Blog

  • ଦୀନନାଥ ହେ dino naatho hai dine su prossanne rakha

    ଦୀନନାଥ ହେ,

    ଦୀନେ ସୁପ୍ରସନ୍ନେ ରଖ ବିସ୍ତାରିଣ ହାତ । ଘୋଷା ।

    ଡାକୁଅଛି ମୁଁ ଆରତ ସ୍ୱରେ, ନାଥ, ସୁନୟନେ ଚାହଁ ବାରେ,

    ତୁମ୍ଭ ବିନୁ ଗତି ନାହିଁ ମୋର,

    ତୁମ୍ଭ ହସ୍ତେ ଦେହ ଆତ୍ମା କରି ସମର୍ପିତ । ୧ ।

    ସ୍ଥିର ନ ହୁଅଇ ମନ କ୍ଷଣେ,

    କ୍ଷଣପ୍ରଭା ଯେହ୍ନେ ଘନେ ଘନେ,

    ସ୍ଥିର କର ନାଥ ଶାନ୍ତି ଦାନେ,

    ଆଉ କେହି ନାହିଁ ଶୁଣିବାକୁ ମୋ ଆରତ । ୨ ।

    ଚିନ୍ତା ସର୍ବ କର ମନୁଁ ଦୂର, ମନୋବାଞ୍ଚା ନାଥ ସିଦ୍ଧ କର,

    ତୁମ୍ଭ ବିନୁ କେହି ନାହିଁ ମୋର,

    ତୁମ୍ଭେ ଥାଉଁ ଥାଉଁ ମୁଁ କି ହୋଇବି ଅନାଥ । ୩ ।

    ନାଥ ମାଗୁଣି ମୋହର ଶୁଣ ବଞ୍ôଚଥିବି ମର୍ତ୍ତ୍ୟେ ଯେତେ ଦିନ

    ତୁମ୍ଭ ପଦାମ୍ବୁଜେ ରଖ ମନ,

    ଉଦେ କର ମୋର ମନେ ଭକ୍ତି ଶ୍ରଦ୍ଧାଚିତ୍ତ । ୪ ।

    ନାଥ, ତବ ଆଗମନ ଦିନେ ଦୀନ ପ୍ରତି ସୁଅବଲୋକନେ

    ତ୍ରାଣ କର ନାଥ ନିଜ ଗୁଣେ,

    ମୁଁ ଯେ ଅତ୍ୟନ୍ତ ଦୁଃଖିତ ପାପେ ଭାରାକ୍ରାନ୍ତ । ୫ ।

     

    ଭାଷେ ଅଯୋଗ୍ୟ ମୂଢ଼ ପାମର,

    ମଲେ ଜୀଇଲେ ଅଟେ ତୁମ୍ଭର,

    ନାଥ ନ କରିବ ମୋତେ ଦୂର,

    ମୁଁ ଯେ ବିଶେଷ ମୂଲ୍ୟରେ ହୋଇଅଛି କ୍ରୀତ । ୬ ।

  • ପ୍ରଭୁ, ନ ତେଜ ହେ ମୋତେ ଦୂରକୁ probhu no tejo hai mote duroku

    ପ୍ରଭୁ, ନ ତେଜ ହେ ମୋତେ ଦୂରକୁ,

    ଆସିଛି ତୁମ୍ଭ ଛାମୁକୁ ଶରଣ ନେବାକୁ ଘୋଷା । 

     

    ମୁଁ ଅତି ଅଭାଗା ଜନ, ପାପଭାରେ ଅବସନ୍ନ,

    ଆସିଛି ମୁକ୍ତି ନିମିତ୍ତ କୃପା ପାଇବାକୁ । ୧ । 

     

    ସିନ୍ଦୁର ସମ ଦୁରିତ ଅଛି ମୋ ହୃଦେ ପୂରିତ,

    ଦେଇ ରକ୍ତ କର ଧୌତ ଶୁକ୍ଳ ହୋଇବାକୁ । ୨ ।

    ପାପିନୀ ଲୋତକ ଦେଇ ଯେଉଁ ପାଦ ଦେଲା ଧୋଇ,

    ଧରୁଛି ଖେଦିତ ହୋଇ ସେହି ଚରଣକୁ । ୩ । 

     

    ଯେ ବଚନେ ତାର ପ୍ରତି କଲ ତାର ଚିତ୍ତ ତୃପ୍ତି,

    କରଇ ମୁହିଁ ମିନତି ତାହା ଶୁଣିବାକୁ । ୪ ।

    କର ମୋ ପାପ ମୋଚନ ଶୁଣାଅ କ୍ଷମା ବଚନ,

    ଶେଷେ ତବ ରାଜ୍ୟେ ସ୍ଥାନ ଦିଅ ଆଶ୍ରିତକୁ । ୫

    ଆହେ ଯୀଶୁ ଦୟାମୟ, ତୁମ୍ଭେ ମୋର ତ୍ରାଣୋପାୟ,

    ନ ପାଇ ଅନ୍ୟେ ଆଶ୍ରୟ ଧରିଛି ତୁମ୍ଭକୁ । ୬ ।

  • ତୁମ୍ଭଠାରେ ପ୍ରଭୁ ନେଲି ଶରଣ tumbho thaare probhu neli sarana

    ତୁମ୍ଭଠାରେ ପ୍ରଭୁ ନେଲି ଶରଣ । ଘୋଷା ।

    ଅଜ୍ଞାନ ଅଧମକୁ      ତୁମ୍ଭ ପଥେ ଯିବାକୁ

    ଧ ର୍ମ-ଦୀପ୍ତି ପ୍ରଭୁ ହେ କର ଦାନ

    ବଳ ନାହିଁ ମୋହର, ଶତ୍ରୁ ପୁଣି ଅପାର,

    ସ୍ୱଗୀୟ ବଳେ କର ବଳବାନ । ୨ ।

    ନିବିଡ଼ ଅନ୍ଧକାର      ପୂର୍ଣ୍ଣ ଏହି ସଂସାର,

    ହସ୍ତ ଧରି କରାଅ ହେ ଗମନ । ୩ ।

    ମୋର ବିଶ୍ୱାସ କ୍ଷୀଣ,                ସଦା ଅସ୍ଥିର ମନ

    କର ସୁସ୍ଥିର କରି ଆତ୍ମାଦାନ । ୪ ।

    ହିତବାକ୍ୟ ତୁମ୍ଭର     ହେଉ ଗଳାର ହାର

    ପ୍ରାର୍ଥନାରେ ଜାଗ୍ରତ ଥାଉ ମନ । ୫ ।

    ନିତ୍ୟ ରଖି ମୋ ଦୃଷ୍ଟି କାଲ୍‌ବରୀ କ୍ରୁଶ ପ୍ରତି

    ଯେହ୍ନେ ଧାଇବି ମୁହିଁ ଅନୁକ୍ଷଣ । ୬ ।

  • ଯୀଶୁ, ଶରଣ ମୁଁ ନେଲି, jishu sarana mu neli

    ଯୀଶୁ, ଶରଣ ମୁଁ ନେଲି,

    ଅନାଅ ମୋତେ ପ୍ରସନ୍ନେ        ନୋହିଲେ ମୁଁ ମଲି   ା ଘୋଷା

    ତୁମ୍ଭେ ଆତ୍ମାର ବେବର୍ତ୍ତା          ତୁମ୍ଭେ ପାପତାପହର୍ତ୍ତା,

    ମୁହିଁ ପାପୀ ହଜାମେଷ           ବାହୁଡ଼ି ଅଇଲି        ା ୧

    ପାପ ଭବ ଶୟତାନ  କଲେ ମୋ ପରେ ଶାସନ,

    ଏବେ ମୁଁ ପଳାଇ ଆସି           ଚରଣ ଧଇଲି        ା ୨ ।

    ତୁମ୍ଭର ବୋଝ ଯୁଆଳି ସହଜ ବୋଲି ଘେନିଲି,

    ହୋଇ ତୁମ୍ଭ ପଶ୍ଚାଦ୍‌ଗାମୀ       କ୍ରୁଶ ମୁଁ ବହିଲି        ା ୩ ।

    ଶୟତାନ ଅଧିପତି   କଲା ମୋ ମନେ ରାଜୁତି,

    ବସ ହୃଦ-ସିଂହାସନେ,              ତୁମ୍ଭର ହୋଇଲି      ା ୪ ।

    ଏବେ ମୁଁ ଅଟେ ତୁମ୍ଭର,             କର ତୁମ୍ଭେ ଅଧିକାର,

    ତୁମ୍ଭ ବହୁମୂଲ୍ୟ ରକ୍ତେ            ମୁହିଁ କିଣା ହେଲି     ା ୫ ।

    ତୁମ୍ଭ ବିନା ନାହିଁ ଗତି, ତୁମ୍ଭେ ମୋ ଜୀବନ ପତି,

    ତୁମ୍ଭେ ମୋ ସବୁରେ ସବୁ,         ଏହା ମୁଁ ବୁଝିଲି       ା ୬ ।

  • ପ୍ରସନ୍ନ ବଦନେ ଯୀଶୁ ମୋଠାରେ କରୁଣା କର prassanna bodone jishu mo thare

    ପ୍ରସନ୍ନ ବଦନେ ଯୀଶୁ ମୋଠାରେ କରୁଣା କର,

    ତବ କୃପା-ପ୍ରିୟ ମନୁଁ ମୋତେ କେବେ ନ ପାସୋର । ଘୋଷା ।

    ଆହେ ଯୀଶୁ ଦୟାବାନ           ସର୍ବଗୁଣେ ବିଭୂଷଣ,

    ତବ କୃପା ଚିରସ୍ଥାୟୀ ତବାନୁଗ୍ରହ ଅପାର   ା ୧ ।

    ତୁମ୍ଭେ ହେ କରୁଣା ସିନ୍ଧୁ          ଦାନ କର କୃପାବିନ୍ଦୁ,

    ତୁମ୍ଭ ବିନା ଅନ୍ୟ ବନ୍ଧୁ ଯୀଶୁ କେ ଅଛି ପାପୀର         ା ୨ ।

    ଯୀଶୁ-କୃପା-ବୃକ୍ଷ ମୂଳେ          ବସିଛି ଆପଦ ଡରେ,

    ତବ କୃପା ମୋର ପାଇଁ          ହୋଇବ ଅତି ପ୍ରଚୁର ା ୩ ।

    ଆହେ ଯୀଶୁ ପ୍ରେମ ସିନ୍ଧୁ,          ହୁଅ ତୁମେ ମୋର ବନ୍ଧୁ,

    ଉପକାରୀ ଦୁର୍ଗ ହୁଅ ବିପଦ ସମୟେ ମୋର          ା ୪ ।

    କହେ ଦୀନହୀନ ନର,               ଯୀଶୁ ଦୟାର ସାଗର,

    ନ କରିବେ ମୋତେ ଦୂର ହେଲେ ବିପଦ ବିସ୍ତର । ୫ ।

  • ତ୍ରାଣଜନକ ଜ୍ଞାନରେ କର ପୂର୍ଣ୍ଣ ମୋ ମନ traano janaka gyaanore kara purno mo mono

    ପ୍ରଭୋ !

    ତ୍ରାଣଜନକ ଜ୍ଞାନରେ କର ପୂର୍ଣ୍ଣ ମୋ ମନ ଘୋଷା । 

    ତେଜି ତୁମ୍ଭର ପ୍ରିୟ ପୟର ହୋଇଲି ଭିନ୍ନ,

    ପାପ-ପଥରେ ଧାଇଁ ଅଧୀରେ ଭ୍ରମିଲା ମନ,

    ଘନ ବିପିନେ ଶାନ୍ତି ବିହୁନେ କାଟିଲି ଦିନ, ହେଜି ତୁମ୍ଭ ଦୟାସନ

    ଶ୍ରୀପାଦେ ଏବେ ନେଲି ଶରଣ । ୧ ।

    ମୁଁ ଦୀନହୀନ ଭ୍ରାନ୍ତ ବିପନ୍ନ, ନାହିଁ ମୋ ଜ୍ଞାନ,

    ଅନ୍ତର ମୋର ପାପଗହ୍ୱର ତିମିରାଚ୍ଛନ୍ନ,

    ଦେହ ଜୀବନ କ୍ଳାନ୍ତି ଆକୀର୍ଣ୍ଣ ମୃତ ସମାନ, ସରି ଯାଉଅଛି ପ୍ରାଣ

    ଢାଳ ମୋ ଉପରେ କୃପାଜୀବନ । ୨ ।

    ମୋର ଅଶେଷ ଘୋର କଳୁଷ କର କ୍ଷାଳନ,

    ଧର୍ମ ଆତ୍ମାରେ ତୁମ୍ଭ ଦୀପ୍ତିରେ ଦିଅ ଡୁବନ,

    ଯେହ୍ନେ ସତତ ଧର୍ମେ ଉତ୍ତପ୍ତ ହୋଇବ ମନ,

    ତୁମ୍ଭ ପ୍ରିୟ ପାଦପଦ୍ମ ସେବୁଥିବି ମୁଁ ଯାବଜ୍ଜୀବନ । ୩ ।

    ଆତ୍ମା ମୋହର ଦେହ ଆବର ତୁମ୍ଭ ସ୍ୱଜନ,

    ନିଜ ପଦାର୍ଥ କର କୃତାର୍ଥ ହୋଇ ପ୍ରସନ୍ନ,

    ଶେଷ ଦିନରେ ସ୍ୱର୍ଗପୁରରେ ଦିଅ ହେ ସ୍ଥାନ,

    ପ୍ରଭୋ, ଦୟା ଚିତ୍ତେ ଶୁଣ ଯୀଶୁଙ୍କ ନାମେ ମୋ ନିବେଦନ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • ବିନା ନୂଆ ଜନ୍ମ ନାହିଁ ପରିତ୍ରାଣ, binaa nuaa janma naahi poritraano

    ବିନା ନୂଆ ଜନ୍ମ ନାହିଁ ପରିତ୍ରାଣ,

    ଏହି ସିଦ୍ଧାନ୍ତ ବଚନ,

    କୁଅନ୍ତଃକରଣେ ସ୍ୱର୍ଗର ଭୁବନେ ନ ପ୍ରବେଶେ କେହି ଜନ    ା ୧ ।

    ପୁନଶ୍ଚ ଜନମ, ପୁନଶ୍ଚ ମରଣ, ପୁନଶ୍ଚ ଗର୍ଭେ ନିବାସ,

    ଏହି ଯେ ବଚନ ଅସତ୍ୟ ପ୍ରମାଣ, ଘଟାଏ ତା’ ସର୍ବନାଶ      ା ୨ ।

    ଦୁଷ୍ଟ କ୍ରିୟା ଛାଡ଼ି ନୀତି କର୍ମ କରି କେହି କହେ ନୂଆ ଜନ୍ମ,

    ଏହି କର୍ମମାନ ବାହାର ଲକ୍ଷଣ, ନୁହେଁ ମନର ଫେରଣ     ା ୩ ।

    ଜାଣିବ ପ୍ରମାଣ କର୍ମ ମୂଳ ମନ, ଏଣୁ ବିନା ହୃଦ ଶୁଦ୍ଧ,

    ଯେତେ କର୍ମ କରି ପାପ ତହିଁ ଭରି, ସବୁ ହୋଇବ ବିରୁଦ୍ଧ    ା ୪ ।

    ଆସ  ଧର୍ମ ଆତ୍ମା, ଫେରାଅ ପାପାତ୍ମା, ଦୂର କର ମୋ ଦୁର୍ଗତି,

    ମୋତେ ନୂଆ ଜନ୍ମ କର ହେ ପ୍ରଦାନ ଯେହ୍ନେ ହୋଇବ ସୁଗତି । ୫ ।

  • ବିବେକଟି ଅନ୍ତରେ ଥାଇ bibekoti ontore thayee

    (ସ୍ୱର : ଯୀଶୁ ନାମେ ଯେ ଭାବ ଅଛି)

    ବିବେକଟି ଅନ୍ତରେ ଥାଇ

    ନ ମାନୁ ତା’ ମନା କିପାଁ ହେ ଭାଇ ? ଘୋଷା ।

    ଜାଣ ମନ ଏହି ବିବେକ          ପ୍ରଭୁ ଆତ୍ମାର ଅଂଶ ଏକ,

    ବିବେକ ଆଦେଶ ନ ମାନିଲେ ଦୋଷ, ପ୍ରଭୁଙ୍କୁ ଅବଜ୍ଞା ହୁଅଇ ତହିଁ । ୧ ।

     

     ବିବେକର ରହିବା ସ୍ଥାନ ଅଟେ ନର ଅନ୍ତଃକରଣ,

    ଅନ୍ତରୁ ସଦ୍‌ଜ୍ଞାନ ଲିଭିଗଲେ ଜାଣ ଆଉ ଦୀପ୍ତି ମନେ ରହିବ ନାହିଁ । ୨ ।

    ଯା’ ମନେ ବିବେକ ସତର୍କ       ଭଲ ମନ୍ଦ ସେ ବିଚାରକ,

    ଜିହ୍ୱାକୁ ସମ୍ଭାଳେ, ଧର୍ମପଥେ ଚାଲେ, ତା’ ମୁଖରୁ ମନ୍ଦ ନ ବାହାରଇ । ୩ । 

     

    ଘେନ ବିବେକର ଆଦେଶ, ନ ଭାଙ୍ଗ ତା’ କରି ସାହସ,

    ଭାଙ୍ଗିଲେ ଆଦେଶ ହେବ ସର୍ବନାଶ, ବିବେକରେ ଆଉ ଦୟାଟି ନାହିଁ । ୪ । 

     

    ସୁସଙ୍ଗକୁ ଧରହେ ଭାଇ          କୁସଙ୍ଗ ଦୂରେ ତେଜି ଦେଇ,

    କୁସଙ୍ଗରେ ଯାଇ ମଜ୍ଜିଥିଲେ ତୁହି ଇହ ପରେ ସୁଖ ପାଇବୁ ନାହିଁ

  • ନ ମାନୁ ତ ବିବେକ ମନା କାହିଁ ପାଇଁ ? no maanu to bibeko monaa kaahin paayin

    ନ ମାନୁ ତ ବିବେକ ମନା କାହିଁ ପାଇଁ ?

    ନ ମାନି ତା’ ସୁଖୀ କହ କାହିଁ ? ଘୋଷା ।

    ଅନ୍ତରେ ଅଟେ ବିବେକ ଈଶ୍ୱର ଦତ୍ତ 

    ଆଲୋକ ନିଭିଲେ ତା’ ଦୀପ୍ତି ଆଉ କାହିଁ ?

    ବିବେକ ସଦୁପଦେଶ ନ ମାନି

     କରିଲେ ଦୋଷ ମନେ ଶାନ୍ତି ରହିବଟି ନାହିଁ । ୨ ।

    ଦେବଟି ସଦା ଗଞ୍ଜଣା ଜନ୍ମାଇବ ଭୟ ନାନା,

    ଉପରୋଧ ତାକୁ ଜଣା ନାହିଁ । ୩ ।

    ଅମର କୀଟ ସମାନ ଦୋଷୀ ବିବେକକୁ ଜାଣ,

    ତୀକ୍ଷ୍ମମୁଖ ଦୟା ତାର ନାହିଁ । ୪ ।

    ଘେନ ବିବେକ ଆଦେଶ ନ ଭାଙ୍ଗ କରି ସାହସ,

    ତା’ ବାରଣେ ମନ ବଳା ନାହିଁ । ୫ ।

    ସୂଚୀମାଳାକୁ ଫେରନ୍ତୁ

  • ମନ୍ଦ ମତି, ନାହିଁ କି ମନେ ଭୀତି ? mondo moti naahin ki mone bhiti

    ମନ୍ଦ ମତି, ନାହିଁ କି ମନେ ଭୀତି ? ଘୋଷା ।

     

    ଯହିଁରେ ଅହିତ  

    ତହିଁରେ ନିରତ ବଳାଉ ଥାଇ ତୁ ମତି । ୧ ।

    ଦେଖି ଜାଣି ଶୁଣି 

    ମନ୍ଦ ବୋଲି ମଣି ବିମୁଖ ନୋହୁ ତା ପ୍ରତି । ୨ ।

    ଅସାରରେ ରୁଚି

    ସାରରେ ଅରୁଚି,

    ଏ କି ବିପରୀତ ରୀତି । ୩ ।

    ଆୟୁ ପରିମାଣ 

    ପରିତ୍ରାଣ ଦିନ ବହିଯାଉଛି ଝଟତି । ୪ ।

    ହୋଇ ତୁ ଚିନ୍ତିତ

    ଅନ୍ତରେ କମ୍ପିତ

    ଯତ୍ନେ ସାଧ ଆତ୍ମା ମୁକ୍ତି । ୫

    ଯେ ତୋତେ ତାରିବେ ସ୍ୱର୍ଗେ ବାସ ଦେବେ,

    ଭଜ ଯୀଶୁ ନାମ ନିତି । ୬ ।

    ସୂଚୀମାଳାକୁ ଫେରନ୍ତୁ