Category: Uncategorized

  • ଗର୍ବ ଦମ୍ଭ ଅଭିମାନ କାହିଁକି ଏତେ  garbhadombho avhimaano kaahinki ete

    ଗର୍ବ ଦମ୍ଭ ଅଭିମାନ କାହିଁକି ଏତେ 

    ବାଟ-ବସା ଧୂଳିଘର ରହିବ ସତେ । ଘୋଷା ।

    ଏ ତୋର ପୂନେଇଁ ଜହ୍ନ 

    ଉଁଆସେ ହୋଇବ ଲୀନ 

    ବୃଥା ରୂପ ଯଉବନ ସ୍ୱପନ ଯେତେ     ା ୧ ।

    ହଜାଇ ଦେଇ ବିବେକ

     ଜାଣି ନ ଜାଣୁ ମୁରୁଖ

    ଅଜାଣତେ ଦିନେ ଡାକ ପଡ଼ିବ ତୋତେ     ା ୨ । 

     

    ଏକଲା ଆସିଛୁ ତୁହି 

    ସଙ୍ଗେ କେହି ଯିବେ ନାହିଁ 

    ସଙ୍ଗତେ ନେଲାଣି ବୋହି କହ କେ କେତେ ?      ା ୩ ।

    କାଳ ସାଗର ଉତ୍ତାଳ ନାହିଁ ତାର ଥଳକୂଳ

    ପାରିବୁ କି ପାର ହୋଇ ଭଙ୍ଗା ବୋଇତେ ?      ା ୪ ।

    ବୁକୁର ରକତ ଦେଇ  ତରୀ ଯେ ଅଛି ବନାଇ

    ଚିହ୍ନିଲେ ତରିବୁ ଯାଇ ତା’ ପ୍ରେମ-ପୋତେ  ା ୫ ।

  • ଏ ନବ ଯୌବନ ବୟସ, ଦିନୁଁ ଦିନ ତାର ହୁଅଇ ହ୍ରାସ ey nobo joubono bayasa

    ଏ ନବ ଯୌବନ ବୟସ, ଦିନୁଁ ଦିନ ତାର ହୁଅଇ ହ୍ରାସ,

    ହେବ ଆଗମନ ଦାରୁଣ ଦୁର୍ଦ୍ଦିନ,

    ହେବ ଆସି ଜରାବସ୍ଥା ପ୍ରବେଶ । ଘୋଷା । 

     

    ଏଣୁ ହେବ ଦୃଷ୍ଟି ଅନ୍ଧାର ନିରନ୍ତର ବହିବ ନୀର,

    ଦନ୍ତ ହେବ କ୍ଷୀଣ, ଶକ୍ତି ହେବ ହୀନ,

    ଗୋଟି ଗୋଟି ହୋଇ ପାଚିବ କେଶ    ା ୧ ।

    ଥ ର ହର ହେବ ଶରୀର, ଭୟ ହେବ ଉଚ୍ଚ ସ୍ଥାନର,

    ଆଉ ବାଟେ  ଘାଟେ କରତେ ଯାଆସ,

    ନିୟତ ଜନ୍ମିବ ମନରେ ତ୍ରାସ     ା ୨ ।

    ଏହି କି ସୁନ୍ଦର ବଦନ, ଧୂଳି ଦେହ ପୂର୍ବ ସମାନ,

    ଆତ୍ମାଦାତାଠାରେ ଆତ୍ମା ଫେରିଯିବ

    ଯେଣୁ ଏ ତାହାର ଅଟେ ପ୍ରବାସ । ୩ । 

     

    ଏଣୁ କରି ଯୌବନେ ମନ କର ଈଶ୍ୱରଙ୍କୁ ସ୍ମରଣ,

    ଅବା ବୃଦ୍ଧକାଳେ ପଡ଼ିଣ ଜଞ୍ଜାଳେ 

    ବୋଲିବ ଏଥିରେ ନାହିଁ ହରଷ । ୪ ।

  • ଯାଉଛି ଦିନ ବହି ମନ ଜାଣୁ ନାହିଁ କି ? jaauchi dino bohi mono jaanu nahi ki

    ଯାଉଛି ଦିନ ବହି ମନ ଜାଣୁ ନାହିଁ କି ? ଘୋଷା । 

     

    ହୁଏ ଉଛୁର ପଥ ଅଛି ଅପାର,

    ଅଳସରେ ବସି ରହିଅଛୁ କାହିଁକି ? । 

     

    ମହୀ ଶ୍ରୀ ପାଇଁ ଲୋକେ ଅଛନ୍ତି ଧାଇଁ,

    ନ ଧାଇଁବୁ ସ୍ୱର୍ଗୀୟ ମୁକୁଟ ପାଇଁ କି ? । 

     

    କରିଣ ପଣ ନ କଲେ ପ୍ରାଣପଣ,

    ମୁକୁଟକୁ ଅନ୍ୟ ହରି ନେବ ନାହିଁ କି ? । 

     

    କରୁ ବିଚାର, କାଳ ଅଛି ଅପାର,

    ଦେଖ ଧାଇଁ ଆସୁଅଛି କାଳ କତିକି । ୪ । 

     

    ଧାଅଁ ବହନ ଧରି ଦଳ ନୂତନ,

    ନୁହଁ ସ୍ଥଗିତ ମୁକୁଟ ପ୍ରାପ୍ତି ସରିକି । ୫ ।

  • କେତେ ଅନିତ୍ୟ ଅଟଇ ନରପ୍ରାଣ, kete onityo otoyee noro praano

    କେତେ ଅନିତ୍ୟ ଅଟଇ ନରପ୍ରାଣ,

    କି ବହନେ ଯାଉଛି ହୋଇ ବେଗବାନ । ଘୋଷା ।

    କର ମନ ସ୍ଥିର ଦୃଷ୍ଟି ସୁଶୋଭିତ ପୁଷ୍ପ ପ୍ରତି ଦିଶେ କି ସୁରଙ୍ଗ ସୁନ୍ଦର ! 

    ହେଲେ ଦିବାବସାନ ମ୍ଳାନ ହୁଏ ବହନ,

    ଶିକ୍ଷା ଦିଏ ନରପ୍ରାଣ ପୁଷ୍ପ ସମାନ । ୧ ।

    ଦେଖ ହେ ବସନ୍ତକାଳେ ବିବିଧ ବୃକ୍ଷ ସକଳେ ପଲ୍ଲବେ ଦିଅନ୍ତି ଦର୍ଶନ,

    ବହିବାରୁ ପବନ ଝଡ଼ଇ ପତ୍ରମାନ,

    ଶିଖାନ୍ତି ଯେ ନର ଦିନ ତାହା ସମାନ । ୨ ।

    କର ଦୃଷ୍ଟି ସ୍ରୋତଜଳ ହୋଇଣ ଅତି କଲ୍ଲୋଳ ତରଙ୍ଗ ଉଠେ ଘନ ଘନ,

    ହୋଇଣ ବେଗବାନ ବହିଯାଏ ବହନ,

    ଶିକ୍ଷାଦିଏ ନର ପ୍ରାଣ ସ୍ରୋତ ସମାନ । ୩ ।

    ହୁଅ ମନ ସାବଧାନ ସଫଳ କର ଜୀବନ ସାଧ ହେ ନିଜ ଆତ୍ମା ତ୍ରାଣ,

    ହେବ ଦିବାବସାନ ଯିବ ମୃତ୍ୟୁ ଭୁବନ,

    ପୁନରୁତ୍ଥାନ ପର୍ଯ୍ୟନ୍ତ ଧୂଳି ଶୟନ । ୪ ।

  • ମନୁଷ୍ୟର ପ୍ରାଣ ଅନିତ୍ୟ monushyo ro praano onityo

    ମନୁଷ୍ୟର ପ୍ରାଣ ଅନିତ୍ୟ

    ସମୟ ଅତ୍ୟଳ୍ପ ବୁଝ ହେ ଭାଇ,

    କେଡ଼େ ଶୀଘ୍ର ଦିନ ମାସ ଯାଉଅଛି ପଳାଇ । ଘୋଷା । 

     

    ସମୟ ଯେ ଅତି ଅଳ୍ପ ବୁଝ ହେ ପାପୀଗଣ,

    ବୃଥାରେ ନ କାଟ ଦିନ ଶୁଭ କାଳ ହରାଇ । ୧ । 

     

    ସମୟଟି ଅତି ଅଳ୍ପ ବୁଝ କଠିନମନା,

    ତ୍ରାଣ ଦିନ ବହି ମୃତ୍ୟୁ ଆସୁଅଛି ଘନାଇ । ୨ ।

     

     ସମୟଟି ଅତି ଅଳ୍ପ ଦେଖ ଧାର୍ମିକଗଣ,

    ଅବିଳମ୍ବେ ଯୀଶୁ ସ୍ୱର୍ଗୁ ଆସିବେ ଓହ୍ଲାଇ । ୩ । 

     

    ସମୟଟି ଅତି ଅଳ୍ପ ଦୁଃଖ ଯିବ ପଳାଇ,

    ଅବିଳମ୍ବେ ସ୍ୱର୍ଗପୁରେ ପ୍ରବେଶିବା ହେ ଯାଇ । ୪ ।

  • କର ପ୍ରଭୁ ତବ କର୍ମେ କଲ୍ୟାଣ kara probhu tobo korme kolyaano

    କର ପ୍ରଭୁ ତବ କର୍ମେ କଲ୍ୟାଣ

    ଓଡ଼ିଶା ମଧ୍ୟେ ବହୁଳ ଫଳ ହେଉ ଦର୍ଶନ । ଘୋଷା ।

    ତୁମ୍ଭ ଶେଷାଜ୍ଞା ପ୍ରମାଣେ କେତେ 

    କେତେ ଦାସଗଣେ ବାସ କରନ୍ତି ନାନା ସ୍ଥାନେ,

    ସୁସମାଚାର କରି ପ୍ରଚାର

    କରୁଥାନ୍ତି ସମସ୍ତଙ୍କୁ ତୁମ୍ଭ ପ୍ରେମେ ଆହ୍ୱାନ । ୧ ।

    ତୁମ୍ଭ ପ୍ରତିଜ୍ଞା ପ୍ରମାଣେ ସଙ୍ଗେ ହୁଅ ଅନୁକ୍ଷଣେ

    ପୁଣି ପବିତ୍ର, ଆତ୍ମା ଦାନେ,

    କର୍ମେ ନିପୁଣ, ଧର୍ମେ ଭୂଷଣ,

    କର ପ୍ରଭୁ କରିବାକୁ ତବ କର୍ମ ସାଧନ । ୨ ।

    ଓଡ଼ିଶାର ବହୁଜନ କରି ଅନ୍ଧାରେ ଗମନ

    କଷ୍ଟେ କାଟୁଛନ୍ତି ଜୀବନ,

    ଧ ର୍ମ-କିରଣ କରି ଗ୍ରହଣ

    କରନ୍ତୁ ଦୀପ୍ତିରେ ସଦା ସୁଖେ କାଳକ୍ଷେପଣ । ୩ । 

     

    ତୁମ୍ଭ ଆଶୀର୍ବାଦ ଦାନ ଅଟେ ଅତି ପ୍ରୟୋଜନ ହେବାକୁ ଏ କର୍ମ ସାଧନ,

    ଏଣୁ ବହନ ହୋଇ ପ୍ରସନ୍ନ

    ଆତ୍ମା-ଜଳ ଦେଇ ଫଳ ଫଳାଅ ଶଏ ଗୁଣ । ୪ ।

     

     ତୁମ୍ଭ ମହା ପରାକ୍ରମ ପ୍ରକାଶି କର ଧ୍ୱଂସନ, ଶୟତାନ ରାଜ୍ୟ ବହନ,

    ଶାନ୍ତି ରାଜନ ଯୀଶୁ ଆସନ

    ହେଉ ସର୍ବ ନରଗଣଙ୍କର ଅନ୍ତଃକରଣ । ୫ ।

    ସୂଚୀମାଳାକୁ ଫେରନ୍ତୁ

  • କର କରୁଣା ଦୃଷ୍ଟି kara karunaa drusti

    କର କରୁଣା ଦୃଷ୍ଟି

    ତବ ବାକ୍ୟ ପ୍ରଚାରକମାନଙ୍କ ପ୍ରତି । ଘୋଷା ।

    ତବ ଲିଖିତ ବିଧାନ ପ୍ରମାଣେ ହୋଇଲେ ଯେ ପ୍ରେରିତ,

    କର ହେ ଧର୍ମାତ୍ମା ବୃଷ୍ଟି, ପ୍ରେମେ ଜ୍ଞାନେ ପୁରୁ ମତି,

    ଖ୍ରୀଷ୍ଟ ପରି ପାପୀଙ୍କର ଲୋଡ଼ନ୍ତୁ ଗତି । ୧ ।

    ଦିଅ ପଠାଇ ତେଜୋମୟ ସୁସମାଚାର ହସ୍ତେ ଦେଇ,

    ତୁମ୍ଭ ପ୍ରତି ପାପୀ ମନ ଯେହ୍ନେ ହୋଇବ ଫେରଣ 

    ଶୟତାନ ଅଧୀନରୁ ଖ୍ରୀଷ୍ଟଙ୍କ ପ୍ରତି । ୨ ।

    ଯେହ୍ନେ ଏମାନେ କରିବେ ଆତ୍ମ-ପ୍ରହରୀ କର୍ମ ଯତନେ,

    ଉତ୍ତମ ନିକାଶ ଯେହ୍ନେ ଦେବେ ପ୍ରଭୁ ଆଗମନେ,

    ବିଶ୍ୱସ୍ତରୂପେ କରିବେ କାର୍ଯ୍ୟ ସମାପ୍ତି । ୩ । 

     

    ଯେହ୍ନେ ଏମାନେ ଆତ୍ମା ଲାଭ କରିବେ ହେ ବାହୁଲ୍ୟ ଗୁଣେ,

    ସଙ୍ଗେ ହୁଅ ନିରନ୍ତର, ଦିଅ ପ୍ରଭୁ କୃପାବର,

    ଶେଷେ ସ୍ୱର୍ଗପୁରେ କର ଗୌରବେ ସ୍ଥିତି । ୪ ।

    ସୂଚୀମାଳାକୁ ଫେରନ୍ତୁ

  • ଆହେ କ୍ରୁଶ ସୈନ୍ୟଗଣ, ଆସ ବହନ aahe krusho sainyagana aaso bohono

    ଆହେ କ୍ରୁଶ ସୈନ୍ୟଗଣ, ଆସ ବହନ

    ଯୀଶୁ ଜୟ ଗାନେ ପୃଥ୍ୱୀ କରିବା ପୂର୍ଣ୍ଣ । ଘୋଷା ।

    ଧ ନ୍ୟ ଯୀଶୁ ତ୍ରାତା, ଦଶ ସହସ୍ରେ ଧନ୍ୟ,

    କ୍ରୁଶ କାଷ୍ଠେ, ମରି କଷ୍ଟ ସାଧିଲେ ତ୍ରାଣ । ୧ । 

     

    ସତ୍ୟ, ଶାନ୍ତି, ଦୟା, କ୍ଷମା ସେ କ୍ରୁଶେ ପୂର୍ଣ୍ଣ,

    ଆମ୍ଭେ ଭୋଗୁଛୁଁ ପ୍ରଚୁରେ କି ଭାଗ୍ୟବାନ ! । 

     

    ଉଠ କ୍ରୁଶ-ସୈନ୍ୟଗଣ, ଦୟାର କର୍ମ

    ପ୍ରକାଶିବା ତାଙ୍କ ପକ୍ଷେ ସେ ଯୀଶୁ ସମ । ୪ ।

     

     ବିନା ମୂଲ୍ୟେ ତ୍ରାଣଧନ ହେଲୁଁ ପ୍ରାପଣ,

    ବିନାମୂଲ୍ୟେ ଦେବା ଆଜ୍ଞା କରୁ ପାଳନ । ୫ । 

     

    ଧର୍ମାତ୍ମା ପ୍ରଭାବେ ଉଠ, କରିବା କର୍ମ,

    ବର୍ଣ୍ଣିବା ହୃଷ୍ଟେ ଅନ୍ତର-ଭରସା-ମର୍ମ । ୬ ।

    ପାପ ପଥୁଁ ଫେରାଇବା ଯେତେକ ଜନ,

    ହୋଇବେ ଆମ୍ଭ ଦର୍ପର ମୁକୁଟ ସମ । ୭ ।

    ଆହେ ଯୀଶୁ, କ୍ରୁଶ-ଧନ ସେ କ୍ରୁଶ-ଜ୍ଞାନ 

    କ୍ରୁଶାଶ୍ରିତ ସର୍ବ ମନେ କର ବର୍ଦ୍ଧନ । ୮ ।

  • ଆସ ହେ ଭାଇ aaso hai bhayee eko hoibaa

    ଆସ ହେ ଭାଇ,

    ଏକ ହୋଇବା ସୁସମାଚାରର ଧର୍ମ ପାଇଁ ଯତ୍ନ କରିବା । ଘୋଷା ।

    ଦୃଷ୍ଟି କର ଆହେ ବାରେ,

    ସତ୍ୟ ଧର୍ମ ବିହୁନରେ କି କ୍ଳେଶରେ ଅଛନ୍ତି ନରେ !

    ଦୟା-ଚିତ୍ତରେ        ରକ୍ଷା ଅର୍ଥରେ,

    ଉପାୟ ଥାଉଣୁ ହସ୍ତେ ଯତ୍ନ କି ନ କରିବା ା ୧ ।

     

    କରୁ କରୁ ଯଦି ଯତ୍ନ ଘଟଇ ନାନାଦି ବିଘ୍ନ,

    ଭୟରେ କି ତ୍ୟାଗ କରିବା ?

    ନୋହୁ ଏସନ,          ନୋହୁ ଏସନ,

    ଆସ, ସମସ୍ତେ ମିଳିଣ ପ୍ରାଣପଣ କରିବା   ା ୨ ।

    ସୂଚୀମାଳାକୁ ଫେରନ୍ତୁ

  • ପ୍ରଭୁଙ୍କର ଶେଷ ବଚନ probhunkara sesho bachana

    ପ୍ରଭୁଙ୍କର ଶେଷ ବଚନ

    ପାଳ ହେ ଘୋଷଣାକାରୀ, ହୋଇଣ ବିଶ୍ୱସ୍ତ ଜନ । ଘୋଷା । 

     

    କରିଣ ସୁସମାଚାର ଜଗତେ କର ଘୋଷଣ,

    ଯେ କରେ ତହିଁ ବିଶ୍ୱାସ ତାର ତ୍ରାଣ ସ୍ୱର୍ଗବାସ

    ଯେ ବା ନ କରେ ବିଶ୍ୱାସ ନରକେ ତାର ପତନ । ୧ ।

     

     ସର୍ବଦେଶୀ ପ୍ରତି ସୁଶିକ୍ଷା ଦିଅ ହେ ଆମ୍ଭର ଶିକ୍ଷା ମତି,

    ପିତାପୁତ୍ର ଧର୍ମ ଆତ୍ମା ତ୍ରାଣକର୍ତ୍ତା ଜ୍ଞାନଦାତା,

    ତ୍ରିବିଧ ଈଶ୍ୱର ନାମେ ଦିଅ ଜଳରେ ଡୁବନ । ୨ ।

    ନ ହୁଅ ହେ ଭୀତ, ଆମ୍ଭେ ତୁମ୍ଭ ସଙ୍ଗେ ଅଛୁ ଶେଷ ପର୍ଯ୍ୟନ୍ତ,

    ସ୍ୱର୍ଗ, ପୃଥ୍ୱୀ, କର୍ତ୍ତାପଣ ଆମ୍ଭଠାରେ ସମର୍ପଣ,

    ଆମ୍ଭେ କରିପାରୁ ନାଶ, ଆମେ କରିପାରୁ ତ୍ରାଣ । ୩ । 

     

    ଲଜ୍ଜିତ ନ ହୁଅ, କ୍ରୁଶେ ହତ ଖ୍ରୀଷ୍ଟ କଥା ଉଚ୍ଚେ ଜଣାଅ,

    ଯେଉଁଠାରେ ଖ୍ରୀଷ୍ଟ ନାମ କେବେ ନୋହିଲା ଘୋଷଣ,

    ସେଠାରେ ପ୍ରକାଶ କର ପାପୀ କର୍ଣ୍ଣେ ଖ୍ରୀଷ୍ଟ ନାମ । ୪ ।

    ଯଦି ଶୟତାନ କରଇ କ୍ରୁଶର ବାଧା କରି ଗର୍ଜ୍ଜନ, ତଥାପି ନ ଡର ଭାଇ,

    ଉଚ୍ଚ ସ୍ୱରେ ତୂରୀ ନେଇ, ଜଣାଅ ଯାଇ ଜଗତେ ଖ୍ରୀଷ୍ଟନାମେ ପରିତ୍ରାଣ । ୫ ।