Blog

  • ଏ ନବ ଯୌବନ ବୟସ ey nobo joubono bayasa

    ଏ ନବ ଯୌବନ ବୟସ
    ଦିନୁଁ ଦିନ ତାର ହୁଅଇ ହ୍ରାସ
    ହେବ ଆଗମନ ଦାରୁଣ ଦୁର୍ଦ୍ଦିନ,
     ହେବ ଆସି ଜରାବସ୍ଥା ପ୍ରବେଶ । ଘୋଷା । 

    ଏଣୁ ହେବ ଦୃଷ୍ଟି ଅନ୍ଧାର ନିରନ୍ତର ବହିବ ନୀର,
    ଦନ୍ତ ହେବ କ୍ଷୀଣ,
    ଶକ୍ତି ହେବ ହୀନ,
    ଗୋଟି ଗୋଟି ହୋଇ ପାଚିବ କେଶ    ା ୧ ।

    ଥ ର ହର ହେବ ଶରୀର,
    ଭୟ ହେବ ଉଚ୍ଚ ସ୍ଥାନର,
    ଆଉ ବାଟେ  ଘାଟେ କରନ୍ତେ ଯାଆସ,
    ନିୟତ ଜନ୍ମିବ ମନରେ ତ୍ରାସ     ା ୨ ।

    ଏହି କି ସୁନ୍ଦର ବଦନ,
    ଧୂଳି ଦେହ ପୂର୍ବ ସମାନ,
    ଆତ୍ମାଦାତାଠାରେ ଆତ୍ମା ଫେରିଯିବ
    ଯେଣୁ ଏ ତାହାର ଅଟେ ପ୍ରବାସ । ୩ । 

    ଏଣୁ କରି ଯୌବନେ ମନ କର ଈଶ୍ୱରଙ୍କୁ ସ୍ମରଣ,

    ଅବା ବୃଦ୍ଧକାଳେ ପଡ଼ିଣ ଜଞ୍ଜାଳେ 
    ବୋଲିବ ଏଥିରେ ନାହିଁ ହରଷ । ୪ ।
     
    (ସ୍ୱର : ପ୍ରଭୁ ଯୀଶୁ ଦୟାସାଗର)
  • ଆହେ କ୍ରୁଶ ସୈନ୍ୟଗଣ, ଆସ ବହନ aahe krusha sainya gana aaso bahana

    ଆହେ କ୍ରୁଶ ସୈନ୍ୟଗଣ, ଆସ ବହନ
    ଯୀଶୁ ଜୟ ଗାନେ ପୃଥ୍ୱୀ କରିବା ପୂର୍ଣ୍ଣ । ଘୋଷା ।
     
    ଧ ନ୍ୟ ଯୀଶୁ ତ୍ରାତା, ଦଶ ସହସ୍ରେ ଧନ୍ୟ,
    କ୍ରୁଶ କାଷ୍ଠେ, ମରି କଷ୍ଟ ସାଧିଲେ ତ୍ରାଣ । ୧ ।
     
    ସତ୍ୟ, ଶାନ୍ତି, ଦୟା, କ୍ଷମା ସେ କ୍ରୁଶେ ପୂର୍ଣ୍ଣ,
    ଆମ୍ଭେ ଭୋଗୁଛୁଁ ପ୍ରଚୁରେ କି ଭାଗ୍ୟବାନ !
     
    ଉଠ କ୍ରୁଶ-ସୈନ୍ୟଗଣ, ଦୟାର କର୍ମ
    ପ୍ରକାଶିବା ତାଙ୍କ ପକ୍ଷେ ସେ ଯୀଶୁ ସମ । ୪ । 
     
    ବିନା ମୂଲ୍ୟେ ତ୍ରାଣଧନ ହେଲୁଁ ପ୍ରାପଣ
    ବିନାମୂଲ୍ୟେ ଦେବା ଆଜ୍ଞା କରୁ ପାଳନ । ୫ ।
     
    ଧର୍ମାତ୍ମା ପ୍ରଭାବେ ଉଠ, କରିବା କର୍ମ
    ବର୍ଣ୍ଣିବା ହୃଷ୍ଟେ ଅନ୍ତର-ଭରସା-ମର୍ମ । ୬ ।
     
    ପାପ ପଥୁଁ ଫେରାଇବା ଯେତେକ ଜନ
    ହୋଇବେ ଆମ୍ଭ ଦର୍ପର ମୁକୁଟ ସମ । ୭ ।
     
    ଆହେ ଯୀଶୁ, କ୍ରୁଶ-ଧନ ସେ କ୍ରୁଶ-ଜ୍ଞାନ 
    କ୍ରୁଶାଶ୍ରିତ ସର୍ବ ମନେ କର ବର୍ଦ୍ଧନ । ୮ ।
  • ପରିତ୍ରାଣ ସମ୍ବାଦ କି ଅଟେ ମିଷ୍ଟଧ୍ୱନି poritraano sombado ki ote mistho dhwoni

    ପରିତ୍ରାଣ ସମ୍ବାଦ କି ଅଟେ ମିଷ୍ଟଧ୍ୱନି !

    ହୁଏ ଶୋକ ତାପ ଦୂର କର୍ଣ୍ଣେ ତାହା ଶୁଣି । ଘୋଷା । 

    ଘୋର ଅନ୍ଧକାରେ ଯେ ନିବାସ କରେ,
    କରେ ତା ପ୍ରତି ଉଦୟ ତ୍ରାଣ-ଦିନମଣି । ୧ ।

    ମରଣ ଛାୟାରେ ଯେ ନିବାସ କରେ,
    କରେ ତା ପ୍ରତି ପ୍ରଚାର ଜୀବନର ବାଣୀ । ୨ । 

    ଯେ ଘୋର ବନ୍ଧନେ ରହେ ଅନୁକ୍ଷଣେ,
    ହୁଏ ଅତି ହୃଷ୍ଟଚିତ୍ତ ମୁକ୍ତିକଥା ଶୁଣି । ୩ ।

    ଯୀଶୁ ନାମେ ତ୍ରାଣ କରେ ପ୍ରଚାରଣ,
    ହୁଏ ଅତି ହୃଷ୍ଟଚିତ୍ତ ଶୁଣି ତା ଅବନୀ । ୪ । 

    ମୁଁ ପାପୀ ଅଧମ ପାଇ ପରିତ୍ରାଣ,

    ହେଲି ଅତି ଆନନ୍ଦିତ ମନେ ତାହା ଗୁଣି । ୫ ।
  • ପଥ ଦେଖାଅ ହେ ଭବ-ଅରଣ୍ୟ ମଧ୍ୟରେ potho dekhaao hai bhobo oronyo modhyore

    ପଥ ଦେଖାଅ ହେ ଭବ-ଅରଣ୍ୟ ମଧ୍ୟରେ ।

    ଏ ଘୋର ବିପିନ, ନାହିଁ କାହିଁ ତ୍ରାଣ ତୁମ୍ଭ ବିନୁ ଅନ୍ୟଠାରେ । ଘୋଷା ।

    କେହି ନାହିଁ ଆଶା, କରିଛି ଭରସା ପ୍ରଭୁ ହେ ତୁମରିଠାରେ,

    ଏ ଘନ ବନରେ ଥାଇ ମୋ ସଙ୍ଗରେ ରଖ ହେ ଦିବାନିଶିରେ । ୧ । 
     
    କି ଅନ୍ଧ ତମସ, ଲାଗେ ମହାତ୍ରାସ, ବିଘ୍ନ ପଡ଼େ ବାରେ ବାରେ,
    ମହାବଳୀ ପ୍ରଭୁ, ଦୂର କର ସବୁ, ସାହସ ଦିଅ ମନରେ । ୨ । 
     
    ହସ୍ତ ଧରି ପ୍ରଭୁ ସୁପଥେ ଚଳାଅ ନିରୂପିତ ସୀମା ଯାଏ,

    ପହଞ୍ଚି ସେଠାରେ ଅତି ଆନନ୍ଦରେ ପ୍ରଶଂସିବି ନିରନ୍ତରେ । ୩ ।

    ସୂଚୀମାଳାକୁ ଫେରନ୍ତୁ

  • ହୁଅ ହେ ପ୍ରଭୁ ସହାୟ ମୋର huo hai probhu sohaayo moro

    ହୁଅ ହେ ପ୍ରଭୁ ସହାୟ ମୋର
    ଅନନ୍ତ ଜୀବନ ପଥେ ତୁମ୍ଭର । ଘୋଷା ।   

    ଚାଲୁ ଚାଲୁ ପ୍ରଭୁ ପଥେ ତୁମ୍ଭର,
    ଘେରଇ ଆପଦ ବହୁ ଜଞ୍ଜାଳ    ା ୧ ।

    ସେ ପଥ ସଂକୀର୍ଣ୍ଣ ଦୁର୍ଗମ ଦ୍ୱାର,
    ପ୍ରତିଦିନ ଘଟେ ଘୋର ସମର । ୨ । 

    ଶତ୍ରୁ ଶୟତାନ ସେ ବଳୀୟାର,
    ସିଂହ ପ୍ରାୟେ ଘୋର ଗର୍ଜନ ତାର । ୩ । 

    ମହା ପ୍ରଜ୍ଜ୍ୱଳିତ ବାଣ ତାହାର,
    ଘନ ଘନ ଆସି ବାଜେ ହୃଦର । ୪ ।
    ଧର୍ମେ ଟଳ ଟଳ ମୁହିଁ ଦୁର୍ବଳ,
    ସ୍ୱର୍ଗୀୟ ଭକ୍ଷରେ ସବଳ କର । ୫ ।

    ତୁମ୍ଭ ବାହୁବଳ ହେଉ ମୋ ଢାଲ,
    ସଦା ସର୍ବକ୍ଷଣେ ହୁଅ ସଙ୍ଗର । ୬ ।

  • ଈଶ୍ୱର ଜଗଦୀଶ୍ୱର ପରମେଶ୍ୱର କରୁଣା କର ishwara jagadishwara poromeswara karunaakara

    ଈଶ୍ୱର ଜଗଦୀଶ୍ୱର ପରମେଶ୍ୱର କରୁଣା କର । ଘୋଷା ।
    ତୁମେ କରୁଣା କରିଲେ ଊଣା    ହେବି ମୁଁ ଆଉ କାହାର ?
    ମୋ ଦେହ ପ୍ରାଣ ଆତ୍ମା ଜୀବନ ସବୁ ତ ପ୍ରଭୁ ତୁମର  ା ୧ ।
     
    ତୁମ୍ଭ ବିହୁନେ ଏହି ଭୂବନେ       ମୋ ମନ ସଦା ଅସ୍ଥିର,

    ଗଗନେ ଯେହ୍ନେ ଧୂମ ପବନେ  କେବେ ନୁହଇ ସୁସ୍ଥିର   ା ୨ ।

    ତୁମ୍ଭେ ସଙ୍ଗତେ ନ ଥିଲେ       ମୋତେ ଦିଶଇ ସବୁ ଅନ୍ଧାର,
    ପାପାତ୍ମା ଆସି ମନରେ ପଶି ଶାନ୍ତି ହରଇ ସତ୍ୱର  ା ୩ ।

    ସବୁ ଅସାର, ମିଥ୍ୟା ସଂସାର,      ନାହିଁ ବିଶ୍ରାମ ଆତ୍ମାର,
    ତୁମ୍ଭ କରୁଣା କେବଳ ସିନା       ସୁଖ ଶାନ୍ତିର ନିଝର  ା ୪ ।

    ହେ ପ୍ରଭୁ ଆସ, ମୋ ହୃଦେ ବସ,              କର ତହିଁ ଅଧିକାର,
    ସଙ୍ଗତେ ଥାଅ, ଶାନ୍ତିରେ ନିଅ   ସ୍ୱର୍ଗୀୟ ପଥେ ତୁମ୍ଭର ା ୫ ।

    ନିଦାନ କାଳ ହେଲେ ପ୍ରବଳ     ମନୁ ଭୟ ଦୂର କର,
    ଶ୍ରୀଚରଣେ ସ୍ଥିର ଭାବରେ       ରଖହେ ଆତ୍ମା ମୋହର   ା ୬ ।

  • ତୁମେ କହିଛ ସଙ୍ଗ ଥିବ ନିୟତ tume kahicha songe thibo niyoto

    (ପରା) ତୁମେ କହିଛ ସଙ୍ଗ ଥିବ ନିୟତ,

    ନାହିଁ ନାହିଁ କେହି ତୁମ୍ଭ ବିନା ଭାବଗ୍ରାହୀ ଶୁଣିବା ପାଇଁ ଏ ଦୀନ ଆରତ । ଘୋଷା ।

    ଆସୁଅଛି ଦ୍ୟାବଳ ରଙ୍ଗେ, ସଙ୍ଗେ ସେନାବଳ, ରୋଧିବ ହୃଦୟ-ଗଡ଼,
    ଭାଙ୍ଗି ବିବେକ-ବାଡ଼ ଛନ୍ଦି ପାପ-ନିଗଡ଼ ବନ୍ଦି କରି ହରିବ ସକଳ,
    କାହିଁ ଯିବି, କି ଲୁଚିବି, କି ଯୁଝିବି, ଛଅରିପୁ, ଏକାକୀ ମୁହିଁତ ?

    ଭୟେ ବିଶ୍ୱାସ-ଧନ ରଖିଛି କରି ଗୋପନ, ଶତ୍ରୁ ବା କରେ ହରଣ,
    ହାଣେ ଅନଳ-ବାଣ ଆଣ୍ଟେ ଆକର୍ଷିଣ କରଗତ କରିବାକୁ ମନ,
    କେହି ନାହିଁ, କେ ତାରିବ, କେ ପାରିବ କାତର ଜନକୁ କରି ମୁକତ ?

    ଭୟ କମ୍ପିତ ପ୍ରାଣ ଦେଖି ଏ ପ୍ରଚଣ୍ଡ ରଣ, ସରୁଚି ବିବେକ ପଣ,
    କାହିଁ’ ଛ ଅରିନ୍ଦମ, ଦମ ଏ ଶତ୍ରୁଗଣ ଶ୍ରୀମୁଖ ଶପଥ ସୁମରିଣ,
    କହିଅଛ, ନ ଛାଡ଼ିବି, ନ ଏଡ଼ିବି, ସାଥୀ ହେବି ଶେଷ ପରଯ୍ୟନ୍ତ । ୩ ।

  • ଯୀଶୁ ହେ, ତୁମରି କରୁଣା ଦାନେ jishu hai tumori korunaa daane

    ଯୀଶୁ ହେ, ତୁମରି କରୁଣା ଦାନେ
    ଜଗାଅ ମୋହନ ଛବି ଗୋପନେ,
    ନିତି ନିତି ନବ ପ୍ରେମର ଦୀପ କାଳିମା ବୋଳା ଏହି ସମାଜେ ପ୍ରାଣେ
    ଜଳାଅ ପ୍ରଭୁ ତବ ସମାଜ ପ୍ରାଣେ    ା ଘୋଷା ।

    ଯୀଶୁ ହେ ଜୀବନ ଜୀବଧାରୀ,
    ପତିତପାବନ ପାପହାରୀ,
    ଯୀଶୁ ହେ ଆସ, ହୃଦୟେ ବସ,
    ଦିଅହେ ପ୍ରିୟ ଧର୍ମ-କିରଣ,
    ମାଗୁଁ ଆଜି ଏହି ବର-ପ୍ରିୟ ହେ ପ୍ରିୟ,
    ପରଶ ଦିଅ ଏହି ମିଳନେ  ା ୧ ।

    ପାପରେ ପତିତ ଏ ଜୀବନ,
    ପାପର ଶୃଙ୍ଖଳେ ବନ୍ଦୁଆନ,
    ଯୀଶୁ ହେ, ଆସ, ପାପାତ୍ମା ନାଶ, ମୁକ୍ତ କରି ଗୁପ୍ତ ଫାଶ
    ଆଣ ଆଜି ଜାଗରଣ ହେ ଆମ ତ୍ରାଣ,

    ଆଶିଷ ଦାନେ ଏହି ମିଳନ       ା ୨ ।
  • ପ୍ରଭୋ ବସିଛି ହେ ପଦ ତଳେ, probhu bosichi hai podo tole

    ପ୍ରଭୋ ବସିଛି ହେ ପଦ ତଳେ,

    ତୁମ୍ଭ ବାଣୀ ମୁଁ ନ ଶୁଣି ଯିବି ନାହିଁ କାହିଁ ଭଲେ । ଘୋଷା ।

    ନିଜ ଚିନ୍ତା ପଥେ ଯାଇ ପଥେ ଦିଶାହରା ହୋଇ,
    ବସିଛି ସବୁ ହରାଇ ଜଞ୍ଜାଳର କୋଳାହଳେ । ୧ ।

    ତବ ପୁଣ୍ୟ ଇଚ୍ଛା-ପଥ ଦେଖାଅ କରି ଇଙ୍ଗିତ,
    ଚଳାଅ ଧରି ମୋ ହାତ, ନ ଟଳିବି ଯେହ୍ନେ ଚୁଳେ । ୨ ।

    ନାହିଁ ମୋର ଭକ୍ତି ଲୟ, ହୃଦୟ ସଦା ଅଥୟ,
    ବାନ୍ଧି ରଖ ଏ ହୃଦୟ ଚିର ପ୍ରେମ-ବାହୁବଳେ

    ସୁନ୍ଦର ମୁଖ ତୁମ୍ଭର ନିରେଖିବି ନିରନ୍ତର,

    ଏ ଇଚ୍ଛା ସତତ ମୋର ନ ଛାଡ଼ିବି କାଳେ କାଳେ । ୪ ।
     

    Click the link below to listen full song and know the tune

  • ଆହେ ଦୀନବନ୍ଧୁ, ଫେଡ଼ କଷ୍ଟ ମୋହର aahe dino bandhu phedo kasta mohoro

    ଆହେ ଦୀନବନ୍ଧୁ, ଫେଡ଼ କଷ୍ଟ ମୋହର । ଘୋଷା ।
     
    ତୁମ୍ଭେ ସର୍ବଶକ୍ତିମାନ, ଦୟାରେ ସିନ୍ଧୁ ସମାନ
    ତ୍ରିପୁରେ ଅସାଧ୍ୟ କିଛି ନାହିଁ ତୁମ୍ଭର । ୧ ।
     

    ଦୁଃଖ-ଶୋକ-ପଙ୍କୁ କେତେ ଉଦ୍ଧାରିଛ ନିଜ ହାତେ,
    କି ବର୍ଣ୍ଣିବି ତାହା ଏହି ମୁଖେ ମୋହର । ୨ ।

    ଆୟୁବକୁ କୃପା କଲ, ଘୋର ବିପଦୁ ତାରିଲ,
    ଦ୍ୱିଗୁଣ ସମ୍ପଦେ ଚିତ୍ତ ତୋଷିଲ ତାର । ୩ ।

    ଯାକୁବ ଭୟେ ଭ୍ରାତାର ତ୍ୟଜନ୍ତେ ପିତୃ ଆଗାର
    ତୁମ୍ଭେ ସଙ୍ଗେ ରହି ଦେଲ ମଙ୍ଗଳ ବର । ୪ ।

    ନାଶକ-ରୋଗେ ଆକ୍ରାନ୍ତ ହିଜକୀୟର ଆରତ 
    ଶୁଣି ମୃତ୍ୟୁ-ହସ୍ତୁଁ ତାକୁ କଲ ଉଦ୍ଧାର । ୫ । 

    ତଦ୍ରୁପ ଦାନିୟେଲକୁ ତାରିଲ ସିଂହର ମୁଖୁଁ,
    ରାଜନ ମଣିଲେ ତା’ ଅତି ଚମତ୍କାର । ୬ ।

    ଯୁନୁସ ମତ୍ସ୍ୟ ଉଦରେ ଡାକନ୍ତେ ଅତି କାତରେ,
    ତା ଶୁଣି ତ୍ୱରିତ ତାକୁ କଲ ଉଦ୍ଧାର । ୭ ।

    କେଡ଼େ କେଡ଼େ ବିପତ୍ତିକୁ ନାଶି ରଖିଛ ଭକ୍ତଙ୍କୁ,
    କେତେକ ମାତ୍ର ବା ଏ ମୋ ବିପତ୍ତି ଛାର । ୮ ।

    କହଇ ଦୁଃଖୀ ଅଧୀନ, ପ୍ରଭୁ କରୁଣାନିଧାନ,
     ଖ୍ରୀଷ୍ଟ ହେତୁ ଏ ଦୁର୍ଗତି ନାଶିବେ ମୋର । ୯ ।