probhu jishu somaano tribhubone otte ki

ପ୍ରଭୁ ଯୀଶୁ ସମାନ ତ୍ରିଭୁବନେ ଅଟେ କି ?

କେବା ତାହାଙ୍କର ସଙ୍ଗେ ହେବ ସରିକି ?

ଉପମାରହିତ ଅନାଦି ଅନନ୍ତ,

ଉପାମା ଦେଇ କେ ବର୍ଣ୍ଣିପାରେ କି ? ଘୋଷା । 

 

ସେ ମହାମହିମା-ସାଗର ମହାପରାକ୍ରମୀ ଅମର

ଈଶ୍ୱର କୁମର

ଧରି କଳେବର ହେଲେ ଅବତାର,

ଦୟାରେ ଅଇଲେ ମର୍ତ୍ତ୍ୟପୁରୀକି ।ା 

 

ତାଙ୍କ କର୍ମ ଆଶ୍ଚର୍ଯ୍ୟ ଅତି,

ସମୁଦ୍ରରେ ସେ କଲେ ଗତି,

ଅନ୍ଧେ ଦେଲେ ଦୃଷ୍ଟି

ଆଜ୍ଞା ମାତ୍ର ଦେଇ ମୃତକୁ ଜୀଆଇ 

ସୁସ୍ଥ କଲେ ନାନାବିଧ ରୋଗୀକି

ଆପେ ହୋଇ କ୍ଷତବିକ୍ଷତ  

କଲେ ନିଜ ରୁଧିରପାତ,

କ୍ରୁଶେ ହେଲେ ହତ,

ପାଇ କେତେ ନିନ୍ଦା କଲେ ପାପୀ ସେବା,

ପ୍ରାଣ ସମର୍ପିଲେ ଶତ୍ରୁ ପାଇଁକି ।ା

ପ୍ରକାଶିଲେ ସୁସମାଚାର 

ଯହିଁ ପାପର ପ୍ରତିକାର

ଅନନ୍ତ ମଙ୍ଗଳ,

କରି ମୃତ୍ୟୁଜୟ କଲେ ପାପକ୍ଷୟ,

ବିଜେ କଲେ ନିଜ ସ୍ୱର୍ଗପୁରୀକି ।ା

ସୂଚୀମାଳାକୁ ଫେରନ୍ତୁ

Comments

Leave a Reply

Your email address will not be published. Required fields are marked *