Category: Uncategorized

  • ki osimo ote prabhu, tobo poraakrama hai

    ( ସ୍ୱର : ଧନ୍ୟ ଧନ୍ୟ ଖ୍ରୀଷ୍ଟିୟାନ )

    କି ଅସୀମ ଅଟେ ପ୍ରଭୁ ତବ ପରାକ୍ରମ ହେ ! । ଘୋଷା ।

    ନ ଥିଲା ଏହି ଜଗତ ଯେଉଁ କାଳେ ଆବର କିଛି ହିଁ ଦୃଶ୍ୟ ଯେ ନୋହିଲେ,

    ହେଉ ବୋଲି ସବୁ ବୋଲନ୍ତ ସେକାଳେ ହେଲେ ଆଜ୍ଞାମାତ୍ରେ ଜନ୍ମ ହେ । ୧ ।

    ପକାଇଲେ ଦୃଷ୍ଟି ତବ ସୃଷ୍ଟି ପ୍ରତି ଦିଶନ୍ତି ସକଳ ଆଶ୍ଚର୍ଯ୍ୟ କେମନ୍ତି ! 

    ବୋଲନ୍ତି ସୁସ୍ପଷ୍ଟ ସ୍ୱରରେ ସେ ଅତି,

    ତବ ଶକ୍ତି ବୋଧାଗମ୍ୟ ହେ । ୨ ।

    ଚନ୍ଦ୍ରମା ଆଦିତ୍ୟ ଗ୍ରହାଦି ନକ୍ଷତ୍ର,

    ତବ ନିରୂପଣ ମାନନ୍ତି ସମସ୍ତ,

    ଲଙ୍ଘିବାକୁ ତବ ବାକ୍ୟ ଯେ ଅନନ୍ତ ସର୍ବ ସୃଷ୍ଟି ହିଁ ଅକ୍ଷମ ହେ । ୩ । 

     

    ଦୃଶ୍ୟ କି ଅଦୃଶ୍ୟ ସବୁରି ଶାସନ-

    ଦଣ୍ଡକୁ କରିଛ ଶ୍ରୀକରେ ଧାରଣ,

    ଦୂତ ଶୟତାନ ଆଦମ ସନ୍ତାନ

    ତବ ଆଗେ ଧୂଳିସମ ହେ । ୪ । 

     

    ସର୍ବ ଶକ୍ତିମାନ ତ୍ରିପୁର ରାଜନ, ତବ ପରାକ୍ରମ ଅନନ୍ତ ଅସୀମ,

    ତ୍ରିଭୁବନେ ଯାହା ଅଟେ ଅନୁପମ ବର୍ଣ୍ଣିବି କି ମୁଁ ଅଧମ ହେ । ୫ ।

  • ki monohoro otte dekho mono moro

    ( ସ୍ୱର : ଦୁଃଖ କାଳରେ )

     କି ମନୋହର

    ଅଟେ ଦେଖ ମନ ମୋର ସେ ଅମରପୁର ! । ଘୋଷା ।

    ଅଛି ସେ ଯର୍ଦ୍ଦନ ସେ ପାରିରେ, ନୁହେଁ ଦୃଷ୍ଟ ଏ ଚର୍ମ ଚକ୍ଷୁରେ

    ମାଗି ଧର୍ମାତ୍ମାଙ୍କ କୃପା ବର

    ଚାହଁ ହେ ବିଶ୍ୱାସ-ଦୃଷ୍ଟି ମେଲାଇ ତୋହର । ୧ ।

    ଆହା ସେ କେଡ଼େ ଉତ୍ତମ ଦେଶ ! ବର୍ଣ୍ଣିପାରେ କି ଛାର ମନୁଷ୍ୟ !

    କାହିଁ ଜଗତେ ଉପମା ତାର ?

    କୋଟି ଏଦନ ତା ଆଗେ ଅସାରୁ ଅସାର । ୨ ।

    ସୁଖ ଆନନ୍ଦ ଶାନ୍ତିର ନଦୀ ବହୁଥାଏ ତହିଁ ନିରବଧି,

    କି ସୁନିର୍ମଳ ଅମୃତ ନୀର !

    ନାଶେ ନିଃଶେଷେ ସକଳ ତୃଷାଦି ସତ୍ୱର । ୩ ।

    ଅତି ସୁମିଷ୍ଟ ଅମୃତ ଫଳ ଫଳୁଥାଏ ତହିଁ ସଦାକାଳ,

    ବାରେ କଲେ ଆସ୍ୱାଦନ ତାର

    କ୍ଷୁଧା ନୁହଇ କୌଣସି କାଳେ ହିଁ ଆବର । ୪ ।

    ନାହିଁ ଶୋକ ଦୁଃଖ ମୃତ୍ୟୁ ତହିଁ,

    ସମ୍ପୂର୍ଣ୍ଣ ଆନନ୍ଦ ସ୍ଥାନ ସେହି; କୌଣସି ଅଞ୍ଚଳରେ ହିଁ ତାର

    କେବେ ନୁହେଁ ଶୁଣା ଶୋକ କ୍ରନ୍ଦନର ସ୍ୱର । ୫ ।

    ଧନ୍ୟ ଧନ୍ୟ ସେ ଅତୁଲ୍ୟ ଦେଶ,

    କେବେ ହେବ ତହିଁ ମୋ ନିବାସ ?

    କେବେ ହେବ ଏଡ଼େ ଭାଗ୍ୟ ମୋର ?

    ତହିଁ ଦେଖିବି ମୁଁ ଶ୍ରୀମୁଖ ମୋ ପ୍ରଭୁଙ୍କର । ୬ ।

    ସୂଚୀମାଳାକୁ ଫେରନ୍ତୁ

  • kede monoromo se swara bhubana

    କେଡ଼େ ମନୋରମ ସେ ସ୍ୱର୍ଗଭୁବନ !

    ନାହିଁ ନାହିଁ ତା ସମ ସୁଖଧାମ;

    କେବେ କରିବ ମୋ ନେତ୍ର ଦର୍ଶନ ?

    କେବେ ପଡ଼ିବ ତା ଦ୍ୱାରେ ଚରଣ ? ଘୋଷା ।

    ଯହିଁ ଅଛନ୍ତି ମୋ ତ୍ରାଣରାଜନ, ହେବି ହୃଷ୍ଟ ଦେଖି ତାଙ୍କ ବଦନ   । ୧ ।

    ଯହିଁ ନିବାସ ଅନନ୍ତ ଜୀବନ, ଶୁଣା ନ ଯାଏ ସେ ପୁରେ ମରଣ   । ୨ ।

    ଯହିଁ ନାହିଁ ରାତ୍ରି କି ପରିଶ୍ରମ, ଭୋଗ ହୁଅଇ ସେ ପୁରେ ବିଶ୍ରାମ । ୩ ।

    ହେବ ନିତ୍ୟାନନ୍ଦ ମୁଣ୍ଡ ଭୂଷଣ, ଶୋକ ଦୁଃଖ କରିବ ପଳାୟନ    । ୪ ।

    ଚାଲରେ ମନ ଚାଲରେ ବହନ, ଆସିଅଛି ସେଠାରୁ ନିମନ୍ତ୍ରଣ    । ୫ ।

    ସୂଚୀମାଳାକୁ ଫେରନ୍ତୁ

  • ki monoronjana otte se swargaadyaano

    କି ମନୋରଞ୍ଜନ ଅଟେ ସେ ସ୍ୱର୍ଗୋଦ୍ୟାନ !

    ହେ ମନ, ନାହିଁ ତା ସମାନ ସ୍ଥାନ ମର୍ତ୍ତ୍ୟପୁରେ ଦରଶନ । ଘୋଷା । 

     

    ସେ ଠାବର ରାଜ୍ୟ ଅଟଇ ଅନିର୍ବାଯ୍ୟ,

    ନାହାନ୍ତି ଶତ୍ରୁଗଣ କରିବାକୁ ଆକ୍ରମଣ । ୧ । 

     

    ସେଠାର ମୁକୁଟ ତେଜରେ କି ଶୋଭିତ !

    ସର୍ବଦା ରମଣୀୟ ଗୌରବ ତାର ଅମ୍ଳାନ । ୨ । 

     

    ଅନନ୍ତ ଜୀବନ କରଇ କର୍ତ୍ତାପଣ,

    ତହିଁ ନୁହେଁ ଶ୍ରବଣ ମୃତ୍ୟୁ ଭୟ କଦାଚନ । ୩ । 

     

    ଶୋକ ଭୟ କ୍ଳେଶ ତହିଁ ନ ପାଏ ବାସ,

    ଅନନ୍ତ ସୁଖେ ହୁଏ ତହିଁ କାଳ ସୁକ୍ଷେପଣ । ୪ । 

     

    କ୍ରନ୍ଦନ ସନ୍ତାପ ଯାତନା ପାପ ତାପ କେବେ ନ ଯାଏ ଦେଖା,

    କି ସୁଖମୟ ଭୁବନ ! । ୫ ।

     

     ଶୁକ୍ଳ ବସନରେ ସୁଶୋଭିତ ସକଳେ,

    କେବେ ନ ପ୍ରବେଶଇ କୌଣସି ଅଶୁଚି ଜନ । ୬ ।

     

     କି ଶାନ୍ତି ଭୁବନ ! କି ସୁଖ ଶାନ୍ତି ସ୍ଥାନ !

     ହେବ କି ମୋର ଭାଗ୍ୟ କରିବାକୁ ତା ଦର୍ଶନ ?

    ସୂଚୀମାଳାକୁ ଫେରନ୍ତୁ

  • sworgo ki dibya staano ki monoranjana

    (ସ୍ୱର : ମୋର ଅଟେ ବିହିତ)

    ସ୍ୱର୍ଗ କି ଦିବ୍ୟସ୍ଥାନ ! କି ମନୋରଞ୍ଜନ ସୁଖମୟ ଭୁବନ ! । ଘୋଷା । 

     

    ଯେଉଁଠାରେ ନାହିଁ ଦୁଃଖ ଶୋକ କ୍ରନ୍ଦନ,

    ପୂର୍ଣ୍ଣାନନ୍ଦ ସଦା ଶାନ୍ତି ସୁଖ ବିଶ୍ରାମ । ୧ । 

     

    ଯେଉଁଠାରେ ଆଉ ଶୁଣା ନୁହେଁ ମରଣ,

    ସଦା ଅମର ସେ ପୁର ନିବାସୀଗଣ । ୨ । 

     

    ଯେଉଁଠାରେ ନାହିଁ ପାପ ତାପ ସନ୍ତାପ,

    ହୁଅଇ କି ଜୀବନ-ମୁକୁଟ ପ୍ରାପଣ । ୩ । 

     

    ଯେଉଁଠାରେ ନାହିଁ ରାତ୍ରି, ସଦା ଦିବସ,

    ଈଶ୍ୱରଙ୍କ ମହାତେଜେ ସୁତେଜୋବାନ । ୪ ।

    ଯେଉଁଠାରେ ନାହିଁ ଯୁଦ୍ଧ, ସଦା ବିଶ୍ରାମ,

    ନୁହଇ ନୟନୁ ଆଉ ଅଶ୍ରୁ ପତନ । ୫ ।

    ସୂଚୀମାଳାକୁ ଫେରନ୍ତୁ

  • aahaa ki aanondore samaya kaatonti saadhugono sworgore

    ( ସ୍ୱର : ମୋର ଅଟେ ବିହିତ )

    ଆହା କି ଆନନ୍ଦରେ ସମୟ କାଟନ୍ତି ସାଧୁଗଣ ସ୍ୱର୍ଗରେ ! । ଘୋଷା । 

     

    ପାପ ସନ୍ତାପରେ ବନ୍ଦୀ ଥିଲେ ଏଠାରେ,

    ସବୁଠାରୁ ମୁକ୍ତ ହୋଇଛନ୍ତି ସେଠାରେ । ୧ । 

     

    ଶୋକ ଚିହ୍ନ ନ ଦିଶଇ ତାଙ୍କ ମୁଖରେ,

    ଚିନ୍ତା ପରୀକ୍ଷା ଆଉ ନ ପଶେ ମନରେ । ୨ ।

    ଝର ଝର ନୀର ନେତ୍ରୁ ଆଉ ନ ଝରେ,

    ପ୍ରଭୁ ଶୁଖାଇଲେ ଅଶ୍ରୁଝର ଶ୍ରୀକରେ । ୩ । 

     

    ବୁଡ଼ି ଖ୍ରୀଷ୍ଟଙ୍କର ମହା ପ୍ରେମ-ସାଗରେ,

    ଗାଆନ୍ତି ଅତି ମଧୁରେ ତାଙ୍କ ଛାମୁରେ । ୪ ।

    ଆଉ ନ ମିଶିବ ଦୁଃଖ ତାଙ୍କ ସୁଖରେ,

    ଅନନ୍ତ ବିଶ୍ରାମ ଭାଗୀ ହେବେ ଶାନ୍ତିରେ । ୫ । 

     

    ଭାବି କହେ ଛାର ଦୀନ ପାପୀ ମନରେ,

    ପ୍ରଭୁ ମୋତେ ନ ଭୁଲିବେ ସେ ସ୍ୱର୍ଗପୁରେ । ୬ ।

  • mone dyaayi kede shanti mote miloyee

    ମନେ ଧ୍ୟାୟୀ କେଡ଼େ ଶାନ୍ତି ମୋତେ ମିଳଇ;

    ମୋ ଦିନ ବହନ ଯାଉଛି ବହି । ଘୋଷା ।

    ପରମ ପିତା ଗୃହରୁ ଅନ୍ତର ମୁଁ ହୋଇ ଶୋକ ପରିପୂର୍ଣ୍ଣ ସଂସାରେ ଅଛି ରହି,

    ସମୟ ତା ଶୀଘ୍ରଗାମୀ ପକ୍ଷେ ମୋର ବହି

    ଦିନୁଁ ଦିନୁଁ ପାଖେ ନିଅଇ । ୧ ।

    କ୍ରମେ ଯାତ୍ରୀ ଯହୁଁ ବାସ ସମୀପ ହୁଅଇ,

    ଦିନୁଁ ଦିନୁଁ ତାହା ଆନନ୍ଦ କି ନ ବଢ଼ଇ ?

    ସେପରି ଆନନ୍ଦ ମୋ ଅନୁଭବ ହୁଅଇ,

    ଦିନକୁ ସ୍ୱପ୍ନ ମୁଁ ମଣଇ । ୨ । 

     

    କି ପରମ ସେହି ସ୍ୱର୍ଗୀୟ ଧାମ ଅଟଇ !

    ତାହାକୁ ଉପମା ଦେବା ପାଇଁ ଆଉ ନାହିଁ,

    ମାନବର ଜନମ ଯେ ସଫଳ ହୁଅଇ ବାରେ ଦୃଷ୍ଟି ପଡ଼ିଲେ ତହିଁ । ୩ ।

    ଯେ ମୋତେ କରିଲେ ପ୍ରେମ ନିଜ ପ୍ରାଣ ଦେଇ,

    ଦେଖିବି ତହିଁ ତାହାଙ୍କୁ ସମୀପରେ ଥାଇ,

    ମଣିବି ସବୁ କାମନା ସିଦ୍ଧ ବୋଲି ମୁହିଁ

    ଦର୍ଶନେ ପରିତୃପ୍ତ ହୋଇ । ୪ ।

    ପାଇବି ଯେଉଁ କାଳରେ ତାଙ୍କ ଭେଟ ମୁହିଁ 

    ଅକଥ୍ୟ ଆନନ୍ଦ ମନେ ଜନ୍ମିବ କି ନାହିଁ ?

    ପଡ଼ିବି ଚରଣେ ପ୍ରେମ ଅଶ୍ରୁ ବରଷାଇ,

    ବଚନ ତ ସ୍ଫୁରିବ ନାହିଁ । ୫ । 

     

    ନିତ୍ୟ ଆନନ୍ଦ ହରଷ ମନ ମଧ୍ୟେ ପାଇ

    ଗତ ଦୁଃଖକୁ ମଣିବି ସ୍ୱପ୍ନ ପରି ମୁହିଁ,

    ପରମାନନ୍ଦେ ପ୍ରଭୁଙ୍କ ସମୀପରେ ରହି କାଟିବି ଚିରକାଳେ ମୁହିଁ । ୬ ।

    ସୂଚୀମାଳାକୁ ଫେରନ୍ତୁ

  • nuhoyee muhin niraasho kole dhuli

    (ସ୍ୱର : ଧନ୍ୟ ଧନ୍ୟ ସଦା ଧନ୍ୟ)

    ନୁହଇ ମୁହିଁ ନିରାଶ କଲେ ଧୂଳି ଶୟନ,

    ଅଥବା ହେଲେ ହେଁ ଧୂଳି ମୋ ସୁନ୍ଦର ବଦନ । ଘୋଷା ।

    ପୁନରୁତ୍ଥାନ ଦିନେ    ତୂରୀ ବାଜିଲାକ୍ଷଣେ

    ଖ୍ରୀଷ୍ଟାଶ୍ରିତଙ୍କ ସହିତ ହେବ ମୋର ଉତ୍ଥାନ । ୧ ।

    ଯେବେ ମୁହିଁ ଦୁର୍ବଳେ ଯାଇଥିବି କବରେ,

    ଉଠିବି ମୁଁ ପୁନର୍ବାର ହୋଇଣ ବଳବାନ । ୨ ।

    ଅବା ଅପମାନରେ ଶୋଇଥିଲେ କବରେ

    ଉଠିବି ମୁଁ ଗୌରବରେ, ଘୁଞ୍ôଚବ ଅପମାନ । ୩ ।

     

    ପାଇ ଅକ୍ଷୟ ଦେହ   କରି ମୃତ୍ୟୁକୁ ଜୟ 

    ସୂର୍ଯ୍ୟ ପ୍ରାୟ ତେଜସ୍କର ହୋଇବ ମୋ ବଦନ । ୪ ।

  • mono ki pain muhin doribi hebaaku paari jardono nayee

    ମନ କିପାଇଁ ମୁହିଁ

    ଡରିବି ହେବାକୁ ପାରି ଯର୍ଦ୍ଦନ ନଈ । ଘୋଷା । 

     

    କେତେ ଅପାର ପଥ ଧୀରେ ଚାଲି ଆସିଛି ମୁଁ ଏହି ଠାବର,

    ଅନେକ ଆପଦ ଭୟ ସଙ୍କଟ କରିଛି ଜୟ,

    ଏବେ କି ହଟିବି ପଛେ କାତର ହୋଇ ? । 

     

    କେଡ଼େ ସୁରମ୍ୟ ଦୃଶ୍ୟ ଦିଶୁଛି ସେ ପାରିରେ ସେ ପରମ ଧାମ !

    ଏଡ଼େ ସାଧ ଯହିଁ ପାଇଁ          କରି ଆସିଅଛି ମୁହିଁ,

    ବସିବି କି ତାର ଦ୍ୱାରେ ଦୁଃଖକୁ ଧ୍ୟାୟୀ ?

    ଯୀଶୁ ମୋହରି ଆଗେ ଯାଇଛନ୍ତି ବାରେ ତାକୁ ହୋଇଣ ପାରି,

    ଏବେ ସେ ମୁକୁଟ ଧରି ଡାକନ୍ତି ହସ୍ତ ବିସ୍ତାରି,

    ନ ଯିବି ତାଙ୍କ ଡାକ ଶୁଣି ମୁଁ ଧାଇଁ ?

    ନାହିଁ ହେ ନାହିଁ ନାହିଁ, ନିଶ୍ଚୟେ ପଶିବି ମୁଁ ସେ ଯର୍ଦ୍ଦନେ ଯାଇ,

    ତାର ଗଭୀର କଲ୍ଲୋଳ ହେଉ ପଛକେ ପ୍ରବଳ

    ପ୍ରଭୁ ବଳେ ନିଶ୍ଚେ ପାରି ହୋଇବି ମୁହିଁ । ୪ ।

  • dhanya dhanya khristiano dhanya swargo sodone

    ଧନ୍ୟ ଧନ୍ୟ ଖ୍ରୀଷ୍ଟିୟାନ, ଧନ୍ୟ ସ୍ୱର୍ଗ ସଦନେ,

    ଯେଣେ ତୁମ୍ଭ ମୃତ୍ୟୁକାଳେ ଭରସା ଥାଏ ମନେ । ଘୋଷା । 

     

    ଯେକାଳେ ଏ ଜଗତ    ସୁତ ଦାରାଦି ବିତ୍ତ

    ଅବା ନିଜ କଳେବର ତେଜ ବିନା ଶୋଚନେ । ୧ ।

    ପାପୀ ହୋଇ କାତର, କି ଗତି ହେବ ମୋର ?

    ହତାଶେ ତେଜଇ ପ୍ରାଣ, ନୁହେଁ ତୁମ୍ଭ ସମାନେ । ୨ ।

    ମାତ୍ର ତୁମ୍ଭେ ସେକାଳେ           ଭାସ ଶାନ୍ତି-କଲ୍ଲୋଳେ

    ଆଗତ ଭରସା ବଳେ ଶୋଉଅଛ ସାନ୍ତ୍ୱନେ । ୩ ।

    ଯଦି ମୃତ୍ୟୁ ନାହୁଡ଼ ବିନ୍ଧଇ ଅତି ବଡ଼,

    ତେବେ ନୁହଁ ହଡ଼ବଡ଼ ଉତ୍ତମାଶା କାରଣେ । ୪

    ପ୍ରତିଜ୍ଞାର ମୁଚୁଳେ ଦେଇ ମୁଣ୍ଡ କୁଶଳେ 

    ମହାଦିନ ପ୍ରାତଃସରି ଶୁଅ ସ୍ଥିର ବିଶ୍ରାମେ । ୫ ।

    ଭରସା ଓ ବିଶ୍ୱାସ ଗନ୍ଧଦ୍ରବ୍ୟ ସଦୃଶ 

    ମର୍ଦ୍ଦିତ ହୋଇଣ ତହିଁ ଶୁଅ ଶାନ୍ତି ଶୟନେ । ୬ ।

    ଦିବ୍ୟ ସୁଖ ସମ୍ଭ୍ରମ,    ମହାନନ୍ଦ ବିଶ୍ରାମ,

    ଜୀବନ-ମୁକୁଟ ଥୁଆ ତୁମ୍ଭ ନିତ୍ୟ ଭୁଷଣେ । ୭ ।

     

    ଧନ୍ୟ ହେ ଯୀଶୁ ତ୍ରାତା,              ତୁମ୍ଭେ ମୃତ୍ୟୁ-ସଂହର୍ତ୍ତା,

    ତୁମ୍ଭ ଉତ୍ଥାନରୁ ଜାତ ଏ ଭରସା ମୋ ମନେ । ୮ ।

    ସୂଚୀମାଳାକୁ ଫେରନ୍ତୁ