିଁ ଆଉ ମୋର ଭୟ କିଛି
    ତାଙ୍କ ଠାରେ ମୁହିଁ ରହିଛି… |୧|

    ପିତା ଠାରୁ ମୁଁ ଯେ ଦୂରରେ ଥିଲି
    ଖ୍ରୀଷ୍ଟଙ୍କ ବନ୍ଧନେ ମିଳିତ ହେଲି
    ଏକ ପରିବାରରେ ମୁଁ ମିଶିଛି
    ସ୍ଵର୍ଗ ଭୋଗ ମୋ ପାଇଁ ଅଛି… |୨|

    ପାପ ଦାସ ଭାବେ ପାପରେ ଥିଲି
    ପାପ ତେଜି ଖ୍ରୀଷ୍ଟ ଜୀବିତ ହେଲି
    ବହୁ ମୂଲ୍ୟ ରକ୍ତ କିଣା ହୋଇଛି
    ତେଣୁ ତାଙ୍କ ପାଇଁ ବଂଚିଛି… |୩|

    ସୂଚୀମାଳାକୁ ଫେରନ୍ତୁ

  • kahi agamana na kuhare mana

    କାହିଁ ଆଗମନ ନ କୁହରେ ମନ
    ଆସିବେ ନିଶ୍ଚ ଆସିବେ ସେ
    ଆସିବେନି ବୋଲି ନ ଯାଅ ତୁ ଭୁଲି
    ଆସୁଛନ୍ତି ସେ ଗୌରବେ… (ଘୋଷା)

    ମହା ଆନନ୍ଦରେ ଦୂତ ତୁରୀ ବାଦ୍ୟ
    ମେଘ ରଥେ ସେ ଆସିବେ
    ରୂପାନ୍ତରିତ ବିଶ୍ୱାସୀ ହୋଇବେ
    ମୃତ କବରୁ ଉଠିବେ
    ମଧ୍ୟ ଆକାଶରେ ବିବାହ ଭୋଜରେ
    ନିଶ୍ଚେ ବିଶ୍ବାସୀ ଭୋଗିବେ… |୧|

    ମହା ଭୟଙ୍କର ହେବ ସେହି ଦିନ
    ଯେତେ ସବୁ ପାପୀ ପାଇଁ
    ନ ପାଇବେ ରକ୍ଷା ସେହି କ୍ରୋଧ ଦିନେ
    ଲୁଚି ନ ପାରିବେ କେହି
    ତେଜି ପାପ ଦୋଷ ସତ୍ୟ ପଥେ ଆସ
    ତେବେ ସେ ରକ୍ଷା କରିବେ… |୨|

    ସୂଚୀମାଳାକୁ ଫେରନ୍ତୁ

  • matira manisha matire mishiba

    ମାଟିର ମଣିଷ ମାଟିରେ ମିଶିବ
    ଚିରଦିନ ତ ରହିବ ନାହିଁ
    ଯିଏ ଆପଣାର ସବୁ ହେବେ ପର
    କେହି ସଙ୍ଗତେ ରହିବେ ନାହିଁରେ
    ଚିରଦିନ ତ ରହିବ ନାହିଁ… (ଘୋଷା)

    ହେବରେ ଅନ୍ଧାର ଏ ମାୟା ସଂସାର
    ମୃତ୍ୟୁର ଶବଦ ଶୁଭିବ
    ମରିବାର ପାଇଁ ଖୋଜିବୁରେ ତୁହି
    ତୋ ନିକଟୁ ସେ ଚାଲିଯିବ
    ଜଗତ ସମ୍ପଦ ତୋତେ କି ରଖିବା
    ବୁଲି ମରିବୁ ପାଗଳ ହୋଇରେ,
    ଚିରଦିନ ତ ରହିବ ନାହିଁ… |୧|

    ଜନମ ହୋଇଲି ସବୁ ମୁଁ ଖୋଜିଲି
    ଅନିତ୍ୟ ଏ ଜୀବନ ପାଇଁ
    ସପନ ପରାଏ ସବୁ ହେଲା ମୋର
    ବାୟୁର ପଛରେ ଧାଇଲି,
    ମୋର ରକ୍ଷା ପାଇଁ ଭବେ ସ୍ଥାନ ନାହିଁ
    ସବୁ ହରାଇ ବସିଛୁ ଏକାରେ,
    ଚିରଦିନ ତ ରହିବ ନାହିଁ… I୨|

    କାହାକୁ କହିବି ମନ କଥା ମୋର
    ନାହିଁ କେ ଶୁଣିବାର ପାଇଁ
    କୁଶରୁ ଝରୁଛି ଯା ରକତ ଧାର
    ଯୀଶୁ ନାମେ ସେ ଭାବଗ୍ରାହୀ
    ଯୀଶୁ ଏକା ମୋର ଗଳାର ହାର
    ସେହି ଏକା ମୋ ଜୀବନ ସାଥିରେ
    ଯୀଶୁ ରହିବେ ମୋ ସାଥି ହୋଇ… |୩|

    ସୂଚୀମାଳାକୁ ଫେରନ୍ତୁ