sagaru gabhira akasha ru ucha

ସାଗରୁ ଗଭୀର ଆକାଶରୁ ଉଚ୍ଚ (୨ଥର)
ଯୀଶୁ ତୁମ ପ୍ରେମ ଅସୀମ
ଗାଇ ଗାଇ ସେହି ନାମ ଭଜି ଭଜି ତୁମ ପ୍ରେମ
ବିତି ଯାଉ ଏହି ଜୀବନ … |୦|

ଅପବ୍ୟୟ ପୁତ୍ର ପରି ବୁଲୁଥିଲି
ହୋଇ ବାଟ ବଣା ଦିନେ ମେଷ ମୁଁ ତୁମରି
ପାଦରେ ପାଦୁକା ହାତେ ମୁଦି ନେଇଁ
ନୂଆ ଏକ ଗୀତ ମୋର ଓଠେ ଦେଇ ଭରି
ଗାଇ ରାତି ଦିନ ତୁମ ସୁତି ଗାନ (୨ଥର)
ବିତିଯାଉ ଏହି ଜୀବନ
କରୁଥିବି ଜୟ ଜୟ ମନ ଉପବନେ
ଢ଼ାଳି ଦେଇ ଆତ୍ପାଙ୍କ ଦାନ …|୧|

କହିଗଲ ତୁମେ ଆସି ନେଇଯିବ
ଚିର କାଳ ସାଥେ ତୁମ ସରଗେ ରଖିବା
ସେ ବାଟକୁ ଚାହିଁ ଜାଗି ଅଛି ମୁଁହିଁ
ହୃଦ ମନ୍ଦିର ତୁମରି ପ୍ରଦୀପ ସଜାଇ
ଲୋଡ଼ା ନାହିଁ ମୋର ଧନ ଜନ ମାନ (୨ଥର)
ବିତି ଯାଉ ଏହି ଜୀବନ
ପ୍ରଭୁ ତୁମ ପାପୁଲିର କୋମଳ ପରଶେ ମୋର
ଧନ୍ୟ ହେଉ ଏହି ଜୀବନ … |୨|

ସୂଚୀମାଳାକୁ ଫେରନ୍ତୁ

Comments

Leave a Reply

Your email address will not be published. Required fields are marked *