Tag: bible insights india

  • ହେ ତ୍ରାଣକାରୀ, ଭବାବ୍ଧି ତରୀ, he traanokari bhobadwi tori

    ହେ ତ୍ରାଣକାରୀ, ଭବାବ୍ଧି ତରୀ,

    ଯୀଶୁ କର ପାରି । ଘୋଷା

    ଦାରୁଣ ଭବାବ୍ଧି ମଧ୍ୟରେ ପଡ଼ିଛି, ମୋହ-ମାୟା ପଙ୍କେ ବୁଡ଼ି ଯାଉଅଛି,

    ଜଞ୍ଜାଳର ଜାଲ ମୋତେ ଭିଡୁଅଛି, କାଳ କୁମ୍ଭୀର ଓଟାରି । ୧ । 

     

    ନିବିଡ଼ ଅନ୍ଧାର ଘୋଟି ଆସୁଅଛି, ପ୍ରଚଣ୍ଡ ପବନ ଖରେ ବହୁଅଛି,

    ପ୍ରବଳ ତରଙ୍ଗ ମୁଣ୍ଡରେ ଭାଙ୍ଗୁଛି, ପ୍ରାଣ ହେଉଅଛି ଭାରୀ । ୨ ।

    ଏ ଦୁଃଖ କଷଣ ହେବାରୁ କଠିନ ହେଉଅଛି ହତ ବୁଦ୍ଧି ଜ୍ଞାନ ଧ୍ୟାନ, ମୋ

     ବିଶ୍ୱାସ-ଧନ ଲୁଟିବା କାରଣ ଜଗି ବସିଅଛି ଅରି । ୩ ।

    ଲୟର ନିକଟେ ଡାକୁଛି ଉତ୍କଟେ, ନ ତେଜ ସଙ୍କଟେ ଲଗାଅ ହେ ତଟେ,

    ମୋ ଆରତ ବାଣୀ ଦୟା ଚିତ୍ତେ ଶୁଣି ଉଦ୍ଧରି ନିଅ ସେ ପାରି । ୪ ।

  • ତ୍ରାଣକାରୀ, ପାପ-ସାଗରୁ କର ହେ ପାରି, traanokari paapo saagoru koro hai paari

    ତ୍ରାଣକାରୀ,

    ପାପ-ସାଗରୁ କର ହେ ପାରି,

    ଉଠୁଛି, ଲହରୀ, ଯୀଶୁ ଦୟା କରି ନିଜ ହସ୍ତେ ମୋତେ ନିଅ ଧରି । ଘୋଷା ।

    ତ୍ରାଣର ନଉକା ହୋଇ ଆସିଅଛ, ପାପୀଙ୍କି କରିବ ପାରି

    ତୁମ୍ଭେ ଦୟା ବହି ନିଅ ହେ ଉଦ୍ଧରି ପାପ ଢେଉ ନିବାରଣ କରି । ୧ ।

    ଅପାର କଷଣ ସହିଲ ଦୂଷଣ ହେବାକୁ ପାପୀଙ୍କ ତରୀ,

    ତୁମେ ସିନା ପ୍ରଭୁ ତାରିବାକୁ ପାର, ଆଉ ବଳ ତ ନାହିଁ କାହାରି । ୨ । 

     

    ତ୍ରାଣକର୍ତ୍ତା ରୂପେ ପାପୀଙ୍କ ନିମନ୍ତେ ଜନ୍ମିଲ ଏ ମର୍ତ୍ତପୁରୀ,

    ତେତିଶ ବରଷ ମହୀରେ ରହିଲ ନାନା ହିତ ଉପଦେଶ କରି । ୩ । 

     

    ଭବିଷ୍ୟତ କଥା ସଫଳ ନିମନ୍ତେ ଘଟିଲା କାଳ ତୁମରି,

    ପାପର ଯନ୍ତ୍ରଣା ଶ୍ରୀଅଙ୍ଗେ ଭୋଗିଲ ଲଗା ହୋଇଣ ଶେଷରେ ମରି । ୪ ।

    ଚାଳିଶ ଦିବସେ ମହୀକୁ ତେଜିଣ ଚାଲିଗଲ ସ୍ୱର୍ଗପୁରୀ;

    ଈଶ୍ୱର ଦକ୍ଷିଣେ ବିଜେ କରିଅଛ, ଘେରିଛନ୍ତି ଦୂତେ ଆଜ୍ଞାକାରୀ । ୫ । 

     

    ଶେଷ ଦିନେ ପ୍ରଭୁ ବିଚାର କରିବ, ଛାର ପାପ ଦୂର କରି

    ଧାର୍ମିକ ଲୋକଙ୍କୁ ଦକ୍ଷିଣ ପାଖରେ ଦୟାରେ ଦେବ ଅମୀୟ ବାରି । ୬ ।

    ସୂଚୀମାଳାକୁ ଫେରନ୍ତୁ

  • ଦୂର ଦୂର ହେ ମୋର ଅବିଶ୍ୱାସ ସତ୍ୱର, duro duro hai moro aabiswaaso sotworo

    ଦୂର ଦୂର ହେ ମୋର ଅବିଶ୍ୱାସ ସତ୍ୱର,

    ତ୍ରାଣର ଆଶା ମୋର ଗୁନ୍ଥା ଖ୍ରୀଷ୍ଟ ଉପର । ଘୋଷା ।

    ଏହା ସତ୍ୟ ଅଟଇ ମହା ପାପିଷ୍ଠ ମୁହିଁ

    ନାହିଁ ମୋ ପୁଣ୍ୟ ଲେସ ମାତ୍ରହିଁ,

    ମାତ୍ର ସମ୍ପୂର୍ଣ୍ଣ ପୂଣ୍ୟ ହୋଇଛି ଖ୍ରୀଷ୍ଟେ ପୂର୍ଣ୍ଣ,

    ଜାଣେ ମୁହିଁ ତାହାଙ୍କ ପୂଣ୍ୟ ତ୍ରାଣଦାୟକ,

    ସେ ପୂଣ୍ୟ ଅଟେ ମୋର ତ୍ରାଣ ପାଇଁ ପ୍ରଚୁର । ୧ ।

    ଅଛି ନିଶ୍ଚୟ ମୋର ତ୍ରୁଟି ନାନା ପ୍ରକାର,

    ଧ ର୍ମକର୍ମେ ମୁଁ ସିଦ୍ଧ ନୁହଇ; ମାତ୍ର ଭରସା ମୋର ନାହିଁ କର୍ମ ଉପର

    ଜାଣେ ମୁଁ କର୍ମେ ତ୍ରାଣ ନ ପାରେ ପାଇ,

    ଖ୍ରୀଷ୍ଟେ ବିଶ୍ୱାସ ଅଟେ ମୂଳ ପରିତ୍ରାଣର । ୨ ।

    ଅଟେ ମୁହିଁ ପ୍ରମାଣ ବିଶ୍ୱାସେ ଅତି କ୍ଷୀଣ,

    ବିଶ୍ୱାସୀ-ନାମକୁ ଅଭାଜନ

    ମାତ୍ର ଯେବେ ନିତାନ୍ତ ମୋ ବିଶ୍ୱାସ ଯଥାର୍ଥ

    ଜାଣେ ମୁହିଁ ନିଶ୍ଚିତେ ପ୍ରଭୁ ସୁଗ୍ରାହ୍ୟ ମୋତେ

    କରିବେ କ୍ଷୀଣ ହେଲେ ହେଁ ବିଶ୍ୱାସ ମୋହର । ୩ ।

     

     ବିଶ୍ୱାସ ମୁଁ ଯାହାକୁ କରିଛି ଜାଣେ ତାଙ୍କୁ

    ଅଟନ୍ତି ସେହି ପୂର୍ଣ୍ଣ ଦୟାଳୁ;

    ଏ ମୋର ଦୃଢ଼ ବୋଧ, ଧରିଛି ତାଙ୍କ ପଦ,

    ନୋହିବି କଦାଚନ ନିରାଶ କେଉଁ କ୍ଷଣ,

    ନୋହିବ ନିଷ୍ଫଳ ଭରସା କେବେ ମୋହର । ୪ ।

  • ମନ, ସ୍ମର, ପିତା ଈଶ୍ୱରଙ୍କ ପରମ କୁମରରେ mono scoro pitaa ishwarank parama kumorore

    ମନ, ସ୍ମର, ପିତା ଈଶ୍ୱରଙ୍କ ପରମ କୁମରରେ । ଘୋଷା । 

     ସେହି ପ୍ରଭୁ ସ୍ୱର୍ଗୁ ଆସି ଶୟତାନ କର୍ମ ନାଶି

    ଉପଦେଶେ ମନ ତୋଷି ପାପ ତାପକୁ ବିନାଶି

    କି ଅମୃତ ବଚନ ତାଙ୍କର ରେ । ୧ ।

    ତାଙ୍କ ସର୍ବ କୃତ କର୍ମ ନିଷ୍ପାପ ସମ୍ପୂର୍ଣ୍ଣ ଧର୍ମ,

    ଜଗତେ ଯେତେ ଅଧର୍ମ ଅନ୍ୟାୟ ପାପ ଦୁଷ୍କର୍ମ 

    ଭୋଗିଲେ ସେ ନିଜ ଶ୍ରୀଅଙ୍ଗରେ । ୨ ।

    ତୁ ଯେବେ ପାରିବୁ ମନ ତାଙ୍କ ଅନୁଗ୍ରହ-ଧନ ଭୀତ ନୋହି ମାଗି ଘେନ,

    ସେ ଖଣ୍ଡିବେ ପାପମାନ, ଭରସାରେ ଆନନ୍ଦ ତୁ କର ରେ । ୩ । 

     ଆଉ ନ କର ବିଳମ୍ବ, ଶୀଘ୍ର ତୁ ଖ୍ରୀଷ୍ଟଙ୍କୁ ସେବ,

    ସ୍ତୁତି କର, ଆଜ୍ଞା ଭାବ ଧର ତୁ ନୂଆ ସ୍ୱଭାବ ପ୍ରେମ-ଦୀପ୍ତି ଜ୍ୱଳାଅ ତାଙ୍କର ରେ । ୪

    ସୂଚୀମାଳାକୁ ଫେରନ୍ତୁ

  • ଅରୂପ ରୂପ ଦୃଶ୍ୟ ହୋଇଲେ, arupo rupo drushya hoile

    ଅରୂପ ରୂପ ଦୃଶ୍ୟ ହୋଇଲେ,
    ଅନୁଗ୍ରହ ସତ୍ୟତାରେ ପୂର୍ଣ୍ଣ ହୋଇ ଅଇଲେ । ଘୋଷା । 

    କାଳବଳେ ଅନାୟତ୍ତ ଥିଲା ସକଳ ଜଗତ,
    ନିଜେ ମୃତ୍ୟୁଭୋଗ କରି କାଳକୁ ସେ ନାଶିଲେ । ୧ । 

    ସତ୍ୟ, ଶାନ୍ତି, ଦୟା, କ୍ଷମା ଅଦ୍ଭୁତ ଗୁଣ ମହିମା ଦେଖାଇ 
    ଈଶ୍ୱର ଗୁଣ ସତ୍ୟ ଧର୍ମ ସ୍ଥାପିଲେ । ୨ ।

    ସେ ଧର୍ମେ ବିଶ୍ୱାସୀ ଜନ ଅନ୍ତରେ ଖେଦ, କ୍ରନ୍ଦନ
    କରି ଖ୍ରୀଷ୍ଟେ ନିବେଦନ ଶୁଦ୍ଧ ଚିତ୍ତ ପାଇଲେ । ୩ ।

    ଧନ ମାନ ସଂସାରକୁ ପକାଇ ସବୁ ପଛକୁ
    ଖ୍ରୀଷ୍ଟ-ପ୍ରେମ-ପିୟୁଷକୁ ଚାଖି ତୃପ୍ତ ହୋଇଲେ । ୪ ।

    ଯାଇ ଅମର ଭୁବନ ଅରୂପ ରୂପ ଦର୍ଶନ ପାଇ 
    ନିତ୍ୟ ବିଶ୍ରାମକୁ ମହାନନ୍ଦେ ରହିଲେ । ୫ ।

    ସୂଚୀମାଳାକୁ ଫେରନ୍ତୁ

  • ଗାୟନ କର ଆନନ୍ଦେ ମନ, gaayono koro aanondo mone

    ଗାୟନ କର ଆନନ୍ଦେ ମନ,

    ଖ୍ରୀଷ୍ଟଙ୍କ ମରଣେ ତୋର ସମ୍ପୂର୍ଣ୍ଣ ତ୍ରାଣ । ଘୋଷା ।

    ତୋର ପରିତ୍ରାଣ ପାଇଁ ଆଉ କିଛି ଲୋଡ଼ା ନାହିଁ,

    ପୂର୍ଣ୍ଣ ଆୟୋଜନ ଖ୍ରୀଷ୍ଟ ମରଣେ ଜାଣ । ୧ ।

    ନାହିଁ କି ତୋ ପୂଣ୍ୟକର୍ମ ତୁହି ପାପୀରେ ଅଧମ ?

    ଖ୍ରୀଷ୍ଟ ଅଟନ୍ତି ତୋହର ପୁଣ୍ୟ ନିଧାନ । ୨ ।

    କହୁ କି ତୋହରି ପାଇଁ ଖ୍ରୀଷ୍ଟ ହୃଦେ ସ୍ଥାନ ନାହିଁ ?

    ସବୁ ପାପୀ ଆସିଲେ ହିଁ ଥିବଟି ସ୍ଥାନ

    ଭାବୁ କି ଖ୍ରୀଷ୍ଟଙ୍କ ରକ୍ତ ହୋଇଛି ଗୁଣ ରହିତ ?

    କେବେ ତା’ର ତ୍ରାଣଗୁଣ ନୁହେଁ ହରଣ । ୪ ।

    ଯେଯାଏ ଥାଏ ଜୀବନେ ଜଗତରେ ପାପୀ ଜଣେ 

    ସେଯାଏ ସେ ତ୍ରାଣଗୁଣ ଥିବ ସମାନ । ୫

    ଏଣୁ ଯେବେ ପାପ ତୋର ହୁଏ ପର୍ବତ ଆକାର

    ନିଶ୍ଚୟ ହୋଇବ ନାଶ ଏ କଥା ଜାଣ । ୬ ।

  • ଦୀନବନ୍ଧୁ କୃପାସିନ୍ଧୁ ଯୀଶୁ ଦୟାରେ ଭୂଷଣ ହେ dino bondhu krupaa sindhu doyaare bhushono

    ଦୀନବନ୍ଧୁ କୃପାସିନ୍ଧୁ ଯୀଶୁ ଦୟାରେ ଭୂଷଣ ହେ । ଘୋଷା । 

     

    ମୁହିଁ ପାପୀ ହୀନଜନ, ପତିତ ଦଶାରେ ଗଲା ଦିନ,

    ଆତ୍ମାର ଗତିକି କଲି ହେଳନ ହୋଇଣ ଅଜ୍ଞାନ ହେ । ୧ । 

     

    ମୋର ପାପ ବଡ଼ ଭାର, ପର୍ବତଠାରୁ ଅଟଇ ବଡ଼,

    ଜଗତେ ଆଉ କେ ଅଛି ମୋହର କରିବ ତାରଣ ହେ । ୨ ।

    ଏ ପାପେ ଯେବେ ମରିବି ନିଶ୍ଚୟ ମୁଁ ନରକେ ପଡ଼ିବି,

    ଅନନ୍ତ ଯନ୍ତ୍ରଣା ହେବ ମୋହର, କରିବି ରୋଦନ ହେ । ୩ ।

    ଆହେ ଯୀଶୁ କ୍ଷମାବାନ, ପାପୀର ନିମନ୍ତେ ଦେଲ ପ୍ରାଣ 

    ଏଥିପାଇଁ ମୁହିଁ ଆଶା କରିଣ, କରୁଛି ଜଣାଣ ହେ । ୪ । 

     

    ମୋଠାରେ ପ୍ରସନ୍ନ ହୋଇ ତୁମ୍ଭ ବଳିଦାନ ରକ୍ତେ ଧୋଇ

    ମନ ଶୁଦ୍ଧ କର, ଆତ୍ମା ଦେଇ ଦିଅ ନୂତନ ଜନ୍ମ ହେ । ୫ ।

    ସୂଚୀମାଳାକୁ ଫେରନ୍ତୁ

  • କର ହେ ମୋତେ ତୁମରି (ଆହେ ଯୀଶୁ), kara hai mote tumori aahe jishu

    କର ହେ ମୋତେ ତୁମରି (ଆହେ ଯୀଶୁ),

    ମୋରୂପ ବିଲୋପ କର, ସ୍ୱରୂପ ମୋଠି ପ୍ରସାର,

    ତୁମଠି କର ତନ୍ମୟ ହୁଅ ମୋର ହୃଦମୟ

    ତୁମ୍ଭଙ୍କୁ ପାଇ ନିଜକୁ ଯାଏ ଯେହ୍ନେ ପାସୋରି । ଘୋଷା । 

     

    ତୁମ କରମେ ମୋତେ ବିଭୋର କର ପ୍ରଭୁ,

    ମୋ ଇଚ୍ଛା ମୋର କରମ-ବାସନା ନାଶ ସବୁ,

    ତୁମ୍ଭ କରମ ଛଳେ ମୋ କର୍ମ ନ ହେଉ ତିଳେ,

    ତୁମ୍ଭ ପ୍ରଶଂସା ଗାଇ ନିଜେ ପ୍ରଶଂସା ନେଇ 

    ମୋତେ ଯେହ୍ନେ ନ ବସାଏ ତବ ଆସନୋପରି । ୧ । 

     

    ଯେତେ ଉଦ୍ଧତ-ଚିନ୍ତା କଳପନା ସ୍ୱପନ

    ସ୍ୱତଃ ଉଠେ ପ୍ରାଣେ ପ୍ରଭୁ କର ସବୁ ଦମନ ।

    ହୃଦୟ ରାଜା ରୂପେ ବଶୀଭୂତ କର ଆପେ,

    ନିନ୍ଦା ବିପଦ ଦେଇ ଅବା ପ୍ରେମରେ ଭୁଲାଇ 

    ଜୀବନର ସ୍ୱାମୀ ରୂପେ ନିଅ ନିଜର କରି । ୨ ।

  • ଆସ ହେ ହୃଦୟ-ସଖା ହୃଦେ କର ଅଧିଷ୍ଠାନ, aaso hai hrudoyo sokhaa hrude kara adhistano

    ଆସ ହେ ହୃଦୟ-ସଖା ହୃଦେ କର ଅଧିଷ୍ଠାନ,

    ନିରେଖି ମନ ଆଖି ତୃପ୍ତ ରହୁ ଚିରଦିନ । ଘୋଷା ।

    ଅନ୍ତରେ ବିତର ଯୀଶୁ ପ୍ରେମ ଭକ୍ତି ଧର୍ମଜ୍ଞାନ,

    ତୁମ୍ଭ ପଦେ ମତି ମୋର ରହିଥାଉ ଅନୁକ୍ଷଣ । ୧ । 

     

    ଶୟତାନ ପ୍ରବଞ୍ଜନା କୁଟିଳ କୁତର୍କ ନାନା

    ତୁମ୍ଭରେ କରି ପ୍ରାର୍ଥନା ଦୂର କର ହେ ବହନ । ୨ ।

    ନୂଆ ଜନ୍ମ ପରିତ୍ରାଣ କର ହେ ପ୍ରଭୁ ପ୍ରଦାନ,

    ବୋଲି ଯୀଶୁ ଖ୍ରୀଷ୍ଟ ନାମ ପାଗଳ ହେବି ଯେସନ । ୩ ।

    ସୂଚୀମାଳାକୁ ଫେରନ୍ତୁ

  • ହୃଦୟ କଥା ମରମ ବ୍ୟଥା hrudoyo kotha moromo byothaa

    ହୃଦୟ କଥା                ମରମ ବ୍ୟଥା

    ଜାଣିବ କିଏ ଆଉ ପ୍ରାଣ ଦେବତା । ଘୋଷା । 

    ସାରାଟି ଜୀବନ ବହିଣ ଯାଏ,

    ସାଧନ ଭଜନ ମୋର ବିଫଳ ହୁଏ,

    କରି ପରଶ    କର ହରଷ

    ଜୀବନ ମୋ ଆହେ ପାପ ହରତା । ୧ ।

    ତୁମ୍ଭ ଦେଖା ପାଇଁ ଆସିଛି ଧାଇଁ,

    ପାଏ କି ନ ପାଏ ଭୟ ହୁଅଇ,

    ପଛେ ବା ଶୂନ୍ୟ ହୃଦୟେ ଫେରିବି ପୂର୍ବ ପରାଏ,

    କୁହ ପ୍ରାଣ ଶାନ୍ତି ରାୟେ ଶାନ୍ତି ବାରତା । ୨ ।