Category: Uncategorized

  • tumori ujjala pradipo jaalo

    ( ସ୍ୱର : ସୁଧାର ଭାରତ ଘୁମାବେ କତ )

    ତୁମରି ଉଜ୍ଜ୍ୱଳ ପ୍ରଦୀପ ଜ୍ୱାଳ,

    ଆମରି ଅନ୍ଧାର ଘରେ

    ସବୁ ପାପ ନିଶା ଅପସରି ଯାଉ,

    ତୁମ ଆଲୋକର ଜ୍ୟୋତିଃରେ । ଘୋଷା ।

    କୋଣେ କୋଣେ ଯେତେ ଅନ୍ଧାର ଅଛି,

    ତୁମରି ସ୍ପର୍ଶେ ଦିଅ ଗୋ ନାଶି,

    ପରଶ ମଣିର ପ୍ରଦୀପ ତୁମର, ସୁନା କରି ଦେଉ ଆମରେ        । ୧ ।

    ଦୂରେଇ ଯାଉ ହେ ଅପ୍ରୀତି ନିଶା,

    ଅପ୍ରେମ, ଅନ୍ଧାର, ଅସତ୍ୟ, ହିଂସା,

    ଘରେ ଘରେ ଆମ ପ୍ରିୟ ଯୀଶୁ ନାମ,

    ଶୁଭ ଶଙ୍ଖ ବାଜୁ ମଧୁରେ         । ୨ ।

    କ୍ଷୀଣ ଦୀପ ଆମ ନାହିଁ ଶକତି,

    ଧୁକୁ ଧୁକୁ ଜ୍ୱଳି ଲିଭଇ ବତୀ,

    ପରମ ଜ୍ୟୋତିରେ ଆମ ପରିବାର ଆଲୋକିତ କର ସତ୍ୱରେ    । ୩ ।

  • aamo paribaare tume ruha sabu

    ( ସ୍ୱର : ଆଉ କିଛି ପ୍ରଭୋ ଚାହେଁ ନା ଜୀବନେ )

    ଆମ ପରିବାରେ ତୁମେ ରୁହ ପ୍ରଭୋ ! ଶୁଭାଶିଷେ ଭରି ତାହାକୁ,

    ଯାହା ପାଇଁ ଲୋଡ଼ା, ଯେଉଁ ଦାନ ପ୍ରଭୁ, ଦେଉଥାଅ ନିତି ତାହାକୁ । ଘୋଷା ।

    ଧ ନ ପାଇ ଯେବେ, ଆମ ପରିବାର

    ଭୁଲିଯାଏ ପ୍ରଭୁ ତୁମକୁ,

    ସେଭଳି ଧନରେ  ଲୋଡ଼ା ନାହିଁ ପ୍ରଭୋ,

    ଖ୍ରୀଷ୍ଟ ଧନେ ଭର ତାହାକୁ

    ଆମ ପରିବାରେ ଦିଅ ପ୍ରଭୋ ଶାନ୍ତି,

    ପ୍ରୀତି, ତୃପ୍ତି ପ୍ରତି ଜଣକୁ,

    ବିଶ୍ୱ ରଙ୍ଗରସ, ଅଳସ, ବିଳାସ  । ୧ ।

    ନାଶ ନ କରୁ ହେ ତାହାକୁ

    ଆମ ପରିବାର ନିତି ନିତି ପ୍ରଭୁ

    ପ୍ରଚାର କରୁ ହେ ତୁମକୁ,

    ଆମ ପୁଅ ଝିଅ ତୁମ ଲାଗି ପ୍ରଭୁ,

    ଦାନ କରନ୍ତୁ ହେ ନିଜକୁ          । ୩ ।

  • (aaha) aamo laagi jishu aasile (ଆହା) ଆମ ଲାଗି ଯୀଶୁ ଆସିଲେ, ବେଥଲିହିମରେ,

    (ସ୍ୱର : ମୋତେ ଖୋଜି ଖୋଜି ଯୀଶୁ)

    (ଆହା) ଆମ ଲାଗି ଯୀଶୁ ଆସିଲେ, ବେଥଲିହିମରେ,

    ସାନ ଗ୍ରାମଟିରେ ଶ୍ରୀଯୀଶୁ ଜନମ ଲଭିଲେ । ଧ୍ରୁବ ।

    ପୂତ ପରିବାରେ ଶିଶୁର ରୂପରେ

    ଦିନୁ ଦିନୁ ସେତ ବଢ଼ିଲେ,

    ପିତା, ମାତା, ଭ୍ରାତା, ଭଗିନୀ ମମତା

    ସବୁ ଅନୁଭୂତି ଲଭିଲେ           । ୧ ।

    ଅଳସ ଜୀବନ ନ କରି କ୍ଷେପଣ

    ପିତା ସଙ୍ଗେ କାମେ ଲାଗିଲେ,

    ଦୁଃଖର ସଂସାରେ କେତେ ପରକାରେ

    ନିତି ସେ ସାହାଯ୍ୟ କରିଲେ     । ୨ ।

    ବିଭୁ ପ୍ରତି ପ୍ରୀତି ଶାସ୍ତ୍ରେ ଅନୁରକ୍ତି

    ପରିବାରେ ସେ ଦେଖାଇଲେ,

    ପରିବାର ଲାଗି ହେଲେ ମହାତ୍ୟାଗୀ

    କର୍ମମୟ ମାର୍ଗ ଧରିଲେ         । ୩ ।

    ପରିବାର ମୁକ୍ତ ପଣ କରି ନିତି ବିଭୁ ପାଶେ ସର୍ବେ ଆଣିଲେ,

    ସୁଖର ସଂସାର ହେବ ପରିବାର

    ତାଙ୍କ ପ୍ରୀତି ନିତି ଧରିଲେ        । ୪ ।

    ସୂଚୀମାଳାକୁ ଫେରନ୍ତୁ

  • aaso jishu ruha tume niti aamo saathire

    ( ସ୍ୱର : ଆସ ଶିଶୁ ସଖା ଯୀଶୁ )

    ଆସ ଯୀଶୁ ରୁହ ତୁମେ           ନିତି ଆମ ସାଥୀରେ

    ଆମେ ତୁମ ସାନ ଶିଶୁ           ଡାକୁଅଛୁ ଅଧୀରେ । ଧ୍ରୁବ ।

    ଆମ ପ୍ରିୟ ପିତାମାତା            ପୁଣି ଯେତେ ଭଗ୍ନୀ ଭ୍ରାତା

    ସମସ୍ତଙ୍କୁ ଆଉଜାଇ  ରଖ ତୁମ କୋଳରେ । ୧ ।

    ଦେଖାଇ ସୁନ୍ଦର ଗୁଣ            ତୁମ ପରି ହେବୁ ପୁଣ

    ଜୀବନ ବାସନା ଆମ ବିକଶୁ ଜଗତରେ     । ୨ ।

    ସାନ ଶାମୁୟେଲ ପରି           ପ୍ରଭୁ ଭୟ ଦିଅ ଭରି

    ତୁମ ରବ ଶୁଣିବାକୁ   ଇଚ୍ଛା ଜାଗୁ ଅନ୍ତରେ । ୩ ।

    ଆମ ପ୍ରିୟ ପରିବାରେ           ରୁହ ପ୍ରଭୁ ଚିରତରେ,

    ତୁମରି ରୂପର ଜ୍ୟୋତିଃ          ଫୁଟୁ ଆମ ରୂପରେ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • (aaji) khristiya gruhare (ଆଜି) ଖ୍ରୀଷ୍ଟୀୟ ଗୃହରେ,

    (ସ୍ୱର : ଆଜି ନଗରେ ନଗରେ ଗ୍ରାମରେ ଗ୍ରାମରେ)

    (ଆଜି) ଖ୍ରୀଷ୍ଟୀୟ ଗୃହରେ,

    ଖ୍ରୀଷ୍ଟ ପରିବାରେ ଶୁଭୁ ଯୀଶୁଙ୍କର ଜୟ ଗୀତ । ଧ୍ରୁବ । 

    ବିଗତ ଦିନର ଶତ ମଳିନତା

    ପାପ ପ୍ରତି ଆଶା,      ହେ ପାପ ହରତା ହରି ନେଇ ସବୁ କର ହେ ଜୀବିତ

    ତୁମରି ଜୀବନେ ଯୀଶୁ ନାଥ । ୧ ।

    ସାନ ମେଷପଲ ଆମ ପରିବାର, ହେ ମେଷପାଳକ,

    ରଖ କରି ସ୍ଥିର, ଶ୍ୟାମ ତୃଣମୟ ଚରାଣି ସ୍ଥାନରେ

    ରଖ ଆମକୁ ହେ ଅବିରତ । ୨ ।

    ଆସଇ ବିପଦ        ଯେବେ ଘନ ହୋଇ

    କଳା ମେଘ ଘୋଟି   ଯାଏ ହୃଦ ଭୂଇଁ

    ଆମ ପରିବାର ରକ୍ଷା କର ପ୍ରଭୋ, ଜୀବନକାଣ୍ଡାରି ଯୀଶୁ ନାଥ । ୩ ।

    ସୂଚୀମାଳାକୁ ଫେରନ୍ତୁ

  • ey groohe aasho he prabhu posi aaso

    (ସ୍ୱର : ଦୁଆରେ ଉଭା ନ ହୋଇ)

    ଏ ଗୃହେ ଆସ ହେ ପ୍ରଭୁ, ପଶି ଆସ ଭିତରେ,

    ମନ କରି ଅଧିକାର ରାଜା ହୁଅ ଚିତ୍ତରେ । ଧ୍ରୁବ ।

     

     ଅପ୍ରିୟ ତୁମର କିଛି ଯଦି ପରିବାରେ ଅଛି,

    କାଢ଼ି ଦିଅ ବନ୍ଧୁ ମୋର, ତୁମ ଶକ୍ତି ବଳରେ । ୧ ।

    ଯଦି ଅସାର ଏ ଧରା କରିଥାଏ ପଥହରା,

    ଅବାଟ ବୋଟୋଇ ଆମେ ନିଅ ତୁମ ପଥରେ । ୨ ।

    ଏହି ବିଶ୍ୱ ଖେଳ ଶେଷେ ନିଅ ପ୍ରଭୁ ତବ ଦେଶେ,

    ଏହି ପରିବାର ସଦା ରହୁ ତବ ପାଶରେ । ୩ ।

  • aahe jishu aaso amo dino kutere hai

    ( ସ୍ୱର : ଆସ ପ୍ରଭୁ ଆସ ଆଜି )

    ଆହେ ଯୀଶୁ, ଆସ ଆମ ଦୀନ କୁଟୀରରେ ହେ

    ତୁମ ପୂଜା ଲାଗି ଆକୁଳ ତୃଷା ନିତି ଉଠୁ ପ୍ରାଣେ ହେ । ଧ୍ରୁବ ।

    ଆମର ଘରର ପାପ ତମ ନାଶ

    ତୁମ ଆଲୋକରେ ହେ,

    ତୁମ ପ୍ରୀତି, ତୃପ୍ତି, ସୁଖ ଅସରନ୍ତି

    ଆମ ହୃଦେ ଭରି ଦିଅ ହେ । ୧ ।

    ନବୀନ ପ୍ରେରଣା ନବ ଉଦ୍ଦୀପନା ତୁମ ଶକ୍ତି ବଳେ ହେ

    ଆମ ପ୍ରତି ପ୍ରାଣେ ଉଠୁ କ୍ଷଣେ କ୍ଷଣେ ତୁମ କାମ ଲାଗି ହେ

  • aahe premomoyo ishwara tanaya

    ( ସ୍ୱର : ଆହେ ନିରମଳ ସୁନ୍ଦର ଉଜ୍ଜ୍ୱଳ )

    ଆହେ ପ୍ରେମମୟ ଈଶ୍ୱର ତନୟ,

    ଆମ ପରିବାରେ ଆସ ହେ,

    ନୂଆ ଭାବେ ଆଜି ଆମେ ଉଠୁ ସାଜି ତୁମ ପ୍ରେମ ବାଣୀ ଭାଷ ହେ । ଧ୍ରୁବ ।

    ତୁମ ଲାଗି ପ୍ରଭୁ ଆମରି ଏ ଘରେ

    ଧ ର୍ମବତୀ ଉଠୁ ଜ୍ୱଳି ହେ,

    ନିତି ଆରାଧନା ସେବା ଉପାସନା-

    ଧୂପେ ଏହି ଗୃହ ପୁରୁ ହେ       । ୧ ।

    ଏ ଘର ସନ୍ତାନ ସନ୍ତତି ନିକର ତୁମ ନାମ ଲାଗି ପ୍ରଭୁ ହେ,

    କରି ପ୍ରାଣ ପଣ ହୋଇ ଆଗୁଆନ ପ୍ରଚାରନ୍ତୁ ତୁମ ନାମ ହେ      । ୨ ।

    ସୂଚୀମାଳାକୁ ଫେରନ୍ତୁ

  • gaayibaa jaya bharata maya

    ଗାଇବା ଜୟ ଭାରତମୟ ଜୟ ଜୟ ପାପହାରୀ,

    ମାନବ-ହୃଦରଞ୍ଜନ ବିଘ୍ନ-ବିନାଶକାରୀ;

    ଯୀଶୁ ଜୟ, ଯୀଶୁ ଜୟ, ଯୀଶୁ ଜୟ, ଯୀଶୁ ଜୟ । 

    ବିମଳ ଶୋଣିତ            କରି ଦାନ ନାଥ ବଞ୍ଚାଇଛ ଏ ମାନବେ,

    ତୁମର ସେ ପ୍ରେମ ଦୟା ଅନୁପମ ଦେଖି ଚମତ୍କୃତ ସର୍ବେ । ଘୋଷା ।

    ସୁଖର ସଦନ ତ୍ୟଜିଲ ହେ ହେଳେ

    ଅର୍ପିବାକୁ ପ୍ରାଣ ଶତ୍ରୁର ବଦଳେ,

    ଆସିଲ ମର୍ତ୍ତ୍ୟେ       ମର୍ତ୍ତ୍ୟ ଦେହ ଧରି

    ଆହେ ଚିତ୍ତହାରୀ

    ନୀରବେ ହେଲ ହେ ବଳି କ୍ରୁଶୋପରେ

    ଆହେ ପାପ-ତାପ-ହାରୀ,

    (ଆଜି) ଆନନ୍ଦେ ପୂରି,               ମନ ପ୍ରାଣ ଭରି,

    ଗାଇବା ଜୟ ତୁମ୍ଭରି

    ଗାଅ ଜୟ, ଦେଶମୟ, ଗାଅ ଜୟ ଭାରତମୟ । ୧ ।

    ଏପରି ତ୍ରାତାଙ୍କୁ       କିପରି ତ୍ୟଜିଛ, ସଂସାରେ କିପରି ଲିପ୍ତ ହୋଇଅଛ,

    ପ୍ରେମ ବୀଣା ତାନେ, ତ୍ରାଣ ଧନ ଦାନେ,

    ଅଛନ୍ତି ହସ୍ତ ପ୍ରସାରି

    ତ୍ରିଭୁବନ ମଧ୍ୟେ       କୁହ ଯୀଶୁ ବିନା

    କିଏ ନିଜ ପ୍ରାଣ ଦେଇ

    ଭବର କଳୁଷ         କରିଛ ବିନାଶ ଶାନ୍ତି-ସୁଧା ଢାଳିଦେଇ ?

    ସେ ପାପ ମୋକ୍ଷଦ କର ଭାଇ ଲୟ । ୨ ।

    ଏସନ ସୁନ୍ଦର ନିଷ୍ପାପ ଜୀବନ

    ତୁମ ସେବା ଲାଗି କଲେ ବଳିଦାନ,

    ନରମେଧ ଯଜ୍ଞ ସାଧିଲେ ହେ ଦେଖ

    ଯୀଶୁ ପାପହାରୀ

    କେହି ତ କୁହେନା,    ମୁଁ ପଥ, ଜୀବନ, ମୋହ ଦେଇ ଯିବ ପିତାଙ୍କ ସଦନ,

    ମୋହର ନିକଟେ     ଆସିଲେ ବିଶ୍ୱାସେ

    ପାପ ତାପ ଯିବ ଅପସରି, ସୁଦିନେ ବହନେ ଦିଅ ହେ ଆଶ୍ରୟ  ।

  • joyo joyo gaane gaao jishu naame

    ଜୟ ଜୟ ଗାନେ     ଗାଅ ଯୀଶୁ ନାମେ ଦେବ ଶିଶୁ ଉଭା ଦେଖରେ ଚାହିଁ

    ପାପୀର ପରମ      ସଖା ଅନୁପମ

    ତ୍ରିଭୁବନ ତଳେ କେହି ତ ନାହିଁ

    (ପ୍ରେମମୟ ଯୀଶୁ ସମ) । ଘୋଷା ।

    ଜନମ ଉତ୍ସବେ ସଗର ବାହିନୀ ଆସିଲେ ଶାନ୍ତିର କାରଣ ନେଇ

    ଈଶ୍ୱର ମହିମା        ମାନବେ ମଙ୍ଗଳ

    ପୃଥିବୀରେ ଶାନ୍ତି ଗାଇଲେ ଭାଇ

    (ଯୀଶୁ ସୁଧାମୟ ନାମେ) । ୧ ।

    ପୂଜାର ଅନ୍ତରେ ପ୍ରେମ ଭକ୍ତିଭରେ ପ୍ରୀତି-ଫୁଲ ଛନ୍ଦି ଚାରୁଚରଣେ

    ଆସ ପରିଶ୍ରାନ୍ତ ପାପଭାରେ କ୍ଳାନ୍ତ ସ୍ନିଗ୍ଧ ଶାନ୍ତି ଲଭ ଯୀଶୁଙ୍କୁ ପାଇ

    (ଯୀଶୁ ନାମ ଗୁଣ ଗାଇ) । ୨ ।

    ସୂଚୀମାଳାକୁ ଫେରନ୍ତୁ