ମୁହଁ ପାପୀ ଦୀନ ହୀନ ଚରଣେ ତୁମର
ଥୋଇଅଛି ପାପ ଭାର
ତୁମ ପାଦେ ନେଇ ଶରଣ … (ଘୋଷା)
ଯୀଶୁ ମୋ କ୍ଷମାରେ … ଧୋଇ ମୋ ପାପରେ
କରିବେ ମୋତେ ନୂତନ ସୃଷ୍ଟି
ତାଙ୍କ ନିଜ ରକ୍ତରେ … |୧|
ମୁକତି ପଥରେ ଯୀଶୁ ମୋ ସାହାରେ
ଚାଲୁଥିବି ମୁଁ ଜ୍ୟୋତି ପଥରେ
ଧରି ଯୀଶୁ ବାନାରେ… |୨|
Tag: Best Christian song lyrics website
-
muhi papi dino hino
-
bhuli nahi bhulibini
ଭୁଲି ନାହିଁ ଭୁଲିବିନି କେବେ ତାଙ୍କରି ପ୍ରେମକୁ
ପାପ ଭାର ବହିଗଲେ ସେ ଯେ ଚାଲି କାଲବରୀ କୁଶକୁ
ଭୁଲି ନାହିଁ … ଭୁଲିବିନି ଏପରି ପ୍ରେମକୁ …. (ଘୋଷା)ଶତ୍ରୁ ଲାଗି କେହି କେବେ କି କାନ୍ଦିଛି ।
ତା’ ପାଇଁ ବୁକୁର ରୁର ଢ଼ାଳିଛି
ସେହି ଯୀଶୁ ପ୍ରେମ ଡୋରେ
ବାନ୍ଧିଲେ ମୋ ମନକୁ….. |୧|ବନ୍ଧୁ ହେ ତୁମେ ଭୁଲନା ସେ ପ୍ରେମ
ସେ ମଧୁର ନାମେ ଘେନ ପରିତ୍ରାଣ
ସେହି ଯୀଶୁ କୁଶ ତଳେ ଭାଙ୍ଗିଲେ ମୋ ମନକୁ….. | ୨ | -
jibana ra jyoti jishu
ଜୀବନର ଜ୍ୟୋର୍ତି ଯୀଶୁ ଜଗତର ଜ୍ୟୋତି
ଜ୍ୟୋର୍ତିର୍ଗଣ ପିତା, ତୁମେ ଜ୍ୟୋତିର୍ମୟ
ହାଲିଲୁ…ହାଲିଲୁୟା, (ଘୋଷା)ଜଳାଅ ଜୀବନ ପ୍ରଦୀପ ଆମ ପ୍ରାଣେ ଯୀଶୁ
ତୁମ ଜ୍ୟୋତିରେ ଆମ ଜୀବନୁ ଅପସରୁ, ଅମା ରାତି.. |୧|ତୁମ ଜ୍ୟୋତି ବଳେ ଯୀଶୁ ଆମେ ଆଗେଇ ଯିବା
ଜାଳି ଆଲୋକ ଧରାରେ ଆଣିବୁ ମାନବେ
ଜାଳି ଜୀବନ ଜ୍ୟୋତି…. |୨| -
ଅମର ଈଶ ସୁତରେ amara isa sutare
ଅମର ଈଶ ସୁତରେ, ଅମର ଈଶ ସୁତ
କାଲବରୀ କୁଶେ ହତରେ … ହଁ … ତ (ଘୋଷା)ପାତକି ମୁକତି ପାଇଁ, ସ୍ଵଚ୍ଛାରେ ପ୍ରାଣ ଦେଇ
ରଚିଲେ ସତ୍ୟ ପଥରେ … ପ … ଥା |୧|କଣ୍ଟାର ମୁକୁଟ ବହି, ଅଶେଷ ଯାତନା ସହି
ରହିଲେ ମୌନ ଶାନ୍ତରେ |୨|ଅନନ୍ତ ଜୀବନ ପାଇଁ ବୁକୁର ରକତ ଦେଇ
ଧରଣୀ କଲେ ପୂତରେ …ପୂ…ତ I୩Iଯୀଶୁ (ତାଙ୍କ) ପଦେ ରଖ ଲୟ, ପାପ ଯିବ ଦୁଃଖ ଭୟ
ସେହି ସତ୍ୟ ପଥରେ ( ଜୀବନ) … ପ… ଥ I୪Iଦୁର୍ଗମ ପଥ ଦେଇ ପହଂଚିବୁ ସ୍ୱର୍ଗ ଯାଇ,
ଧର୍ମାମ୍ବା ତୋ ଚାଳକରେ ..ଚା…କ…କ… |୫| -
asisha tumori diya he
ଆଶିଷ ତୁମରି ଦିଅ ହେ ପ୍ରଭୁ
ଆଜି ଆମରି ଜୀବନରେ (ଘୋଷା)ଆସିଛୁ ତୁମ ସେବାର ( ପୂଜାର) ପାଇଁ
କଳୁଷଭରା ହୃଦୟ ନେଇ
ଧୋଇଦିଅ ତୁମ ରକ୍ତରେ, ପ୍ରଭୁ
ଏ ମିନତି ତୁମ ପୟରେ |୧|ଦିଅ ହେ ପ୍ରଭୁ ପୂଜାରୀର ମନ,
ସତ୍ୟ ଆପ୍ରେ କରିବୁ ଭଜନ
ସେବିବୁ ଯେହ୍ନ ଭକ୍ତି ପ୍ରୀତିରେ,
ପ୍ରଭୁ ଏ ମିନତି ତୁମ ପୟରେ |୨|କଠିନ ହୃଦୟ ଚୂର୍ଣ୍ଣ କର,
ଗ୍ରାହ୍ୟବଳୀ ଯେହ୍ନେ ହେବ ତୁମର
ଅରପୁଛୁ ତୁମ ପୂଜା ବେଦୀରେ,
ପ୍ରଭୁ … ଏ ମିନତି ତୁମ ପୟରେ |୩|ଶରୀର, ଆତ୍ମା, ପ୍ରାଣ ଆମର,
ସଜୀବ ପବିତ୍ର ନିର୍ଭେଷ କର
ସମର୍ପଛୁ ଆଜି ତୁମ ପୟରେ
ପ୍ରଭୁ ଶୁଣ ଏ ମିନତି ବାରେ I୪I -
tumo pache pache chaluthibi
ତୁମ ପଛେ ପଛେ ଚାଲୁଥିବି ମୁଁ ..
ନେବ ତୁମେ ଯେଉଁ ଦିଗେ
ତୁମରି ଇଙ୍ଗିତେ (୩ ଥର) ଚାଲୁଥିବି ମୁଁ… (ଘୋଷା)ଏ ଜୀବନେ ନାହିଁ କିଏ ସାହାଯ୍ୟ ସାଥିରେ ..
ତୁମେ ଏକା ମୋର ପ୍ରଭୁ ସାହାଯ୍ୟ ସାଥିରେ …(୨ଥର) |୧|ଆସୁଅଛି ତୁମ ପାଦେ ଦୀନ ହୀନ ମୁହଁ
କରୁଅଛି ନିବେଦନ ଶୁଣ ମୋ ବିନତି |୨| -
jaya prabhu jishu jaya prabhu
ଜୟ ପ୍ରଭୁ ଯୀଶୁ ଜୟ ପ୍ରଭୁ ଯୀଶୁ
ଜୟ ଜୟ ସତ୍ୟ ସନାତନ ହେ
ଜଗତ ତାରଣ କରଣ କାରଣ
ଆସିଲେ ଏ ମର୍ତ୍ତ୍ୟ ଭୁବନ ହେ … (ଘୋଷା)ଅଭୁତ ମହିମା ଜଗତେ ପ୍ରକାଶିଲେ,
କେ ପାରେ କରି ତା ବର୍ଣ୍ଣନା ହେ ।
ସହସ୍ର ରସନା କରିଲେ ହେ ଘୋଷଣା
ଶେଷ ନୋହିବ ତା ବର୍ଣ୍ଣନା ହେ … |୧|ଭକ୍ତର ପ୍ରାଣ ଭକ୍ତର ଜ୍ଞାନ,
ଭକ୍ତର ଅମୂଲ୍ୟ ଧନ ହେ
ପତିତପାବନ ଭକ୍ତର ଭୂଷଣ
ଧନ୍ୟ ଈଶ୍ବର ନନ୍ଦନ ହେ |୨| -
jibana sagara tire
ଜୀବନ ସାଗର ତୀରେ, ଯଦି ଦୁଃଖ ଲହରି ଉଠେ
ବୁଜି ଦିଅ ଦୁଇ ଆଖି, ଯାଅ ଯୀଶୁର ଚରଣେ ଲୋଟି … (ଘୋଷା)ପରମବନ୍ଧୁ ସେ ଯେ, ନେବେ ଜୀବନ ନଉକା ବାହି,
ବିଶ୍ବାସ ରଖ ମନେ, ଶୁଭେ ତାଙ୍କରି ମଧୁବାଣୀ… |୧|ଦୁଃଖ କାହିଁକି ତେବେ , ସେ ଯେ ଦୁଃଖ ସୁଖର ସାଥୀ,
କହିଦିଅ ମନ କଥା, ମନେ ଲଭିବ ଅଶେଷ ଶାନ୍ତ… |୨|Click the link below to listen full song and know the tune
-
mo pore taba karuna
ମୋ ପରେ ତବ କରୁଣା ମୋ ପରେ ତବ ଆଶିଷ
ଢ଼ାଳିଦିଅ ଯୀଶୁ ମୋର, ତବ ଉଦ୍ଦୀପନା (ଘୋଷା)ଗଢିନିଅ ଏ ଜୀବନ ତୁମ ରୂପ ଜ୍ୟୋର୍ତିରେ
ସଂସାରରୁ ଦୂରେ ରଖି ରୁହ ତୁମେ ସାଥୀରେ
ରୁହ ତୁମେ ସାଥୀରେ … I୧Iପବିତ୍ର ଜୀବନ ଦେଇ କର ମୋତେ ନୂତନ
ତୁମ ସାଥେ ଚାଲୁଥିବି ଦିଅ କରୁଣା ଦାନ
ଦିଅ କରୁଣା ଦାନ…. |୨| -
bahigola lahudhara papi
ବହିଗଲା ଲହୁଧାର ପାପୀ ତୋ ପାଇଁ
ଶେଷ ହେଲା ବଳିଦାନ ପାପୀ ତୋ ପାଇଁ (ଘୋଷା)କାଲବରୀ ବୁକେ ଝରିଲା ତପତ ରୁଧୁର
ରୁର ନୁହେଁ ସେ ପ୍ରେମର ଅମୃତ ଧାର
ଜଗତରେ ସେ ପ୍ରେମର ତୁଳନା ନାହିଁ …
ପାପୀ ତୋ ପାଇ |୧ |ପାପ ଶୂନ୍ୟ ହୋଇ ଭୋଗିଲେ ମୃତ୍ୟୁ କଷଣ
ଦୀନହୀନ ହୋଇ ତୋତେ ସେ କଲେ ଧନବାନ
ସ୍ଵର୍ଗୀୟ ସେ ଧନର କଳନା ନାହିଁ
ପାପୀ ତୋ ପାଇ |୨|