Tag: bible insights india

  • kaha thaaku probhu jibi kaa thaku

    କାହାଠାକୁ ପ୍ରଭୁ ଯିବି କା’ଠାକୁ, ତୁମ୍ଭ ବିନା ଯିବି ମୁଁ କେଉଁଠାକୁ ?

    ତୁମ୍ଭ ଶ୍ରୀବଚନ ଅନନ୍ତ ଜୀବନ, କେଡ଼େ ସୁମିଷ୍ଟ ଲାଗେ ମୋ ମନକୁ । ଘୋଷା ।

    ତୁମ୍ଭେ ଅମରେଶ୍ୱରଙ୍କ ତନୟ, ମର୍ତ୍ତ୍ୟପୁରେ ହୋଇଅଛ ଉଦୟ,

    ଏହା ପ୍ରତ୍ୟୟରେ ଜାଣେ ନିଶ୍ଚୟରେ, ତେବେ କିପାଁ ଯିବି ମୁଁ ଅନ୍ୟଠାକୁ ?

    ଆରୋଗ୍ୟକାରୀ କିରଣବିଶିଷ୍ଟ, ଉଦୟ ହୋଇଛ ତୁମ୍ଭେ ହେ ଖ୍ରୀଷ୍ଟ,

    ଛାଡ଼ି ମୁଁ ତୁମ୍ଭଙ୍କୁ ଯିବି କାହାଠାକୁ, ଯିବି କି ଫାରୁଶୀମାନଙ୍କଠାକୁ ?

    ତୁମ୍ଭେ ଶୁଷ୍କଭୂମିରେ ଜଳସ୍ରୋତ, କ୍ଳାନ୍ତ ଜନ ପ୍ରତି ଅଟ ପର୍ବତ,

    ଜଳପାନ ହେତୁ ଯିବି କାହାଠାକୁ, ଛାୟା ହେତୁ ଯିବି କା’ ଉହାଡ଼କୁ ? । 

     

    ବ୍ୟବସ୍ଥା ଭବିଷ୍ୟଦ୍ ବଚନ ସାର, ତୁମ୍ଭେ ଅଟ ହେ ଈଶ୍ୱର କୁମର,

    ଛାଡ଼ି ମୁଁ ତୁମ୍ଭଙ୍କୁ ଯିବି କାହାଠାକୁ, କେହି ନ ଦିଶଇ ମୋର ଚକ୍ଷୁକୁ । ୪ । 

     

    ତୁମ୍ଭେ ପାପବାହକ ଯୁବାମେଷ, ଭୋଗିଅଛ ମୋର ସନ୍ତାପ କ୍ଳେଶ,

    ତେବେ ମୁଁ କିପାଇଁ ପାପ ବୋଝ ବହି, ପାପ-ସ୍ରୋତେ ଭାସିଯିବି ନର୍କକୁ । ୫ ।

     

     ଅଇଲେ କ୍ଳେଶ ପରୀକ୍ଷା ନିକଟେ, ଅଥବା ପଡ଼ିଲେ ଘୋର ସଙ୍କଟେ,

    ତବ ଶ୍ରୀଛାମୁଁକୁ ଟାଣ ମୋ ମନକୁ, ତୁମ୍ଭ ବିନା ନ ଯିବି ଅନ୍ୟଠାକୁ । ୬ ।

  • dekho probhu jishu khristo porire

    ଦେଖ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ପରିରେ

    ନ ମିଳଇ ତ୍ରାଣକର୍ତ୍ତା ସଂସାରେ,

    କେହି ନାହିଁ କରି ତାଙ୍କ କ୍ରିୟା ପାରି ଜଗତ ଜନଙ୍କ ମଧ୍ୟରେ । ଘୋଷା । 

     

    ସେ ଦୟା ସାଗର ଈଶ୍ୱର କୁମର ସ୍ୱର୍ଗୁ ଅଇଲେ ନରାକାରେ,

    ଭ୍ରମି ନାନା ଦେଶ ଦେଲେ ଉପଦେଶ ହିତ ଚେଷ୍ଟା କଲେ ନିତ୍ୟରେ । ୧ ।

     

     ପାପୀଙ୍କ କାରଣ ହେଲେ ଦୀନହୀନ, ପ୍ରାୟଶ୍ଚିତ୍ତ କଲେ କ୍ରୁଶରେ,

    ପାପୀଙ୍କର ମହାପାପ ଋଣସବୁ ଶୁଝିଲେ ନିଃଶେଷ ରୂପରେ । ୨ । 

     

    ହୋଇଣ ଧାର୍ମିକ ଭୋଗିଲେ କି ଦୁଃଖ, ହୋଇଲେ ବ୍ୟାକୁଳ ପ୍ରାଣରେ,

    ପାପୀଙ୍କ କାରଣ ଦାରୁଣ କଷଣ ଯାତନା ଭୋଗିଲେ ଶରୀରେ । ୩ । 

     

    ହସ୍ତ ପାଦେ କଣ୍ଟା ମାରଣର ବ୍ୟଥା, କଣ୍ଟାର ମୁକୁଟ ମୁଣ୍ଡରେ,

    ପଡ଼ିଲା ତାଙ୍କର ଅମୂଲ୍ୟ ରୁଧିର ଧାର ଧାର ହୋଇ ଭୂମିରେ । ୪ । 

     

    କେଡ଼େ ଦୟାଶୀଳ ସେ ଯୀଶୁ ଈଶ୍ୱର, ମଲେ ପାପୀଙ୍କର ବଦଳେ,

    ପୁଣି ଦୟା ବହି ଡାକୁଛନ୍ତି ସେହି, ଆସ ଆସ ପାପୀ ଶୀଘ୍ରରେ। 

     

    ଏଣୁ ଭାଇ, ମିଥ୍ୟା ଆଶ୍ରା ଛାଡ଼ି ଦେଇ ଭରସା ରଖହେ ତାଙ୍କରେ,

    ଆତ୍ମା ପରିତ୍ରାଣ କେବଳ ପ୍ରାପଣ ଯୀଶୁ ଖ୍ରୀଷ୍ଟଙ୍କ ମରଣରେ । ୬ ।

    ସୂଚୀମାଳାକୁ ଫେରନ୍ତୁ

  • naahin kaahin re goti mukti jaanore

    ନାହିଁ କାହିଁରେ ଗତି ମୁକ୍ତି ଜାଣରେ,

    ଯୀଶୁ ବିନା ପାପୀର ଆନରେ । ଘୋଷା ।

    ଯୀଶୁ ପରମେଶ୍ୱର   ସତ୍ୟ ପଥ ସ୍ୱର୍ଗର

    ପାପୀ ପାଇଁ ସେ ଦେଲେ ପ୍ରାଣରେ । ୧ ।

    ସ୍ୱର୍ଗରୁ ସେ ଆସିଲେ,      କ୍ରୁଶେ ପାପ ନାଶିଲେ

    କରି ନିଜକୁ ବଳିଦାନରେ । ୨ ।

    ସେ ମହା ପ୍ରାୟଶ୍ଚିତ୍ତ, ପାପୀର ମୁକ୍ତିବିତ୍ତ 

    ବିନା ମୂଲ୍ୟେ କରିଲେ ଦାନରେ । ୩ ।

    ଧର ଯୀଶୁ ପୟର,    ତାହାଙ୍କୁ ସେବା କର

    ତାଙ୍କ କ୍ରୁଶରେ ରଖ ଧ୍ୟାନରେ । ୪ ।

    ତାଙ୍କୁ କର ଅର୍ପଣ    ଦେହ ଆତ୍ମା ଜୀବନ,

    ତାଙ୍କ ପ୍ରଶଂସା କର ଗାନରେ । ୫ ।

    କାୟମନୋବାକ୍ୟରେ ପ୍ରେମ ଭକ୍ତି ଭୟରେ

    ତାଙ୍କ ସକଳ ଆଜ୍ଞା ମାନରେ । ୬ ।

  • ନାହିଁ ନାହିଁ ନାହିଁ ଅନ୍ୟ ଗତି, ମନ, nahi nahi nahi anyo goti

    ନାହିଁ ନାହିଁ ନାହିଁ ଅନ୍ୟ ଗତି, ମନ,

    କର ଯୀଶୁ ଖ୍ରୀଷ୍ଟଙ୍କ ସଙ୍ଗେ ପ୍ରୀତି । ଘୋଷା । 

     

    ସେ ଯୀଶୁ ବହୁମୂଲ୍ୟ ସୁନ୍ଦର ଅତି,

    ତାଙ୍କ ପ୍ରେମରେ ଡୁବ ଦିବାରାତି । ୧ । 

     

    ଯେ ଯୀଶୁ ପ୍ରାଣପତି ଦିଅନ୍ତି ଶାନ୍ତି,

    ତାଙ୍କୁ ସମର୍ପି ଦେହ ପ୍ରାଣ ଶକ୍ତି । ୨ ।

    ତାଙ୍କ ବିନା ଅସାର ଧନ ସଂସାର,

    ତାଙ୍କ ବିହୁନେ ନାହିଁ ଆତ୍ମା ତୃପ୍ତି । ୩ ।

    ଆହ କି ମନୋହର ଯୀଶୁ ମୋ ପ୍ରତି,

    ନାହିଁ ଅନ୍ୟରେ ତାଙ୍କ ବିନା ମତି । ୪ । 

     

    ମୋହର ଦେହ ପ୍ରାଣ ଶକ୍ତି ଜୀବନ,

    ସର୍ବ ସମର୍ପି ଧ୍ୟାଇବି ମୁଁ ନିତି । ୫ ।

  • ଦୁଃଖନାଶନ ହେ, ସୁଖ ଦିଅ ମୋର ମନେ, dukho naasono hai sukho diyo moro mone

    (ସ୍ୱର : ମନ ହେଜିଲେ ପ୍ରଭୁ କୃପା)

    ଦୁଃଖନାଶନ ହେ, ସୁଖ ଦିଅ ମୋର ମନେ,

    ବେଳକୁ ବେଳ ତ ପ୍ରବଳି ଉଠଇ ଦୁଃଖ ତରଙ୍ଗ ଯେସନେ । ଘୋଷା ।

    ଦୁଃଖର ସଂସାରେ ମାନବ ଶରୀରେ ସଙ୍ଗେ ସଙ୍ଗେ ଛାୟା ସମ

    ଅପାର କଷଣ ଦୁଃଖାଦି ମରଣ ଲାଗିଥାଏ ଅନୁକ୍ଷଣ । ୧ ।

    ମହୀପରେ ମୁହିଁ ସହି ନ ପାରଇ ଶରୀର ଯାତନାମାନ

    ମୁହିଁ ନିରାଶ୍ରୟ, ହୁଅ ମୋ ସହାୟ, ଆହେ ଆରତ-ଭଞ୍ଜନ । ୨ । 

     

    ମୋର ନାହିଁ ଗୁଣ ଜ୍ଞାନ ଧର୍ମ କର୍ମ, ମୁଁ ସମ୍ପୂର୍ଣ୍ଣ ଶକ୍ତିହୀନ,

    ମୋ ଦୁର୍ବଳପଣ ଦେଖି ଶୟତାନ ସହଜେ ନାଶଇ ପ୍ରାଣ । ୩ । 

     

    ମୋ ପାଇଁ ସନ୍ତାପ କଷଣ ମରଣ ଭୋଗିଛ ଯୀଶୁ ରାଜନ,

    ତବ ଶ୍ରୀଚରଣ ମହାମେରୁ ସମ ତହିଁରେ ମୋର ଶରଣ । ୪ ।

  • ବହିଲା ପ୍ରଚଣ୍ଡ ବେଗେ ପବନ, bohilaa prochondo bege pobono

    ବହିଲା ପ୍ରଚଣ୍ଡ ବେଗେ ପବନ,

    ଚତୁର୍ଦ୍ଦିଗ ଭୟେ ହେଲା ଆଚ୍ଛନ୍ନ

    ଗଭୀର ସାଗର ଢେଉ କଲ୍ଲୋଳ,

    ପ୍ରଖର ହୋଇ ଉଠିଲା ବହୁଳ ଢେଉର ପ୍ରବଳ,

    ନାବକୁ କଲା ଅତି ଟଳମଳ । ୧ ।

    ଦେଖିଣ ପ୍ରଚଣ୍ଡ ପବନ ରୀତି,

    କି ଉଦ୍‌ବେଗ ହେଲା ମନରେ ଭୀତି ହୋଇଣ ସମସ୍ତେ ମନେ ନିରାଶ,

    ଡାକ ପକାଇଲେ ହେଲୁ ବିନାଶ ବିଶ୍ୱାସର ସ୍ଥାନ,

    ହତାଶ ଭୟରେ ହେଲା ଆଚ୍ଛନ୍ନ । ୨ ।

    ମାତ୍ର ଜଣେ ସେହି ନାବରେ ଥିଲେ,

    ନିଦ୍ରାରୁ ଉଠି ରବ ଶୁଣାଇଲେ

    ଆହେ କଲ୍ଲୋଳ ଗଭୀର ସାଗର,

    ହେ ପ୍ରଚଣ୍ଡ ବାତ, ହୁଅ ସୁସ୍ଥିର

    ତାହାଙ୍କ ବଚନେ, ସମସ୍ତ ସୁସ୍ଥିର ହେଲା ତତ୍‌କ୍ଷଣେ । ୩ । 

     

    ବାୟୁ ଆଜ୍ଞାବହ ତତ୍‌କ୍ଷଣେ ହେଲା,

    ସମୁଦ୍ର ତାର କର୍ତ୍ତାକୁ ଚିହ୍ନିଲା ସମୁଦାୟ ହେଲା ଦେଖ ସୁସ୍ଥିର,

    ଉଡ଼ିଣ ଗଲା ଭୟ ଅନ୍ଧକାର ହୋଇଲା ସୁସ୍ଥିର,

    ଆକାଶ ପବନ ସମୁଦ୍ର ନୀର । ୪ ।

    ହେ ମହାମହିମ ଈଶ୍ୱର ସୁତ,

    ତବ ଆଜ୍ଞାଧୀନ ପ୍ରଚଣ୍ଡ ବାତ

    ତୁମ୍ଭ ଆଜ୍ଞା ମାନେ ସାଗର ଢେଉ,

    ପଳାଏ ପାପ ଶୟତାନ ଆଉ

    ନରକ ଜଗତ, ତୁମ୍ଭେ କରିଅଛ ସବୁ ପରାସ୍ତ । ୫ । 

     

    ଯେତେବେଳେ ମନେ ପାପ ଲହଡ଼ି,

    ପ୍ରବଳ ହୋଇ ଆସୁଥାଏ ମାଡ଼ି,

    ପ୍ରଚଣ୍ଡ ପବନ ଘୋର ଅନ୍ଧାର

    କରଇ ଦୁର୍ବଳ ବିଶ୍ୱାସ ମୋର ହେ ଯୀଶୁ ଈଶ୍ୱର

    ପଠାଇ ତୁମ୍ଭ ଆତ୍ମା କର ସୁସ୍ଥିର । ୬ ।

  • ଯୀଶୁ କର ତ୍ରାହି ଭାସିଗଲି ଭବାର୍ଣ୍ଣବେ କୂଳ ନ ଦିଶଇ ହେ jishu kara traahi bhaasi goli bhobarnobe kulo n disoyee

    ଯୀଶୁ କର ତ୍ରାହି ଭାସିଗଲି ଭବାର୍ଣ୍ଣବେ କୂଳ ନ ଦିଶଇ ହେ । ଘୋଷା ।

    ଆସଇ ଘୋର ତୋଫାନ ବେଗାନ୍ୱିତ ହୋଇ,

    ଢେଉ ପରେ ଢେଉ ଯାଏ ମଥା ପରେ ଦେଇ ହେ । ୧ । 

     

    ଶୟତାନ ମାୟାଜାଲ ପାତି ବସିଥାଇ,

    ସାଂସାରିକ ଲୋଭ-ଥୋପେ ବଡ଼ଶୀ ପକାଇ ହେ । ୨ ।

    ଦୁଃଖେ ପଡ଼ି ଡାକି ସଦା ଯୀଶୁ ତ୍ରାହି ତ୍ରାହି,

    ତୁମ୍ଭ ବିନା ଅନ୍ୟ ଗତି ଏ ଜଗତେ ନାହିଁ ହେ । ୩ ।

  • ଯୀଶୁ ଖ୍ରୀଷ୍ଟ ନାମ ତରୀ jishu khristo naamo tori

    ଯୀଶୁ ଖ୍ରୀଷ୍ଟ ନାମ ତରୀ

    ତହିଁ ଚଢ଼ି ମନ ହୁଅ ପାରି ହେ । ଘୋଷା । 

     

    ଦେଖିଣ ପ୍ରବଳ ପାପର କଲ୍ଲୋଳ ନ ହୁଅ ମନେ ବ୍ୟାକୁଳ,

    ଯୀଶୁ ଦୟାମୟ ଅଟନ୍ତି ସହାୟ, ଧରନ୍ତି ହସ୍ତ ବିସ୍ତାରି । ୧ । 

     

    ତାହାଙ୍କ ନିକଟରେ ଯିବାର ନିମନ୍ତେ ନାହିଁଟି ସଙ୍କଟ ଭୟ,

    ବିନା ମୂଲ୍ୟେ ତରୀ କରୁଛନ୍ତି ପାରି, ବସିଥାଇ ଭବ ଘାଟେ ହେ । ୨ । 

     

    ଏହି ମାତ୍ରକ ପ୍ରୟୋଜନ ଅଟଇ, ଲୋଡ଼ନ୍ତି ବିଶ୍ୱାସ ଭକ୍ତି,

    ଯତ୍ନଶୀଳ ହୋଇ ସଙ୍ଗେ ଗଲେ ନେଇ, ନ ମାଗିବେ ସେ କଉଡ଼ି ହେ । ୩ । 

     

    ମୃତ୍ୟୁ ନଦୀ ପାରି ହୋଇ ଯିବାବେଳେ ମନେ ଦେବେ ସ୍ଥିର ଶାନ୍ତି,

    ପାପର ଲହଡ଼ି ପକାଇବେ ଏଡ଼ି, ଲଗାଇବେ ସ୍ୱର୍ଗ-କୂଳେ ହେ । ୪ ।

    ସୂଚୀମାଳାକୁ ଫେରନ୍ତୁ

     
     
     

    Click the link below to listen full song and know the tune

  • ମୋର ନାହିଁ ବଳ ହେ moro naahin bolo hai pari hebaaku

    ମୋର ନାହିଁ ବଳ ହେ

    ପାରି ହେବାକୁ ଏ ଭବ ସିନ୍ଧୁ ଜଳ । ଘୋଷା । 

     

    କର୍ମ ଧର୍ମ ଯେତେ ନାବ ଯତ୍ନେ ବନାଇଲି ଗୋଟିଏ ହେଁ ନିଶ୍ଚିଦ୍ର ନ ହୋଇଲା,

    ଜଳ ତହିଁ ପଶିଲା, ଭାଇ ସକଳ ବୁଡ଼ିଗଲା । ୧ ।

    ଦୃଢ଼ ଭକ୍ତି-ଡଙ୍ଗା ବାନ୍ଧି ତହିଁ ଆରୋହିଲି, ଭାଙ୍ଗିଦେଲା କଲ୍ଲୋଳ,

    ମୋ ଆସନ ହୋଇଲା ଟଳମଳ, ଭାଇ ଜଳେ ପୁଣି ପଡ଼ିଲି । ୨ ।

    ଧନ ମାନ ଯଶ ବିଦ୍ୟା ଯାହା ପ୍ରେମ କଲି

    ପ୍ରତିକୂଳ ହୋଇଲେ, ତାହା ସବୁ ଗଭୀରକୁ ଝିଙ୍କିଲେ, ଭାଇ

    ନିରାଶ ମୁଁ ହୋଇଲି । ୩ ।

     

    ତାରିବାକୁ ଏ ଜଳରୁ ଅଛି କାର ବଳ ?

    ବନ୍ଧୁ ଜ୍ଞାତି କୁଟୁମ୍ବ ରାଜା ପ୍ରଜା, ନରନାରୀ ସକଳ, ଭାଇ ଜଳେ ପଡ଼ି ଆକୁଳ । ୪ ।

    ଯୀଶୁ, ତୁମ୍ଭ ପ୍ରେମ-ନାବେ ଶରଣ ମୁଁ ନେଲି,

    ପାରି କର ଏ ଜଳୁ, ତୁମ୍ଭେ ସିନା ପତିତର ଦୟାଳୁ, ପ୍ରଭୁ ନୋହିଲେ ମୁଁ ମରିଲି । ୫ ।

  • ତ୍ରାଣ-ତରୀ ହେ ଭବ ସମୁଦ୍ରେ ଆସିଛ ଦୀନେ କରି ପାରି traano tori hai bhobo samudre aasicha dine

    ତ୍ରାଣ-ତରୀ ହେ ଭବ ସମୁଦ୍ରେ ଆସିଛ ଦୀନେ କରି ପାରି । ଘୋଷା ।

    ପ୍ରଭୁ, ନ ଦିଶଇ ସ୍ଥଳ କୂଳ,         ବହୁ ପ୍ରାଣ ହୋନ୍ତି ଛାରଖାର

    ତୁମ୍ଭେ ଅଟ ହେ ଦୀନ-ଦୟାଳୁ,

    ଘାଟ ବସାଇ ବସିଛ ମହା କୃପା କରି । ୧ ।

    ନାବ ନ ଚିହ୍ନ ଅବିଜ୍ଞଗଣ         ଧ ନ ଦେଇ ଦଦରା ନାବେଣ

    ପାରି ହେବେ ବୋଲି କରି ପଣ

    ଯାଉଁ ଯାଉଁ ମଝି ସମୁଦ୍ରରେ ବୁଡ଼ି ମରି । ୨ ।

    ମନ, ଆସ ହେ ବହନ କରି ଭବ-ସିନ୍ଧୁ ଯେହ୍ନେ ହେବ ପାରି,

    ସେ ନ ନିଅନ୍ତି ଧନ କାହାରି,

    ମନ ଭକ୍ତି ବୁଝି ନେବେ ସୁପରୀକ୍ଷା କରି । ୩ ।

    ଯାଇ ସ୍ୱର୍ଗକୂଳେ ପ୍ରବେଶିଲେ    ମହା ଆନନ୍ଦ ଶୁଭ ଚହଳେ,

    ସାଧୁ ଧର୍ମ-ଦୂତଗଣ ମେଳେ

    ପ୍ରଭୁ କୋଳେ ଧରି ନେବେ ମହା ପ୍ରେମ କରି । ୪ ।