Tag: bible insights india

  • ଆରେ ପାପୀ, ଭାବି ରହ, ନା ଚାଲ ତୁ ଆଉ, aare paapi bhaabi raha naa chaalo tu aau

    ଆରେ ପାପୀ, ଭାବି ରହ, ନା ଚାଲ ତୁ ଆଉ,

    ଅନନ୍ତ ନରକ ଫନ୍ଦେ କିମ୍ପା, ଖେଳୁଥାଉ ?

    ପ୍ରଭୁ ପରି ବଳିଷ୍ଠ କି, ଏଣୁ ପାପ କରୁ ?   ା ୧ ।

    ଯେ ଦଣ୍ଡେ ପାପୀ ମାରନ୍ତି ତାଙ୍କୁ କି ନ ଡରୁ ?    ା ୨ ।

    ତୋର କପାଳ ପିତ୍ତଳ, ଚିତ୍ତ ଲୁହା ଯେବେ,

    ମହା ଶତ୍ରୁ ଶୟତାନ ନ କରୁ ବୀଜ ହରଣ,

    ଶେଷେ ପ୍ରଭୁ ଭାଙ୍ଗିଦେବେ ନ ଛାଡ଼ିବେ କେବେ        ା ୩ ।

    ତୋତେ ଘେନି ଯିବ ଦିନେ ଦାରୁଣ ମରଣ,

    ହତାଶ ନୋହିବୁ ତୁ କି ଦଣ୍ଡାଜ୍ଞା ଶୁଣିଣ ?

    ମୃତ୍ୟୁ ନ ଆସୁଣୁ ଛାଡ଼ ଦୁଷ୍ଟପଣ ସବୁ,      ା ୪ ।

    ଆରେ ପାପୀ, ଏହିକ୍ଷଣି ଫେରିଲେ ବଞ୍ôଚବୁ 

    ପାପେ ନଷ୍ଟ ନୋହି ଖ୍ରୀଷ୍ଟେ ନିଅରେ ଶରଣ,           ା ୫ ।

    ପୂର୍ଣ୍ଣ ହୃଦେ ଭକ୍ତି କର ତାଙ୍କ ଶ୍ରୀଚରଣ ଆରେ ପାପୀ,

    ରହ ରହ, ନ କର ଗମନ,              ା ୬ ।

    ନୋହିଲେ ନରକାନଳେ ହୋଇବ ପତନ

    ସୂଚୀମାଳାକୁ ଫେରନ୍ତୁ

  • ପାପୀ ବାହୁଡ଼ ବାହୁଡ଼ କୁପଥରୁ, paapi baahudo baahudo ku pothoru

    ପାପୀ ବାହୁଡ଼ ବାହୁଡ଼ କୁପଥରୁ,

    କିପାଁ ମରିବ ? ଫେର ହେ କୁକର୍ମରୁ । ଘୋଷା । 

     

    ଶୁଣ ପାପୀ ପ୍ରଭୁଙ୍କ ବିନୟ ବଚନ,

    ତୁମ୍ଭ ମରଣେ ତୁଷ୍ଟି ନାହିଁ କଦାଚନ,

    ପାପୀ ଜୀବନେ ତାଙ୍କ ବହୁ ସନ୍ତୋଷ ଦେଖ,

    କେଡ଼େ ପ୍ରେମ ବଚନେ ଡାକନ୍ତି ପାପୀଗଣ,

    ଘେନ ହେ ପାପୀଗଣ ତାଙ୍କ ପ୍ରେମ ବଚନ,

    କିପାଁ ମରିବ ? ଫେର ପାପରୁ । ୧ । 

     

    ଦେଖ ହେ ତ୍ରାଣକର୍ତ୍ତାଙ୍କ ଅପୂର୍ବ ପ୍ରେମ,

    ତୁମ୍ଭ ପାଇଁ ଦେଇଛନ୍ତି ନିଜ ଜୀବନ

    ଭୋଗିଲେ ତୁମ୍ଭ ପାପ, ସହିଲେ କି ସନ୍ତାପ !

    ଢାଳିଲେ ସେ ରୁଧିର କରିବାକୁ ନିର୍ମଳ,

    କରନ୍ତି ନିମନ୍ତ୍ରଣ, ଆସ ପାପୀ ବହନ,

    କିପାଁ ମରିବ ? ଫେର ପାପରୁ । ୨ । 

     

    ଶୁଣ ପାପୀ ଧର୍ମାତ୍ମାଙ୍କ ବିନୟ ଡାକ,

    ଆସ ଶାନ୍ତି ଦେବେ ସେହି ଘୁଞ୍ଚାଇ ଶୋକ,

    କରନ୍ତି ନିମନ୍ତ୍ରଣ ଦେବାକୁ ନୂଆ ମନ,

    ହେବ ପରିବର୍ତ୍ତିତ ତୁମ୍ଭ ପାଷାଣ-ଚିତ୍ତ,

    ଶୁଣି ଏ ନିମନ୍ତ୍ରଣ ଆସ ଆସ ବହନ,

    କିପାଁ ମରିବ ? ଫେର ପାପରୁ । ୩ । 

     

    ଦେଖ ପାପୀ, ଅଟଇ ଏବେ ଶୁଭ ଦିନ,

    ହୋଇଛି ଉଦିତ ପରିତ୍ରାଣ-ଅରୁଣ,

    ଥାଉଁ ଥାଉଁ ସୁକାଳ ଛାଡ଼ ଅଧର୍ମାଚାର,

    ନ ରୁହ କାଲି ପାଇଁ, ଏବେ ଆସ ପଳାଇ,

    ଡାକେ ସୁସମାଚାର, ଶୁଣ ସେ ମିଷ୍ଟ ସ୍ୱର,

    କିପାଁ ମରିବ ? ଫେର ପାପରୁ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • ଆସ ସର୍ବପାପୀ ସତ୍ୱରେ ସୁସମାଚାର-ଭୋଜରେ aaso sorbo byaapi sotwore susomaacharo bhojore

    ଆସ ସର୍ବପାପୀ ସତ୍ୱରେ ସୁସମାଚାର-ଭୋଜରେ,

    ନିମନ୍ତ୍ରଣ ପତ୍ର ହୋଇଛି ଆଗତ, ପାଠ କରି ଦେଖ ହସ୍ତରେ । ଘୋଷା ।

    ନ କର ବାହାନା ବିଳମ୍ବ ଆର, ଡାକୁଛନ୍ତି ତୁମ୍ଭ ପିତା ଈଶ୍ୱର,

    ଧ ରି ଦେଖ ମନ ଆସ ହେ ବହନ, ନ ରୁହ ଜଣେ ପାଶ୍ଚାତରେ । ୧ ।

    ଆସ ହେ ବିପଥେ ଭ୍ରମଣକାରୀ, ଡାକୁଛନ୍ତି ଯୀଶୁ ହସ୍ତ ବିସ୍ତାରି,

    ନୋହିବ ଅଭାବ, ଅଛି ସର୍ବ ଦ୍ରବ୍ୟ ପ୍ରସ୍ତୁତ ହୋଇଣ ଖ୍ରୀଷ୍ଟରେ । ୨ ।

    ଆସ ହେ ବହନ ସକଳ ନର, ସହଭାଗୀ ହୁଅ ଏହି ଭୋଜର 

    କରି ଆସ୍ୱାଦନ ପ୍ରେମରସ ଗୁଣ ପରିତୃପ୍ତ ହୁଅ ଅନ୍ତରେ । ୩ ।

    ଏବେହେଁ ଅଟଇ ଶୁଭ ସମୟ, ନ କର ବିଳମ୍ବ ଆବର ଭୟ,

    ଆସ ହେ ପ୍ରତ୍ୟେକ ବୁଭୁକ୍ଷିତ ଲୋକ ଯୀଶୁ ଖ୍ରୀଷ୍ଟଙ୍କ ଉତ୍ସବରେ । ୪ ।

  • ଆସ ହେ ଜଳ ନିକଟେ ତୃଷିତ, aaso hai jalla nikote trushito

    ଆସ ହେ ଜଳ ନିକଟେ ତୃଷିତ,

    ଅମୃତ ନିର୍ଝର ଉଚୁଳି ଉଠୁଛି ଅନନ୍ତ ଜୀବନ ସ୍ରୋତ । ଘୋଷା ।

    ଆତ୍ମା ଆଉ କନ୍ୟା କରନ୍ତି ଆହ୍ୱାନ, ଆସ ଆସ ହେ ବହନ,

    ଯେ ଶ୍ରବଣ କରେ ସେହି ବୋଲୁ ଆସ, ଆସ ପ୍ରତ୍ୟେକ ତୃଷିତ । ୧ । 

     

    ଦେଖ ଦେଖ ତ୍ରାଣ-ପର୍ବତ ଶୃଙ୍ଗରୁ ଉଛୁଳି ଉଠୁଛି ଝର,

    ତୃଷା ଦୂର କରେ, ସ୍ୱାସ୍ଥ୍ୟ ଦାନ କରେ, ତୃପ୍ତ କରେ ଅବିରତ । ୨ । 

     

    ବିନାମୂଲ୍ୟେ ଜଳ ହୁଅଇ ପ୍ରଦାନ, ଧନ ନୁହେଁ ପ୍ରୟୋଜନ,

    ଦୁଗ୍ଧ ଆଉ ମିଷ୍ଟ ଦ୍ରାକ୍ଷାରସ କିଣ ତୃଷା ହୋଇବ ନିବୃତ୍ତ । ୩ ।

    ଅଖାଦ୍ୟ ଦ୍ରବ୍ୟ ନିମିତ୍ତ କିମ୍ପା ବ୍ୟର୍ଥେ କରୁଅଛ ପରିଶ୍ରମ,

    ଆତ୍ମା ମନ ଯହିଁ ତୃପ୍ତ ନ ହୁଅଇ ତା ପାଇଁ କିମ୍ପା ଭାବିତ । ୪ ।

  • ଆହା କି ଅନୁଗ୍ରହ କ୍ଷିତିରେ aahaa ki onugraha khitire

    ଆହା କି ଅନୁଗ୍ରହ କ୍ଷିତିରେ

    ପରିତ୍ରାଣ ଘେନି କରେ ମିଷ୍ଟଧ୍ୱନୀ ପାପିଷ୍ଠଙ୍କ ଶ୍ରବଣରେ । ଘୋଷା ।

    ପାପ ଅଧର୍ମରେ ମୃତ ଯେତେ ନରେ ଅବା ଯେ ଥାଏ ଅନ୍ଧାରେ,

    ଅନନ୍ତ ଜୀବନ କରଇ ପ୍ରଦାନ କେବଳ ଅନୁଗ୍ରହରେ । ୧ ।

    ପାପୀ ପରିତ୍ରାଣ ନ ହୁଏ ପ୍ରମାଣ ନିଜ ଧର୍ମାଚରଣରେ,

    ଈଶ୍ୱର ଦୃଷ୍ଟିରେ ନାହିଁ କେହି ନରେ ଧାର୍ମିକ ନିଜ କ୍ରିୟାରେ । ୨ ।

    ପାପୀ ପରିତ୍ରାଣ ବହୁମୂଲ୍ୟ ଜାଣ, ମିଳେ ପ୍ରଭୁଙ୍କ ଦୟାରେ,

    ପାପ ବିମୋଚନ ସନ୍ତାପ ଖଣ୍ଡନ କେବଳ ଖ୍ରୀଷ୍ଟ ମୃତ୍ୟୁରେ । ୩ ।

    ପାପୀ ପରିତ୍ରାଣ ହୁଅଇ ସମ୍ପନ୍ନ ଆଉ ଧର୍ମାତ୍ମା ଦାନରେ,

    ଅନନ୍ତ ଜୀବନ-ମୁକୁଟ ପ୍ରାପଣ କିଣା ଖ୍ରୀଷ୍ଟଙ୍କ ରକ୍ତରେ । ୪ । 

     

    ଏଣୁ ଦର୍ପ କେହି କରି ନ ପାରଇ, ଦର୍ପ ହୁଅଇ ଖଣ୍ଡନ,

    ପାପୀ ଧର୍ମ କର୍ମ ସଢ଼ାକନା ଜାଣ, ନିସ୍ତାର ଅନୁଗ୍ରହରେ । ୫ ।

  • ଆହେ ଧର୍ମ ଆତ୍ମା, ହୁଅ ମୋର ପ୍ରତି ସୁପ୍ରସନ୍ନ, aahe dhorma atmaa huo moro proti su prosonno

    ଆହେ ଧର୍ମ ଆତ୍ମା, ହୁଅ ମୋର ପ୍ରତି ସୁପ୍ରସନ୍ନ,

    ମୋର ହୃଦେ ସର୍ବକ୍ଷଣ କର ତୁମ୍ଭେ ଅଧିଷ୍ଠାନ । ଘୋଷା ।

    ଆସ ହେ ସ୍ୱର୍ଗ କପୋତ, ତୁମ୍ଭେ ପୂର୍ଣ୍ଣ ଗୁଣଯୁକ୍ତ,

    ମୋର ଜଡ଼ ଚିତ୍ତେ କର ପ୍ରେମ ଅଗ୍ନି ପ୍ରଜ୍ଜ୍ୱଳନ । ୧ । 

     

    ବୁଡ଼ିଗଲି ଏ ସଂସାରେ, ସ୍ୱର୍ଗ ପଥେ ଚାଲି ଧୀରେ,

    ସୁନୟନେ ଚାହିଁ ପ୍ରଭୁ କର ମୋତେ ସଚେତନ । ୨ । 

     

    ବ୍ୟର୍ଥ ମୁହିଁ ଗୀତ ଗାଏ, ବ୍ୟର୍ଥ ସ୍ୱର୍ଗକୁ ଅନାଏ,

    ପ୍ରେମ ଭକ୍ତି କିଛି ନାହିଁ, ନ ପାରେ କରି ସାଧନ । ୩

    ପ୍ରିୟ ପ୍ରଭୁ, କେତେ ଦିନ ଥିବି ମୁଁ ଏସନ କ୍ଷୀଣ ! 

    କେଡ଼େ ବଡ଼ ତୁମ୍ଭ ପ୍ରେମ, ମୋ ପ୍ରେମ ରେଣୁ ସମାନ । ୪ । 

     

    ଆସ ହେ ଧର୍ମାତ୍ମା ଆସ, ମୋ ମନେ କର ପ୍ରବେଶ,

    ଖ୍ରୀଷ୍ଟ ପ୍ରେମ-ରସେ ପ୍ରେମୀ ହେଉ ସଦା ମୋର ମନ । ୫ ।

  • ହେ ଧର୍ମାତ୍ମା, ବିନୟ ଘେନ, he dharmaatmaa binoyo gheno

    ହେ ଧର୍ମାତ୍ମା, ବିନୟ ଘେନ,

    ବିନୟ ଘେନି ମୋ ମନେ ହୁଅ ବିଦ୍ୟମାନ । ଘୋଷା ।

    ଆସ ଦୀପ୍ତି ସମ, ନାଶ ମୋର ହୃଦୁଁ ସବୁ ଦୁଷ୍କୃତ ତମ,

    ତବ ଦୀପ୍ତିରେ ମୋ ପ୍ରାଣ ହେଉ ସଦା ଦୀପ୍ତିମାନ,

    ପାପ, କ୍ଷତି, ଶୟତାନ ନ କରୁ ତା ବିନାଶନ । ୧ ।

    ଆସ ଅଗ୍ନି ସମ, ହୃଦେ ପ୍ରବେଶି ସମ୍ପୂର୍ଣ୍ଣ କର ଶୋଧନ,

    ପୁନର୍ଜନ୍ମ ସୁଲକ୍ଷଣ ତହିଁ କର ପ୍ରକାଶନ,

    ହେଉ ତା ତୁମ୍ଭର ରାଜ୍ୟ କର୍ତ୍ତାପଣର ଆସନ । ୨ । 

     

    ଶିଶିର ପ୍ରମାଣ ହେ ସୁସ୍ଥିର ଆତ୍ମା ହୃଦେ ହୁଅ ପତନ,

    ସେହି ଅନୁର୍ବର ପ୍ରାଣ, ଉର୍ବରା ଭୂମି ସମାନ

    ତବ ଗ୍ରାହ୍ୟ ଯୋଗ୍ୟ ଫଳରେ କର ସଦା ଫଳବାନ । ୩ ।

    ଆସ କାପ୍ତାସମ, ଆସ ପ୍ରେମ-ଶାନ୍ତି-ପକ୍ଷ କରି ବିସ୍ତୀର୍ଣ୍ଣ,

    ମୋ  ମୁଣ୍ଡେ ତବାଧିଷ୍ଠାନ ସୌନ୍ଦର୍ଯ୍ୟ କରୁ ବର୍ଦ୍ଧନ,

    ଯେହ୍ନେ ମଣିବି ସଦା ମୁଁ ତବ ଅଭିଷିକ୍ତ ଜନ । ୪ ।

  • ଆହେ ଧର୍ମାତ୍ମା, କରି କୃପା ପ୍ରକାଶନ aahe dharmatmaa kari krupaa prokaashono

    ଆହେ ଧର୍ମାତ୍ମା, କରି କୃପା ପ୍ରକାଶନ

    କର ମୋ ମନେ ସ୍ଥାପନ ତବ ସିଂହାସନ । ଘୋଷା ।

    ତୁମ୍ଭେ ହେ ପ୍ରବୋଧକର୍ତ୍ତା,          ପାପ ପୂଣ୍ୟ ବୋଧ ଦାତା,

    ତୁମ୍ଭେ ଅଟ ପୂର୍ଣ୍ଣ ତେଜୋବାନ,

    ତବ ଆଲୁଅ କିରଣ  ପ୍ରକାଶି ହୃଦେ ବହନ

    କର ମୋର ମହା ଘୋର ତମ ବିନାଶନ   ା ୧ ।

    ପ୍ରଭୁ ପ୍ରତି ପ୍ରେମ-ଭକ୍ତି           ହେଉ ମୋ ହୃଦେ ଉତ୍ପତ୍ତି

    ଦୂର ହେଉ ସବୁ ପାପ-ପ୍ରେମ,

    ଏହି ମୋ ଶିଥିଳ ପ୍ରାଣ           ଖ୍ରୀଷ୍ଟ ପ୍ରେମେ ପ୍ରଜ୍ଜ୍ୱଳନ କର ନିତି, ଉଠୁ,

    ଉଠେ ଅନଳ ଯେସନ  ା ୨ ।

    ତବ ଅତୁଷ୍ଟିଜନକ     ଅଛି ମୋ ହୃଦେ ଯେତେକ ହେଉ ପଛେ ଯେଡ଼େ ଇଷ୍ଟତମ,

    ଉପାଡ଼ି ତାର ଆସନ ସମୂଳେ କର ଧ୍ୱଂସନ

    କର ମୋର ହୃଦେ ତୁମ୍ଭେ ସଂପୂର୍ଣ୍ଣ ଶାସନ  ା ୩ ।

    ଶୋକ ଦୁଃଖ ଯେତେ ମୋର    ସକଳ କରିଣ ଦୂର

    ପୂର୍ଣ୍ଣାନନ୍ଦେ ପୂରାଅ ମୋ ପ୍ରାଣ,

    ପାପମୋଚନର ଜ୍ଞାନ            କର ମୋ ହୃଦେ ପ୍ରଦାନ

    ନୋହିବି କେବେ ନିରାଶେ ମଗ୍ନ ମୁଁ ଯେସନ            ା ୪ ।

  • ଦୁଃଖହାରୀ ବନ୍ଧୁ ମମ କେହି ନାହିଁ ଯୀଶୁ ବିନେ, dukhohaari bondhu mom kehi naahi jishu bine

    ଦୁଃଖହାରୀ ବନ୍ଧୁ ମମ କେହି ନାହିଁ ଯୀଶୁ ବିନେ,

    ଦୁଃଖ-ରାତି ସୁଖେ ଭାତି

    ଫୁଟି ଉଠେ ଜୀବନେ ା ଘୋଷା ।

    ଯେବେରେ ହୃଦୟାକାଶେ ବାଦଲ ଘନାଇ ଆସେ,

    କିଏ ଆସି ହସି ହସି ଦୁଃଖ ହରେ ତତ୍‌କ୍ଷଣେ           ା ୧ । 

     

    ଯେବେରେ ମରୁର ବାଆ ପୋଡ଼ି ଜାଳି ଦିଏ 

    ଆହା ସରସ ସପନ ଯେତେ ରଙ୍ଗ ରଙ୍ଗ ଛବି ନୂଆ

    ସେ ମୋର ଯୀଶୁରେ ଭାଇ ମୋହନ ପରଶ ଦେଇ 

    ବୁକୁ ପରେ ଆଉଜାଇ ଆଶ୍ରା ଦିଏ ଶ୍ରୀଚରଣେ            ା ୨ ।

  • କି ବୁଦ୍ଧି କରିବି, କେଉଁଠାକୁ ଯିବି, କାହା  ଆଗେ କହିବି, ki budhi koribi keu thaaku jibi

    କି ବୁଦ୍ଧି କରିବି, କେଉଁଠାକୁ ଯିବି, କାହା  ଆଗେ କହିବି,

    ଅନ୍ତର ବେଦନା, ମନର ଭାବନା,

    ହୃଦଫେଡ଼ି କାହା ଆଗେ ଜଣାଇବି ? ଘୋଷା ।

    କେ ନେବ ମୋ ଦୁଃଖ, ଦେବ ମୋତେ ସୁଖ ହୋଇ ପ୍ରସନ୍ନମୁଖ,

    ମୋ ଚିନ୍ତାର ଭାର ପାପ ଦୁରାଚାର ଖଣ୍ଡିବାକୁ କାହା ପାଦେ ମୁଁ ଥୋଇବି ?

    ମୋ ମତି ଚଞ୍ଚଳ, ତଡ଼ିତୁଁ ଚପଳ, ଭ୍ରମୁଥାଏ ତ୍ରିକାଳ,

    ମୋର ନାହ ିଁବଳ, ମୁଁ ଅତ ିବିକଳ, କାହାବଳେ ତାକୁ ସୁସିର୍ଥ କରବିି ?

    ଜନ୍ମରୁ ପତିତ, ପାପରେ ବିଲିପ୍ତ, କର୍ମରେ କଳଙ୍କିତ,

    ଏଥିରୁ ମାର୍ଜ୍ଜିତ, ହେବାକୁ ବିମୁକ୍ତ, କାହା ପୂଣ୍ୟବଳେ ଶରଣ ପଶିବି ?

    ଭାବି ମୋ ଦୁର୍ଦ୍ଦଶା, ହୋଇ ନିର୍ଭରସା, ଖୋଜିଲି ସତ୍ୟ ଆଶ୍ରା,

    ପାଇଲି ଯୀଶୁଙ୍କୁ, ପାପୀଙ୍କ ବନ୍ଧୁଙ୍କୁ, ଜାଣିଲି ମୁଁ ତାଙ୍କ ମରଣେ ବଞ୍ôଚବି । ୩ । 

     

    ହେ ଯୀଶୁ ଈଶ୍ୱର, ଦୟାର ସାଗର, କେଡ଼େ ପ୍ରେମ ତୁମ୍ଭର !

    ମୋ ପାପ କାରଣ ଦେଲ ନିଜ ପ୍ରାଣ, ଏ ଅଦ୍ଭୁତ ପ୍ରେମ କାହୁଁ ମୁଁ ପାଇବି ?

    ମୋର ଦେହ ପ୍ରାଣ, ବୁଦ୍ଧି ଆତ୍ମା ମନ, କଲି ପାଦେ ଅର୍ପଣ,

    ତୁମ୍ଭ ପୁଣ୍ୟବଳେ ନଷ୍ଟ ନୋହି କେବେ, ଶେଷ ମହାଦିନେ ଗୌରବେ ଉଠିବି । ୪ ।