Blog

  • swargio sinhaasono ru nirgata nadi tire

    ସ୍ୱର୍ଗୀୟ ସିଂହାସନରୁ ନିର୍ଗତ ନଦୀ ତୀରେ 

    ରୁଣ୍ଡ ହେବା କି ସମସ୍ତେ ଏକତ୍ର ସେଠାବରେ ? । ଘୋଷା ।

     

    ହଁ, ମିଳିବା ସର୍ବ ଶେଷେ

    ଯୁବାମେଷ ସିଂହାସନ ପାଶେ, ସାଧୁମାନଙ୍କର ସହବାସେ,

    ସେ ରମ୍ୟ ନଦୀ ପାଶେ । 

     

    ତେଜସ୍ୱୀ ଦୂତ ସେଠାରେ ପାଦ ଅର୍ପଣ କରେ,

    ଜଳ ତାର ସୁନିର୍ମଳ ବହଇ ନିରନ୍ତର । ୨ ।

     

     ରୌପ୍ୟମୟ ଫେନପୁଞ୍ଜ ଏଡ଼ାଇ ନଦୀ ତୀରେ,

    ବୁଲିବା ଭଜିବା ଯାଇ ସିଂହାସନ କତିରେ । ୩ ।

    ତ୍ରାଣକର୍ତ୍ତାଙ୍କର ମୁଖ ନିତ୍ୟ ଅବଲୋକନେ,

    ଗାଇବେ ଅନନ୍ତ କାଳ ଆନନ୍ଦେ ସାଧୁମାନେ । ୪ । 

     

    ନୋହିବା ଯାଏ ପ୍ରବେଶ ସେ ନଦୀ ନିକଟରେ

    ହୋଇବା ସୁସ୍ଥିର ଚିତ୍ତ ଅଟଳ ଭରସାରେ । ୫ ।

  • jishu doyaa moyo sunno he ey binoyo

    ଯୀଶୁ ଦୟାମୟ, ଶୁଣ ଏ ବିନୟ,

    ଆମ୍ଭ ମଧ୍ୟେ ଉପସ୍ଥିତ ହୁଅ ଏ ସମୟ ଘୋଷା ।

    ଅନ୍ତରର ଅନ୍ଧକାର

    କୃପା କରି ଦୂର କର ହୃଦେ ଆମ୍ଭମାନଙ୍କର ହୋଇଣ ଉଦୟ । ୧ । 

     

    ଆସ ପ୍ରଭୁ ଏ ଆଳୟ,

    ଧ ର୍ମାତ୍ମା ଅଗ୍ନି ଜ୍ୱଳାଅ,

    ତବାଲୋକେ ଦୀପ୍ତିମୟ

    କର ଏ ସମୟ । ୨ ।

    ଆଶୀର୍ବାଦ କର ଆସି,

    ପାପ ଅବିଶ୍ୱାସ ନାଶି, ସୁସ୍ଥ କର ଦାସ ଦାସୀ

    ହୋଇଣ ସଦୟ । ୩ ।

    ସୂଚୀମାଳାକୁ ଫେରନ୍ତୁ

  • prathonaa ki bohumulya ote saadhu lokoro

    ପ୍ରାର୍ଥନା କି ବହୁମୂଲ୍ୟ ଅଟେ ସାଧୁ ଲୋକର !

    ନାହିଁ ଏହା ସମ କିଛି ତା ପ୍ରତି ହିତକର । ଘୋଷା ।

    ଏହାର ପ୍ରୟୋଜନ   ଜାଣଇ ଭକ୍ତଜନ,

    କଞ୍ôଚ ଅଟେ ଦୟାସନ ଆଶିଷ ଭଣ୍ଡାରର । ୧ ।

    ଦେହ ପୁଣି ଆତ୍ମାରେ ମଙ୍ଗଳ  ଲଭିବାରେ

    ଇଚ୍ଛା ଥିଲେ ପ୍ରାର୍ଥନାରେ ହୁଏ ସେ ଅଗ୍ରସର । ୨ ।

    ତହୁଁ ପାଏ ଆନନ୍ଦ    ସୁଖ ଶାନ୍ତି ସ୍ୱଚ୍ଛନ୍ଦ,

    ତା ପ୍ରତି କରୁଣା ବନ୍ଦ ନୁହଇ ପ୍ରଭୁଙ୍କର

    ତା ଆତ୍ମିକ ଜୀବନ    ଏଥି ହୁଏ ଚାଳନ,

    ଅଟେ ସେ ତା ପ୍ରିୟଧନ ବିଶ୍ୱାସ ତା ହୃଦର । ୪ ।

    ଅଦୃଶ୍ୟ ପ୍ରଭୁ ପ୍ରତି    ବଢ଼ାଏ ପ୍ରେମ ଭକ୍ତି,

    ନିକଟେ ଯେହ୍ନେ ଅଛନ୍ତି କରାଏ ତା ଗୋଚର । ୫ ।

    ଏତଦ୍ଦ୍ୱାରା ଦର୍ଶନ     ମିଳେ ପ୍ରଭୁ ବଦନ,

    ହୁଏ ଅଭାବ ଖଣ୍ଡନ, ଘୋର ଭୟ ଅନ୍ତର । ୬ ।

    ଧର୍ମାତ୍ମା ପାଇବାକୁ   ଧ ର୍ମରେ ବଢ଼ିବାକୁ

    ପ୍ରାର୍ଥନା ଦ୍ୱାରା ତାହାକୁ ମିଳଇ ଉପକାର । ୭ ।

    ନିରାଶ ଭାବେ ମନ ହୋଇଲେ ଅବସନ୍ନ

    ଆଶ୍ୱାସ ପାଏ ବହନ କରି ଖ୍ରୀଷ୍ଟେ ନିର୍ଭର । ୮ ।

    ସୂଚୀମାଳାକୁ ଫେରନ୍ତୁ

  • prabhu dekho he sayataano phaando paatichi

    ପ୍ରଭୁ ଦେଖ ହେ, ଶୟତାନ ଫାନ୍ଦ ପାତିଛି;

    ମୋ ମନ ଧର୍ମରୁ ବିଗାଡ଼ିବା ପାଇଁ ନିରତେ ଉପାୟ କରୁଛି । ଘୋଷା । 

     

    ବୁଝି ଦେଖ ମନ କେମନ୍ତ ଏ କୂଟ, ଶୟତାନ ଏହା ଭ୍ୟାଇଛି;

    ପଶିଣ କପଟେ ବସି ମନ ମଧ୍ୟେ ମନ୍ଦ ପଥେ ମନ ନେଉଛି । ୧ । 

     

    ମୋର ବଳ ନାହିଁ ଉଦ୍ଧାରିବା ପାଇଁ, ତୁମ୍ଭ ବଳ ପ୍ରଭୁ ମାଗୁଛି,

    କାଟି ମାୟାଜାଲ ଉଦ୍ଧାର ହେ କର, ଶୟତାନ ପ୍ରାଣ ନେଉଛି । ୨ ।

    ଧରି ରଖ ପ୍ରଭୁ ଶ୍ରୀ ପାଦପଦ୍ମରେ ମାଗୁଛି ମୁଁ ଏହା ମାଗୁଛି,

    ମୋର ପାପବଳ ହେବାରୁ ପ୍ରବଳ ତୁମ୍ଭରେ ଶରଣ ପଶୁଛି । ୩ ।

    କହେ ଦୀନହୀନ ମୋ ବିନତି ଘେନ, ଜଣାଣ ମୁଁ ଏହା କରୁଛି;

    ତୁମ୍ଭ କୃପାବଳେ କୃତାର୍ଥ ନ କଲେ ତୁମ୍ଭ ବିନୁ ଆଉ କେ ଅଛି ?

  • aaha ki staane soile jishu raajana

    ଆହା କି ସ୍ଥାନେ ଶୋଇଲେ ଯୀଶୁ ରାଜନ ହେ ! । ଘୋଷା । 

     

    ଯେହୁ ସ୍ୱର୍ଗ ଅଧିପତି ଅନନ୍ତ ଜୀବନ ହେ,

    ଉଦ୍ଧାର ହେଲା କବର ତାଙ୍କର କାରଣ ହେ । ୧ ।

     

    ମୁକୁଟ ଭୂଷିତ ତାଙ୍କ ଗୌରବ ମସ୍ତକ ହେ,

    ସ୍ୱର୍ଗୀୟ ସୁବର୍ଣ୍ଣ ଶେଯେ ଯେ କଲେ ଶୟନ ହେ । ୨ । 

     

    ଏବେ ଦେଖ ମାଟି ଶଯ୍ୟା କବର ଭିତର ହେ,

    ଶୋଇଛନ୍ତି ଦୀନହୀନ ଦରିଦ୍ର ସମାନ ହେ । ୩ ।

    ଧନ୍ୟ ସେ କବର, ଯୀଶୁ, ଧନ୍ୟ ତବ ନାମ ହେ,

    ତୁମ୍ଭେ ହେଲ ମୋ କାରଣ ଏଡ଼େ ଦୀନହୀନ ହେ ! । ୪ । 

     

    ଛାଡ଼ିଣ ଗୌରବ ଶଯ୍ୟା ସ୍ୱର୍ଗ ସିଂହାସନ ହେ 

    ମୋ ପାଇଁ କଲ ତୁମ୍ଭେ କବରେ ଶୟନ ହେ । ୫ ।

  • traano korta jishu su-sabdha laagila korne

    ତ୍ରାଣକର୍ତ୍ତା ଯୀଶୁ ସୁଶବ୍ଦ ଲାଗିଲା କର୍ଣ୍ଣେ ଆମୋଦ,

    ଜନ୍ମାଇଲା କି ଆହ୍ଲାଦ । ଘୋଷା । 

     

    ମୁହିଁ ପାପୀ ଜନ ଥିଲି ପାପ ଶୟତାନ ଫାଶେ ବନ୍ଧନ,

    ମୋର ବନ୍ଧନ କାଟିଣ କଲେ ମୋତେ ପରିତ୍ରାଣ,

    କ୍ଷମା କଲେ ଯେତେ ମୋର ଅସଂଖ୍ୟ ପାପାପରାଧ । ୧ ।

    ପୁଣି ଥିଲି ମୁହିଁ ଶୟତାନ ଦାସତ୍ୱରେ ଦାସ ଯେ ହୋଇ

    କରି ତାଙ୍କ ରକ୍ତପାତ ଦାସତ୍ୱରୁ କଲେ ମୁକ୍ତ,

    ଦେଇ ରକ୍ତ କଲେ କ୍ରୀତ, ହୋଇଲି ତାଙ୍କର ବାଧ୍ୟ । ୨ । 

     

    ôଲା ଅତିଶୟ ମୋ ଉପରେ ପାପ-ବୋଝ ଋଣର ଦାୟ,

    ବହିଲେ ମୋ ବୋଝ ପୃଷ୍ଠେ, କି ଉଶ୍ୱାସ କଲେ ମୋତେ ! 

    ମୋର ମହା ମହା ପାପ-ଋଣ କଲେ ପରିଶୋଧ । ୩ । 

     

    ମୁହିଁ ଅପବିତ୍ର ପାପଦାଗ କଳଙ୍କରେ ଥିଲି ଗ୍ରସିତ,

    ପାପ ନେଲେ, ପୁଣ୍ୟ ଦେଲେ କଳଙ୍କ ମାର୍ଜନା କଲେ;

    ପାପ ନରକରୁ ରକ୍ଷା ପାଇଲି ଧରି ଶ୍ରୀପାଦ । ୪ ।

     

     ମୁହିଁ ଅଭାଜନ ଥିଲି ଅତି ଦୀନହୀନ ମୃତ୍ୟୁ ଅଧୀନ,

    କରି ମୋତେ ମହା ପ୍ରେମ ତେଜିଲେ ନିଜ ଜୀବନ,

    ମୋର ପାପ ହେତୁ ତାଙ୍କୁ ଘଟିଲା ମୃତ୍ୟୁ ପ୍ରମାଦ । ୫ ।

  • hrudaya ratana jishu moro amulya moni

    ହୃଦୟ-ରତନ ଯୀଶୁ ମୋର ଅମୂଲ୍ୟ ମଣି,

    ସେହି ମୋର ଗଣ୍ଠିଧନ, ତ୍ରିଭୁବନ ଅଗ୍ରଣୀ । ଘୋଷା ।

    ସେ ଜୀବାତ୍ମା ବାଞ୍ଛିତ ସର୍ବ ଦ୍ରବ୍ୟ ସଞ୍ôଚତ           

    ସର୍ବ ସୁଖେ ସୁରଞ୍ଜିତ ସେ ଅପୂର୍ବ ବିପଣି   ା ୧ ।

    ତମୋମୟ ପାତକ   ହେଲେ ଶାନ୍ତି ଘାତକ,

    ସେହି ବିରାମ-ଦାୟକ            ପୁଣ୍ୟମୟ ଖମଣି    ା ୨ ।

    ଅସଂଖ୍ୟ ନରନାରୀ  ପାପ ନରକୁଁ ତାରୀ  

    ନାମ ବହି ତ୍ରାଣକାରୀ            କଲେ ମହା କରଣୀ  ା ୩ ।

    ପାପୀ ପାଇଁ ତାଙ୍କର ପ୍ରେମ ସୁଧା-ନିର୍ଝର 

    ଝରୁଅଛି ନିରନ୍ତର    ସେ ପୂର୍ଣ୍ଣ ନିର୍ଝରଣୀ  ା ୪ ।

    ମୋହମାୟା ସଂସାରେ          ପାପର ପାରାବାରେ

    ସର୍ବ ଭୟ ନାଶିବାରେ            ସେ ନିଶ୍ଚିଦ୍ର ତରଣୀ  ା ୫ ।

    ପଥ-ବିଭ୍ରାନ୍ତ ପରି    ହେଲେ ଦଶା ମୋହରି          

    ସେହି ନେବେ ହସ୍ତ ଧରି         ସ୍ୱର୍ଗପୁର ସରଣୀ     ା ୬

    ଯୀଶୁ ମୋ ଶିରୋମଣି,             ଯୀଶୁ ଜୀବ ରକ୍ଷଣି,

    ଯୀଶୁ ସ୍ୱର୍ଗ ଆକର୍ଷଣୀ,               ନିର୍ଭୟ ମୁଁ ଏକ୍ଷଣି     ା ୭ ।

    ତାଙ୍କର ପ୍ରାୟଶ୍ଚିତ୍ତେ  ମୋ ଭରସା ନିଶ୍ଚିତେ           

    ରଖି ମୁଁ ଆନନ୍ଦ ଚିତ୍ତେ            ତେଜିବି ଏ ଧରଣୀ

    ସୂଚୀମାଳାକୁ ଫେରନ୍ତୁ

  • jishunku sange rakhibi

    ଯୀଶୁଙ୍କୁ ସଙ୍ଗେ ରଖିବି, ହୃଦ-ପଦ୍ମ ତାଙ୍କୁ ଦେବି । ଘୋଷା ।

    ସେ ତ ଜୀବର ଜୀବ, ମୋର ସର୍ବ ସମ୍ପଦ,

    ଛାଡ଼ିଲେ ସେହି ପାଦ ବିପଦରେ ପଡ଼ିବି । ୧ ।

    ଏ ଜଗତେ ବିପଦ, ଚାରିଆଡ଼େ ଆପଦ,

    ନ ଧରିଲେ ସେ ପାଦ କେମନ୍ତେ ମୁଁ ବଞ୍ôଚବି । ୨ । 

     

    ସେ ମୋର ଜୀବନଧବ, ତାଙ୍କରେ କରି ଭାବ

    ହୋଇଣ ପାର ଭବ ସ୍ୱର୍ଗରେ ପହୁଞ୍ôଚବି । ୩ ।

    ସୂଚୀମାଳାକୁ ଫେରନ୍ତୁ

  • kara mono traano ratna jotono

    କର ମନ ତ୍ରାଣରତ୍ନ ଯତନ,

    ଖ୍ରୀଷ୍ଟ ପରମ ଧନ କି ମହା ମନୋରଞ୍ଜନ ! । ଘୋଷା ।

    ଖ୍ରୀଷ୍ଟରତ୍ନ ହୋଇଲେ ପ୍ରାପଣ   ଅନ୍ୟ ଧନେ ନାହିଁ ପ୍ରୟୋଜନ 

    ଲାଭ କର ଆରେ ମନ ଯତନେ କରି ସାଧନ । ୧ ।

    ସାଂସାରିକ ସମ୍ପତ୍ତି ଧନ ଅଟେ ମିଥ୍ୟା ଛାୟାର ପ୍ରମାଣ;

    ତହିଁ ନାହିଁ ମନ ତୃପ୍ତି, ସେହି ଅଟେ ସ୍ୱପ୍ନ ପ୍ରମାଣ । ୨ ।

    ଖ୍ରୀଷ୍ଟ-ନିଧି ଅକ୍ଷୟ ନିତ୍ୟ,          ତହିଁ ମନ ହୁଅଇ ତୃପ୍ତ;

    ବିଶ୍ୱାସରେ ହୁଏ ପ୍ରାପ୍ତ, ଧର ପ୍ରଭୁ ଯୀଶୁ ଚରଣ । ୩ ।

    ଖ୍ରୀଷ୍ଟ ରତ୍ନ ବିହୁନେ ମନ ଆଉ ନାହିଁ ମହା ପରିତ୍ରାଣ,

    ନ ପାସୋର ଆରେ ମନ, ସର୍ବଦା କର ଯତନ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • jishu he muhin atyanta durdosaa purno

    ଯୀଶୁ ହେ, ମୁହିଁ ଅତ୍ୟନ୍ତ ଦୁର୍ଦ୍ଦଶାପନ୍ନ, ହୁଅ ପ୍ରସନ୍ନ;

    ତୁମ୍ଭ ବିନା ନାହିଁ ମୋର ଆଶ୍ରୟ ଆନ । ଘୋଷା । 

     

    ମହା ଶତ୍ରୁ ଶୟତାନ ଗ୍ରାସିବାକୁ ମୋର ପ୍ରାଣ

    ଧାଉଁଛି ପଛରେ ମୋର କରି ଗର୍ଜ୍ଜନ । ୧ ।

    ପୁଣି ମୋ ଅଗଣ୍ୟ ପାପ ବ୍ୟବସ୍ଥା ଲଂଘନ 

    ଶାପ ପ୍ରତିହନ୍ତା ସମାନ ପଛେ ଧାବମାନ । ୨ ।

    ତୁମ୍ଭେ ହେ ଅଟ ମୋହର ଦୃଢ଼ ଆଶ୍ରୟ ନଗର,

    ତୁମ୍ଭ ନିକଟକୁ କରୁଛି ପଳାୟନ । ୩ ।

     

    କର ହେ ମୋତେ ରକ୍ଷଣ ଦେଇଣ ତୁମ୍ଭ ଶରଣ,

    ତୁମ୍ଭ ଭୁଜ ତଳେ ହେଉ ମୋ ଆବରଣ । ୪ ।

    ସୂଚୀମାଳାକୁ ଫେରନ୍ତୁ