Tag: Bibleinsights India

  • tumbhathare prabhu neli sarana

    ତୁମ୍ଭଠାରେ ପ୍ରଭୁ ନେଲି ଶରଣ (ଘୋଷା)

    ଅଜ୍ଞାନ ଅଧମକୁ ତୁମ୍ଭ ପଥେ ଯିବାକୁ
    ଧର୍ମ-ଦୀପ୍ତି ପ୍ରଭୁ ହେ କର ଦାନ… |୧|

    ବଳ ନାହିଁ ମୋହର,
    ଶତୁ ପୁଣି ଅପାର
    ସ୍ଵର୍ଗୀୟ ବଳେ କର ବଳବାନ… |୨|

    ନିବିଡ଼ ଅନ୍ଧକାରପୂର୍ଣ୍ଣ ଏହି ସଂସାର
    ହସ୍ତ ଧରି କରାଅ ହେ ଗମନ… I୩I

    ମୋର ବିଶ୍ବାସ କ୍ଷୀଣ ସଦା ଅସ୍ଥିର ମନ
    କର ସୁସ୍ଥିର କରି ଆତ୍ମା ଦାନ I୪I

    ହିତ ବାକ୍ୟ ତୁମ୍ଭର
    ହେଉ ଗଳାର ହାର
    ପ୍ରାର୍ଥନାରେ ଜାଗ୍ରତ ଥାଉ ମନ… |୫|

    ନିତ୍ୟ ରଖି ମୋ ଦୃଷ୍ଟି
    କାଲବରୀ କୁଶ ପ୍ରତି
    ଯେହ୍ନେ ଧାଇଁବି ମୁହିଁ ଅନୁକ୍ଷଣ… |୬|

    ସୂଚୀମାଳାକୁ ଫେରନ୍ତୁ

  • dukha nasana he

    ଦୁଃଖ ନାଶନ ହେ, ସୁଖ ଦିଅ ମୋର ମନେ,
    ବେଳକୁ ବେଳ ତ ପ୍ରବଳି ଉଠଇ
    ଦୁଃଖ ତରଙ୍ଗ ଯେସନେ । (ଘୋଷା)

    ଦୁଃଖର ସଂସାରେ ମାନବ ଶରୀରେ
    ସଙ୍ଗେ ସଙ୍ଗେ ଛାୟା ସମ
    ଅପାର କଷଣ ଦୁଃଖାଦି ମରଣ ଲାଗିଥାଏ ଅନୁକ୍ଷଣ… |୧|

    ମହୀପରେ ମୁହଁ ସହି ନ ପାରଇ
    ଶରୀର ଯାତନା ମାନ
    ମୁହଁ ନିରାଶ୍ରୟ, ହୁଅ ମୋ ସହାୟ
    ଆହେ ଆରତ ଭଞ୍ଜନ… |୨|

    ମୋର ନାହିଁ ଗୁଣ ଜ୍ଞାନ ଧର୍ମ କର୍ମ,
    ମୁଁ ସଂପୂର୍ଣ୍ଣ ଶକ୍ତିହୀନ
    ମୋ ଦୁର୍ବଳ ପଣ ଦେଖି ଶୟତାନ
    ସହଜେ ନାଶଇ ପ୍ରାଣ… |୩|

    ମୋ ପାଇଁ ସନ୍ତାପ କଷଣ ମରଣ
    ଭୋଗିଛି ଯୀଶୁ ରାଜନ
    ତବ ଶ୍ରୀଚରଣ ମହାମେରୁ ସମ
    ତହିଁରେ ମୋର ଶରଣ… |୪|

    ସୂଚୀମାଳାକୁ ଫେରନ୍ତୁ

  • mana atma jishunku debi

    ମନ ଆତ୍ମା ଯୀଶୁଙ୍କୁ ଦେବି, ତାଙ୍କୁ ସେବି,
    ସବୁ ବଳ ବୁଦ୍ଧି ପ୍ରାଣ ଦେଇ ପ୍ରେମ କରିବି । (ଘୋଷା)

    ଯୀଶୁ ମୋର ସୃଷ୍ଟି କର୍ତ୍ତା,
    ମୋ ଆତ୍ମାର ସେ ବେବ,
    ତାଙ୍କ ହସ୍ତେ ସବୁଭାରଦେଇ ଶାନ୍ତି ଭୋଗିବି… |୧|

    ଯୀଶୁ ମୋ ଜୀବନାକାର
    ସତ୍ୟ ଜ୍ୟୋତି ସେ ମୋହର,
    ଜୀବନ ଜ୍ୟୋତଃ ଶକ୍ତିରେ, ନିତ୍ୟଜୀବୀ ହୋଇବି… |୨|

    ଯୀଶୁ ମୋତେ ପ୍ରେମ କଲେ,
    ମୋ ପାଇଁ ସେ ପ୍ରାଣ ଦେଲେ,
    ତାଙ୍କୁ ପ୍ରେମ ମୁଁ ନ କଲେ, ଆତ୍ମଘାତୀ ହୋଇବି…. |୩|

    ଯୀଶୁ କେଡେ ମୋନହର, ସର୍ବାଙ୍ଗରେ ସେ ସୁନ୍ଦର
    ହୃଦ-ମନ୍ଦିରେ ବସାଇ, ତାଙ୍କୁ ପୂଜା କରିବି… |୪|

    ଯୀଶୁ ଜୀତେନ୍ଦ୍ରିୟ ବର, ପାପହଉଁ ଧର୍ମବୀର,
    ମୃତ୍ୟୁଞ୍ଜୟ ନରେଶ୍ଵର, ମୁଁ କି ବଣ୍ଡିପାରିବି… |୫|

    ସୂଚୀମାଳାକୁ ଫେରନ୍ତୁ

  • prati kanthu jharipadu

    ପ୍ରତି କଣଠୁ ଝରିପଡେ ତୁମ ଜୟ ଗୀତ
    ତୁମ ନାମେ ଶତଜାନୁ ହୁଏ ପୁଣି ନତ… (ଘୋଷା)

    ରାଜାରାଜନ ତୁମେ ପତିତପାବନ
    ଏ ଜଗତେ ପଥ ସତ୍ୟ ତୁମେ ହିଁ ଜୀବନ
    ଦୟାର ସାଗର ତୁମେ ପ୍ରେମର ଆକର
    କ୍ଷମାର ଆକର ତୁମେ କରୁଣା ନିର୍ଟିର
    ଏକମାତ୍ର ଅତିପ୍ରିୟ ଈଶ୍ବର ସୁତ… |୧|

    ମରଣ ବିଜୟୀ ଯୀଶୁ ସର୍ବ ଶକ୍ତିମାନ
    ଅନୁଗ୍ରହେ ଦେଇଅଛି ମହା ପରିତ୍ରାଣ
    ହେ ପ୍ରେମିକ ପ୍ରିୟତମ ଚିର ମହୀୟାନ
    ଧନ୍ୟବାଦ ପ୍ରଶଂସାରେ ତୁମେ ହିଁ ଭାଜନ
    ତ୍ରିଭୁବନ କର୍ତ୍ତା ତୁମେ, ଅନାଦି ଅନନ୍ତ… |୨|

    ସୂଚୀମାଳାକୁ ଫେରନ୍ତୁ

  • nahi samaya kalo dino

    ନାହିଁ ସମୟ କାଳ ଦିନ
    ପାଖେଇ ଆସିଲା ପ୍ରଭୁଙ୍କ ଆଗମନ
    ପାପଠାରୁ ରହି ଭିନ୍ନ ହୋ….. ପାଇ ଆମେ ପରିତ୍ରାଣ
    ଯୀଶୁଙ୍କୁ ଦେବାରେ ମନରେ… (ଘୋଷା)

    ଛାଡ଼ିଯିବା ଆମେ ମରତପୁର
    ସ୍ଵର୍ଗ ହେବ ଆମ ଘର
    ସ୍ଵର୍ଗ ସିଂହାସନେ ବସାଇବେ ପ୍ରଭୁ
    ଭୋକ ଶୋଷ ହେବ ଦୂର
    ପାଇଲେ ଶାଶ୍ବତ ପ୍ରେମ ହୋ ପୁଲକିତ ହେବ ମନ
    ଧନ୍ୟ ହେବ ଆମ ଜୀବନ… |୧|

    ଯିଏ ଜାଣି ନାହିଁ ଜଣେଇ ଦେବା
    ପ୍ରଭୁ ଆଗମନ କଥା
    ଜାଣି ଶୁଣି ଯିଏ ଭୁଲାଇବ ମଥା
    ଭୋଗିବ ନରକ ବ୍ୟଥା
    ଆଉ ଭାଇ କ୍ଷମା ନାହିଁ ହୋ …
    ଉଦ୍ଧାର ପାଇବ ନାହିଁ
    ଥାଉ ଥାଉ ଫେର ମନରେ… |୨|

    ସୂଚୀମାଳାକୁ ଫେରନ୍ତୁ

  • madhura se jishu namo

    ମଧୁର ସେ ଯୀଶୁ ନାମ ନିତି ଗାଉଥା
    ସେ ପ୍ରେମର ସିନ୍ଧୁ ତୋର ବଂଧୁ
    ସେହି ପାଳକ ପିତା… (ଘୋଷା)

    ପ୍ରେମିକ ଯେ ସଦା ପ୍ରଭୁ
    ଚଲା ପଥ ସେ ଚାଳକ
    ସୁରକ୍ଷାର ମହାଶ୍ରୟ
    ସେହି ଏକା ତୋ ଅଭୟ
    ଅନାଦି ଅନନ୍ତ ସଦା ପ୍ରଭୁ
    ସେହି ଜୀବନ ଦାତା… |୧|

    ସାନ୍ବନା ସେ ନାମେ ମିଳେ
    ଜୀବନର ଦୁଃଖ କାଳେ
    ମଙ୍ଗଳ ଦାନ ଯେତେ
    ସେ ଦିଅନ୍ତି ଖାଲି ତୋତେ
    ତାଙ୍କ କୁଶ ତଳେ ଶାନ୍ତି ମିଳେ
    ସେହି ମୁକତି ଦାତା… |୨|

    ସୂଚୀମାଳାକୁ ଫେରନ୍ତୁ

  • papi marijare krusha pare

    ପାପୀ ମରିଯାରେ କୁଶ ପରେ ମୁହଁ ମୁହିଁ ବୋଲି ବଜା
    ନାହିଁ ଆଉ ଫମ୍ପା ଢୋଲ ତୁ ବୃଥାରେ… (ଘୋଷା)

    ଅସଂଖ୍ୟ ପରଜା କଲେ ଯାର ପୂଜା
    ନାହିଁ ସେ ପ୍ରତାପୀ ଫାରୋ ମହାରାଜା
    ସମୁଦ୍ରରେ ତା’ର ଗରଭ ଭ୍ୟଗିଲା
    ମଢ଼ା ଭାସିଲା ପାଣିରେ ହେଲା ବିଭୁଙ୍କର ନିର୍ଦ୍ଦେଶରେ… ।୧।

    ଧନରେ ଧନୀର ଫାଟିଲା ଭଣ୍ଡାର
    ଲାଜାରକୁ କଲା କେତେ ହତାଦର
    ସଂପତି ବଢ଼ି ତା ମର୍ତ୍ତ୍ୟରେ ରହିଲା
    ନ ନେଲା ତାଙ୍କୁ ସ୍ବର୍ଗରେ
    ଆବ୍ରାହମ କୋଳେ ଲାଜାରରେ… |୨|

    ରାଜା ଶୋଲମନ ଅତି ଜ୍ଞାନବାନ୍
    ଧନ ଜନ ମାନେ ଥିଲା ପରିପୂର୍ଣ୍ଣ
    ଭୋଗି ତା ସଂସାର ହୋଇଲା ଅସାର
    ଅସାର ସବୁ ଅସାର, ସାର କିଛି ନାହିଁ ଜଗତରେ… |୩|

    ଲାଭ ଯଶ ଇଚ୍ଛା ଅନେକର
    ସୁଖ ଲାଳସାକୁ କୁଶରେ ତୁମର
    ସ୍ଵାର୍ଥଟିକୁ ନିଜ ବଳୀ ରୂପେ ଦେଇ
    ମରିଯାରେ କୁଶ ପରେ, ଫଳ ଫଳିବୁ ଶହେ ଗୁଣରେ… |୪|

    ସୂଚୀମାଳାକୁ ଫେରନ୍ତୁ

  • gao jayagana kara jayagano

    ଗାଅ ଜୟଗାନ, କର ଜୟଗାନ
    ପ୍ରିୟତମ ଯୀଶୁ ନାମ
    ଯୀଶୁ ହିଁ ମୁକ୍ତି, ଯୀଶୁ ହିଁ ଶାନ୍ତି
    ଯୀଶୁ ଅନନ୍ତ ଜୀବନ… (ଘୋଷା)

    ଆସିବ ଦୁଃଖ ନିନ୍ଦା ତାଡନା
    ନକର ମୁଖ ମଳିନ
    ତୋ ଆଗେ କେତେ ଯେ ଗଲେ
    ଲୋତକ ହୋଇ ପୂର୍ଣ୍ଣ
    ସହି ଯା ଆୟୁବ ସମାନ
    ପ୍ରିୟତମ ଯୀଶୁ ନାମ… I୧|

    ଖତରାଶିରୁ ଉଠାଇ ତୋତେ
    କଲେ ନିଜର ସନ୍ତାନ
    କୁଶ ଉପରେ ପରାଣ ଦେଇ
    ଦେଲେ ମୋତେ ପରିତ୍ରାଣ
    ସହି ଯା ଯୀଶୁ ସମାନ
    ପ୍ରିୟତମ ଯୀଶୁ ନାମ… |୨|

    ସୂଚୀମାଳାକୁ ଫେରନ୍ତୁ

  • he patha satya jibana

    ହେ ପଥ ସତ୍ୟ ଜୀବନ ହେ ଯୀଶୁ ତୁମେ ଦୟାବାନ
    ମୋର ପାପ ପାଇଁ କେତେ ଦୁଃଖ ସହି (ଘୋଷା)

    କେତେ ଦୟା ବହି ରକତ ଝରାଇ
    ମୋର ମୁକ୍ତି ପାଇଁ ନିଜ ପ୍ରାଣ ଦେଇ
    ଏ ଯାତନା ମୋରି ପାଇଁ, ହେ ଯୀଶୁ ତୁମେ ଦୟା ବହି… |୧|

    ଥୁଲି ମୃତ ହୋଇ ପାପେ ହଜିଯାଇ
    ଚିନ୍ତା କଲ ମୋତେ ଖୋଜିବାର ପାଇଁ
    କଣ୍ଟା ବିନ୍ଧା ହୋଇ ପ୍ରାୟଶ୍ଚିତ୍ତ ହୋଇ
    ଜଗତବାସୀଙ୍କ ପାଇଁ ହେ ଯୀଶୁ ତୁମେ ଦୟା ବହି… |୨|

    ସୂଚୀମାଳାକୁ ଫେରନ୍ତୁ

  • jishu bina brutha mo jibana

    ଯୀଶୁ ବିନା ବୃଥା ମୋ ଜୀବନ
    ଯୀଶୁ ବିନା ନାହିଁ ତୋ ପରିତ୍ରାଣ
    ଯୀଶୁ ହିଁ ଅଟନ୍ତି ଜଗତେ ମହାନ୍
    ଯୀଶୁ ହିଁ ଅଟନ୍ତି ଜଗତେ ଜୀବନ
    ଯୀଶୁଠାରେ ପାପୀ ପାଏ ପରିତ୍ରାଣ
    ଯୀଶୁ ଅନନ୍ତ ଜୀବନ… (ଘୋଷା)

    ଯୀଶୁ ତୋର ଧନ, ଯୀଶୁ ତୋର ଜ୍ଞାନ
    ଯୀଶୁ ତୋର ଗାନ, ଯୀଶୁ ତୋର ପ୍ରାଣ
    ଯୀଶୁ ନାମେ ଅନ୍ଧ ପାଏ ନୟନ
    ଯୀଶୁ ନାମେ ମୃତ୍ୟୁ ପାଏ ଜୀବନ… |୧|

    ଯୀଶୁ ତୋର ବଳ, ଯୀଶୁ ତୋର ଢାଲ
    ଯୀଶୁ ତୋର ପଥ, ଯୀଶୁ ତୋର ସତ୍ୟ
    ଯୀଶୁ ନାମେ ଖଞ୍ଜ କରେ ଗମନ
    ଘୃଙ୍ଗା ବୋଲେ ଯୀଶୁଙ୍କ ଜୟଗାନ… |୨|

    ଯୀଶୁ ତୋ ପାଳକ, ଯୀଶୁ ତୋ ଚାଳକ
    ଯୀଶୁ ତୋ ରକ୍ଷକ, ଯୀଶୁ ତୋ ମସ୍ତକ
    ଆକାଶର ତଳେ ନାହିଁ କା ନାମ
    ପାପୀ ପାଇବାକୁ ତ ପରିତ୍ରାଣ… |୩|

    ସୂଚୀମାଳାକୁ ଫେରନ୍ତୁ