Category: Uncategorized

  • he raja rajana janamicha

    ହେ ରାଜ, ରାଜନ, ଜନମିଛ କେଉଁଠାରେ । ଘୋଷା ।

    ପ୍ରସାଦେ ପ୍ରସାଦେ ଖୋଜୁଥିଲି ମୁହିଁ,

    ଗୁହାଳ କୁଣ୍ଡରେ ରହିଅଛ ଶୋଇ,

    ତବ ଆଲୋକ ତାରକା ସମ ମୋତେ

    ଦେଖାଇଛ ପଥ ପାପ-ନିଶିରେ 

     

    ସ୍ୱର୍ଗ ସିଂହାସନ ତିଆଗି ହେ ନାଥ,

    ମାନବ ରୂପ ଧରି ହୋଇଅଛ ଜାତ,

    ପାପୀ ପାପ-ଭାର କରିବାକୁ ଦୂର,

    ଆସିଅଛ ଆଜି ଏ ଦୀନ ବେଶରେ  । ୨ ।

     

    ତବ ଶ୍ରୀ ପୟରେ ଭେଟି ଦେବା ପାଇଁ 

    ସୁବର୍ଣ୍ଣ କୁନ୍ଦରୁ ଗନ୍ଧରସ ନାହିଁ,

    ମମ ପାପ-ତାପ-କଳୁଷ ପରାଣ 

    ଉପହାର ନିଅ ନାଥ ଦୟାରେ   । ୩ ।

    ପାତକୀ ଜୀବନେ ଦେବାକୁ ମୁକତି ଭବେ କେହି ନାହିଁ ହେ ଜୀବନ ଜ୍ୟୋତିଃ

    ପାପ ଅନ୍ଧକାର କର ମୋର ଦୂର, ଶିଶୁ ଯୀଶୁ ଆସି ମୋ’ ହୃଦ-କୁଟୀରେ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • aji suprabhate asa jiba bhai

    ଆଜି ସୁପ୍ରଭାତେ ଆସ ଯିବା ଭାଇ

    ନବ ପ୍ରେମେ ମିଳି ଯୀଶୁ ନାମ ଗାଇ ଘୋଷା । 

     

    ସ୍ୱଗୁଁ ଅବତରି ସୁର ପ୍ରଭୁ

    ଭବେ ଜନମିଲେ ନର ତ୍ରାଣ ପାଇଁ । ୧ ।

    ଭାଇ ଭଗିନୀ ସର୍ବେ ଜଡ଼ତା ଛାଡ଼ି

    ପାପାତ୍ମାର ସର୍ବ ଶୃଙ୍ଖଳା ବେଡ଼ି ଭଙ୍ଗ କରି ଆସ ମୁକୁଳିବା 

    ପ୍ରେମେ ଏକ ହୋଇ ଯୀଶୁ ନାମ ଗାଇ । ୨ ।

    ସୂଚୀମାଳାକୁ ଫେରନ୍ତୁ

  • jaago re soiniko aartho janataa daake

    ( ସ୍ୱର : ତୁଙ୍ଗ ଶିଖରୀ ଚୁଳ, କୁଞ୍ଜ କାନନ ମାଳ ) 

     

    ଜାଗରେ ସଇନିକେ ଆର୍ତ୍ତ ଜନତା ଡାକେ ରାତ୍ରିର ଅନ୍ଧକାରେ ପଥ ବାଉଳା,

    ଶତ୍ରୁ ଚଉଦିଗେ ହୁଙ୍କାର ଶବଦେ

    କରି ଦିଏ କ୍ଷଣେ କ୍ଷଣେ ଛାତି ପତଳା । ଘୋଷା । 

     

    ତେଜି ଉଠ ତରୁଣ ସୈନିକ ଦଳ

    ଯାଚି ଘେନ ସେନାପତି ବାକ୍ୟ ବଳ

    ଆଲୋକର ଶିଖା ଜାଳି, ଅନ୍ଧକାର ଦିଅ ଦଳି

    ଯାଉ ଜଳି ଅଶରୀର ବାରୁଦ ଗୋଳା      

    କେହି ଯେବେ ଏ ଅବଧି ରଣ ସଜ୍ଜା

    ପିନ୍ଧି ନାହିଁ – ଏବେ ପିନ୍ଧି ଫିଙ୍ଗି ଲଜ୍ଜା

    ନୁହେଁ ଖାଲି ସେ ଭୂଷଣ, ରକ୍ଷା କବଚ ପୁଣ

    ଉତ୍ତାଳ ଦରିଆରେ ଅଟଳ ଭେଳା           । ୨ ।

    ଶୁଣୁ ତୁମ ଦୁର୍ଯ୍ୟଧ୍ୱନି ତୃପ୍ତ ଜନତା

    ତୁଟିଯାଉ ମୃତ୍ୟୁଭୟ ଅଈରୀ ଚିନ୍ତା ମୃତ୍ୟୁଞ୍ଜୟୀ ସେନାପତି ସଦା ଆଗେ ଚାଲିଛନ୍ତି

    ଅନୁସରି ଆଗ ବଢ଼ ନ କରି ହେଳା । ୩ ।

    ସୂଚୀମାଳାକୁ ଫେରନ୍ତୁ

  • doyamaya jishu priya hai moro

    (ସ୍ୱର : ଦୟାମୟ ଯୀଶୁ ଧନ ହେ)

    ଦୟାମୟ ଯୀଶୁ ପ୍ରିୟ ହେ ମୋର ସବୁ କିଛି ତୁମେ ନିଅ । ଘୋଷା ।

    ନିଅ ବୋଲି ପ୍ରଭୁ ଦେଲି ମୁହିଁ ତୋଳି

    ଅତୀତ ଜୀବନ ଶତ ବ୍ୟଥା କାଳି; ଲହୁ ଲୁହେ ଧୋଇ ଦିଅ ପ୍ରେମମୟ

    ତୁମ ଯୋଗ୍ୟ କରି ନିଅ ହେ     । ୧ ।

    କ୍ରୁଶ କୋରଡ଼ାରେ ଦିଅ ଭାଙ୍ଗି ଦିଅ ସଂସାରର ଶତ ବାସନାର ମୋହ,

    ନାହିଁ ମୋର ଶକ୍ତି ଟାଣେ ଜଗତ୍‌ପତି

    ତୁମ ଶକ୍ତି ମୋତେ ଦିଅ ହେ । ୨ । 

     

    ଲାଜ, ଅପମାନ, ଯଶ, ସନମାନ

    ତୁମ ପ୍ରେମେ ଯେହ୍ନେ ହୁଏ ଗୋ ସମାନ

    କାଲବେରୀ ସ୍ରୋତ ପ୍ରେମର ସଙ୍ଗୀତ ବୁକୁ ତଳେ ମୋର ଦିଅ ହେ           । ୩ ।

    ଗର୍ବ ଦମ୍ଭ ମୋର ସବୁ କରି ଚୂର୍ଣ୍ଣ

    ନିଅ ତୁମେ ମୋର ଭଙ୍ଗା ଚୂନା ମନ

    ତୁମରି ବାସନା ପୁରାଇ ଜୀବନେ ସଦା ମୋର ପାଶେ ଥାଅ ହେ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • chira bandhubara jishu hai sundara

    ଚିର ବନ୍ଧୁବର ଯୀଶୁ ହେ ସୁନ୍ଦର

    କଳୁଷ ପରାଣେ ରାଜ ଗୋ, ହେ ବିଶ୍ୱ ଗୌରବ 

    ସ୍ୱରଗ ବିଭବ ସମାଜ ପରାଣେ ସାଜ ଗୋ । ଘୋଷା ।

    ପ୍ରଣମି କରୁଗୋ ତୁମଠି ଅଳି,

    ଆହେ ପାପହାରୀ ପ୍ରାଣ ସଙ୍ଖାଳି,

    ଅଜ୍ଞାନ ପରାଣୁ ପାପର କାଳିମା 

    ତୁମରି ଆଲୋକେ ମାଜ ଗୋ      । ୧ ।

     

    ଏ ଭବ ଅସାର ମାୟା ମମତା ହରି ନେଲାଣି ଗୋ ଜୀବନ ସତ୍ତା,

    ଆହେ ଜୀବଧାରି, ଜୀବନ-ମୁରଲୀ    

    ବଜାଅ ମୃତ ପରାଣେ ଗୋ      । ୨ ।

  • sundara madhura naamoti taankara

    ସୁନ୍ଦର ମଧୁର ନାମଟି ତାଙ୍କର

    ନ ପାରେ ମୁରୁଛି କ୍ଷଣେ ମାତର ଯେଣେ ଗଲେ ତେଣେ ନାଚେ ହୃଦ ମୋର

    କି ଜାଣି କାହିଁକି, ନୁହଇ ପାସୋର । ଘୋଷା ।

    ଦୁଇ ଦୁଇ କରି ଚାରୋଟି ଅକ୍ଷର ବାନ୍ଧି ରଖିଅଛି ସରଗ ସମ୍ଭାର

    ଆଡ଼ କାଠେ ଛନ୍ଦା ସେହି ନାମ ଚିର ହେଜୁ ନ ହେଜୁଣୁ ପୁଲକେ ଶରୀର । ୧ ।

    ନୀତି ଚମତ୍କାର ପ୍ରୀତି ରତ୍ନାକର ପାପୁଁ ତରିବାରେ 

    ଅମୋହ ମନ୍ତର ନୋହିଁ ପଦପ୍ରାନ୍ତୁ ନିମିଷେ ଅନ୍ତର

    ନାମ ଭଜନରେ ଯାଉ ଦିନ ମୋର । ୨ ।

  • praate diya darasana jibana dhana

    (ସ୍ୱର : ଆହା କି ମଧୁର ତବ ପ୍ରେମ ପରଶ)

    ପ୍ରାତେ ଦିଅ ଦରଶନ, ଜୀବନ ଧନ

    ତୁମେ ପରା ପାପହରା, ମୁକ୍ତିଦାତା ଜ୍ଞାନାଞ୍ଜନ । ଘୋଷା । 

     

    ହୃଦୟ ଦୁଆର ଦେଇ ମୁଁ ଖୋଲି, ଡାକୁଛି ଆତୁରେ ମୋ ଯୀଶୁ ବୋଲି

    ଆସ ତ୍ୱରା ସହୁ ନାହିଁ ବିଳମ୍ବ ଯେ ମୋର ପ୍ରାଣ । ୧ । 

     

    ରଜନୀ ଅନ୍ଧାର ହେଲାଣି ଦୂର, ପୂରୁବ ନଭେ ଉଦେ ଦିବାକର 

    ହୃଦେ ମୋର ଉଦେ ହୋଇ ନାଶି ଦିଅ ପାପତମ । ୨ ।

    ଶୁଣଇ ମୋ କାନ ଯେତେ ଶବଦ, ନର ପଶୁ ପକ୍ଷୀ ସବୁରି ରବ

    ପୁଲକିତ ହେଉ ହୃଦ ଶୁଣି ନାଥ ତୁମ ସ୍ୱନ

    ପଦେ ଅଳି ନାଥ ଦିଅ ହେ ଶକତି, ଦେଖିବାକୁ ତୁମ ଶ୍ରୀମୁଖ ଜ୍ୟୋତି

    ନ ହୁଡ଼ିବି ପଥ ଯେହ୍ନେ ଧରି ତୁମ ପଦ ଚିହ୍ନ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • doyaa maya jishu dhana hai mote sabutharu kara sano

    ଦୟାମୟ ଯୀଶୁ ଧନ ହେ ମୋତେ ସବୁଠାରୁ କର ସାନ । ଘୋଷା । 

     

    କର ପ୍ରଭୁ ମୋତେ ମାଟିଠାରୁ ହୀନ

    ପିନ୍ଧାଅ ହେ ମୋତେ ନମ୍ରତା ଭୂଷଣ

    ଧ ୂଳିରୁ ଆହୂତ ଏ ନିରାଟ ସତ୍ୟ ନ ଭୁଲିବି କଦାଚନ । ୧ । 

     

    ମର ଶରୀରର ତେଜ ବୀର୍ଯ୍ୟ ବଳ,

    ଜାଣେ ଦିନେ ଏହା ହୋଇବ ବିଫଳ

    ଅନିତ୍ୟ ସିନା ଏ ରୂପ ଯଉବନ, ବୁଝିବାକୁ ଦିଅ ଜ୍ଞାନ । ୨ ।

    ଧନ ଜନ ମାନ ଯଶ ପଉରୁଷ,

    ଫିଙ୍ଗିବାକୁ ଦୂରେ ଦିଅ ହେ ସାହସ,

    ଅନ୍ତର ରାଇଜେ ଦୟା କ୍ଷମା ପ୍ରେମ, ରହିଥାଉ ଚିରଦିନ । ୩ । 

     

    ସଂସାର ରାଇଜେ ବଡ଼ ସଦା ବଡ଼,

    ତୁମ ରାଜ୍ୟେ ଏକ ଛୋଟ ହୁଏ ବଡ଼ ଶିଶୁର ସ୍ୱଭାବ 

    ଦିଅ ପ୍ରଭୁ ଯେହ୍ନେ କୋଳରେ ପାଇବି ସ୍ଥାନ । ୪ । 

    ଲାଜ ଅପମାନ ହେଉ ମୋ ସମ୍ମାନ,

    ପଦ ଚିହ୍ନେ ତବ କରାଅ ଗମନ

    ତୁମରି ପଦରେ ଜୀବନ ସାଥୀ ଗୋ, ଏହି ମୋର ନିବେଦନ । ୫ ।

  • niramala niramala niramala debataa

    ନିରମଳ ନିରମଳ ନିରମଳ ଦେବତା 

    ସୁର ନର ପ୍ରଶଂସିତ ସୃଷ୍ଟିକରତା      । ଧ୍ରୁବ ।

    ଶକ୍ତିମୟ ବିଶ୍ୱପିତା ଜ୍ଞାନାଞ୍ଜନ ପ୍ରଦାତା 

    ବଳବୁଦ୍ଧି ବିଶାରଦ ନ୍ୟାୟ ପ୍ରଣେତା  । ୧ ।

    ପ୍ରେମମୟ ଅବତାର ଅଦ୍ୱିତୀୟ କୁମର

    କରୁଣା କ୍ଷୀର ସାଗର ବିଶ୍ୱନିୟନ୍ତା           । ୨ ।

    କୃପାମୟ ‘ଯୁବାମେଷ’ କ୍ରୁଶାର୍ପିତ ନରେଶ,

    ପତିତ ଜନ ବାନ୍ଧବ, ପାପହରତା            । ୩ ।

    ଜ୍ୟୋତିର୍ମୟ, ପବିତ୍ରାତ୍ମା, ସାରତତ୍ତ୍ୱ ବୋଧାତ୍ମା,

    ଅନୁପମ ବରଦାତା ନୀତି ବିଧାତା           । ୪ । 

     ମଧୁମୟ ରତ୍ନାକର ସତ୍ୟ ଶିବ ସୁନ୍ଦର

    କରେ ଭିକ୍ଷା, ଦିଅ ନାଥ ! ଭକ୍ତି ମମତା । ୫ ।

    ସୂଚୀମାଳାକୁ ଫେରନ୍ତୁ

  • momo drudaya chandana jishu jaya jagata chandana

    (ସ୍ୱର : ତୁମେ ଅଧମ ପତିତ ନରେ)

    ମମ ହୃଦୟ ଚନ୍ଦନ ଯୀଶୁ ଜୟ ଜଗତ ଚନ୍ଦନ

    ଅଣାକାର ପରମ ବ୍ରହ୍ମ ଜୟ ସତ୍ୟ ସନାତନ । ଘୋଷା ।

    ପାତକୀ ଜୀବନ ଧନ ଜଗଜ୍ୟୋତି ଦୀନବନ୍ଧୁ ମନମୋହନ 

    ପାପହାରୀ ତ୍ରାଣକାରୀ ଜୟ ସର୍ବଶକ୍ତିମାନ । ୧ ।

    ପତିତ ମୁକତି ପଥ ରୋଗ ଶୋକ ଦୁଃଖହାରୀ ଜଗତନାଥ

    ଜୟ ଜୟ ମୃତ୍ୟୁଞ୍ଜୟ ଜୟ ବିଘ୍ନ ବିନାଶନ । ୨ । 

     

    ଯୋଗୀ ଋଷି ଜପମାଳ ଭାବଗ୍ରାହୀ ହୃଦୟ ସ୍ୱାଇଁ ଦୁର୍ବଳ 

    ବଳ ଭକତର ଜ୍ଞାନଧନ ଜୟ ଭକତ ଭୂଷଣ । ୩ ।

    ଅକୂଳ ସାଗର କୂଳ ଦୁଃଖୀ ରଙ୍କି କାଙ୍ଗାଳର ରତନ ଥାଳ 

    ମହୌଷଧି ଗୁଣନିଧି ଜୟ ବିପଦଭଞ୍ଜନ

    ସୂଚୀମାଳାକୁ ଫେରନ୍ତୁ