Category: Uncategorized

  • hrudaya ratana jishu moro amulya moni

    ହୃଦୟ-ରତନ ଯୀଶୁ ମୋର ଅମୂଲ୍ୟ ମଣି,

    ସେହି ମୋର ଗଣ୍ଠିଧନ, ତ୍ରିଭୁବନ ଅଗ୍ରଣୀ । ଘୋଷା ।

    ସେ ଜୀବାତ୍ମା ବାଞ୍ଛିତ ସର୍ବ ଦ୍ରବ୍ୟ ସଞ୍ôଚତ           

    ସର୍ବ ସୁଖେ ସୁରଞ୍ଜିତ ସେ ଅପୂର୍ବ ବିପଣି   ା ୧ ।

    ତମୋମୟ ପାତକ   ହେଲେ ଶାନ୍ତି ଘାତକ,

    ସେହି ବିରାମ-ଦାୟକ            ପୁଣ୍ୟମୟ ଖମଣି    ା ୨ ।

    ଅସଂଖ୍ୟ ନରନାରୀ  ପାପ ନରକୁଁ ତାରୀ  

    ନାମ ବହି ତ୍ରାଣକାରୀ            କଲେ ମହା କରଣୀ  ା ୩ ।

    ପାପୀ ପାଇଁ ତାଙ୍କର ପ୍ରେମ ସୁଧା-ନିର୍ଝର 

    ଝରୁଅଛି ନିରନ୍ତର    ସେ ପୂର୍ଣ୍ଣ ନିର୍ଝରଣୀ  ା ୪ ।

    ମୋହମାୟା ସଂସାରେ          ପାପର ପାରାବାରେ

    ସର୍ବ ଭୟ ନାଶିବାରେ            ସେ ନିଶ୍ଚିଦ୍ର ତରଣୀ  ା ୫ ।

    ପଥ-ବିଭ୍ରାନ୍ତ ପରି    ହେଲେ ଦଶା ମୋହରି          

    ସେହି ନେବେ ହସ୍ତ ଧରି         ସ୍ୱର୍ଗପୁର ସରଣୀ     ା ୬

    ଯୀଶୁ ମୋ ଶିରୋମଣି,             ଯୀଶୁ ଜୀବ ରକ୍ଷଣି,

    ଯୀଶୁ ସ୍ୱର୍ଗ ଆକର୍ଷଣୀ,               ନିର୍ଭୟ ମୁଁ ଏକ୍ଷଣି     ା ୭ ।

    ତାଙ୍କର ପ୍ରାୟଶ୍ଚିତ୍ତେ  ମୋ ଭରସା ନିଶ୍ଚିତେ           

    ରଖି ମୁଁ ଆନନ୍ଦ ଚିତ୍ତେ            ତେଜିବି ଏ ଧରଣୀ

    ସୂଚୀମାଳାକୁ ଫେରନ୍ତୁ

  • jishunku sange rakhibi

    ଯୀଶୁଙ୍କୁ ସଙ୍ଗେ ରଖିବି, ହୃଦ-ପଦ୍ମ ତାଙ୍କୁ ଦେବି । ଘୋଷା ।

    ସେ ତ ଜୀବର ଜୀବ, ମୋର ସର୍ବ ସମ୍ପଦ,

    ଛାଡ଼ିଲେ ସେହି ପାଦ ବିପଦରେ ପଡ଼ିବି । ୧ ।

    ଏ ଜଗତେ ବିପଦ, ଚାରିଆଡ଼େ ଆପଦ,

    ନ ଧରିଲେ ସେ ପାଦ କେମନ୍ତେ ମୁଁ ବଞ୍ôଚବି । ୨ । 

     

    ସେ ମୋର ଜୀବନଧବ, ତାଙ୍କରେ କରି ଭାବ

    ହୋଇଣ ପାର ଭବ ସ୍ୱର୍ଗରେ ପହୁଞ୍ôଚବି । ୩ ।

    ସୂଚୀମାଳାକୁ ଫେରନ୍ତୁ

  • kara mono traano ratna jotono

    କର ମନ ତ୍ରାଣରତ୍ନ ଯତନ,

    ଖ୍ରୀଷ୍ଟ ପରମ ଧନ କି ମହା ମନୋରଞ୍ଜନ ! । ଘୋଷା ।

    ଖ୍ରୀଷ୍ଟରତ୍ନ ହୋଇଲେ ପ୍ରାପଣ   ଅନ୍ୟ ଧନେ ନାହିଁ ପ୍ରୟୋଜନ 

    ଲାଭ କର ଆରେ ମନ ଯତନେ କରି ସାଧନ । ୧ ।

    ସାଂସାରିକ ସମ୍ପତ୍ତି ଧନ ଅଟେ ମିଥ୍ୟା ଛାୟାର ପ୍ରମାଣ;

    ତହିଁ ନାହିଁ ମନ ତୃପ୍ତି, ସେହି ଅଟେ ସ୍ୱପ୍ନ ପ୍ରମାଣ । ୨ ।

    ଖ୍ରୀଷ୍ଟ-ନିଧି ଅକ୍ଷୟ ନିତ୍ୟ,          ତହିଁ ମନ ହୁଅଇ ତୃପ୍ତ;

    ବିଶ୍ୱାସରେ ହୁଏ ପ୍ରାପ୍ତ, ଧର ପ୍ରଭୁ ଯୀଶୁ ଚରଣ । ୩ ।

    ଖ୍ରୀଷ୍ଟ ରତ୍ନ ବିହୁନେ ମନ ଆଉ ନାହିଁ ମହା ପରିତ୍ରାଣ,

    ନ ପାସୋର ଆରେ ମନ, ସର୍ବଦା କର ଯତନ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • jishu he muhin atyanta durdosaa purno

    ଯୀଶୁ ହେ, ମୁହିଁ ଅତ୍ୟନ୍ତ ଦୁର୍ଦ୍ଦଶାପନ୍ନ, ହୁଅ ପ୍ରସନ୍ନ;

    ତୁମ୍ଭ ବିନା ନାହିଁ ମୋର ଆଶ୍ରୟ ଆନ । ଘୋଷା । 

     

    ମହା ଶତ୍ରୁ ଶୟତାନ ଗ୍ରାସିବାକୁ ମୋର ପ୍ରାଣ

    ଧାଉଁଛି ପଛରେ ମୋର କରି ଗର୍ଜ୍ଜନ । ୧ ।

    ପୁଣି ମୋ ଅଗଣ୍ୟ ପାପ ବ୍ୟବସ୍ଥା ଲଂଘନ 

    ଶାପ ପ୍ରତିହନ୍ତା ସମାନ ପଛେ ଧାବମାନ । ୨ ।

    ତୁମ୍ଭେ ହେ ଅଟ ମୋହର ଦୃଢ଼ ଆଶ୍ରୟ ନଗର,

    ତୁମ୍ଭ ନିକଟକୁ କରୁଛି ପଳାୟନ । ୩ ।

     

    କର ହେ ମୋତେ ରକ୍ଷଣ ଦେଇଣ ତୁମ୍ଭ ଶରଣ,

    ତୁମ୍ଭ ଭୁଜ ତଳେ ହେଉ ମୋ ଆବରଣ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • kotaakhya pokaayee prabhu kara uppokaaro

    କଟାକ୍ଷ ପକାଇ ପ୍ରଭୁ କର ଉପକାର । ଘୋଷା ।

    ଭବ ସ୍ରୋତେ ମୁଁ ଭାସଇ, ଉପାୟ ମୋହର ନାହିଁ;

    ଥଳ କିଛି ନ ଦିଶଇ, ଘୋର ଅନ୍ଧକାର । ୧ ।

    ଭାଙ୍ଗିଗଲା ମୋର ତରୀ,           ଉଠୁଛି ବଡ଼ ଲହରୀ,

    କେମନ୍ତେ ହୋଇବି ପାରି ମୃତ୍ୟୁର ସାଗର ?

    ହଜାର ମେଘ ଗର୍ଜନ ସମାନ ଆସେ ତୋଫାନ

    ଥ ରୁଛି ମୁଁ ଅନୁକ୍ଷଣ, କି ହେବ ମୋହର ?

    ଆହେ ଯୀଶୁ ଦୟାବାନ ଧରି ଏହି ଭୀତ ଜନ

    ତ୍ରାଣ-ଘାଟେ ରଖ ପ୍ରାଣ, ଶାନ୍ତି ହେବ ମୋହର । ୪ ।

  • prabhu, papisto dino prati karunaa kara

    ପ୍ରଭୁ, ପାପିଷ୍ଠ ଦୀନ ପ୍ରତି କରୁଣା କର,

    ଦୂର ନ କର ପ୍ରଭୁ ମୋତେ ପାଶୁ ତୁମ୍ଭର । ଘୋଷା ।

    ପାପରେ ମୋର ଜାତ, ପାପେ ହେଲି ବର୍ଦ୍ଧିତ,

    ପାପରେ ଅନୁରକ୍ତ ମୁହିଁ ପାମର । ୧ ।

    ଶତ୍ରୁ ଯେ ଶୟତାନ ସ୍ଥାପି ସ୍ୱସିଂହାସନ 

    ଅନ୍ତଃକରଣୁ ନାଶେ ସୁଖ ମୋହର । ୨ । 

     

    ଦେଖି ଶତ୍ରୁ ପ୍ରବଳ ପାପ ପରୀକ୍ଷା ଘୋର 

    ବିଶ୍ୱାସ ଟଳ ଟଳ ମୋର ଦୁର୍ବଳ । ୩ ।

    ରକ୍ଷା କରିବ ମୋତେ, ନାହିଁ କେହି ଜଗତେ,

    କହିବି କା ନିକଟେ ଦୁଃଖ ମୋହର । ୪ । 

     

    ତୁମ୍ଭେ ସିନା ଭରସା ସୁଖ ଶାନ୍ତିର ଆଶା,

    କେବଳ ରକ୍ଷା ଆଶା ପଦେ ତୁମ୍ଭର । ୫

    ଦିଅ ତୁମ ଚରଣେ ଶରଣ ଦୀନ ଜନେ,

    ନାଶ ଧର୍ମାତ୍ମା ଦାନେ କଳଙ୍କ ମୋର । ୬ ।

  • aaha noratmaa ki bahumulya dhana

    ଆହା ନରାତ୍ମା କି ବହୁମୂଲ୍ୟ ଧନ

    ଈଶ୍ୱରଙ୍କ ନିଶ୍ୱାସରୁ ଯାହାର ଉତ୍ପନ୍ନ । ଘୋଷା । 

     

    ସମୁଦାୟ ଜଗତରୁ ରତ୍ନମଣି ସୁବର୍ଣ୍ଣରୁ ଅଟଇ ଯାହା ମୂଲ୍ୟ ଭାରି,

    ହଜିଲେ ସେ ଆତ୍ମା ମନ କଦାଚ ନୁହେଁ ପ୍ରାପଣ;

    କି ଲାଭ ହେବ ଜଗତ ପାଇଲେ ହେ ମନ । ୧ ।

    ପ୍ରଭୁ ଯେଉଁ ଆତ୍ମା ପାଇଁ ନିଜ ଆତ୍ମଜ ପଠାଇ ଜଗତକୁ କଲେ କି ପ୍ରେମ,

    ଯେଉଁ ଆତ୍ମା ପାଇଁ ମନ,

    ଯୀଶୁ ଭୋଗିଲେ ମରଣ ସେ ଆତ୍ମାଟି ଜଗିଗଲେ କି ଲାଭ ହେ ମନ । ୨ ।

    ଯେଉଁ ଆତ୍ମାର ଫେରଣ ଦେଖି ସ୍ୱର୍ଗ ଦୂତଗଣ ସ୍ୱର୍ଗପୁରେ କରନ୍ତି ଗାନ,

    ଯେଉଁ ଆତ୍ମା ସଙ୍ଗେ ମନ ସରି ନୁହେଁ ସର୍ବ ଧନ,

    ସେ ଆତ୍ମାଟି ହଜିଗଲେ ବ୍ୟର୍ଥ ତୋ ଜୀବନ । ୩ ।

    ନୋହିବ ଏ ଆତ୍ମ ନାଶ ଭୋଗିବ ସୁଖ କି କ୍ଳେଶ ସ୍ୱର୍ଗେ ବା ନରକେ ଆହେ ମନ,

    କର ହେ ମନ ସାଧନ ଏ ଆତ୍ମାର ପରିତ୍ରାଣ,

    ଖ୍ରୀଷ୍ଟ ରକ୍ତେ ଯେଉଁ ଆତ୍ମା କିଣା ଆହେ ମନ । ୪ ।

  • ଅଟେ କି ବହୁମୂଲ୍ୟ ସାଧୁ ମରଣ ate ki bahumulya saadhu marana

    ଅଟେ କି ବହୁମୂଲ୍ୟ ସାଧୁ ମରଣ !
    ଈଶ୍ୱରଙ୍କ ଦୃଷ୍ଟିରେ ଅତି ମନୋରମ । ଘୋଷା ।

    ପ୍ରଭୁରେ ଥାଇ ଯାହାର ଘଟଇ ହେ ମରଣ,
    ଧନ୍ୟ ସେ ଧାର୍ମିକ, ଧନ୍ୟ ତାର ଜୀବନ । ୧ ।

    ଈଶ୍ୱରଙ୍କ ଦୂତଗଣ ତାର ଆତ୍ମା ଘେନିଣ,
    ସ୍ୱର୍ଗେ ଅବ୍ରାହାମ କୋଳେ ଦିଅନ୍ତି ସ୍ଥାନ । ୨ ।

    ସବୁ ପରିଶ୍ରମରୁ ସେ ପାଏ ଶାନ୍ତି ବିଶ୍ରାମ,
    ତାର ସବୁ କର୍ମ ହୁଏ ପଶ୍ଚାଦଗମନ । ୩ ।

    ସମାଧିରେ କୁଶଳରେ ଦେହ କରେ ଶୟନ,
    ସ୍ୱର୍ଗପୁରେ ଭୋଗଇ ଅନନ୍ତ ଜୀବନ । ୪ ।

    ଶେଷ ଦିନେ ସମାଧିରୁ କରିଣ ସେ ଉତ୍ଥାନ,
    ହେବ ଅତି ତେଜସ୍କର ସୂର୍ଯ୍ୟ ସମାନ । ୫ ।

    ସୂଚୀମାଳାକୁ ଫେରନ୍ତୁ

  • prabhu tobo su-sombado ko raao darshana hai

    ( ସ୍ୱର : ଧନ୍ୟ ଧନ୍ୟ ଖ୍ରୀଷ୍ଟିୟାନ )

    ପ୍ରଭୁ ତବ ସୁସମ୍ବାଦ କରାଅ ଘୋଷଣ ହେ । ଘୋଷା ।

    ପଠାଅ ପ୍ରଭୁ ତାହା ସର୍ବ ଜଗତେ,

    ଚାରିଆଡ଼େ ବ୍ୟାପୁ ଦିବାକର ମତେ;

    ଖ୍ରୀଷ୍ଟ ନାମ ଘେନି କରୁ ଜୟଧ୍ୱନି, ପ୍ରେମେ କରୁ ନିମନ୍ତ୍ରଣ ହେ । ୨ ।

    ମୃତ୍ୟୁଚ୍ଛାୟା ସ୍ଥଳୀରେ ହେଉ ଦର୍ଶନ,

    ମୃତ ଅଚେତନ ପାଉନ୍ତୁ ଜୀବନ;

    ଘୋର ଅନ୍ଧକାରେ ପ୍ରକାଶୁ କିରଣ,

    ପାଉ ଦୀପ୍ତି ସର୍ବଜନ ହେ । ୨ । 

     

    ଶ୍ରାନ୍ତ ଭାରଗ୍ରସ୍ତ ନିକଟରେ ଯାଉ,

    ସର୍ବ ପାପ ବୋଝ ଓହ୍ଲାଇ ପକାଉ;

    ପରିଶ୍ରାନ୍ତ ପାଉନ୍ତୁ ଶାନ୍ତି ବିଶ୍ରାମ,

    ସର୍ବେ କରୁ ଆରାଧନା ହେ । ୩ ।

    ପାପୀ ବନ୍ଦୀଗଣ ନିକଟରେ ଯାଉ,

    ଖ୍ରୀଷ୍ଟ ନାମେ ମହାମୁକ୍ତି ସେ ଶୁଣାଉ;

    କାଟୁ ଶୟତାନ ଅଧର୍ମ ବନ୍ଧନ,

    ହେଉ ଉଚ୍ଚେ ଜୟଗାନ ହେ । ୪ ।

    ପ୍ରତିମା ପୂଜକ ନିକଟରେ ଯାଉ,

    ପ୍ରତିମାପୂଜାରୁ ତା ମନ ଫେରାଉ;

    ଯିହୂଦୀ କି ହିନ୍ଦୁ ମୁସଲମାନ ଆଦି ସର୍ବେ ପାଉ ତ୍ରାଣ ଜ୍ଞାନ ହେ । ୫ ।

  • kara prabhu taba prochaarita baakye kolyaano

    (ସ୍ୱର : ଧନ୍ୟ ଧନ୍ୟ ସଦା ଧନ୍ୟ)

    କର ପ୍ରଭୁ ତବ ପ୍ରଚାରିତ ବାକ୍ୟେ କଲ୍ୟାଣ,

    ପ୍ରଚାରିତ ବାକ୍ୟ ହେଉ ସୁସଫଳ ବହନ । ଘୋଷା । 

     

    ତୁମ୍ଭର ଯେଉଁ ବାକ୍ୟ ଅଟେ ମର୍ମ୍ମ ଭେଦକ,

    ସର୍ବ ପାପୀ ମର୍ମ୍ମେ ଭେଦୁ ପାଇ ତବ କଲ୍ୟାଣ । ୧ । 

     

    ତୁମ୍ଭ ବାକ୍ୟ ପାଷାଣ ଭଗ୍ନ ହାତୁଡ଼ି ସମ,

    ପାଷାଣ ତୁଲ୍ୟ ପାପୀର ମନ ସେ କରୁ ଭଗ୍ନ । ୨ । 

     

    ତୁମ୍ଭର ଯେଉଁ ବାକ୍ୟ ମନ ପରିବର୍ତ୍ତକ

    ପାପୀମନ ଖ୍ରୀଷ୍ଟ ପ୍ରତି କରୁ ପରିବର୍ତ୍ତନ । ୩ । 

     

    ତୁମ୍ଭର ଯେଉଁ ବାକ୍ୟ ଅଟେ ହର୍ଷଜନକ,

    ପାପୀ ଅନ୍ତଃକରଣରେ କରୁ ଆନନ୍ଦ ଦାନ । ୪ । 

     

    ତୁମ୍ଭ ବାକ୍ୟ ଆହୁରି ଚକ୍ଷୁ ପ୍ରସନ୍ନକାରୀ,

    ପାପୀ ଚକ୍ଷୁ ତୁମ୍ଭ କ୍ରୁଶ ପ୍ରତି କରୁ ପ୍ରସନ୍ନ । ୫ । 

     

    ତୁମ୍ଭର ଯେଉଁ ବାକ୍ୟ ମଧୁର ସୁମିଷ୍ଟକ,

    ପାପୀ ବିଶ୍ୱାସେ ସର୍ବଦା କରୁ ଆନନ୍ଦେ ପାନ । ୬ । 

     

    ତୁମ୍ଭ ବାକ୍ୟ ଜୀବନ, ତୁମ୍ଭ ବାକ୍ୟରେ ତ୍ରାଣ,

    ପାପୀର ସର୍ବ ମଙ୍ଗଳ ତହିଁ ଅଟଇ ପୂର୍ଣ୍ଣ । ୭ ।

     

     ତୁମ୍ଭର ଦାସଗଣ ତୁମ୍ଭ ଆଜ୍ଞା ପାଳିଣ,

    ପ୍ରଚାର କରନ୍ତୁ ବାକ୍ୟ ନାନା ସ୍ଥାନେ ଯାଇଣ । ୮ । 

     

    କର ପ୍ରଭୁ କଲ୍ୟାଣ ତବ ଦାସଙ୍କ ଶ୍ରମ,

    ହେଉ ସୁସଫଳ ତୁମ୍ଭ ଦାସ ବୋଲେ ଆମେନ୍ । ୯ ।

    ସୂଚୀମାଳାକୁ ଫେରନ୍ତୁ