Blog

  • biswa taapito poraano taarone traano bhaanu

    ବିଶ୍ୱ ତାପିତ ପରାଣ ତାରଣେ ତ୍ରାଣଭାନୁ ଭବେ ଉଇଁଲେଣି,

    ବେଥଲିହିମରେ ଦୂତ ସ୍ୱରେ ନରେ ଶୁଭାଗମ ଗୀତି ଗାଇଲେଣି । ଘୋଷା ।

    ଦୂତ ମୁଖୁ ଶୁଣି ଭକ୍ତ ମେଷପାଳେ,

    ଭେଟିଲେ ସର୍ବାଗ୍ରେ ଶ୍ରୀପଦ କମଳେ,

    ଦର୍ଶନାନ୍ତେ ପଥେ ଗାଇଲେ ମରତେ ସରଗ ସମ୍ପଦ ଅଇଲେଣି । ୧ । 

     

    ଉପହାରକର ପଣ୍ଡିତ ନିକର,

    ଶିଶୁ ଯୀଶୁ ପଦେ କରି ନମସ୍କାର,

    ଭଜନ ସ୍ମରଣେ ନାମ ସଂକୀର୍ତ୍ତନେ

    ମୋକ୍ଷ କରତାକୁ ପାଇଲେଣି । ୨ । 

     

    ଭବଭୟହାରୀ ତେଜି ସ୍ୱର୍ଗପୁରୀ,

    ନର ଦେହେ ଆଜି ବିଜେ ବସୁନ୍ଧରୀ,

    ନାହିଁ ପାପ ଭୟ ଗାଅ ସର୍ବେ ଜୟ

    ପାପ ଅମାନିଶି ପାହିଲାଣି । ୩ ।

    ସୂଚୀମାଳାକୁ ଫେରନ୍ତୁ

  • aaso mo bhaayi bhouni, prachi dishe dekho

    ଆସ ମୋ ଭଉଣୀ ଭାଇ, ପ୍ରାଚୀ ଦିଶେ ଦେଖ  ଚାହିଁ

    ନବ ରବି ଶୁଭେ ସମୁଦିତ,

    ପାପାନ୍ଧକାର ବିନାଶ ପାଇଁ ଭବେ ପରକାଶ

    ଗାଇବା ସେ ଜ୍ୟୋତିର ସ୍ୱାଗତ,

    ଦୁଇ ସହସ୍ର ବର୍ଷର   ସ୍ମୃତି ଜଗାଇ ଅନ୍ତର

    ପ୍ରେମୋଲ୍ଲାସେ ଭସାଏ ସଂସାର,

    ସ୍ୱର୍ଗରାଜ୍ୟ ସଂସ୍ଥାପିତ ହୋଇଥିଲା ଏହି ମର୍ତ୍ତ୍ୟ

    ଆଜି ସେହି ପବିତ୍ର ବାସର ।

    ôଲେ ଯେ ଅଛନ୍ତି ଥିବେ ଏ ଭବେ

    ଆସ ମୋର ଭାଇ ଭଉଣୀ ସର୍ବେ,

    ଭେଟିବା ସେ ପୂତ ପଦାରବିନ୍ଦେ

    ଆସ ଭାଇ  ଭଉଣୀଏ କରିବା ଦର୍ଶନ

    ଗୁହାଳ କୁଣ୍ଡରେ ବିଜେ ପତିତପାବନ । 

     

    ପରମ ସୌଭାଗ୍ୟବତୀ ଗର୍ଭଧାରୀ ମେରୀ,

    ବାତ୍ସଲ୍ୟ ପ୍ରେମେ ବିମୁଗ୍ଧା ଈଶ-ସୂତ-ଧାରୀ,

    ପାପ ନେତ୍ରେ ଦେଖ  ଭାଇ ବଇକୁଣ୍ଠ ଧାମ,

    ଦିବ୍ୟାଲୋକେ ଆଲୋକିତ ଏ ବେଥଲିହିମ ।

    ଅମା ଅନ୍ଧକାର ଦୂରେ ଯାଇଛି ପଳାଇ,

    ନବୀନ ତପନ କରେ ସମୁଜ୍ଜ୍ୱଳ ମହୀ ।

    ଦୂତଗଣେ ଗାଇଲେଣି ସେ ସୁସମାଚାର,

    କେଡ଼େ ଭାଗ୍ୟବାନ ମେଷ ପାଳକ ନିକର ।

    ଧନ୍ୟ ସେହି ପଣ୍ଡିତଙ୍କ ଜୀବନ

    ପୂଜା କରି ଭେଟି କଲେ ପ୍ରଦାନ,

    ଧନ୍ୟ ସେହି ପଣ୍ଡିତଙ୍କ ଜୀବନ,

    ଚର୍ମ ଚକ୍ଷୁରେ କରିଲେ ଦର୍ଶନ,

    ଧନ୍ୟ ସେହି ପଣ୍ଡିତଙ୍କ ଜୀବନ,

    ଧନ୍ୟ ଧନ୍ୟ ବେଥଲିହିମ

    ପୃଥିବୀରେ ଅଟୁ ସର୍ବାଗ୍ରଗଣ୍ୟ,

    ଧନ୍ୟ ଧନ୍ୟ ବେଥଲିହିମ ତୋ କୋଳେ ବିଜୟେ ଆରତତ୍ରାଣ,

    ମର୍ତ୍ତ୍ୟଲୋକେ ତୁହି ସରଗଧାମ । 

     

    ତେଜି ଲାଜ ଭୟ ଗାଅ ଆଜି ଜୟ ନବ ଜନ୍ମ ଦିବସର,

    ଜୟ ଯୀଶୁ ଖ୍ରୀଷ୍ଟ, ସର୍ବଶ୍ରେଷ୍ଠ ଇଷ୍ଟ ନରଦେହୀ ଅବତାର ।

    ନିର୍ମଳ ଅନ୍ତରେ ଆସ ହେ ସୋଦରେ ପୂଜିବା ସେ ପଦ୍ମପାଦ,

    ଭକତି-ସୁମନ କରିବା ଅର୍ପଣ ତେଜି ବାଦ ବିସମ୍ବାଦ ।

    ସୂଚୀମାଳାକୁ ଫେରନ୍ତୁ

  • nishi ghunchi ghunchi jaauchi

    ନିଶି ଘୁଞ୍ôଚ ଘୁଞ୍ôଚ ଯାଉଛି,

    ଉତ୍କଳ ଆକାଶେ ଖ୍ରୀଷ୍ଟ ଦିନମଣି ଗଉରବେ ଉଇଁ ଆସୁଛିଘୋଷା ।

    ତୁଟି ତୁଟି ଯାଏ ଅନ୍ଧକାର ମୋହ,              ହସି ହସି ଉଠେ ପ୍ରକୃତି ନିବହ

    ନୂଆ ଜନମର ଜୀବନ ପ୍ରବାହ   ପ୍ରାଙ୍ଗଣେ ପ୍ରାଙ୍ଗଣେ ଖେଳୁଛି । ୧ ।

    କ୍ରୁଶ କାଲଭେରୀ ମୁକୁଟ କଣ୍ଟାର,               ପକ୍ଷୀକଳତାନ ଭ୍ରମର ଝଙ୍କାର,

    ପ୍ରେମମୟଙ୍କର ଅନନ୍ତ ପ୍ରେମର ଗଉରବ ଗୀତି ଗାଉଛି । ୨ ।

    କ୍ଷୁଦ୍ର ନାଜରିତ କଣ୍ଟା ମୁକୁଟିଆ   ବିଶ୍ୱର ଦୁଆରେ କ୍ରୁଶ କାନ୍ଧେ ଠିଆ,

    ପରିପୂର୍ଣ୍ଣ ପ୍ରେମ ମୁକତି ତାଟିଆ ଦୁଆରେ ଦୁଆରେ ଯାଚୁଛି । ୩ ।

    ପାପୀ ତାପୀ ଦୀନ ଆତୁର ଅନାଥ          ପୂଣ୍ୟମୟ କର ପରଶେ କୃତାର୍ଥ,

    ଆସ ଯହିଁ ଯେତେ ଅଛ ପରିଶ୍ରାନ୍ତ          ଅନନ୍ତ ବିଶ୍ରାମ ମିଳୁଛି । ୪ ।

    ଆଣିଛି ଆଲୋକ ନୂଆ ଜାଗରଣ,              ଜାଗରେ ନିଦ୍ରିତ ଉତ୍କଳ ସନ୍ତାନ,

    ଥିବ କେତେ ଦିନ ମୋହ ନିଗମନ ! ଶୁଭ ଶଙ୍ଖ ଦେଶେ ବାଜୁଛି । ୫ ।

  • aasho he gaayibaa milli aanando sangito

    ଆସ ହେ ଗାଇବା ମିଳି ଆନନ୍ଦ ସଙ୍ଗୀତ

    ଜୟ ଯୁବାମେଷ ରବେ ପୂରାଇ ଜଗତ; ସେହି ନାମ ସୁଧା

    ଆନନ୍ଦେ ମାତି ପାଇବା ଯୀଶୁ ନାମ ସୁଧା । ୧ । 

     

    ମୁଞ୍ଜରିବ ଶୁଷ୍କତରୁ, ବ୍ରତତୀ ଲୋଟିବ,

    ଆନନ୍ଦ-ଉପବନରେ କୁସୁମ ଫୁଟିବ; ସେହି ନାମ ସୁଧା

    ଆନନ୍ଦେ ମାତି ପିଇବା ଯୀଶୁ ନାମ ସୁଧା । ୨ । 

     

    ଲଭିବ ନବ ଜୀବନ ଏ ମୃତ ଶରୀରେ

    ପୁଲକେ ଭାସିବ ଧରା ଆନନ୍ଦ ସଲିଳେ; ସେହି ନାମ ସୁଧା

    ଆନନ୍ଦେ ମାତି ପିଇବା ଯୀଶୁ ନାମ ସୁଧା । ୩ ।

  • mohaa prabhu, moha-premo bhobe prokaashilo

    ମହାପ୍ରଭୁ, ମହାପ୍ରେମ ଭବେ ପ୍ରକାଶିଲ;

    ଆସି ବିଶ୍ୱ ପ୍ରେମ ସେବାଧର୍ମ ଜଗତେ ଥାପିଲ । ଘୋଷା ।

    ତୁମ ପ୍ରେମ ସୂତ୍ରେ; ଯୀଶୁ ହେ ମୋର ପ୍ରିୟ ଯୀଶୁ,

    ତୁମ ପ୍ରେମ ସୂତ୍ରେ ନର ମାତ୍ରେ ସ୍ନେହରେ ଗୁନ୍ଥିଲ । ୧ ।

    ଅମା ଅନ୍ଧକାରେ; ଯୀଶୁ ହେ ମୋର ପ୍ରିୟ ଯୀଶୁ,

    ଅମା ଅନ୍ଧକାରେ ହୃଦୟରେ ଜ୍ୟୋତି ପ୍ରକାଶିଲ । ୨ ।

    ତୁମ ପ୍ରେମ ଗୁଣେ; ଯୀଶୁ ହେ ମୋର ପ୍ରିୟ ଯୀଶୁ,

    ତୁମ ପ୍ରେମ ଗୁଣେ ମୃତ ଜନେ ଜୀବନ ବିହିଲ । ୩ ।

    ତୁମେ ପ୍ରେମଭରେ; ଯୀଶୁ ହେ ମୋର ପ୍ରିୟ ଯୀଶୁ,

    ତୁମେ ପ୍ରେମ ଭରେ କ୍ରୁଶୋପରେ ଅଧମେ ତାରିଲ

    ସୂଚୀମାଳାକୁ ଫେରନ୍ତୁ

     
  • mote jishu naamo bhala laage re

    ( ସ୍ୱର : ରସନା ତୁ ଆନେ ରସନା ରେ ) 

    ମୋତେ ଯୀଶୁ ନାମ ଭଲ ଲାଗେରେ,

    ନାମେ ସୁବିମଳ ପ୍ରେମ ଢଳଢଳ ମୂରତି ଅନ୍ତରେ ଜାଗେରେ । ଘୋଷା ।

    ଯୀଶୁ ନାମଟି ତ ପ୍ରେମ ସୁନ୍ଦର, ପ୍ରେମ ଅଙ୍କୁରର ଆଦ୍ୟ ପତର

    ପ୍ରେମ ଦ୍ରାକ୍ଷାଲତା ଫଳେ ଆନମିତା ହୃଦକୁଞ୍ଜ ପୁରୋଭାଗେରେ । ୧ ।

    ବିଶ୍ୱ ଜନ ମନ ମୋହ ମନ୍ତର, ମହା ପାତକୀ ଶରଣ ପଞ୍ଜର,

    କ୍ରୁଶ କାଲଭେରୀ ମହିମା ଗାଉଛି ଅନନ୍ତ ପ୍ରେମ ପ୍ରସଙ୍ଗରେ । ୨ ।

    ଦୁଃଖ ଦାବାନଳ ହୃଦ-କାନନ   ନିଦାରୁଣ ପଣେ କଲ ଦହନ 

    ଶମଇଁ ଇଷିତେ ଯୀଶୁ ନାମାମୃତେ ନିରମଳ ପ୍ରେମାବେଗେରେ । ୩ ।

    ଯୀଶୁ ବିମଳ ପ୍ରେମର ସାଗର  କଳି ପାରିବ କେ କେଡ଼େ ଗଭୀର,

    ମଜ୍ଜି ହଜିଯାଏଁ, ଖୋଜିଲେ ନ ପାଏ ସତ୍ତା ମୋର ଅନୁରାଗେରେ । ୪ ।

  • (prabhu) deeya dekhaa baare mote

    (ପ୍ରଭୁ) ଦିଅ ଦେଖା ମୋତେ ବାରେ,

    ବଡ଼ ଆଶା ବାନ୍ଧି ପ୍ରାଣେ ଆସିଛି ମୁଁ ତୁମ ଦ୍ୱାରେ । ଘୋଷା ।

    ଅରୁପାନନ୍ଦ ସୁନ୍ଦର   ଅନୁପମ କଳେବର

    ଆଙ୍କି ଏ ହୃଦରେ ମୋର ପୂଜୁଥିବି ପ୍ରେମ-ଫୁଲେ । ୧ ।

    ଜ୍ୟୋତିପୁଞ୍ଜ ରୂପରାଶି ହୃଦୟ-କନ୍ଦରେ ପଶି

    ଜୀବନର ଅମାନିଶି ନାଶି ଶୋଭୁ କାଳେ କାଳେ । ୨ ।

    କାମନା-ମୋହ ମାଦକ ପାପଜ ଅଳୀକ ସୁଖ 

    ଦେଖି ଶ୍ରୀମୁଖ ମୟୁଖ ନିବର୍ତ୍ତିବ ଅବହେଳେ । ୩ ।

    ଦାସେ ଦେଇ ଦରଶନ           କିଣି ରଖ ଏ ଜୀବନ,

    ସଫଳ ହେଉ ଜନମ ତୁମ ମହାକୃପା ବଳେ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • aaso, khristo bhakto gono

    ଆସ, ଖ୍ରୀଷ୍ଟ ଭକ୍ତଗଣ ଯୀଶୁ ଗୁଣ ଗାଇବା,

    ଓଡ଼ିଶା ମଙ୍ଗଳ ପାଇଁ ପ୍ରାଣପଣ କରିବା । ଘୋଷା ।

    ପାସୋରି ଭୋଗ ବାସନା, ସଂସାରର ସୁଖ ନାନା

    ଉଠାଇ ଯୀଶୁଙ୍କ ବାନା, ପ୍ରାଣେ ପ୍ରାଣେ ମିଳିବା । ୧ ।

     

    ଓଡ଼ିଶାର ସମ୍ମିଳନ    କର ପ୍ରଭୁ ପ୍ରେମେ ପୂର୍ଣ୍ଣ 

    ପ୍ରେମ-ସୁଧା କରି ପାନ ଆନନ୍ଦରେ ଭାସିବା । ୨ ।

  • saajo khristo bhakto gana taba hrudo sadana

    ସାଜ ଖ୍ରୀଷ୍ଟ ଭକ୍ତଗଣ ତବ ହୃଦ-ସଦନ,

    ଖ୍ରୀଷ୍ଟ ଅମୂଲ୍ୟ ରତନ,               ଦିଅ ତାଙ୍କୁ ହୃଦେ ସ୍ଥାନ । ଘୋଷା ।

    ଅନନ୍ତ ଈଶ୍ୱର ପିତା  ଗୃହେ ଖ୍ରୀଷ୍ଟ ଜ୍ୟେଷ୍ଠଭ୍ରାତା

    ଅଛନ୍ତି ତ୍ରାଣକରତାକରନ୍ତି ପାପ ମୋଚନ            । ୧ ।

    ବ୍ରତ କର ଭକ୍ତଗଣ   ସନ୍ଧ୍ୟା ପ୍ରଭାତେ ଜଣାଣ,

    ହିତବାକ୍ୟ କର ଧ୍ୟାନ,                ଦୂରେ ଯିବ ଶୟତାନ । ୨ ।

    ହାସ୍ୟେ ଭାସି ସୁବଚନ           ତୁଷ୍ଟ କର ସର୍ବ ମନ,

    ପର ହିତେ ଦିଅ ମନ,               ପାଇବ ଦକ୍ଷିଣେ ସ୍ଥାନ  । ୩ ।

    ମନେ ହିଂସା ଅହଙ୍କାର          ନ ଥାଏ ଚିନ୍ତା ଅସାର,

    ସ୍ନେହ ଥାଏ ପରସ୍ପର ସେ ଗୃହ ସ୍ୱର୍ଗ ସମାନ           । ୪ ।

    ସୂଚୀମାଳାକୁ ଫେରନ୍ତୁ

  • kari jodo kara kholi hrudo dwaro

    କରି ଯୋଡ଼ କର ଖୋଲି ହୃଦ ଦ୍ୱାର ବସିଅଛି ପରା ତୁମରି ଆଶେ,

    କାହିଁ ଅଛ ସଖା ? କେବେ ଦେବ ଦେଖା ?

    କେବେ ହେବ ଉଭା ହୃଦ ଆବାସେ ? ଘୋଷା

    ଆଘାତ କରି ମୋ ହୃଦୟ ଦୁଆରେ ଡାକିଅଛ କେତେ ମୃଦୁ ମଧୁ ସ୍ୱରେ;

    ସେ ପ୍ରାଣ ପିପାସା, ସେ ଆଦର ଭାଷା

    ନ ପଶିଲା ମୋର ମୁଗ୍ଧ ମାନସେ । ୧ । 

     

    ଗୋପନେ ଗୋପନେ ନିଅ ସମାଚାର,

    କେତେ ଯେ ଭାବନା ଭାବ ହେ ମୋହର ତବ ପ୍ରେମ ରୀତି ସୁକୋମଳ ଅତି

    ପାଇବି କି ଏହା ଆଉ କା ପାଶେ ? । 

     

    ଭୁଲିଛି ଯେ ଥରେ ତବ ପ୍ରଲୋଭନେ ବିରତ କି ହେବ ତବ ଅନ୍ୱେଷଣେ ?

    ତୁମରି ବିରହ ବାଜେ ଅହରହ ମରମେ ମରମେ ପ୍ରତି ନିମିଷେ । ୩ । 

     

    ଖୋଲି ଦେଇଛି ମୁଁ ହୃଦୟ ଦୁଆର ଦେଖା ଦେବ ବୋଲି 

    ହେ ରୂପସାଗର ବାହାର ଭିତର କରି ଭରପୂର

    ଅପରୂପ ରୂପେ ରାଜ ମୋ ପାଶେ । ୪ ।

    ସୂଚୀମାଳାକୁ ଫେରନ୍ତୁ