Tag: Bibleinsights India

  • jishu namo priya namo

    ଯୀଶୁ ନାମ ପ୍ରିୟ ନାମ
    ଯୀଶୁ ନାମ ମଧୁ ନାମ
    ଯୀଶୁ ନାମେ ଅଛି ଅନନ୍ତ ଜୀବନ (୨ ଥର)
    ଯୀଶୁ ନାମେ ପରିତ୍ରାଣ… (ଘୋଷା)

    ଯୀଶୁ ନାମେ ଅନ୍ଧ ଦେଖେ
    ଯୀଶୁ ନାମେ ମୃତ ଜାଗେ
    ଯୀଶୁ ନାମ ଦିଏ ତ୍ରାଣ
    କରି ତାଙ୍କ ଜୟ ଗାନ…. |୧|

    ସେହି ନାମେ ଅଛି ଶାନ୍ତି
    ସେହି ନାମେ ଅଛି ମୁକ୍ତି
    ତାଙ୍କ ନାମେ ଅଛି ଶକ୍ତି
    ସଂଭ୍ରମରେ କର ଭକ୍ତି
    ହୃଦେ ନିଅ ଯୀଶୁ ନାମ
    ସେହି ପ୍ରିୟ ଯୀଶୁ ନାମ… |୨|

    ସେହି ମୋର ପ୍ରିୟତମ
    ସବୁଠାରୁ ମହୀୟାନ
    ତାଙ୍କଠାରେ ଦେଲେ ମନ
    ପାଇବ ନୂଆ ଜୀବନ
    ପ୍ରିୟ ଯୀଶୁ ରାଜା ଆମ
    ଜୟ ତାଙ୍କ ମହା ନାମ… |୩|

    ସୂଚୀମାଳାକୁ ଫେରନ୍ତୁ

  • topaye topaye raktadhara

    ଟୋପାଏ ଟୋପାଏ ରକ୍ତଧାର
    ଝରିଗଲା କେତେ ଝରିଗଲା (୩ ଥର)
    ନଈ ନାଳ ପରି ନଈ ନାଳ ପରି ଝରିଗଲା
    କାଲବରୀ କୃଶରେ ଜୀବନ ଦେଲେ
    ମୋର ପାପ ପାଇଁ ମଲେ
    ଟୋପାଏ … ଟୋପାଏ… (ଘୋଷା)

    ଯୀଶୁର କଥା ଶୁ, ଯୀଶୁର ବାକ୍ୟ ଶୁନ୍
    ସବୁ କଥା ମନେ ରଖି ଭାବୁଥାଇ
    ମନ ଜୀବନ ଦେଇକରି ଗୁଣ ଗାଉଥା
    କାଲବରୀ କୁଶରେ ଜୀବନ ଦେଲେ
    ମୋର ପାପ ପାଇଁ ମଲେ
    ଟୋପାଏ…ଟୋପାଏ…. |୧|

    ଯୀଶୁ କଲେ ପ୍ରେମ, ଯୀଶୁ ଦେଲେ କ୍ଷମା
    ସବୁ କିଛି ମୋର ପାପ ଦୂର କଲେ
    ମନ ଜୀବନ ଦେଇ କରି ଗୁଣ ଗାଉଥା
    କାଲବରୀ କୁଶରେ ଜୀବନ ଦେଲେ
    ମୋର ପାପ ପାଇଁ ମଲେ
    ଟୋପାଏ… ଟୋପାଏ… |୨|

    ଯୀଶୁ ରାଜା କେ ଦେଖେ ଯୀଶୁ ବାପା କେ ଦେଖେ
    ଆମର ଜୀବନ ଗଲେ ପଛେ, ନାହିଁ ଭୁଲେ
    ମନ ଜୀବନ ଦେଇ କରି ଗୁଣ ଗାଉଥା
    କାଲବରୀ କୁଶରେ ଜୀବନ ଦେଲେ
    ମୋର ପାପ ପାଇଁ ମଲେ…
    ଟୋପାଏ…ଟୋପାଏ… |୩|

    ସୂଚୀମାଳାକୁ ଫେରନ୍ତୁ

  • baki achi bahuta dura

    ବାକି ଅଛି (୨ ଥର) ବହୁତ ଦୂର
    ଚାଲିବାକୁ ନାହିଁ ମୋ ବଳ
    ପଡୁଛି ପୁଣି ମୁଁ ଉଠୁଛି, ଶକତି ନାହିଁ ମୋହର…. (ଘୋଷା)

    ତୁମ ପ୍ରିୟ ଦାସ ଏଲିୟ, ଖୁଆଇଲେ ସ୍ଵର୍ଗୀୟ ଖାଦ୍ୟ
    ଚାଳିଶି ଦିନର ପଥ, ଚାଲିଥିଲେ ସେ ବିନା କ୍ଳେଶ
    ସେହି ପ୍ରଭୁ ତ ତୁମେ ଜୀବିତ, ବଢ଼ାଅ ଶକତି ମୋହର… |୧|

    ସୁନ୍ଦର ନାମକ ଦ୍ଵାର ମାତୃ ଗର୍ଭରୁ ସେ ଖଞ୍ଜ
    ତକ୍ଷଣେ ବଳ ପାଇଲେ
    କୁଦା ମାରି ସେ ଠିଆ ହେଲେ
    ସେହି ପ୍ରଭୁ ତ ତୁମେ ଜୀବିତ, ବଢ଼ାଅ ଶକତି ମୋହର… |୨|

    କର୍ପନାହମରେ ଥରେ ପକ୍ଷାଘାତୀ ବହି ଆଣିଲେ
    ତାର ସବୁ ପାପ କ୍ଷମି ଚଳାଇଲେ ଖଟିଆ ଘେନି
    ସେହି ପ୍ରଭୁ ତ ତୁମେ ଜୀବିତ, ବଢାଅ ଶକତି ମୋହର… |୩|

    ସୂଚୀମାଳାକୁ ଫେରନ୍ତୁ

  • bahi nei ja re hrudayara

    ବହି ନେଇଯାରେ ହୃଦୟ ଗଣ୍ଡିରେ
    ଯୀଶୁ ନାମ ବହି ନେଇଯା … (୨ ଥର)
    ଯୀଶୁ ନାମରେ ମିଳଇ ଶାନ୍ତି
    ଯୀଶୁ ନାମରେ ମିଳଇ ମୁକ୍ତି
    ଯୀଶୁ ନାମ ବହି ନେଇଯା … (୨ ଥର)… (ଘୋଷା)

    ଯୀଶୁଙ୍କର ବାଣୀ ଗ୍ରାମରେ ନଗରେ
    ଘରେ ଘରେ କହି ଦେଇଯା
    ଭାରତ ବକ୍ଷରେ ପ୍ରତ୍ୟେକ ପ୍ରାନ୍ତରେ … ( ୨ ଥର)
    ଯୀଶୁ ବାଣୀ କହି ଦେଇଯା… |୧|

    ଯୀଶୁ ଯେ ପାପୀର ତ୍ରାଣକର୍ତ୍ତା ରୂପେ
    ଜଗତେ ପ୍ରକାଶ ହୋଇଲେ
    ମାନବ ଜାତିର ପାପର ବୋଝକୁ
    ଆପଣା ଅଙ୍ଗରେ ବହିଲେ
    ବହି ନେଇଯାରେ ଯୀଶୁଙ୍କର ନାମକୁ
    ସେ ନାମରେ ପରିତ୍ରାଣ ମିଳେ…. |୨|

    ସୂଚୀମାଳାକୁ ଫେରନ୍ତୁ

  • paribartita jibana

    ପରିବର୍ତ୍ତିତ ଜୀବନ ମଧୁର ସୁବାସେ ପୂର୍ଣ୍ଣ
    ଯୀଶୁଙ୍କୁ ପାଇଅଛି ଯିଏ ଧନ୍ୟ ତାର ଜୀବନ(୪ ଥର) (ଘୋଷା)

    ପ୍ରଭୁ ପରେ ବିଶ୍ଵାସ ରକ୍ଷା କରେ ପାପୀଙ୍କୁ
    ପୁରୁଣା ବିଷୟ ଚାଲିଯାଏ
    ହୁଏ ସବୁ ନୂତନ (୪ ଥର)… |୧|

    ଅନୁତାପ ହୃଦୟେ ଲଭେ ସେ ପୁନର୍ଜନ୍ମ
    ସ୍ଵର୍ଗୀୟ ଧନେ ସେ ଧନବାନ
    ଆନନ୍ଦିତ ସେ ମନ … (୪ ଥର)… |୨|

    ମୁକ୍ତିପ୍ରାପ୍ତ ଜୀବନ ପବିତ୍ରତା ପଥରେ
    କରଇ ସର୍ବଦା ଗମନ
    କରେ ଉତ୍ତମ କର୍ମ … (୪ ଥର)… |୩|

    ମନ ପରିବର୍ତ୍ତନ କରିଛି ଯେଉଁ ଜନ
    ସ୍ଵଭାବ ତା ଯୀଶୁ ଅଧୁନ
    କରଇ ସଂଶୋଧନ … (୪ ଥର)… |୪|

    ସୂଚୀମାଳାକୁ ଫେରନ୍ତୁ

  • sadaprabhu mangalamaya

    ସଦାପ୍ରଭୁ ମଙ୍ଗଳମୟ, ଆସ କରି ଦେଖ ଆସ୍ବାଦନ
    କ୍ରୋଧେ ଧୀର, କୃପାମୟ ଅଟନ୍ତି ପ୍ରେମରେ ମହାନ୍… (ଘୋଷା)

    ଅଧର୍ମ ସକଳ ସେ ଯେ କ୍ଷମାକାରୀ
    ଆବର ସମସ୍ତ ରୋଗ ସୁସ୍ଥକାରୀ
    ବିନାଶରୁ ମୁକ୍ତକାରୀ
    ନିଅ ତାଙ୍କ ଶରଣ (୨ ଥର)… |୧|

    କରୁଣା ଦୟାରେ କରନ୍ତି ସେ ଭୂଷିତ
    ଉତ୍ତମ ଦ୍ରବ୍ୟରେ କରନ୍ତି ମୁଖ ତୃପ୍ତ
    ଉକ୍ରୋଶର ସମ ହୁଏ
    ନୂତନ ଯଉବନ ( ୨ ଥର)… |୨|

    ଭଗ୍ନମନାର ସେ ଅତି ନିକଟବର୍ତ୍ତୀ
    ଚୂମନାଙ୍କୁ ସେ ପ୍ରେମରେ ଉଦ୍ଧାରନ୍ତି
    ତାଙ୍କ ପ୍ରତି ଚାହିଁ କେହି
    ନୋହିଛି ବିବର୍ଷ (୨ ଥର)… |୩|

    ପ୍ରଭୁ ଭୟକାରୀ କର ସର୍ବେ ଭଜନା
    ଯୀଶୁ ନାମେ ଗାଇ, ହାଲେଲୁୟା ହୋଶାନ୍ତା
    ତାଙ୍କ ବିନା ନାହିଁ କାହିଁ ଅନନ୍ତ ଜୀବନ ( ୨ ଥର)… |୪|

    ସୂଚୀମାଳାକୁ ଫେରନ୍ତୁ

  • jishunka name gao sarba

    ଯୀଶୁଙ୍କ ନାମେ ଗାଅ ସର୍ବେ ହାଲିଲୁୟା ହୋଶାନ୍ତା
    ହୋଶାନ୍ତା ହାଲିଲୁୟା ( ୨ ଥର)… (ଘୋଷା)

    ତାଙ୍କ ରକ୍ତ କ୍ରିତ ଆହେ ସାଧୁଭକ୍ତ
    ଗାଅ ହେ ନୂତନ ଗୀତ
    ଯୀଶୁଙ୍କ ଜୟ ଗୀତ ଆତ୍ମାରେ ହୋଇ ମତ… |୧|

    ପରିତ୍ରାଣ ପ୍ରାପ୍ତ ଯେତେ ପାପୁ ମୁକ୍ତ
    ଗାଅ ହେ ସ୍ବର୍ଗୀୟ ଗୀତ
    ଯୀଶୁଙ୍କ ପ୍ରେମ ଗୀତ ପ୍ରଭୁଙ୍କ ପ୍ରଭୁ ସେତ… |୨|

    ଚବିଶ ପ୍ରାଚୀନ ଚାରି ପ୍ରାଣୀ ସହ
    ଗାଇବା ପ୍ରଶଂସା ଗୀତ
    ଆମେ ଯେତେ ଆହୁତ ହୋଇଛୁ ମନୋନୀତ… |୩|

    କେଡ଼େ ପ୍ରେମ କଲେ କେଡ଼େ ଦୟା କଲେ
    ଅନନ୍ତ ଜୀବନ ଦେଲେ
    ଆପଣା ପ୍ରାଣ ଦେଲେ କୁଶରେ ବଳି ହେଲେ… |୪|

    ସୂଚୀମାଳାକୁ ଫେରନ୍ତୁ

  • mukati data jishu moro

    ମୁକତି ଦାତା ଯୀଶୁ ମମ
    ତବ ଚରଣେ ମୋ ଶରଣ … (୨ ଥର)
    ଶରଣ ଶ୍ରୀଚରଣ ଶରଣ ଶ୍ରୀଚରଣ … (ଘୋଷା)

    89ପାତକୀ ପାଇଁ ଅପମାନ
    ଦୁଃଖ ନିନ୍ଦା କରିଲ ବରଣ … (୨ ଥର)
    ସହିଲ ହେ କଷଣ
    କୁଶରେ ଦେଲ ଜୀବନ
    ପାପୀ ମୁକ୍ତି କଲ ସାଧନ
    ଧନ୍ୟ ତୁମ ମହା ପ୍ରେମ …. |୧|

    ତୁମ ବିନା ନାହିଁ ମୋ ତ୍ରାଣ
    ତୁମେ ଏକା ପାପୀର ତାରଣା (୨ ଥର)
    ଆକାଶ ମଣ୍ଡଳ ତଳେ
    ମନୁଷ୍ୟମାନଙ୍କ ମଧ୍ୟରେ
    ଯେ ନାମେ ମିଳଇ ପରିତ୍ରାଣ
    ସେ ନାମେ ମୋ ଶରଣ … |୨|

    ସୂଚୀମାଳାକୁ ଫେରନ୍ତୁ

  • moro aji seso sidhanta

    ମୋର ଆଜି ଶେଷ ସିଦ୍ଧାନ୍ତ
    ମୁଁ କରିଛି ମନୋନୀତ
    ଯୀଶୁଙ୍କୁ ମନ ପ୍ରାଣ ଆତ୍ମା ଦେଇ ପୂଜିବାକୁ
    ଜୀବନର ଶେଷଯାଏ ତାଙ୍କ ପଛେ ଚାଲିବାକୁ (ଘୋଷା)

    ତାଙ୍କରି ସ୍ବରମୁଁ ଶୁଣିବି
    ତାଙ୍କୁ ମୁଁ ନିଶ୍ଚୟ ଦେଖିବି
    ବିଜୟ ଜୀବନ କାଟିବି,
    ଜାଗ୍ରତ ହୋଇ ମୁଁ ରହିବି
    ଚାହେଁ ମୁଁ ପଦେ ପଦେ ତାଙ୍କ ପଛେ ଚାଲିବାକୁ… ।୧ |

    ଯୀଶୁଙ୍କର ଗୀତ ଗାଇବି ତାଙ୍କ ଆରାଧନା କରିବି
    ଯୀଶୁଙ୍କର ଶାନ୍ତି ଲଭିବି, ତାଙ୍କରି ସାଥେ ମୁଁ ରହିବି
    ଜୀବନର ପରିତ୍ରାଣର ଆନନ୍ଦ ଲଭିବାକୁ
    ଜୀବନର ଶେଷଯାଏ ତାଙ୍କ ପଛେ ଚାଲିବାକୁ… |୨|

    ସୂଚୀମାଳାକୁ ଫେରନ୍ତୁ

  • aha ki jatana moro

    ଆହା କି ଯାତନା ମୋହର ହେ ପ୍ରଭୁ ନିରାକାର
    ବନ୍ଦୀରୁ ଉଦ୍ଧାର କର, ପାପରୁ ଉଦ୍ଧାର କର (ଘୋଷା)

    ଜଗତେ ଅଛି କଳଙ୍କ, ଜଗତେ ଅଛି ସଙ୍କଟ
    ଏଥିରୁ ଉଦ୍ଧାର କରି ପ୍ରଭୁ କର ଆମ ପାପ ଦୂର… |୧|

    ଜଗତରେ ନାହିଁ ଶାନ୍ତି ଭରିଅଛି ପାପ କ୍ରାନ୍ତି
    କରି ଆମକୁ ଉଦ୍ଧାର ପ୍ରଭୁ କର ଆମ ପାପ ଦୂର… |୨|

    ପାପର ଅଭିଳାଷରେ ବୁଡିଛୁ ଏ ଜଗତରେ
    ଡାକୁଛି ଅତି କାତରେ ପ୍ରଭୁ ରଖିହେ ତୁମ ସାଥିରେ…|୩|

    ସୂଚୀମାଳାକୁ ଫେରନ୍ତୁ