mote khoji khoji jishu ayile

ମୋତେ ଖୋଜି ଖୋଜି ଯୀଶୁ ଅଇଲେ
ମୋ ଛାର ପାଇଁକି ସରଗ ତିଆଗି
ଅଶେଷ ଯାତନା ସହିଲେ (ଘୋଷା)

ହଜିଥିଲି ମୁଁ ଯେ ଜଗତ ପ୍ରପଞ୍ଚ
ଖୋଜି ଖୋଜି ଶେଷେ ପାଇଲେ
ଆହାକି ଆଦିରେ ପରମାନନ୍ଦରେ
ଧୂଳି ଝାଡ଼ି କୋଳେ ଧଇଲେ … |୧|

ଜୀବନ ଦେବତା ଅତି ମଳିନତା
ଦେଖୁ ମନେ ବ୍ୟଥା ପାଇଲେ
ନିଗାଡ଼ି ନିଜର ହୃଦୟ ରୁର
ନିଜ ଅନୁରୂପେ ଧୋଇଲେ … |୨|

ମୋର ଦୁଃଖ ଚିନ୍ତା ଦୋଷ ଦୁର୍ବଳତା
ଆପଣେ ଶ୍ରୀଅଙ୍ଗେ ବହିଲେ
ମରଣ ଦାରୁଣ ପଣରେ ନବୀନ
ଜୀବନର ମାର୍ଗ ନିହିଲେ … |୩|

ମରଣର ଭୀତି କୁଶ ଯନ୍ତେ ଇତି
କରି ମହାମୁକ୍ତି ବିହିଲେ
ସରଗ କାହାଣୀ ମୋ ପାଖେ ବଖାଣି
ପ୍ରେମରେ ପରାଣ ମୋହିଲେ … |୪|

ସଫଳ ଜୀବନ ଯୀଶୁ ଶ୍ରୀଚରଣ
ପରିଚାରପଣ ପାଇଲେ
ବୃଥା ଏ ଜନମ ପୂଜା ଅନୁଷ୍ଠାନ
ମହାପ୍ରଭୁ କୃପା ନୋହିଲେ … |୫|

ସୂଚୀମାଳାକୁ ଫେରନ୍ତୁ

Comments

  1. Bipul Kanti Patro Avatar
    Bipul Kanti Patro

    An wonderful work. Thanks to all who gave their effort.

Leave a Reply

Your email address will not be published. Required fields are marked *