ଅନାଅ ଥରେ କୁଶ ଉପରେ ଝୁଲୁଛି ତାଙ୍କ ଶରୀର
ମୁକତି ଘେନ ଯାଉଛି ଝରି ତାଙ୍କ ରୁଧୁର (ଘୋଷା)
ହେଲେ ସେ ଦୁଃଖୀ ଆମରି ପାଇଁ ତେଜିଲେ ସରଗ
ମରଣେ ତାଙ୍କ ଖୋଲିଲେ ପଥ ଅମର ପ୍ରେମର … |୧|
ଆସରେ ଆସ ପାପୀ ମାନବ ଯୀଶୁଙ୍କ ଚରଣେ
ହୋଇବ ସୁଚି ଗାଇବା ସ୍ତୁତି ତାଙ୍କରି ନାମରେ …. |୨|
ଅନାଅ ଥରେ କୁଶ ଉପରେ ଝୁଲୁଛି ତାଙ୍କ ଶରୀର
ମୁକତି ଘେନ ଯାଉଛି ଝରି ତାଙ୍କ ରୁଧୁର (ଘୋଷା)
ହେଲେ ସେ ଦୁଃଖୀ ଆମରି ପାଇଁ ତେଜିଲେ ସରଗ
ମରଣେ ତାଙ୍କ ଖୋଲିଲେ ପଥ ଅମର ପ୍ରେମର … |୧|
ଆସରେ ଆସ ପାପୀ ମାନବ ଯୀଶୁଙ୍କ ଚରଣେ
ହୋଇବ ସୁଚି ଗାଇବା ସ୍ତୁତି ତାଙ୍କରି ନାମରେ …. |୨|
ଅତୁଳନୀୟ ପ୍ରେମ ଯୀଶୁ ଦେଖାଇଲ କୁଶ ଉପରେ
ଧନ୍ୟ ଯୀଶୁ ତବ ନାମ ଏ ପୃଥିବୀରେ (୨ଥର) … |୦|
ଦେଖାଇଲ ପ୍ରଭୁ ମୁକତିର ପଥ
କାଲବରୀ ଚୂଳେ ହୋଇଲା ହତ
ଝରିଗଲା ପ୍ରଭୁ ଝର ଝର ହୋଇ
ତୁମ ତପିତ ରୁଧୁର ଧାର,
ଆହାର ଦେଲ ପ୍ରଭୁ ଗୋ ଏ ଜୀବନରେ (୨ଥର)
ଧନ୍ୟ ଯୀଶୁ ତବ ନାମ ଏ ପୃଥିବୀରେ …. |୧|
ତ୍ୟାଗକଲ ପ୍ରାଣ ହେ ବିଶ୍ଵନାଥ
ଜଗତେ ଖୋଲିଦେଲ ମୁକତିର ପଥ
ମୃତ୍ୟୁ ନାହୁଡ଼ ଭାଙ୍ଗି ଦେଇ ପ୍ରଭୁ
ହୋଇଥୁଲ ତୁମେ ପୁନରଥିତ,
ସ୍ଵର୍ଗଦ୍ଵାର ଖୋଲିଲ ପ୍ରଭୁ ଅନୁଗ୍ରହରେ (୨ଥର)
ଧନ୍ୟ ଯୀଶୁ ତବ ନାମ ଏ ପୃଥିବୀରେ … |୨|
କେତେଭଲ ମୋର ପ୍ରଭୂ (ଯୀଶୁହେ)
କେତେ ଭଲ ମୋର ପ୍ରଭୁ … |୦|
ତୁମେ ମୋ ମେଷପାଳକ (ଯୀଶୁହେ)
ତୁମେ ମୋ ମେଷପାଳକ … |୧|
ତୁମେ ମୋ ବିଶ୍ୱାସ ଭୂମି (ଯୀଶୁହେ)
ତୁମେ ମୋର ବିଶ୍ବାସ ଭୂମି … |୨|
ତୁମେ ମୋର ବିଶ୍ୱାସ ବାୟୁ (ଯୀଶୁହେ)
ତୁମେ ମୋର ବିଶ୍ବାସ ବାୟୁ .. |୩|
ତୁମେ ମୋ ଜୀବନ୍ତ ଜଳ ( ଯୀଶୁହେ)
ତୁମେ ମୋ ଜୀବନ୍ତ ଜଳ… |୪|
ତୁମେ ମୋର ସବୁରେ ସବୁ (ଯୀଶୁହେ)
ତୁମେ ମୋର ସବୁରେ ସବୁ… |୫|
ଆମେ ରକ୍ତେ କ୍ରୀତ, ତାଙ୍କ ରକ୍ତେ ଧୌତ
ଯୀଶୁଙ୍କ ଅମୁଲ୍ୟ ରକ୍ତରେ,
ଆମେ ସବୁ ଏକ ସାଧୁଙ୍କ ସହିତ
ଯୀଶୁଙ୍କ ଅମୀୟ ପ୍ରେମରେ,
ଆମେ ସବୁ ମେଷ ଗୋଟିଏ ପଲର
ଏକ ହିଁ ବିଶ୍ବାସ, ଏକ ପରିବାର
ଯୀଶୁ ହିଁ ପାଳକ ଆମର
ହାଲୁଲୁୟା … ହାଲିଲୁୟା … ହାଲୁୟା … ହାଲିଲୁୟା
ଯୀଶୁ ହିଁ ପାଳକ ଆମର … ୨ଥର (ଘୋଷା)
ଏକ ଶରୀରେ ଆମେ ସଂଯୁକ୍ତ
ଖ୍ରୀଷ୍ଟ ପ୍ରଭୁ ଆମ ମସ୍ତକ,
ସ୍ଵର୍ଗ ଆମ ଚିର ଦିବ୍ୟ ଧାମ … (୨ ଥର)
ଆମେରେ ସଭିଏଁ ମନୋନୀତ
ଆମେ ନିମନ୍ତ୍ରିତ
… ଆମେ ସବୁ ମେଷ … |୧|
ଧାମିକତା ଆମ ବସନ
ସତ୍ୟ ଆମ କଟି ବନ୍ଧନ
ଭାତୃପ୍ରେମ ଅଟେ ଚିହ୍ନ ଆମ
ସେବାହିଁ ଜୀବନେ ମୁଁ ମହତ
ସେବା ଆମ ବ୍ରତ … ଆମେ ସବୁ ମେଷ…. |୨|
କନ୍ୟାରୂପେ ଆମେ ଆହୁତ
ଆତ୍ମ ଗୁଣେ ହୁଅ ଶୋଭିତ
ଶୁଭେ ତାଙ୍କ ଗୀତି ଆଗମନ
ହୁଅହେ ସକଳେ ଫୁଲକିତ
ହୁଅ ହେ ପ୍ରସ୍ତୁତ…. ଆମେ ସବୁ ମେଷ … |୩|
ଅନନ୍ତ ଜୀବନ ରହିଛି ଯୀଶୁଙ୍କ କୁଶ ପଥେ
ଚାଲିଯିବା ସେ ପଛେ ଚାଲିବା (ଘୋଷା)
ଦୁଃଖ ଅଛି କୁଶ ପଥରେ ନୁହେଁ ତା ଚିରଦିନ (୨ଥର)
ସରିଯିବ ସେହି କ୍ରନ୍ଦନ ହେବା ମହୀୟାନ ( ୨ ଥର)
ଆସ ଯିବା ସାନ୍ବନା ଲଭିବା .. |୧|
ଝରୁଅଛି ମଧୁ ସଂଗୀତ ଚିରଶାନ୍ତି ପ୍ରାଣ ନେଇ ( ୨ ଥର)
ଚିର ଜ୍ୟୋତଃ ଭରା ସିୟୋନ ଅଛି ପଥ ଚାହିଁ ( ୨ ଥର)
ଚାଲ ଯିବା ସେ ଲକ୍ଷ୍ୟ ପାଇଁ … |୨|
ତୁମରି ପବିତ୍ର ମୁରତିରେ ଗଢ଼ିଥିଲ ମୋତେ ଧରଣୀରେ
ହରାଇ ବସିଲି ସ୍ୱେଚ୍ଛାଚାରେପ୍ରିୟ ଯୀଶୁ ମୋ ଲାଗି କୁଶପରେ … (ଘୋଷା)
ସଂସାର ପଥ କଣ୍ଟକ ସିନା
ଚଉଦିଗେ ଦିଶେ ଘୋର କାଳିମା
ନାହିଁ ଭରସା ତୁମରି ବିନା
ପ୍ରିୟ ଯୀଶୁ ମୁଁ ଯେ ରୁରେ କିଣା … |୧|
ସ୍ଵାଧୂନତା ମମ ତମ ପଦେ
ସମରପେ ପ୍ରଭୁ ଭକ୍ତି ଚିରେ
ମୋର ବୋଲି ଆଉ ନାହିଁ ଭବେ
ପ୍ରିୟ ଯୀଶୁ ଜଳାଅ ତୁମ ଇଙ୍ଗିତେ … |୨|
ତୁମ ଇଙ୍ଗିତେ ଯୀଶୁ ତୁମ ଇଙ୍ଗିତେ
ପ୍ରିୟ ଯୀଶୁ ଚଳାଅ ତୁମ ଇଙ୍ଗିରେ
ତୁମ ନାମେ ଆମେ କେତେ ଜଣ
ଏକତ୍ରିତ ଆହେ ଦୟାବାନ … |୩|
ହୋଇଅଛୁ ଏବେ ବିଦ୍ୟମାନ
ପ୍ରିୟ ଯୀଶୁ କରଗୋ ପରଶ ଦାନ
(ପ୍ରିୟ ଯୀଶୁ କରଗୋ ଆତ୍ମାଙ୍କ ଦାନ)
ପରଶ ଦାନ ଯୀଶୁ ପରଶ ଦାନ
ପ୍ରିୟ ଯୀଶୁ କରଗୋ ପରଶ ଦାନ … |୪|
(ସ୍ଵର-ତୁମି ନିଶିଭରେ ଏଷ ଯୀଶୁ)
ଆହେ ପବିତ୍ରଆତ୍ମା ଇଶ୍ବର ରସନାରେ
ରାଜ ରସନାରେ ତବ ଏ ମନ୍ଦିରେ (ଘୋଷା)
ବସିଅଛୁ ତବ ପୟରେ,
ଭକ୍ତି ପ୍ରୀତି ଶୂନ୍ୟ ଅନ୍ତରେ, ୨ ଥର (ଆମେ)
କର ଅପୃଷ୍ଠାନ ନାଶି ପାପତମ,
କଳି ଉଠୁ ହୃଦୟ ଭକ୍ତି ଭରେ … |୧|
ତୁମେ ଜ୍ୟୋତି ତୁମେ ଶକତି,
ତୁମେ ମୁକ୍ତି ତୁମେ ଜୀବନ, ୨ଥର (ପ୍ରଭୁ)
ଜାଳ ପ୍ରେମାନଳ ଉଠୁ ଭକତି ରୋଳ,
ପ୍ରତି ଅନ୍ତରେ ଶାନ୍ତି ଆନନ୍ଦରେ… |୨|
ଭକ୍ତି ପ୍ରୀତି ଅମିୟ ଜଳେ,
ଦିଅ ଭରି ସର୍ବ ଅନ୍ତରେ, ୨ ଥର (ପ୍ରଭୁ)
ସ୍ତୁତି ପ୍ରଶଂସାରେ, ପୂଜା ବନ୍ଦନାରେ,
ଯାଉ ଜୀବନ ମଜି ତବ ନାମରେ … |୩|
ଦୀନବନ୍ଧୁ ମୋରେ ଚାହିଁ କଟାକ୍ଷରେ,
ଦୁଃଖ ମୋହରି ନେଇ ସୁଖ ଦିଅ ବାରେ (ଘୋଷା)
ଶାନ୍ତି ମୋ ଅନ୍ତରେ ଦିଅ ନିରନ୍ତରେ
ପୂର୍ଣ୍ଣ କର ମନ ପ୍ରେମ ଆନନ୍ଦରେ … |୧|
ପଡ଼ିଛି ସଂସାରେ ଘୋର ବିପଦରେ
ତୁମ୍ଭ ବିନୁ ରକ୍ଷା ନାହିଁ କାହାଠାରେ .. |୨|
ତୁମେ କୃପା ସିନ୍ଧୁ ଦୀନ ପାପୀର ବନ୍ଧୁ
ଢ଼ାଳ କୃପା ବିନ୍ଧୁ ମୋ ମରୁ ଜୀବନରେ … |୩|
ସଦା ସଙ୍ଗେ ଥାଅ ସ୍ବପୁରକୁ ନିଆ
ମାଗୁଛି ଏ ବର ଯୀଶୁଙ୍କ ନାମରେ … |୪|
ମୋର ଜୀବନ ସମ୍ପତ୍ତି ଜ୍ଞାନଞ୍ଜନ ଜଗଜ୍ୟୋତି
ଧନ୍ୟ ଧନ୍ୟ ଯୀଶୁ ନିଖିଳ ପତି …. |୧|
ମୋର ମୁକତି ପସରା ପ୍ରାଣପତି ଚିଉଚରା
ଧନ୍ୟ ଧନ୍ୟ ଯୀଶୁ ସନ୍ତାପ ହରା … |୧|
ମୋର ପରମ ରକ୍ଷକ ପଥ ସତ୍ୟତା ଚାଳକ
ଧନ୍ୟ ଧନ୍ୟ ଯୀଶୁ ଦୁଃଖ ହାରକ … |୨|
ମୋର ମଙ୍ଗଳ ଦାୟକ ମହିମାମୟ ତାରକ
ଧନ୍ୟ ଧନ୍ୟ ଯୀଶୁ ପାପ ବାହକ … |୩|
ମୋର ମସ୍ତକ ଭୂଷଣ ମୁକୁଟ ମଣି ରତନ
ଧନ୍ୟ ଧନ୍ୟ ଯୀଶୁ ମୋର ଜୀବନ … |୪|
ଆହେ ପ୍ରିୟବନ୍ଧୁ
ପାରିକର ମୋତେ ଭବସିନ୍ଧୁ (ଘୋଷା)
ମୋର ପାଇଁ ସ୍ଵର୍ଗ ତିଆଗିଲ ନରଦେହେ ମର୍ଭେ ଜନମିଲ
ମୋର ପାପେ ବଳି କୁଶେ ହେଲ ଝୁଲି
ତାରିବାକୁ ମୋତେ ପାପ ଫାନ୍ଦୁ .. |୧|
ତବ ବିନା ତରୀ ନାହି ମୋର ତରିବାକୁ ପାପ ପାରାବାର
ତମେ ତ ସରେ ଏକମାତ୍ର ତରୀ ପତିତପାବନ ପାପୀ ବନ୍ଧୁ … |୨|
ଖାଅ ନାହିଁ କେହି ଗତିପଥେ ବସିଛି ମୁଁ ଚାହିଁ ଭିକ୍ଷା ଘାଟେ
ଆହେ ତ୍ରାଣତରୀ ଶୀଘ୍ର କର ପାରି
ଶୁଭେ କ୍ଷରଇ ମୋ ନେତ୍ର ବିନ୍ଦୁ …. |୩|