Category: Uncategorized

  • କାହିଁରେ ଭୁଲିଅଛୁ ମୂଢ଼ ପାମର ମନ ? kaahin re bhuli achu mudo paamoro mono

    କାହିଁରେ ଭୁଲିଅଛୁ ମୂଢ଼ ପାମର ମନ ?

    ବିଅର୍ଥେ ବହିଗଲା ତୋର ସକଳ ଦିନ । ଘୋଷା । 

     

    ସୁତ ବିତ୍ତ ଆବୋରି ବୋଲୁଥାଉ ମୋହରି,

    ଦିନେ ଭାବିଲୁ ନାହିଁ କାହୁଁ ତୋର ପତନ ? । 

     

    କେତେ ଦିନକୁ ମନ ବାନ୍ଧି ଅଛୁରେ ଟାଣ ?

    ସତେ କି ଏ ସଂସାରେ ରହିବୁ ସଦାଦିନ ? । 

     

    ମୃତ୍ୟୁ ନେବ ହଠାତ, ମନେ ନ ଥିବ ଚେତ,

    ଟେଳା ପରାଏ ଚୂର୍ଣ୍ଣ ହୋଇବ ତୋର ଟାଣ । ୩ । 

     

    ମରଣ କାଳେ ତୁହି କି ଧନ ନେବୁ ବହି ?

    ନିର୍ବୋଧ ଧନୀ କଥା କର ମନେ ସ୍ମରଣ । ୪ । 

     

    କ୍ଷେତ୍ରେ ଶସ୍ୟ ତାହାର ହେଲା ବହୁ ଅମଳ,

    ଭାବିଲା, କି କରିବି ? କାହିଁ ରଖିବା ସ୍ଥାନ

    ପୁଣି ମନେ ଭାବିଲା, ଭାଙ୍ଗିବି ସବୁ ଗୋଲା,

    ବିସ୍ତାରି ବଡ଼ ବଡ଼ ପୁଣି କରି ନିର୍ମାଣ । ୬ । 

     

    କରି ସଞ୍ôଚତ ତହିଁ ମନେ କହିବି ମୁହିଁ,

    କୌତୁକେ ରହ ମନ କରି ଭୋଜନ ପାନ । ୭ । 

     

    ପ୍ରଭୁଙ୍କ ଏ ବଚନ, ଆରେ ନିର୍ବୋଧ ଜନ,

    ଆଜ ରାତ୍ରିରେ ଘେନିଯିବା ତୋହର ପ୍ରାଣ । ୮ ।

    ଏଣୁ ହେ ମୋର ମନ ହୁଅ ତୁ ସାବଧାନ,

    ସ୍ୱର୍ଗପୁରେ ସଞ୍ଚୟ କର ଅକ୍ଷୟ ଧନ । ୯ ।

    ସୂଚୀମାଳାକୁ ଫେରନ୍ତୁ

  • ଜଗତ ମୋ ଚିର ବସିତ ନୁହଇ jagata mo chiro basati nuhoyee

    ଜଗତ ମୋ ଚିର ବସିତ ନୁହଇ

    କିପାଇଁ ଖୋଜିବି ବିଶ୍ରାମ ମୁଁ ତହିଁ  ? ଘୋଷା ।

    ସଂସାର ମୋହର ପ୍ରବାସର ଘର,

    ତହିଁରେ ବିଦେଶୀ ପରି ମୁଁ ଅଟଇ

    ସ୍ୱର୍ଗପୁରେ ମୋର ନିତ୍ୟସ୍ଥାୟୀ ଘର,

    ସେ ତ ଈଶ୍ୱରଙ୍କ ନିର୍ମିତ ଅଟଇ ା ୧ ।

    ପ୍ରବାସରେ ଥାଇ କେହି କେବେ କାହିଁ 

    ସଦା ସୁଖ ଭୋଗେ କାଳ କି କାଟଇ ?

    ତେବେ କିପାଁ ମୋର ଏତେ ଚିନ୍ତା ଘୋର

    ପରୀକ୍ଷା କାଳରେ ମନରେ ପଡ଼ଇ ା ୨ ।

    କାହିଁ ପାଇଁ ଏତେ ଶୋଚନା ନିରତେ

    କରି ଧ୍ୟାଉଅଛି ଦୁଃଖକୁ ମୁଁ ରହି ?

    ଦେଲେ ହେଁ ବେଦନା ମୋ ମନେ ସେ ନାନା

    ପଥକୁ ବଢ଼ାଇ ଆଉ କି ପାରଇ ? । 

     

    ସ୍ୱପ୍ନ ପରି ଶେଷ ହୋଇଯିବ କ୍ଳେଶ,

    ପ୍ରବେଶ କରିବି ମୋ ଗୃହରେ ଯାଇ 

    ହେବି ଜ୍ଞାତ ତହିଁ ଅନୁଭବେ ମୁହିଁ,

    ଦୁଃଖ ହେତୁ ସୁଖ କି ମିଷ୍ଟ ଅଟଇ  ା ୪ ।

    ମୁହିଁ ଏଥିପାଇଁ ପ୍ରବାସରେ ଥାଇ,

    ଦୁଃଖରେ ଆନନ୍ଦ କରୁଥିବି ରହି

    ନୁହେଁ ଦୂର ଅତି, ହେଲା ଆସି କତି,

    ଗୃହର ଆଦର୍ଶ ଦୃଷ୍ଟି କି ଦିଶଇ   ା ୫ ।

     

    ସୂଚୀମାଳାକୁ ଫେରନ୍ତୁ

  • ଯୀଶୁ ପ୍ରଭୁ ପାଦ ଧର, jishu probhu paado dhoro

    ଯୀଶୁ ପ୍ରଭୁ ପାଦ ଧର,

    ଅନ୍ୟରେ ନ ଭାବ ଭାଇ । ଘୋଷା ।

    ଛାଡ଼ ତୁ କୁ-ରଙ୍ଗରାଙ୍ଗ,

    ଯୀଶୁ ଶିଷ୍ୟେ କର ସଙ୍ଗ,

    ଭବ-ସାଗର ତରଙ୍ଗ ପାରି ଯେହ୍ନେ ହେବୁ ଭାଇ  ା ୧ ।

    ଧନ-ମାନ ପ୍ରତିପତ୍ତି  ନିଦ୍ରାବେଶେ ସ୍ୱପ୍ନ ମତି,

    ଅସତ୍ୟେ ବୁଡ଼ିଲେ ମତି 

    ନୋହିବ  ତୋ ଲାଭ ଭାଇ       ା ୨ ।

    ଯେସନେ କମଳେ ନୀର 

    ପିଣ୍ଡରେ ପ୍ରାଣ ଅସ୍ଥିର,

    ଅସାର ଜାଣିଲେ ସାର

    ସାର ତା ନୋହିବ ଭାଇ    ା ୩ ।

    ଏଣୁ ଯିବ ଏ ଜୀବନ,

    କିପାଁ ଏତେ ଅଭିମାନ,

    ଭବ-ସିନ୍ଧୁର ତରଣ   ଯୀଶୁ ନାମ ନାବ ଭାଇ

  • କି ଦେଖି ସଂସାର ସୁଖକୁ କରୁ ମନ ମନୋନୀତ ki dekhi sonsaaro sukho ku karu mono mononito

    କି ଦେଖି ସଂସାର ସୁଖକୁ କରୁ ମନ ମନୋନୀତ 

    ମହା ପୁରସ୍କାର ପ୍ରତି ନ କରି ଦୃଷ୍ଟିପାତ ? ଘୋଷା । 

     

    ଦେଖି ରୂପ ଶୋଭିତ ହେଉଛୁ କି ଲୋଭିତ ?

    ନ ହୁଅ ପତଙ୍ଗବତ, ଅନଳ ସିନା ସେତ । ୧ ।

    ଯାହାକୁ ମଣୁ ସୁଖ ସେ ତ ଦୁଃଖଦାୟକ,

    କିଏ ତାହା ଭୋଗି ସତ୍ୟ ସୁଖ ହୋଇଛି ପ୍ରାପ୍ତ ? । 

     

    ଯେତେ ସଂସାର ସୁଖ ସବୁ ଅନିତ୍ୟ ଦେଖ,

    କ୍ଷଣକେ ହେବ ବିସ୍ମୃତ ଦେଖିଲା ସ୍ୱପ୍ନବତ । ୩ । 

     

    ଯେଉଁ କାଳେ ପ୍ରବେଶ ହେବ ମୃତ୍ୟୁ ଦିବସ,

    କହ ତହିଁରୁ କି ଜାତ ହେବ ଶାନ୍ତି କିଞ୍ôଚତ ?

    ଆରେ ମନ ଅଜ୍ଞାନ, ହୁଅ ତୁ ଜ୍ଞାନବାନ,

    ମୋଶା ନ୍ୟାୟ ସାର ବାଣ୍ଟ କର ତୁ ମନୋନୀତ । ୫ । 

     

    କାହିଁ ମିଶ୍ର ନୃପତି କାହିଁ ବା ତା ସମ୍ପତ୍ତି ?

    ଦେଖ ମୋଶାର ଐଶ୍ୱର୍ଯ୍ୟ ମୁକୁଟ ବିରାଜିତ । ୬ ।

  • କି ଏହି ଛାର ଜଗତର ହେତୁରେ ki ehi chaaro jagatara heture

    କି ଏହି ଛାର ଜଗତର ହେତୁରେ 

    ମୋର ଆତ୍ମା ହଜାଇବି ପାପରେ ? ଘୋଷା ।

    ଏତ ଅନିତ୍ୟ ଜଗତ, ଜାଣ ପ୍ରତିବିମ୍ବ ମତ,

    ତାର ସୁଖ ସର୍ବ ସ୍ୱପ୍ନ ପରିରେ । ୧ । 

     

    ବହୁମୂଲ୍ୟ ଆତ୍ମା ମୋର, ହେବ ଏ କି ତୁଲ୍ୟ ତାର,

    କୋଟି କ୍ଷିତି ହୁଏ ତୁଚ୍ଛ ମୂଲ୍ୟରେ । ୨ ।

    ସାଦୃଶ୍ୟେ ସୃଷ୍ଟିକର୍ତ୍ତାର ସୃଷ୍ଟି ହୋଇଛି ତାହାର,

    କେତେ ବୁଦ୍ଧି ଜ୍ଞାନ ପୂର୍ଣ୍ଣ ତହିଁରେ । ୩ ।

    ମୁକ୍ତି ମୂଲ୍ୟାର୍ଥେ ତାହାର କି ଦୁଃଖେ 

    ଯୀଶୁ ମୋହର କଲେ ନିଜ ରକ୍ତପାତ କ୍ରୁଶରେ । ୪ ।

    ନାହିଁ ନାହିଁ କଦାଚନ ହେବି ମୁଁ ଏଡ଼େ ଅଜ୍ଞାନ,

    କି ଲାଭ ହେବ ଜଗତ ପ୍ରାପ୍ତିରେ ?

     

    ଯାଉ ଜଗତ ସମ୍ପତ୍ତି, ତହିଁରେ ମୋର କି କ୍ଷତି,

    ଖ୍ରୀଷ୍ଟ ହିଁ ଅଟନ୍ତି ସବୁ ସବୁରେ । ୬ ।

    ସୂଚୀମାଳାକୁ ଫେରନ୍ତୁ

  • ତ୍ରାଣଧନ ମନରେ, traanodhono monore kahin pain no koru

    ତ୍ରାଣଧନ ମନରେ,

    କାହିଁ ପାଇଁ ନ କରୁ ଯତନ । ଘୋଷା । 

     

    ବହୁମୂଲ୍ୟ ତ୍ରାଣଧନ ଯାଚନ୍ତି ତ୍ରାଣ-ନିଧାନ,

    ନ ହୁଅଇ ଲୋଡ଼ା ଧନ ତହିଁ ପାଇଁ,

    ମନରେ ତହିଁ ପାଇଁ, ବିନା ମୂଲ୍ୟେ ଦାନ । ୧ ।

    ସବୁଠାରୁ ସାର ଜାଣ ଅଟେ ଆତ୍ମା ପରିତ୍ରାଣ,

    ପାଇଲେ ହେଁ ସର୍ବଧନ ତ୍ରାଣବିନା ମନରେ 

    ତ୍ରାଣବିନା ହେବୁ ଦୀନହୀନ । ୨ ।

    କରୁ ତୁହି ବିବେଚନା, ସମୟ ଅତ୍ୟଳ୍ପ ସିନା,

    ମନେ ନାହିଁ କି ଆସୁଛି କି ବହନ ! 

    ମନରେ କି ବହନ ! ସେ ମରଣ ଦିନ । ୩ ।

    ଥାଉଁ ଥାଉଁ ଶୁଭ ଦିନ ଯତ୍ନ କର ତ୍ରାଣଧନ,

    ବହିଗଲେ ଶୁଭ ଦିନ ନିଶ୍ଚେ ଜାଣ,

    ମନରେ ନିଶ୍ଚେ ଜାଣ,ଅନନ୍ତ କ୍ରନ୍ଦନ । ୪ ।

  • ଉଠ ଉଠ ବେଗେ ଆହେ ପଥିକ, utho utho bege aahe pothiko

    ଉଠ ଉଠ ବେଗେ ଆହେ ପଥିକ,

    ଯାଉଛି ବହି ଦିନ । ଘୋଷା ।

    ଆସୁଛି ଝାସି ଅନ୍ଧାର ନିଶି,

    ଶୀଘ୍ର କର ଗମନ ହେ ପଥିକ । ୧ ।

    ବାଟରେ ଘୋର ଶତ୍ରୁ ଅପାର,

    କର କଟି ବନ୍ଧନ ହେ ପଥିକ । ୨ । 

     

    ପ୍ରଭୁଙ୍କ ଶାସ୍ତ୍ର ଦ୍ୱିଧାର ଅସ୍ତ୍ର, କରେ,

    କର ଧାରଣ ହେ ପଥିକ । ୩ । 

     

    ବାମେ ଡାହାଣେ ନ ଯାଅ କ୍ଷଣେ,

    ସିଧା କର ଧାବନ ହେ ପଥିକ । ୪ । 

     

    ସଂକୀର୍ଣ୍ଣ ପଥ, ପାଖେ ବିପଥ,

    ହୁଅ ତୁ ସାବଧାନ ହେ ପଥିକ । ୫ । 

     

    ସ୍ୱର୍ଗ ସିୟୋନ ପ୍ରତି ନୟନ ପକାଅ ଅନୁକ୍ଷଣ ହେ ପଥିକ । ୬ ।

    ଯୁଦ୍ଧର ବେଳେ ଯୀଶୁଙ୍କ ବଳେ କରି ରିପୁ ଛେଦନ ହେ ପଥିକ । ୭ ।

  • ଉଠ ବହନ, ହେଉଛି ବେଳ ଅବସାନ utho bahana heuchi belo obosaano

    ଉଠ ବହନ, ହେଉଛି ବେଳ ଅବସାନ । ଘୋଷା । 

     

    କି ପାଇଁ ବିଳମ୍ବ କର, ଗନ୍ତବ୍ୟ ପଥ ଅପାର ?

    ଧ ରି ଖ୍ରୀଷ୍ଟ ପଦ ଚିହ୍ନ କର ଗମନ । ୧ । 

     

    ବେଗେ ହୁଅ ଅଗ୍ରସର, ପଛେ ଗୋଡ଼ାଉଛି କାଳ,

    ବହି ଯାଉଅଛି ମାସ ବରଷ ଦିନ । ୨ । 

     

    ଜଳସ୍ରୋତ ଛାୟା ମତ ହେଉଅଛି ଦିନ ଅନ୍ତ,

    ଧ ର ବେଗେ ତ୍ରାଣପଥ ଖ୍ରୀଷ୍ଟ ଶରଣ । ୩ । 

     

    ଯେଉଁ କାଳେ କେହି କର୍ମ କରି ନ ପାରିବେ ଜାଣ,

    ଏମନ୍ତ ଅନ୍ଧାର ନିଶି ଆସେ ବହନ । ୪ । 

     

    ଥ ।ଉଁ ଥାଉଁ ଶୁଭ କାଳ ଦୀପ୍ତିମୟ ପଥେ ଚାଲ,

    ବେଗେ ଲାଭ କର ଖ୍ରୀଷ୍ଟ ଅମୂଲ୍ୟ ଧନ । ୫

  • ଆହାରେ ପତିତ ମନ, aahaa re potito mono

    ଆହାରେ ପତିତ ମନ,

    ନ କଲୁ ଦିନେ ଭାବନ, ଅକାରଣେ ଗଲା ଦିନ । ଘୋଷା । 

     

    ତୋ ଜୀବନର ପ୍ରଭାତ ଆସି ହେଲାଣି ସମାପ୍ତ,

    ତ୍ରାଣକର୍ତ୍ତା ଅନୁଗ୍ରହ ନ କଲୁ ତୁ ଆସ୍ୱାଦନ । ୧ । 

     

    ତୋ ଜୀବନ ଯାତ୍ରା ମଧ୍ୟେ ସରିଲାଣି ଆସି ଅଧେ,

    ଏ ଯାଏଁ ନାହିଁ ଆରମ୍ଭ ପରିତ୍ରାଣର ସାଧନ । ୨ ।

     

     ତୋର ମଧ୍ୟାହ୍ନ ସମୟ ବୃଥାରେ ହୋଇଲା ବ୍ୟୟ,

    ମୃତ୍ୟୁର ରଜନୀ ଧାଇଁ ଆସଇ ଏବେ ବହନ । ୩ । 

     

    ତୋ ଜୀବନ-ବୃକ୍ଷ ମୂଳେ ଦିନକୁ ଦିନ ପାହାରେ,

    ଦିବା ରାତ୍ରିର କୁହ୍ରାଡ଼ି ହାଣୁଥାଏ ନିଶି ଦିନ । ୪ ।

    ଏମନ୍ତ କ୍ରମେ କ୍ରମଶେ ହାଣି ତାକୁ ଅବଶେଷେ,

    ପୋତିବେ ନେଇ କବରେ, ରହିବୁ ନାରବ ସ୍ଥାନ । ୫ ।

    ଆହେ ପ୍ରଭୁ, ମୁହିଁ ଯେହ୍ନେ ଲଗାଇବି ମନଧର୍ମେ 

    ଏଣୁ ମୋତେ ଶିକ୍ଷା ଦିଅ ଗଣିବାକୁ ମାସ ଦିନ । ୬ ।

  • ଦିନ ଗଲାଟିରେ ବହି, dino golaatire bohi

    ଦିନ ଗଲାଟିରେ ବହି,

    ମୋର ଘରେ ଆସିଅଛି ବିଦେଶୀ ବାଟୋଇ । ଘୋଷା । 

     

    ଦେହର ଭିତରେ ମୋର ଆତ୍ମାଟି ବିଦେଶୀ

    ଦେହଟି ପଞ୍ଜୁରୀ, ଆତ୍ମା ଶୁକ ଶାରୀ ଭାଷି । ୧ । 

     

    ଛାଡ଼ି ଉଡ଼ିଯିବ ଦିନେ ଆଉ ସେ ନ ଆସି,

    ନିର୍ଦ୍ଦୋଷେ ବା ଦୋଷେ ମରି ଭୁଞ୍ଜେ ଫଳରାଶି । ୨ । 

     

    ଏହି କଥା ଆଜି ମନ ବିଚାର ତୁ କର,

    ଆତ୍ମା ସଙ୍ଗେ ଯାହା ଯିବ ତାହା ସାର କର । ୩ ।

    ଧ ର୍ମଶାସ୍ତ୍ରମାନ ମନ, ସତ୍ୟ ବାକ୍ୟ ଧର,

    ଯୀଶୁ ଖ୍ରୀଷ୍ଟ ପ୍ରେମ-ନାବେ ଚଳ ସ୍ୱର୍ଗପୁର । ୪ ।