Tag: Bibleinsights India

  • e pruthibi janu ame

    ଏ ପୃଥିବୀ ଜାଣୁ ଆମେ ଯୀଶୁଙ୍କର ଆମେ ଯୀଶୁଙ୍କର
    ଦେଖି ଆମ ପ୍ରେମ ଏ ଜଗତ ଜାଣୁ
    ଆମେ ଯୀଶୁଙ୍କର ଆମେ ଯୀଶୁଙ୍କର …. (ଘୋଷା)

    ଈଶ୍ଵରଙ୍କ ଠାରେ ଆମେ ସର୍ବେ ଏକ
    ପ୍ରାର୍ଥନା ବିଶ୍ଵାସେ ସାଜି ( ସଇନିକ)
    ଆମ କାମ ଦେଖି ଜଗତ ଚାଣିବ (ଆମେ ଯୀଶୁଙ୍କର) … |୧|

    ଦେଖାଇଛୁ ପଥ ଆମେ ଅନ୍ଧକାରେ
    କ୍ଷମି ଯିବୁ ଶତୁ ପୁଣି ପ୍ରେମଭରେ
    ସେହି ପ୍ରେମ ଦେଖି ଜଗତ କହିବ (ଆମେ ଯୀଶୁଙ୍କର) … |୨|

    ପ୍ରଶଂସା କରିବୁ ରାଜା ରାଜାଙ୍କର
    ପିତା ପୁତ୍ର ପୁଣି ପବିତ୍ରାତ୍ମାଙ୍କର
    ଦେଖି ସେ ପ୍ରଶଂସା ସରବେ ଜାଣିବେ (ଆମେ ଯୀଶୁଙ୍କର) … |୩|

    ସୂଚୀମାଳାକୁ ଫେରନ୍ତୁ

  • seba kariba kahara aji

    ସେବା କରିବ କାହାର ଆଜି ମନୋନୀତ କର
    ଜଗତ ଅବା ଯୀଶୁଙ୍କର ଆଜି ମନୋନୀତ କର
    ଦୁଇ ମୁନିବର ସେବା କରି ନପାର
    ସେବା କରିବ କାହାର … (ଘୋଷା)

    ଜଗତର ସୁଖ ଅଟେ କ୍ଷଣ ଭଙ୍ଗୁର
    ଦେଖା ଏ ଜୀବନେ ପ୍ରଲୋଭନ ପ୍ରଚୁର
    ମାୟା ମରିଚିକା ପଛେ ହଜାଇ ସପନ ମିଳେ
    କିମ୍ପା କରୁଛି ଉଛୁର ଆଜି ମନୋନୀତ କର… |୧|

    ଅମାନିଆ ଜୀବନ ଯେ ଅଟେ ଅସାର
    କାଲବରୀ ଚୁଳେ ଡାକେ ଯୀଶୁ ସୁନ୍ଦର
    ତୋଳିନେବେ ନିଜ ହାତେ
    ଗଢିବେ ଯତନେ ତୋତେ
    ବଂଧୁ ଅଟନ୍ତି ପାପିର ଆଜି ମନୋନୀତ କର
    ସେବା କରିବ କାହାର … |୨|

    ସୂଚୀମାଳାକୁ ଫେରନ୍ତୁ

  • bhabi thili mu jibane

    ଭାବିଥିଲି ମୁଁ ଜୀବନେ (ପ୍ରଭୁ) ହେବି ଏକା ତୁମର
    ଟାଣିନେଲା ମୋତେ ମୋହ ମାୟା ସଂସାର (ଏହି) … (ଘୋଷା)

    ମନ ଅଇନାରେ, ଯେବେ ଦେଖେ ନିଜକୁ
    କଳ୍କିତ କଲି ତୁମରି ଆତ୍ମାକୁ
    ଦେବାକୁ ତୁମରି ହାତେ ଖାଲି ପାପ ଅଛି ମୋହର … |୧|

    କର୍ମପଥେ ଚାଲିଛି ଚାଲିବି ବହୁ ଦୂର
    ଧର୍ମପଥେ ଟିକିଏ, ପାଦ କଢ଼ାଇ ନିଅ ପ୍ରଭୁ
    ଶୁଣିଛି ପ୍ରଭୁ ହେ ତୁମେ ସହାୟ ସେ ଅସହାୟର … |୨|

    ସୂଚୀମାଳାକୁ ଫେରନ୍ତୁ

  • prabhu tume ruha sathe

    ପ୍ରଭୁ ତୁମେ ରୁହ ସାଥେ ସାଥେ ଏ ଜୀବନ ସାରା
    ମୁହଁ ଭୁଲି ସବୁ ଚାଲୁଥିବି ତୁମ ପଛେ ପରା (ମୋ ଯୀଶୁ)
    ଏ ଜୀବନ ସାରା … |୧|

    ବହୁ ଦୂର ପଥ ମୋର ପଥେ କେତେ ଅନ୍ଧାର
    ତୁମେ ଯଦି ଜ୍ୟୋତି ମୋର ହେବି ନାହିଁ ଦିଗହରା
    ଏ ଜୀବନ ସାରା …. |୨|

    ଦୁଃଖ ଯେବେ ଆସେ ମନେ ଯିବି । ତୁମ ସନ୍ନିଧାନେ
    ତୁମେ ଯଦି ସାନ୍ବନା ମୋ ଝରିବନି ଅଶୁଧାରା
    ଏ ଜୀନ ସାର …. |୩|

    ପରୀକ୍ଷା ଓ ପ୍ରଲୋଭନ ଅଛି ଆଗାମୀ ଜୀବନେ
    ତୁମେ ଯଦି ସାଥ୍ ମୋର ହେବି ନାହିଁ ଧୈର୍ଯ୍ୟହରା
    ଏ ଜୀବନ ସାରା …..|୪|

    ସୂଚୀମାଳାକୁ ଫେରନ୍ତୁ

  • aa pheriare thare

    ଆ… ଫେରିଆରେ ଥରେ କ୍ରୂଶ ଶରଣେ
    ଧୋଇଦେବ ପାପ ଯେତେ ଅଛି ଜୀବନେ … (ଘୋଷା)

    ଦୁଇ ବାହୁ ମେଲି କୁଶେ ପ୍ରେମ ଅଧରେ
    ଡାକୁଛନ୍ତି ଯୀଶୁ ରାଜା କ୍ଷମା ରୁଧିରେ
    ଝରିଯାଏ ସେ ରୁଧିର ତୋର କାରଣେ … |୧|

    ଭୁଲି ପଥ ହଜିଛୁ ତୁ ମାୟା ସଂସାରେ
    ତଥାପି ବି ପ୍ରେମିକ ସେ ତୋ ପାଇଁରେ
    ଚାହିଁଛନ୍ତି ବାଟ ତୋର ଆକୁଳ ପ୍ରାଣେ … |୨|

    ସୂଚୀମାଳାକୁ ଫେରନ୍ତୁ

  • raja mananka raja jishu raja

    ରାଜାମାନଙ୍କ ରାଜା ଯୀଶୁ ରାଜା
    ଆମ ସଭିଙ୍କ ପ୍ରିୟ ଯୀଶୁ ରାଜା
    ଜଗତର ପିତା ସୃଷ୍ଟି କରତା କର ତାଙ୍କର ପ୍ରଶଂସା … (ଘୋଷା)

    କେହି ଯେବେ ଯୀଶୁଙ୍କୁ ହୃଦେ ନିଅନ୍ତି
    ନୂତନ ଜୀବନ ଲାଭ କରନ୍ତି
    ଆତ୍ମାଙ୍କ ଇଙ୍ଗିତେ ସଦା ଚାଲନ୍ତି
    ହଜାତ୍ମାମାନଙ୍କୁ ଲାଭ କରନ୍ତି … |୧|

    ଖ୍ରୀଷ୍ଟ ଆଦେଶ ମାନିବ ଯଦି
    ପ୍ରଦୀପ ସଦୃଶ୍ୟ ଜଳିବ ଯଦି
    ଗ୍ରାମେ ଗ୍ରାମେ ସହରେ ପ୍ରଚାରିବ ଯାଇ
    ଖ୍ରୀଷ୍ଟ ହିଁ ଏକମାତ୍ର ମୁକ୍ତି ଆମର ପାଇଁ… |୨|

    ସୂଚୀମାଳାକୁ ଫେରନ୍ତୁ

  • halleluyah halleluyah hosanna

    ହାଲେଲୁୟା ହାଲେଲୁୟା ହୋଶାନା
    ଯୀଶୁ ନାମେ ହେଉ ବନ୍ଦନା
    ସେ ଯେ ମହାନ ସର୍ବ ଶକ୍ତିମାନ
    ଘେନ ତାଙ୍କ ନାମେ ନୂଆ ଜୀବନ
    କରି ତାଙ୍କୁ ହୃଦେ ଜୟଗାନ … (ଘୋଷା)

    ଆସିଲେ ଜଗତେ ନର ରୂପ ଧରି
    ଦେଖାଇଲେ ପଥ ଆଲୋକ ଜାଳି
    କୁଶରେ ଆମ ଲାଗି ହେଲେ ସେ ବଳି
    ସେ ଯେ ପରିତ୍ରାଣ କଲେ ସାଧନ
    ଦେଇ ଆମକୁ ଅନନ୍ତ ଜୀବନ … |୧|

    ଯୀଶୁ ନାମେ ଆନନ୍ଦେ କରିବା ଗାୟନ
    ନାହିଁ ଆଉ କାହିଁ ସେ ନାମ ସମ
    ସେହି ଜୀବନ ସତ୍ୟ ସନାତନ
    ଅଟେ ସେହି ନାମ ଅମୃତ ସମାନ
    ଧନ୍ୟ ଆମ ରାଜା ରାଜନ … |୨|

    ଆଜି ଏ ଲଗନେ ବିଶ୍ବାସୀ ମିଳନ
    ଅରପୁଛୁ ତୁମ ପାଦେ ଏହି ଜୀବନ
    ଢାଳିଦିଅ ପବିତ୍ର ଆମ୍ରାଙ୍କ ଦାନ
    ପ୍ରେମେ ଭରିଦିଅ ପ୍ରତି ଅନ୍ତର
    ସାର୍ଥକ ହେଉ ଏ ଜୀବନ … |୩|

    ସୂଚୀମାଳାକୁ ଫେରନ୍ତୁ

  • kara stuthi prasansa gano

    କର ସ୍ତୁତି ପ୍ରଶଂସା ଗାନ
    ଯିହୋବାଙ୍କ କର ସ୍ତୁତି ପ୍ରଶଂସା ଗାନ… (ଘୋଷା)

    ପବିତ୍ର ସ୍ଥାନେ ତାଙ୍କ ଶୂନ୍ୟ ଗଗନେ,
    କରି ତାଙ୍କ ପ୍ରଶଂସା ଗାନ… |୧|

    ମହିମାରେ ପୂର୍ଣ୍ଣ ସେ ତ ସର୍ବ ଶକ୍ତିମାନ
    କରି ତାଙ୍କ ସଂଭ୍ରମ ଗାନ… |୨|

    ବଜାଅ ଭେରୀ, ତୁରୀ, ନେବଲ ବୀଣା
    ବଂଶୀ ବାଦ୍ୟ ସୀତାର ବାଜା… |୩|

    ବଜାଅ କରତାଳି, କର ନୃତ୍ୟ ଗାନ
    ନାଚି ଉଠୁ ଧରା ଗଗନ… |୪|

    ନିଃଶ୍ଵାସ, ପ୍ରଶାସଧାରୀ ସର୍ବପ୍ରାଣୀଗଣ,
    କର ତାଙ୍କ ପ୍ରଶଂସା ଗାନ…. |୫|

    ସୂଚୀମାଳାକୁ ଫେରନ୍ତୁ

  • chakhyu kholidiya dekhibi

    ଚକ୍ଷୁ ଖୋଲିଦିଅ ଦେଖିବି ତୁମରି ରୂପ
    କଣ୍ ଖୋଲିଦିଅ ଶୁଣିବି ତୁମରି ଡାକ
    ଚିତ୍ତ ଖୋଲିଦିଅ ପ୍ରଭୁ ରଖିବି ପବିତ୍ର ବାକ୍ୟ… (ଘୋଷା)

    ମୋ ଚକ୍ଷୁ ପାପରେ ଲିପ୍ତ ହୋଇଛି।
    ଅନ୍ଧଠୁ ବଡ ଅନ୍ଧ ହୋଇଛି
    ମାସର ଚକ୍ଷୁ ମୋ ଦେଖାଯାଉଛି
    ଆମ୍ରାର ଚକ୍ଷୁ ମୋ ଅନ୍ଧ ହୋଇଛି (୨ ଥର)
    ଦୟା କର … ଦୟା କର
    ଦୟା କରି ମୋର ଚକ୍ଷୁ ଖୋଲ… |୧|

    ମୋ କ ଅଧର୍ମ କଥା ଶୁଣିଛି।
    ଜଡଠୁ ବଡ ଜଡ଼ ହୋଇଛି।
    ମାଂସର କଣ୍ଠ ମୋ ଶୁଣାଯାଉଛି
    ଆତ୍ମାର କର୍ଣ ମୋ ବଧୂର ହୋଇଛି ( ୨ ଥର)
    ଦୟା କର … ଦୟା କର
    ଦୟା କରି ମୋର କର୍ଣ ଖୋଲ… |୨|

    ମୋ ଚିତ୍ତ ଅଧମ ଚିନ୍ତା କରିଛି
    କଠିନଠୁ ବଡ କଠିନ ହୋଇଛି
    ମାଂସର ଚିତ୍ତ ମୋ ବୁଝା ଯାଉଛି (୨ ଥର)
    ଆମ୍ବାର ଚିରୁ ମୋ ହଜିଯାଇଛି
    ଦୟା କର … ଦୟା କର
    ଦୟା କରି ପ୍ରଭୁ ଚିତ୍ତ ଖୋଲ… |୩|

    ସୂଚୀମାଳାକୁ ଫେରନ୍ତୁ

  • bhaba aranya re patha harayee

    ଭବ ଅରଣ୍ୟରେ ପଥ ହରାଇ ବୁଲୁଛି ଏକା ମୁହିଁ
    ପାଉ ନାହିଁ ରାହା କିଏ ଦେବ ମୋତେ ପଥ ଦେଖାଇ… (ଘୋଷା)

    ଯାଏ ଯେଉଁଆଡେ ମୋ ନିଜ ଇଚ୍ଛାରେ ପାଏନା ସତ୍ୟ ପଥ
    ଭବାରଣ୍ୟ ଶୁଣି ସିଂହର ଗର୍ଜନ ଭାଗିଯାଏ ମୋ ହୃଦ
    କାହାକୁ ଗ୍ରାସିବି ବୋଲି ଖୋଜେ ସେ ତ
    କାହିଁ ମୋ ରକ୍ଷା ପାଇ… |୧|

    କିଏ ଉଦ୍ଧାରିବ ଘୋର ବିପଦରୁ ଶୁଣି ମୋ ଆରତ
    ନିର୍ଭୟେ ବାନ୍ଧିବ ଦୁଷ୍ଟ ଶୟତାନ ନ ହେଲେ ରକ୍ଷା ପ୍ରାପ୍ତ
    ଯୀଶୁ ନାମେ ସିନା ଅଛି ରକ୍ଷାପଥ ଭବୁ ତାରିବା ପାଇଁ… |୨|

    ହେ ଯୀଶୁ ଈଶ ତୁମେ ହିଁ ସତ୍ୟ ତୁମେ ଜୀବନ ପଥ
    ତୁମକୁ ହରାଇ ତୃଟି ମୁଁ କରିଛି ଦୟାରେ ଧରି ହାତ
    କଢ଼ାଇନିଅ ସତ୍ୟ ପଥେ ସତତ, ସାହା ମୋ ନାହିଁ କେହି… |୩|

    ସୂଚୀମାଳାକୁ ଫେରନ୍ତୁ