jishu toh jibana jhara

ଯୀଶୁ ତୋ ଜୀବନ ଝର ଦିଅନ୍ତି ଆଶିଷ ବର
ଜୀବନର ପଥେ ଚାଲ ହେ ପଥିକ,
ଯୀଶୁ ଚରଣେ ନିଅ ଶରଣ… (ଘୋଷା)

କୁଶ ତୋ ସାଥ ଆଉ କୁଶ ତୋ ମୁକତି
ଯୀଶୁ ହାତ ଧରି ନିତି ପାଇବୁ ଶକତି
କୋମଳ ସୁନ୍ଦର ସେ ଯେ ପ୍ରେମମୟ
କର ଆଜି ତାଙ୍କୁ ଗ୍ରହଣ … ଯୀଶୁ ତୋ… |୧|

ଅନ୍ଧାର ପଥେ ସେ ଯେ ଆଲୋକର ଧାରା
ଜୟ ଯୀଶୁ ଜୟ ଗାଅ ଏ ଜଗତ ସାରା
ମହିମା ପ୍ରଶଂସା ଗଉରବ ଗୀତି
ଯୁଗେ ଯୁଗେ ହେଉ ତାଙ୍କର … |୨|

ଯୀଶୁର ଚରଣେ ତୋର ପାପ ଦିଅ ଥୋଇ
ଯୀଶୁର ରକତେ ଯିବ ଯେତେ ପାପ ଧୋଇ
ଭୁଲନା ସେ ପ୍ରେମ ସେ ମଧୁର ନାମ
ଯୀଶୁ ନାମ ହେଉ ତୋ ସାର… ଯୀଶୁ ତୋ…|୩|

ସୂଚୀମାଳାକୁ ଫେରନ୍ତୁ

Comments

Leave a Reply

Your email address will not be published. Required fields are marked *