Tag: ପ୍ରଭୁ ବାକ୍ୟ

  • tuma bakya ate pradipa mo khina

    ତୁମ ବାକ୍ୟ ଅଟେ ପ୍ରଦୀପ ମୋ କ୍ଷୀଣ ଚରଣର

    ଚଲାପଥେ ସେ ଆଲୋକ

    ମୋ ସାରା ଜୀବନର । ୦ ।

    କର ମୋ ଚକ୍ଷୁ ପ୍ରସନ୍ନ, କରିବି ବ୍ୟବସ୍ଥା ଧ୍ୟାନ

    ତବ ଶାସନ, ଦୟାବାନ ହେଉ ମୋ ଜୀବନେ ବର     । ୧ ।

    ତବ ବାକ୍ୟ ଅଟେ ସିଦ୍ଧ, ପରୀକ୍ଷିତ ପୁଣି ନିତ୍ୟ ସମ୍ପଦେ ଅବା ବିପଦେ

    ହେଉ ସେ ମୋର ଆବର       । ୨ ।

    ଚିରସ୍ଥାୟୀ ସେ ବିଧାନ, ନୋହିବ କେବେ ଖଣ୍ଡନ 

    ସେ ଜୀବନ ଜଳାକାର ହେଉ ଆତ୍ମାର ଆହାର  । ୩ ।

    ସୂଚୀମାଳାକୁ ଫେରନ୍ତୁ

  • kara prabhu taba prochaarita baakye kolyaano

    (ସ୍ୱର : ଧନ୍ୟ ଧନ୍ୟ ସଦା ଧନ୍ୟ)

    କର ପ୍ରଭୁ ତବ ପ୍ରଚାରିତ ବାକ୍ୟେ କଲ୍ୟାଣ,

    ପ୍ରଚାରିତ ବାକ୍ୟ ହେଉ ସୁସଫଳ ବହନ । ଘୋଷା । 

     

    ତୁମ୍ଭର ଯେଉଁ ବାକ୍ୟ ଅଟେ ମର୍ମ୍ମ ଭେଦକ,

    ସର୍ବ ପାପୀ ମର୍ମ୍ମେ ଭେଦୁ ପାଇ ତବ କଲ୍ୟାଣ । ୧ । 

     

    ତୁମ୍ଭ ବାକ୍ୟ ପାଷାଣ ଭଗ୍ନ ହାତୁଡ଼ି ସମ,

    ପାଷାଣ ତୁଲ୍ୟ ପାପୀର ମନ ସେ କରୁ ଭଗ୍ନ । ୨ । 

     

    ତୁମ୍ଭର ଯେଉଁ ବାକ୍ୟ ମନ ପରିବର୍ତ୍ତକ

    ପାପୀମନ ଖ୍ରୀଷ୍ଟ ପ୍ରତି କରୁ ପରିବର୍ତ୍ତନ । ୩ । 

     

    ତୁମ୍ଭର ଯେଉଁ ବାକ୍ୟ ଅଟେ ହର୍ଷଜନକ,

    ପାପୀ ଅନ୍ତଃକରଣରେ କରୁ ଆନନ୍ଦ ଦାନ । ୪ । 

     

    ତୁମ୍ଭ ବାକ୍ୟ ଆହୁରି ଚକ୍ଷୁ ପ୍ରସନ୍ନକାରୀ,

    ପାପୀ ଚକ୍ଷୁ ତୁମ୍ଭ କ୍ରୁଶ ପ୍ରତି କରୁ ପ୍ରସନ୍ନ । ୫ । 

     

    ତୁମ୍ଭର ଯେଉଁ ବାକ୍ୟ ମଧୁର ସୁମିଷ୍ଟକ,

    ପାପୀ ବିଶ୍ୱାସେ ସର୍ବଦା କରୁ ଆନନ୍ଦେ ପାନ । ୬ । 

     

    ତୁମ୍ଭ ବାକ୍ୟ ଜୀବନ, ତୁମ୍ଭ ବାକ୍ୟରେ ତ୍ରାଣ,

    ପାପୀର ସର୍ବ ମଙ୍ଗଳ ତହିଁ ଅଟଇ ପୂର୍ଣ୍ଣ । ୭ ।

     

     ତୁମ୍ଭର ଦାସଗଣ ତୁମ୍ଭ ଆଜ୍ଞା ପାଳିଣ,

    ପ୍ରଚାର କରନ୍ତୁ ବାକ୍ୟ ନାନା ସ୍ଥାନେ ଯାଇଣ । ୮ । 

     

    କର ପ୍ରଭୁ କଲ୍ୟାଣ ତବ ଦାସଙ୍କ ଶ୍ରମ,

    ହେଉ ସୁସଫଳ ତୁମ୍ଭ ଦାସ ବୋଲେ ଆମେନ୍ । ୯ ।

    ସୂଚୀମାଳାକୁ ଫେରନ୍ତୁ