Tag: ପରିବାର

  • tumori ujjala pradipo jaalo

    ( ସ୍ୱର : ସୁଧାର ଭାରତ ଘୁମାବେ କତ )

    ତୁମରି ଉଜ୍ଜ୍ୱଳ ପ୍ରଦୀପ ଜ୍ୱାଳ,

    ଆମରି ଅନ୍ଧାର ଘରେ

    ସବୁ ପାପ ନିଶା ଅପସରି ଯାଉ,

    ତୁମ ଆଲୋକର ଜ୍ୟୋତିଃରେ । ଘୋଷା ।

    କୋଣେ କୋଣେ ଯେତେ ଅନ୍ଧାର ଅଛି,

    ତୁମରି ସ୍ପର୍ଶେ ଦିଅ ଗୋ ନାଶି,

    ପରଶ ମଣିର ପ୍ରଦୀପ ତୁମର, ସୁନା କରି ଦେଉ ଆମରେ        । ୧ ।

    ଦୂରେଇ ଯାଉ ହେ ଅପ୍ରୀତି ନିଶା,

    ଅପ୍ରେମ, ଅନ୍ଧାର, ଅସତ୍ୟ, ହିଂସା,

    ଘରେ ଘରେ ଆମ ପ୍ରିୟ ଯୀଶୁ ନାମ,

    ଶୁଭ ଶଙ୍ଖ ବାଜୁ ମଧୁରେ         । ୨ ।

    କ୍ଷୀଣ ଦୀପ ଆମ ନାହିଁ ଶକତି,

    ଧୁକୁ ଧୁକୁ ଜ୍ୱଳି ଲିଭଇ ବତୀ,

    ପରମ ଜ୍ୟୋତିରେ ଆମ ପରିବାର ଆଲୋକିତ କର ସତ୍ୱରେ    । ୩ ।

  • aamo paribaare tume ruha sabu

    ( ସ୍ୱର : ଆଉ କିଛି ପ୍ରଭୋ ଚାହେଁ ନା ଜୀବନେ )

    ଆମ ପରିବାରେ ତୁମେ ରୁହ ପ୍ରଭୋ ! ଶୁଭାଶିଷେ ଭରି ତାହାକୁ,

    ଯାହା ପାଇଁ ଲୋଡ଼ା, ଯେଉଁ ଦାନ ପ୍ରଭୁ, ଦେଉଥାଅ ନିତି ତାହାକୁ । ଘୋଷା ।

    ଧ ନ ପାଇ ଯେବେ, ଆମ ପରିବାର

    ଭୁଲିଯାଏ ପ୍ରଭୁ ତୁମକୁ,

    ସେଭଳି ଧନରେ  ଲୋଡ଼ା ନାହିଁ ପ୍ରଭୋ,

    ଖ୍ରୀଷ୍ଟ ଧନେ ଭର ତାହାକୁ

    ଆମ ପରିବାରେ ଦିଅ ପ୍ରଭୋ ଶାନ୍ତି,

    ପ୍ରୀତି, ତୃପ୍ତି ପ୍ରତି ଜଣକୁ,

    ବିଶ୍ୱ ରଙ୍ଗରସ, ଅଳସ, ବିଳାସ  । ୧ ।

    ନାଶ ନ କରୁ ହେ ତାହାକୁ

    ଆମ ପରିବାର ନିତି ନିତି ପ୍ରଭୁ

    ପ୍ରଚାର କରୁ ହେ ତୁମକୁ,

    ଆମ ପୁଅ ଝିଅ ତୁମ ଲାଗି ପ୍ରଭୁ,

    ଦାନ କରନ୍ତୁ ହେ ନିଜକୁ          । ୩ ।