Blog

  • he mono moro no paasoro

    ହେ ମନ ମୋର,

    ନ ପାସୋର ନ ପାସୋର ତାଙ୍କୁ । ଘୋଷା । 

     

    ଯେଉଁ ପ୍ରିୟ ବନ୍ଧୁ ମୋ ଦୁଃଖ ସନ୍ତାପ,

    ଭୋଗିଥିଲେ ମୋର ପାପ ଅଭିଶାପ,

    ଆଉ ମୋ ବଦଳେ ଜୀବନ ତେଜିଲେ,

    ପାସୋରି ଯିବି କି ତାଙ୍କୁ ?         ା ୧ ।

    କରିବାକୁ ମୋତେ ପାପୁଁ ପରିଷ୍କାର

    ଢାଳିଲେ ଆପଣା ଅମୂଲ୍ୟ ରୁଧିର,

    କଲେ ଶୁଭ୍ରବର୍ଣ୍ଣ ହିମ ସରିସମ,

    ପାସୋରି ଯିବି କି ତାଙ୍କୁ ? । 

     

    ଈଶ୍ୱରଙ୍କ ସଙ୍ଗେ ମୋତେ ମିଳାଇଲେ,

    ରାଜା ପୁରୋହିତ ପଦରେ ସ୍ଥାପିଲେ,

    କଲେ ନିଜ ମହା ଗୌରବର ଭାଗୀ,

    ପାସୋରି ଯିବି କି ତାଙ୍କୁ ?         ା ୩ ।

    ଯା’ଙ୍କୁ ପ୍ରେମ ତ୍ରିଭୁବନେ ଅନୁପମ,

    ଯା’ଙ୍କ ପ୍ରେମ ବୋଧ ଜ୍ଞାନର ଅଗମ୍ୟ,

    ଯା’ଙ୍କ ପ୍ରେମ ଦାବୀ କରେ ଦେହ ପ୍ରାଣ,

    ପାସୋରି ଯବି କି ତାଙ୍କୁ ?         ା ୪ ।

    ଦୂରେ ଯାଉ ପାପ ଅଧର୍ମର ପ୍ରେମ,

    ଦୂରେଇ ଯାଉ ଏ ଅନିତ୍ୟ ଜଗଦ୍ଧନ,

    ଯାଉ ହେ ପାସୋର ଜ୍ଞାତି ପରିବାର,

    ପାସୋରିବି ନାହିଁ ତାଙ୍କୁ          ା ୫ ।

    ସୂଚୀମାଳାକୁ ଫେରନ୍ତୁ

  • khriste deho praano samarpino kaatibi mu dino

    ଖ୍ରୀଷ୍ଟେ ଦେହ ପ୍ରାଣ ସମର୍ପିଣ କାଟିବି ମୁଁ ଦିନ । ଘୋଷା

    କରିବାକୁ ମୁଁ ଏସନ  ସେ କରି ସ୍ୱ ରକ୍ତ ଦାନ

    ତଦ୍ଦ୍ୱାରା କିଣି ଅଛନ୍ତି ମୋହର ଏ ଦେହ ପ୍ରାଣ         ା ୧ । 

     

    ଏଣୁ ଖ୍ରୀଷ୍ଟେ ଦେହ ପ୍ରାଣ          ସମର୍ପିଣ ପ୍ରତିଦିନ

    ଲୋଡ଼ିବି ତାଙ୍କ ସମ୍ଭ୍ରମ ହୋଇ ଅତି ଯତ୍ନବାନ          ା ୨ । 

     

    ଖ୍ରୀଷ୍ଟେ ଦେଲେ ଦେହ ପ୍ରାଣ       ପାପ କ୍ଷିତି ଶୟତାନ 

    କେହି ମୋର କ୍ଷତି କରି ନ ପାରେ ଯାବଜ୍ଜୀବନ           ା ୩ । 

     

    ଖ୍ରୀଷ୍ଟେ ଦେଲେ ଦେହ ପ୍ରାଣ       ଈଶ୍ୱର ହୋଇ ପ୍ରସନ୍ନ 

    ସୁଦୟାରେ ସ୍ୱସନ୍ତାନ କରିନେବେ ସ୍ୱର୍ଗସ୍ଥାନ           ା ୪ ।

    ଏଣୁ କରି ଆରେ ମନ, ଖ୍ରୀଷ୍ଟେ ଦେଇ ଦେହ ପ୍ରାଣ

    ଇହ ପର ସୁକଲ୍ୟାଣ ପ୍ରଚୁର ହୁଅ ପ୍ରାପଣ ା ୫ । 

     

    ହେ ପ୍ରଭୁ, କର କଲ୍ୟାଣ           ଯେହ୍ନେ ମୁହିଁ 

    ଦେହ ପ୍ରାଣ ସମର୍ପି ତବ ଚରଣ ସେବିବି ଯାବଜ୍ଜୀବନ            ା ୬ ।

  • jishu tobo srimohima prokaasho muhin

    ଯୀଶୁ, ତବ ଶ୍ରୀମହିମା ପ୍ରକାଶ ମୁହିଁ

    କରିବା ପାଇଁ

    ଉଦ୍‌ଯୋଗୀ କରାଅ ତବ ଇଚ୍ଛାନୁଯାୟୀ । ଘୋଷା ।

    ତୁମ୍ଭ ଅମୂଲ୍ୟ ରକ୍ତରେ            ମୁଁ ହୀନ କିଣା ହେବାରେ

    ନିଜ ଦେହ ଆତ୍ମା ଆଉ ମୋର ନୁହଇ । ୧ ।

    କର୍ମରେ କି ବଚନରେ,              ଯାହା ଯାହା ମୁହିଁ କରେ

    କରିବି ଯେସନେ ତବ ମହିମା ପାଇଁ । ୨ ।

    ଯେବେ କିଛି ସୁବିଷୟ            ମନରେ ହୁଏ ଉଦୟ

    କରିବି ଯେସନେ ତବ ଶାସ୍ତ୍ରକୁ ଧ୍ୟାୟି । ୩ ।

    ତବ ଶ୍ରୀଛାମୁ ମୋହର ଅଗ୍ରେ ନୋହିଲେ ବାହାର

    ନ ଯିବି କୌଣସି ସ୍ଥାନେ ସାହସୀ ହୋଇ । ୪ ।

    ମୋର ନିତ୍ୟ ପ୍ରାର୍ଥନାରେ ତୁମ୍ଭ ଇଚ୍ଛା ଲୋଡ଼ିବାରେ ଭୁଲି 

    ଏକ କ୍ଷୁଦ୍ର କର୍ମେ ନ ଯିବି ଧାଇଁ । ୫ ।

    ସୁଖରେ କିବା ଦୁଃଖରେ,           ଜୀବନେ ବା ମରଣରେ

    ଥ ।ନ୍ତୁ ସଦା ଧର୍ମାତ୍ମା ମୋ ସହାୟ ହୋଇ । ୬ ।

    ସୂଚୀମାଳାକୁ ଫେରନ୍ତୁ

  • jishu tumbhe sribodono kebe netre darshana

    ଯୀଶୁ ତୁମ୍ଭେ ଶ୍ରୀବଦନ କେବେ ନେତ୍ରେ ଦର୍ଶନ ? ଘୋଷା ।

    ଏ ଭୁବନେ ମୋ ନୟନ          କଲା ଯେତେ ବିଲୋକନ,

    ସର୍ବ ଅସାର ସ୍ୱପନ,          ତହିଁ ନୋହିଲା ତୃପ୍ତ ମୋ ମନ । ୧ ।

    ଦେଖି ତୁମ୍ଭ ଶ୍ରୀବଦନ ତୃପ୍ତ ହେବ ମୋର ମନ,

    କି ଆନନ୍ଦ ହେବ ଜନ୍ମ,               ତାହା କେ କରିବ ନିବାରଣ      ା ୨ ।

    ମୋର ପାଇଁ ଦେଲେ ପ୍ରାଣ,      କି ଦେବି ମୁଁ ପ୍ରତିଦାନ ?

    ପାଇଲେ ଶ୍ରୀ ପାଦପଦ୍ମ          ତୋଷେ ଧରି କରିବି ଚୁମ୍ବନ     ା ୩ ।

    ହେବ ମୋ ଚିତ୍ତେ ଉଲ୍ଲାସ,        ଦୂରେ ଯିବ ଦୁଃଖ କ୍ଳେଶ,

    ହେବ ପୂର୍ଣ୍ଣ ମୋ ମାନସ         ଦେଖି ତୁମ୍ଭ ଗୌରବ ଆନନ     ା ୪ ।

    ରହି ସଙ୍ଗେ ଅନୁକ୍ଷଣ ଭୋଗି ଅନନ୍ତ ଜୀବନ,

    ତୁମ୍ଭ ପ୍ରଶଂସା କୀର୍ତ୍ତନ ନିରନ୍ତର କରିବି ଗାୟନ

    ସୂଚୀମାଳାକୁ ଫେରନ୍ତୁ

  • mohono jishu hrudaya dhana

    ମୋହନ ଯୀଶୁ ହୃଦୟ ଧନ,

    ହୃଦ ଗଗନେ ଆସ ଗୋ ଉଇଁ,

    କାଳିମାଭରା ହୃଦୟ ମୋର ଚାହିଁ ବସିଛି ତୁମରି ପାଇଁ । ଘୋଷା । 

     

    ପ୍ରେମ-ଜାଗର ଜାଳିଛି ସଖା ତୁମ ପୀରତି ହୃଦୟେ ଭରି,

    ମାଳା ଗୁନ୍ଥିଛି ପ୍ରେମ ସୁମନେ, ଦେବି ଗଳାରେ ହୃଦୟ ସାଇଁ । ୧ । 

     

    ସବୁରି କଣ୍ଠେ ମୋହନ ଗୀତି ବାଜି ଉଠେଗୋ ତୁମରି ଲାଗି,

    ଭକତି ଅଞ୍ଜଳି ପୀରତି ଢାଳି ଚରଣ ତୁମ ଦେବା ଗୋ ଧୋଇ । ୨ ।

    Click the link below to listen full song and know the tune

  • jaya jaya jishu jaya jaya jishu

    ଜୟ ଜୟ ଯୀଶୁ, ଜୟ ଜୟ ଯୀଶୁ,

    ତୁମ୍ଭ ନାମେ ଉଠୁ ଜୟ ଜୟକାର,

    ତୁମ୍ଭେ ସତ୍ୟ, ଶାନ୍ତି, ଜୀବନ, ମୁକ୍ତି, ତୁମେଇ ଦ୍ୱାର । ଘୋଷା । 

     

    ପାପୀର ପାପ ଦୁଃଖ ହରତା, ହୃଦୟରେ ଶାନ୍ତି ଶକତିଦାତା,

    ଆହେ ମନୋରଞ୍ଜନ, ସର୍ବ ଦୁଃଖ ଭଞ୍ଜନ,

    ଉଠୁ ଜୟକାର, ତୁମେ ସତ୍ୟ, ଶାନ୍ତି, ଜୀବନ, ମୁକ୍ତି, ତୁମେଇ ଦ୍ୱାର । ୧ ।

    ସ୍ୱାର୍ଥର ଯୁଦ୍ଧ, ପାପର ଦ୍ୱନ୍ଦ୍ୱ,

    ଦୂରେ ଯାଉ ମନ୍ଦ, ଶଠତା, ଛନ୍ଦ, ଶାନ୍ତି ରାଜ୍ୟ ତୁମର ଆସୁ ପ୍ରତି ହୃଦର,

    ଉଠୁ ଜୟକାର, ତୁମେ ସତ୍ୟ, ଶାନ୍ତି, ଜୀବନ, ମୁକ୍ତି, ତୁମେଇ ଦ୍ୱାର । ୨ ।

    ସୂଚୀମାଳାକୁ ଫେରନ୍ତୁ

  • khristo sabu re sabu atanti more

    ଖ୍ରୀଷ୍ଟ ସବୁରେ ସବୁ ଅଟନ୍ତି ମୋର 

    ତେବେ କି ଅଭାବ ମୋର କି ଚିନ୍ତା ଆର ! । ଘୋଷା । 

     

    ଶତ୍ରୁଗଣ ଦମନାର୍ଥେ ସେହି ବଳ ମୋହର,

    ଅନ୍ଧାରେ ଅଟନ୍ତି ସେହି ମୋର ମିହିର । ୧ ।

    ଦୁର୍ବଳତାରେ ମୋହର ଅଟନ୍ତି ସର୍ବ ବଳ,

    ଅଭାବରେ ସେହି ମୋର ସର୍ବ ନିର୍ଝର । ୨ । 

     

    ପରିଶ୍ରମେ ମୋ ବିଶ୍ରାମ ରୋଗରେ ଉପଶମ,

    କ୍ଷତିରେ ଲାଭ ମୋର କ୍ଳେଶରେ ମଙ୍ଗଳ । ୩ ।

    ପରୀକ୍ଷାରେ ମୋ ଆଶ୍ରୟ, ନିର୍ଦ୍ଧନେ ଧନ ମୋର,

    କରନ୍ତି ସଦା ଦୁର୍ବଳତା ପ୍ରତିକାର । ୪ । 

     

    ଲଜ୍ଜାରେ ଗୌରବ-ମୁକୁଟ ଅଟନ୍ତି ମୋହର,

    ବନ୍ଧନେ ଅଟନ୍ତି ସେହି ମୁକ୍ତି ଆବର । ୫ ।

    କ୍ଷୁଧାରେ ମୋର ଆହାର, ତୃଷାରେ ସେହି ନୀର,

    ସେହି ଅଟନ୍ତି ମୋର ଅମୃତ ନିର୍ଝର । ୬ ।

    ମୃତ୍ୟୁରେ ମୋର ଜୀବନ, ସେହି ମୋ ସର୍ବ ଧନ,

    ସମସ୍ତରେ ଅଟନ୍ତି ସେ ସବୁ ମୋହର । ୭ ।

    ସୂଚୀମାଳାକୁ ଫେରନ୍ତୁ

  • dino mo sofolo hela

    ଦିନ ମୋ ସଫଳ ହେଲା,

    କି ମଙ୍ଗଳ ପ୍ରାପ୍ତ ହେଲା । ଘୋଷା ।

    ଖ୍ରୀଷ୍ଟ ମୋର ଜୀବଧବ,            ତାଙ୍କ ସଙ୍ଗେ ମୋର ଭାବ,

    ଭାବରୁ ଅଶେଷ ସୁଖ,      ଜନ୍ମଇ ପରମ ଲାଭ  ା ୧ ।

    ଯାଉ ଏ ସୁଖ ସମ୍ପତ୍ତି ଖ୍ରୀଷ୍ଟ ସଙ୍ଗେ ମୋର ପ୍ରୀତି,

    ଅନ୍ୟରେ ନ ମଜ୍ଜୁ ମତି,             ସେହି ସିନା ପ୍ରାଣପତି    ା ୨ ।

    ତାଙ୍କର ସୌନ୍ଦର୍ଯ୍ୟ ଗୁଣ          ଦିଶୁଥାଏ ଅନୁକ୍ଷଣ,

    ନ ପଡ଼େ ନେତ୍ର ପଲକ           ମନ କରେ ଆକର୍ଷଣ ା ୩ ।

    ମୋ ନେତ୍ର ସଲିଳେ ପୂର୍ଣ୍ଣ        ପ୍ରେମେ ହୋଇ ପରିପୂର୍ଣ୍ଣ,

    ତନୁ ପ୍ରାଣ ଜରଜର  ନ ସ୍ଫୁରେ ଆଉ ବଚନ            ା ୪ ।

    ତାଙ୍କ ଅଙ୍ଗ ସଙ୍ଗ ହେବା          ତନୁ ପ୍ରାଣ ତାଙ୍କୁ ଦେବା,

    ତାଙ୍କ ପଛେ ପଛେ ଯିବା         ସ୍ୱର୍ଗରେ ପ୍ରବେଶ ହେବା । ୫ ।

  • mo jishu raajono binaa mo jibono brutha sina

    ମୋ ଯୀଶୁ ରାଜନ ବିନା

    ମୋ ଜୀବନ ବୃଥା ସିନା ହେ । ଘୋଷା ।

    ସେହି ମୋର ପ୍ରାଣଧନ,           ସେହି ଅନନ୍ତ ଜୀବନ

    ପୁଣି ସେହି ମୋର ନିତ୍ୟ ଭାବନା । ୧ ।

    ଯଦି ସ୍ୱର୍ଗେ ବାସ ମୋର,          ଦୂତ ସାଧୁଙ୍କ ସଙ୍ଗର,

    ମୋର ଯୀଶୁ ବିନା ନାହିଁ ସାନ୍ତ୍ୱନା । ୨ ।

    ପାଇଲେ ସର୍ବ ଜଗତ,               ତହିଁ ମନ ନାହିଁ ତୃପ୍ତ,

    ମୋର ଖ୍ରୀଷ୍ଟାଭାବେ ସଦା ଶୋଚନା । ୩ ।

    ଆହା ସେହି କି ସୁଡ଼ୌଲ,          ଶାରୋଣ ଗୋଲାପ ଫୁଲ,

    ମୋର ଆଘ୍ରାଣରେ କେଡ଼େ ବାସନା । ୪ ।

    ତାଙ୍କ ପ୍ରସନ୍ନ ବଦନହରଇ ଦୁଃଖ କଷଣ,

    ମୋତେ ଧର୍ମ ଆତ୍ମା ଦାନେ ସାନ୍ତ୍ୱନା । ୫ ।

    ଯୀଶୁରେ ବନ୍ଧା ମୋ ପ୍ରାଣ,        ଯୀଶୁ ବିନା ନାହିଁ ତ୍ରାଣ,

    ମୋର ନାହିଁ ନାହିଁ ଅନ୍ୟେ କାମନା । ୬ ।

  • kaha paase mu saahose hai

    କାହା ପାଶେ ମୁଁ ସାହସେ ହେ

    ଯାଇପାରେ ଏ ଦୁର୍ଭାଗ୍ୟ କୁବେଶେ । ଘୋଷା ।

    ତାଳୁ ତଳିପା ଯାଏ ସର୍ବାଙ୍ଗେ    ଘା ବ୍ରଣ ପୂରିଛି ମୋ ଅଙ୍ଗେ,

    ମୁହିଁ ଘୃଣିତ ଅଟେ ତା ବାସେ । ୧ ।

    ଆଚ୍ଛାଦନ ନାହିଁ, ମୁଁ ଉଲଙ୍ଗ,       ରୂପ ମନ ମୋର ବିଭଙ୍ଗ,

    ଚଉଦିଗ ଘେରୁଛି ନିରାଶେ । ୨ ।

    ଧର୍ମ କର୍ମ ନାହିଁ, ମୁଁ ଅଜ୍ଞାନ,       ପାପେ ବହିଗଲା ମୋ ଦିନ,

    ଦହି ହେଉଅଛି ପାପ ତ୍ରାସେ । ୩ ।

    ପାପଶାପ ହର୍ତ୍ତା, ତ୍ରାଣକର୍ତ୍ତା      ହେ ଯୀଶୁ ଖ୍ରୀଷ୍ଟ, ତୁମ୍ଭ ବାର୍ତ୍ତା

    ଶୁଣି ଆସିଅଛି ତୁମ୍ଭ ପାଶେ । ୪ ।

    ସୂଚୀମାଳାକୁ ଫେରନ୍ତୁ