Tag: bible insights india

  • ଜଣାଇବି ଆଉ କାହା ଆଗରେ ମୋର ଦୁଃଖ ପ୍ରଭୁ ବିହୁନରେ ହେ jonaayeebi aau kaaha aagore moto dukho probhu bihune

    ଜଣାଇବି ଆଉ କାହା ଆଗରେ ମୋର ଦୁଃଖ ପ୍ରଭୁ ବିହୁନରେ ହେ । ଘୋଷା ।

    ଦୀନହୀନ ବନ୍ଧୁ ସେହି କୃପାସିନ୍ଧୁ, ଦୃଢ଼ଗଡ଼ ଦୁର୍ଦ୍ଦଶାରେ,

    ଡାକନ୍ତି ପ୍ରତ୍ୟେକ ଖେଦିତ ଲୋକଙ୍କୁ ଆସିବାକୁ ଶ୍ରୀଛାମୁରେ ହେ । ୧ ।

    ତାଙ୍କ ଦୟାସନ ଦୁଃଖ ବିନାଶନ ଅଛି ଦୁଃଖୀ କାରଣରେ,

    ପାରେ ଯାଇ ମୁହିଁ ସ୍ୱଚ୍ଛନ୍ଦରେ କହି ଦୁଃଖ ମୋର ସେହିଠାରେ ହେ । ୨ । 

     

    କେଡ଼େ ମୂଲ୍ୟବାନ ପ୍ରତିଜ୍ଞା ବଚନ ଦେଇଛନ୍ତି ସ୍ୱବାକ୍ୟରେ,

    ନିଶ୍ଚେ ମୋ କାରଣ କରି ସେ ସ୍ମରଣ କରୁଣା କରିବେ ମୋରେ ହେ । ୩ । 

     

    ତାହାଙ୍କ ମୁଖର ବାକ୍ୟ ମନୋହର, ସୁସ୍ଥିର ସବୁ କାଳରେ,

    ମୋ ଦୃଢ଼ ବିଶ୍ୱାସ ଭରସା ଆଶ୍ୱାସ ସଦା ଅଛି ତହିଁପରେ ହେ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • ପ୍ରଭୁ ତୁମ ଚରଣରେ probhu tume charana re

    ପ୍ରଭୁ ତୁମ ଚରଣରେ

    ଏହି ମୋର ନିବେଦନ । ଘୋଷା ।

    ବଞ୍ଚେ ମୁହିଁ ଯେତେ ଦିନ         ଧ ର୍ମେ ଥାଉ ସ୍ଥିର ମନ,

    ଧର୍ମ-ଆତ୍ମାଙ୍କୁ ନ ଘେନ          ମୋଠାରୁ କଦାଚନ   ା ୧ ।

    ସତର୍କ ହେଉ ବିବେକ            ଯେସନେ ନେତ୍ରପଲକ,

    ହେଉ ମୃତ ଦିନୁଁଦିନ  ମୋ ପୁରାତନ ମନ  ା ୨ ।

    ପ୍ରଭୁ ପ୍ରତି ପ୍ରେମେ ନିତ୍ୟ         ହେଉ ଉତ୍ତପ୍ତ ମୋ ଚିତ୍ତ,

    ତାଙ୍କ ପ୍ରେମ କର୍ତ୍ତାପଣ           ହେଉ ହୃଦେ ସ୍ଥାପନ  ା ୩ ।

    ବହି ଯୀଶୁ କ୍ରୁଶ କାନ୍ଧେ           ଯେହ୍ନେ ଚାଲିବି ଆନନ୍ଦେ,

    ଖୋଜି ତାଙ୍କ ପଦଚିହ୍ନ            ଯିବି ପଛେ ବହନ    ା ୪ ।

    ପରଲୋକ ଚିନ୍ତା ନିତ୍ୟ           କରୁ ମୋ ମନେ ରାଜତ୍ୱ,

    ହେଉ ମୋର ସ୍ଥିର ଜ୍ଞାନ         ଅଟେ ବିଦେଶୀ ଜନ  ା ୫ ।

    ସ୍ୱର୍ଗକୁ ମୋର ହୃଦୟରେ        ଜଗତକୁ ପାଦ ତଳେ,

    ରଖିଣ ନିତ୍ୟ ଯେସନ            ମୁଁ କରିବି ଗମନ     ା ୬ ।

    ହେଲେ ମୋର ଯାତ୍ରା ଶେଷ     ହେଉ ସ୍ୱର୍ଗେ ମୋ ନିବାସ,

    ମୋ କାମନା ହେଉ ପୂର୍ଣ୍ଣ        ଦେଖି ଯୀଶୁ ବଦନ   ା ୭ ।

  • ଭାବନା କିମ୍ବା ମନ ନିରତ bhaabonaa kimbaa mono niroto

    ଭାବନା କିମ୍ବା ମନ ନିରତ ?

    ପ୍ରଭୁ ଅଟନ୍ତି ତୋ ପ୍ରାଣ ନାଥ । ଘୋଷା ।

    କିପାଇଁରେ ମନ ହେଉ ଛନଛନ ଅସାର ଚିନ୍ତାରେ ଅବିରତ ?

    ତୋର ଜନ୍ମାବଧି ସେହି ଦୟାନିଧି ସଦା ଅନୁଗ୍ରହେ କଲେ ପରିତୃପ୍ତ । ୧ । 

     

    କିପାଇଁ ନିରାଶ, ଧର ହେ ସାହସ, ଆଗ ବଢ଼ି ଚାଲ ଧର୍ମପଥ,

    ଯାର ବାହୁବଳ ଅଟେ ତୋର ଢାଲ ତାଙ୍କ ଚରଣେ ସମର୍ପି ଦେହ ଚିତ୍ତ ୨ା 

     

    ବିପଦେ ସହାୟ ଅଟନ୍ତି ଆଶ୍ରୟ, ଆଉ କିମ୍ବା ତୋର ଭୟଚିତ୍ତ ?

    ପାପ ତାପ ସର୍ବ ହୋଇବ ବିନଷ୍ଟ, ଶତ୍ରୁ ଗର୍ବବଳ ସବୁ ହେବ ନତ । ୩ । 

     

    ରଖିବେ ସେ ଧରି କରୁଣା ଆବୋରି, ସବୁ ଶୋକ ଦୁଃଖ ଦୂର କରି,

    ରାତ୍ର ଦିବସରେ ଚାହିଁ କଟାକ୍ଷରେ ପ୍ରହରୀ ରଖିବେ ସେ ଦିବ୍ୟଦୂତ । ୪ । 

     

    ବିଷମ ଦୁର୍ଦ୍ଦଶା ସନ୍ନିକଟ କାଳେ ଦୟାରୂପ ଢାଲ ଦେବେ କରେ

    ଜୀବନ ସରିକି ପାରିବେ କରି କି ପାପ ତାପ ଆଉ ଶୟତାନ ଭୂତ ?

    ସୂଚୀମାଳାକୁ ଫେରନ୍ତୁ

  • କିପାଇଁ ଭାବିତ ମୁହିଁ ki pain bhaabibi muhin

    କିପାଇଁ ଭାବିତ ମୁହିଁ

    ପ୍ରତିଜ୍ଞାନୁସାରେ ପ୍ରଭୁଙ୍କ ଉପରେ ଚିନ୍ତା ଭାର ନ ପକାଇ । ଘୋଷା ।

    ଏହା ଜାଣଇ ଅନୁଭବେ ମୁହିଁ ଚିନ୍ତା ବିଅର୍ଥ ଅଟଇ,

    ଗତ କାଳେ କେତେ ଚିନ୍ତା କରି ନିତ୍ୟେ ଉଶ୍ୱାସ ମୁଁ ପାଇ ନାହିଁ । ୧ ।

     

    ଉପାୟ ନାନା କରୁଅଛି ସିନା ହୋଇ କାତର ମୁହିଁ,

    ପ୍ରଭୁ ବିନା କେହି ମୋର ଦୁଃଖ ନେଇ ସୁଖ ନ ପାରଇ ଦେଇ । ୨ । 

     

    ତେବେ କି ପାଇଁ ଚିନ୍ତାଭାର ମୁହିଁ ପ୍ରଭୁ ପରେ ନ ପକାଇ,

    ବିଅର୍ଥେ କିପାଇଁ ଚିନ୍ତାନଳେ ମୁହିଁ ନିତ୍ୟ ହେଉଅଛି ଦହି । ୩ । 

     

    ବିନତି ମୋର କର୍ଣ୍ଣେ କି ତାଙ୍କର ପ୍ରବେଶ କରିବ ନାହିଁ ?

    ମୋର ଦୁଃଖ ପ୍ରତି ନ ପକାଇ ଦୃଷ୍ଟି ନିର୍ଦ୍ଦୟ ହେବେ କି ସେହି ? । 

     

    ଏହା ନୁହଇ, ନିଶ୍ଚେ ମୁଁ ଜାଣଇ ଦୟାଳୁ ଅଟନ୍ତି ସେହି,

    ଆଶ୍ରିତ ତାଙ୍କର ନିରାଶ ହେବାର କାହିଁ ଦେଖା ଶୁଣାନାହିଁ । ୫

    ଯଦି ଅଟଇ ଦୀନହୀନ ମୁହିଁ ମୋତେ ସେ ଭୂଲନ୍ତି ନାହିଁ,

    ନିତ୍ୟ ମୋହ ପାଇଁ ମନଯୋଗ ସେହି କରୁଛନ୍ତି ସ୍ନେହ ବହି । ୬ ।

    ସୂଚୀମାଳାକୁ ଫେରନ୍ତୁ

  • କିପାଇଁ ସଦା ଅସ୍ଥିର ହେଉ ମନ ମୋହର ki paain sodaa osthiro heu mono mohoro

    କିପାଇଁ ସଦା ଅସ୍ଥିର ହେଉ ମନ ମୋହର ?

    ସର୍ବ ଦୁଃଖ ଯିବ ଦୂର, ଧର ପ୍ରଭୁ ପୟର । ଘୋଷା । 

     

    ସେ ଅଟନ୍ତି ପର୍ବତ ସତ୍ୟବାଦୀ ବିଶ୍ୱସ୍ତ,

    ପଦାଶ୍ରିତ ପ୍ରତି ଦୟା ସଦା ସ୍ଥିର ତାଙ୍କର । ୧ । 

     

    ସେ ସର୍ବଶକ୍ତିମାନ ସର୍ବ ତାଙ୍କ ଅଧୀନ,

    କୃପାଦୃଷ୍ଟି ମାତ୍ରେ ଦୁଃଖ ହେବ ଦୂର ତୋହର । ୨ ।

    କୃପା ଦୟା ତାଙ୍କର ଅଟଇ ଅକୂପାର,

    କେବେ ବି ହୋଇଛି ଭକ୍ତ ପ୍ରତି ଊଣା ତାହାର ? । 

     

    କେଡ଼େ କେଡ଼େ ବିପତ୍ତି ସେ ପ୍ରଭୁ ନାଶିଛନ୍ତି !

    କେତେକ ମାତ୍ର ବା ଏହି ତୋର ବିପତ୍ତି ଛାର । ୪ । 

     

    ତାଙ୍କ ଅଭୟ ପାଦ ଧର ତେଜି ବିଷାଦ,

    ନୋହିବ କିଛି ଅଭାବ ଥିଲେ ସେ ତୋ ସଙ୍ଗର । ୫ ।

    ସୂଚୀମାଳାକୁ ଫେରନ୍ତୁ

  • କିମ୍ପା ମନରେ ଏତେ ଚିନ୍ତା ଭାବନା kimpaa monore ete chintaa bhaabonaa

    କିମ୍ପା ମନରେ ଏତେ ଚିନ୍ତା ଭାବନା

    ପ୍ରଭୁ ପ୍ରତିଜ୍ଞା ତୋ ମନେ କି ପଡ଼େନା ? ଘୋଷା ।

    ଐହିକ  କ୍ଷୟଣୀୟ ଯେ ସୁଖ ସମ୍ପଦ କିମ୍ପା ଉଠାଏରେ ମନେ ତୋର ବିଷାଦ ?

    ଘନେ ବିଜୁଳି ପରି ମନେ ଉଠେ ଉଚ୍ଛୁଳି

    କରି ନିରାଶ ବୃଷ୍ଟି, ନାଶେ ତୋ ସତ୍ୟ ଶାନ୍ତି, ମନରେ ହୁଅ ଦମ୍ଭ, ପ୍ରଭୁ ତୋର ଆଲମ୍ବ

    ଉଦୟ ହେବ ମନେ ସାନ୍ତ୍ୱନା    ା ୧ ।

    ଦିନେ ନୋହିଲା ମନରେ କି ବିବେଚନା କେ କରନ୍ତି ଆକାଶ ପକ୍ଷୀଙ୍କି ପାଳନା ?

    ନାହିଁ ଅମାର ଗୋଲା, ନାହିଁଟି କ୍ଷେତଖଳା,

    କାଟନ୍ତି ନାହିଁ ସୂତା, ତଥାପି ନାହିଁ ଚିନ୍ତା,

    ବୁଣା କଟାହିଁ ନାହିଁ, କୁଶଳେ ଭକ୍ଷ୍ୟ ପାଇ,

    ଶିଖାନ୍ତି ଧୈର୍ଯ୍ୟ, ଶାନ୍ତି ନମୁନା           ା ୨ ।

    ଆହୁରି  ମନରେ ତୁହି ବିବେଚି ଦେଖ,

    ନାନାବିଧ ସୁଗନ୍ଧି ପୁଷ୍ପାଦି ଯେତେକ,

    ବିଚିତ୍ର ରଙ୍ଗ ଦଳ ଦିଶେ କେଡ଼େ ସୁଡୌଲ !

    ତାର ରୂପ ସୁଗନ୍ଧ ଦିଏ ମନେ ଆହ୍ଲାଦ,

    ସେହି ଐଶ୍ୱର୍ଯ୍ୟ ରଙ୍ଗେ, ସରି କେ ତାର ସଙ୍ଗେ ?

    କେଉଁ ରାଜା ନୁହନ୍ତି ତୁଳନା      ା ୩ ।

    ଆରେ ମନ ହେଜ ତୁ ପ୍ରଭୁଙ୍କ କରୁଣା,

    ତୋ ମସ୍ତକ କେଶ ସବୁ ହୋଇଛି ଗଣା,

    କିମ୍ପାଇଁ ତୁ ନିରାଶ, ଧର ଧୈର୍ଯ୍ୟ ସାହସ

    ପ୍ରଭୁ ରଖିବେ ଧରି, ଦୟା ଢାଲ ଆବୋରି,

    ଦେବେ ଆନନ୍ଦ ଶାନ୍ତି, ପାଇବ ପ୍ରାଣେ ତୃପ୍ତି,

    ସିଦ୍ଧ କରିବେ ମନ କାମନା      ା ୪ ।

    ସୂଚୀମାଳାକୁ ଫେରନ୍ତୁ

     
     

    click the link below to listen full song and know the tune

  • ସର୍ବଶକ୍ତିମାନ ପ୍ରଭୁ ଯାର ଉଚ୍ଚ ପାହାଡ଼ sorbo saktimaano probhu jaaro

    ସର୍ବଶକ୍ତିମାନ ପ୍ରଭୁ ଯାର ଉଚ୍ଚ ପାହାଡ଼

    ଘେରି ତାର ଚାରିଆଡ଼ ହେବେ ତା ଦୃଢ଼ ବାଡ଼ 

    ଦୁଃଖ କ୍ଳେଶ ସଙ୍କଟ ହେଲେ ତା ସନ୍ନିକଟ    ା ଘୋଷା ।

    ନ କରିବ ତା ଅନିଷ୍ଟ ନୋହିବ ସେ ଉଜାଡ଼ 

    ଯଦି ତାର ବିରୁଦ୍ଧ କରନ୍ତି ଶତ୍ରୁ ଯୁଦ୍ଧ    ା ୧ ।

    କରି ଶତ୍ରୁ ପଥ ରୁଦ୍ଧ ହେବେ ସେ ତା ଉହାଡ଼ 

    ହେବାରୁ ସେ ଅଚଳ ଶାନ୍ତି-କୃପା-କଲ୍ଲୋଳ    ା ୨ ।

    ବହିବ ହୋଇ ପ୍ରବଳ ବ୍ୟାପୀ ତା ଚାରିଆଡ଼ 

    ହୋଇ ଶତ୍ରୁ ସଜ୍ଜିତ ହୋଇଲେ ତା ନିକଟ   ା ୩ ।

    ନୋହିବ ସେ ଭୟଚିତ୍ତ ଯୀଶୁ ତା ଦୃଢ଼ ଗଡ଼ ା ୪ ।

    ସୂଚୀମାଳାକୁ ଫେରନ୍ତୁ

  • ସର୍ବଶକ୍ତିମାନ ଆଶ୍ରୟ ଢାଲ ଯାହାର sarbasaktimaano aashrya dhaalo jaahaaro

    ସର୍ବଶକ୍ତିମାନ ଆଶ୍ରୟ ଢାଲ ଯାହାର

    କି କରିବ ତାର ସଙ୍କଟ ଦୁର୍ଗତି, କି କରିବ ବଳୀୟାର । ଘୋଷା । 

     

    ମହାପ୍ରଭୁଙ୍କର ଆବୋରା ସ୍ଥାନରେ ନିବାସ ଯେଉଁ ଜନର

    ତାଙ୍କ ମହାବାହୁ ଛାୟାତଳେ ସଦା ନିବାସ ହୋଇବ ଯାର

     ଅଟନ୍ତି ସେ ତାର ଆଶ୍ରୟ ନଗର ଆଉ ଉଚ୍ଚ ଗଡ଼ ତାର       ା ୧ ।

    ବ୍ୟାଧର ଫାନ୍ଦରୁ ମହାମାରୀଠାରୁ ରକ୍ଷା ହୋଇବ ତାହାର 

    ତାଙ୍କ ଡେଣା ତଳେ ହୋଇବ ରକ୍ଷଣ ସଦାକାଳ ହିଁ ତାହାର  ା ୨ ।

    ତାଙ୍କର ସତ୍ୟତା ହୋଇବ ତାହାର ସୁଦୃଢ଼ ଆଶ୍ରୟ ଢାଲ 

    ଦିବସ ବେଳର ଯେ ଉଡ଼ନ୍ତା ବାଣ ଅବା ଆଶଙ୍କା ରାତ୍ରର       ା ୩ ।

    ମଧ୍ୟାହ୍ନ ନାଶକ ଡିଆଁ ରୋଗାଦିରୁ ଭୟ ନୋହିବ ତାହାର 

    ବାମରେ ହଜାର ଦକ୍ଷିଣେ ଅୟୁତ ଲୋକ ହେଲେ ସୁସଜ୍ଜିତ    ା ୪ ।

    କି କରିବେ ଅରି ଚାରିଆଡ଼େ ଘେରି ମହାପ୍ରଭୁ ବଳ ତାର         ା ୫

  • mo sworgostho pitaa bochono

    ମୋ ସ୍ୱର୍ଗସ୍ଥ ପିତା ବଚନ

    ଜନ୍ମାଇଲା କି ଆନନ୍ଦ କରନ୍ତେ କର୍ଣ୍ଣେ ଶ୍ରବଣ ! । ଘୋଷା ।

    ପ୍ରଭୁ ଯେତେବେଳେ କହିଲେ ଆମ୍ଭର ମୁଖ ଲୋଡ଼ ସତ୍ୱରେ,

    ଶୁଣି ମନ ଏ ବଚନ ଉତ୍ତର ଦେଲା ବହନ,

    ଲୋଡ଼ିବି ମୁଁ ତୁମ୍ଭ ମୁଖ, ହୁଅ ମୋଠାରେ ପ୍ରସନ୍ନ । ୧ ।

    ପ୍ରିୟ ବନ୍ଧୁଗଣ କଲେ ମୋତେ ଦୁଃଖେ ତ୍ୟାଗ ବା ହେୟଜ୍ଞାନ,

    ଅବା ପିତାମାତା ଜ୍ଞାତି ଯଦିବା ତ୍ୟାଗ କରନ୍ତି,

    ତଥାପି ଈଶ୍ୱର ମୋତେ ଗୋଟାଇ ନେବେ ବହନ । ୨ ।

     

     ମୁହିଁ ଯାହାଠାରେ ଭରସା କରିଛି ମନେ ଅତି ନିଶ୍ଚଳେ,

    ଅବା ଯେଉଁ ଭୁଜୋପରେ ଆଉଜିଛି ମୁଁ ଯତ୍ନରେ,

    ଜାଣେ ତାଙ୍କ ପରାକ୍ରମ, ସେ କରିବେ ମୋ ରକ୍ଷଣ । ୩ ।

    ଆହେ ପ୍ରିୟ ତାତ, ନ ହେଉ ତୁମ୍ଭ ମୁଖ ମୋଠୁଁ ଆଚ୍ଛାଦିତ,

    ଶ୍ରୀମୁଖ ତେଜ ତୁମ୍ଭର ମୋ ପ୍ରତି ପ୍ରକାଶ କର,

    ସର୍ବଦା କର ହେ ରକ୍ଷା ତୁମ୍ଭର ଆଶ୍ରିତ ଜନ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • ଦେଖ, କି ଅଦ୍ଭୁତ ପ୍ରେମ ଉପମାରେ ଅନୁପମ dekho ki obhuto premo upomaare onupomo

    ଦେଖ, କି ଅଦ୍ଭୁତ ପ୍ରେମ ଉପମାରେ ଅନୁପମ

    ପକାଇ କୃପା-ନୟନ ପିତା କଲେ ପ୍ରକାଶନ ା ଘୋଷା ।

    ପାପୀ ଶତ୍ରୁଗଣ ପ୍ରତି ଦେଖାଇ କି ପ୍ରେମମତି 

    ଈଶ୍ୱରଙ୍କ ପୁତ୍ରଗଣ ବୋଲି ଦେଲେ କେଡ଼େ ନାମ    ା ୧ ।

    ôଲୁ ପୂର୍ବରେ ଦୁରସ୍ଥ, ଏବେ ଅଟୁ ନିକଟସ୍ଥ,

    ଦୟାସନର ଛାମୁରେ କରୁ ପିତା ସମ୍ବୋଧନ           ା ୨ ।

     

     ପିତା ଅଟନ୍ତି ଈଶ୍ୱର, ଏ ନାମ କେଡ଼େ ମଧୁର !

    ନାହିଁ ଏହି ନାମ ପରି ପାପୀ କର୍ଣ୍ଣେ ମନୋରମ        ା ୩ ।

    ପୁତ୍ର ହେଲେ କେଡ଼େ ଭାଗ୍ୟ ! ହୋଇବ ସକଳ ଭୋଗ୍ୟ

    ପିତାଙ୍କ ରାଜ୍ୟ ସମ୍ପତ୍ତି ଗୌରବ ସୁଖ ସମ୍ଭ୍ରମ           ା ୪ ।

    ସୂଚୀମାଳାକୁ ଫେରନ୍ତୁ