Category: Uncategorized

  • ghena ghena aji moro ehi upasana he

    (ସ୍ୱର : ଆସ ପ୍ରଭୋ ଆସ) 

    ଘେନ ଘେନ ଆଜି ମୋର ଏହି ଉପାସନା ହେ…

    ଟାକି ବସିଅଛି ନୀରସ ପରାଣେ

    ଦିଅ ପ୍ରେମ କଣା ହେ । ୦ । 

     

    ସଜଳ ନୟନେ ସରଳ ପରାଣେ

    କରଇ ବନ୍ଦନା ହେ

    ଦରଶନ ଲାଗି ଦ୍ୱାରେ ଅଛି ଜଗି

    ପୁରାଅ କାମନା ହେ । ୧ । 

     

    ଦେଖାଅ ବଦନ ଦୟାର ସଦନ

    ନାଶି ମୋ ବେଦନା ହେ ଦୋଷ କର କ୍ଷୟ 

    ଦୂର କର ଭୟ ଚେତାଇ ଚେତନା ହେ      । ୨ ।

    ନାହିଁ ଭକ୍ତି ଜ୍ଞାନ ନୀତିଶୂନ୍ୟ ପ୍ରାଣ

    ଅପୂର୍ଣ୍ଣ ସାଧନା ହେ

    ପୁଲକିତ କର ପ୍ରାଣ ଭିକ୍ଷୁକର

    ଘେନି ବନ୍ଦାପନା ହେ । ୩ ।

  • prabhu mohincha hai premalape

    ( ସ୍ୱର : ପ୍ରଭୋ ବସିଛି ହେ ପଦ ତଳେ )

    ପ୍ରଭୁ ମୋହିଛ ହେ ପ୍ରେମାଳାପେ ରହିଥିବ ଅବିରତେ ଅଭୟ ପଦ ପାଦପେ

    ଯେବେ ନିଜ ଇଚ୍ଛା ବଶେ

    ଉଡ଼ି ବୁଲି ଚିନ୍ତାକାଶେ

    ଯାଏ ହୁଡ଼ି ପଥ ତୋଳି

    ଧର ନ ଠେଲି ସନ୍ତାପେ  । ୧ ।

     

    ପୂର୍ଣ୍ଣ କରି ନିଜ ବାଞ୍ଛା

    ପଣ୍ଡ କଲେ ତବ ଇଚ୍ଛା ଦୋଷ ଦେବା ତେଣେ ଥାଉ    

    କ୍ଷମ ବାରେ ଅନୁକମ୍ପେ ଜାଣେ ଅନୁଭବେ ମୁହିଁ   । ୨ । 

    ବାଞ୍ଛା କଳ୍ପତରୁ ତୁହି ଡାକ ଶୁଣି ରକ୍ଷା କରୁ         

    ପଡ଼ିଗଲେ ଭବକୂପେ । ୩ ।

     

    ଆଶା କରି ମଧୁ ଫଳେ ବସା କରିଅଛି ଡାଳେ 

    ଧରି ରଖ ଯେହ୍ନେ ଖସି ନ ପଡ଼େଟି ଭବ ତାପେ  

    ସୂଚୀମାଳାକୁ ଫେରନ୍ତୁ

  • range uthile divya saraga tanu

    ରଙ୍ଗେ ଉଠିଲେ, ଦିବ୍ୟ ସରଗ ତନୁ ମୃତ୍ୟୁ ବିଜୟୀ ହୋଇଲେ… ଉଠିଲେ । ୦ ।

    ପ୍ରତିଜ୍ଞାତ ମଶୀହ, ଈଶ ମନୁଷ୍ୟ ସେ ଯେ,

    ଯୀଶୁ ନାମ ନେଲେ, ମର୍ତ୍ତ୍ୟେ ଅବତରିଲେ,

    କ୍ରୁଶେ ପ୍ରାଣ ସେ ଦେଲେ, ମୃତ୍ୟୁ ବଳ ଭାଙ୍ଗିଲେ,

    ଶୟତାନ ବଳ ଗର୍ବ ଖର୍ବ କରିଲେ,

    ମହାପ୍ରାୟଶ୍ଚିତ୍ତେ ମୁକ୍ତି ମର୍ତ୍ତ୍ୟେ ଆଣିଲେ ସେ । ୧ ।

    ଦମ୍ଭେ ଉଠିଲେ, ମାୟା ବିଜୟୀ ବୀର

    ପୁନରୁତ୍ଥିତ ହୋଇଲେ … ଉଠିଲେ ସରଗ ସିଂହାସନ, ପିତା ଦିବ୍ୟ ସଙ୍ଗମ,

    ତ୍ୟଜିଲେ ମର୍ତ୍ତ୍ୟେ ପୁଣ, ମାତା ଭାତୃଗହଣ, ସେ ଦୀନହୀନ ବେଶେ ସେ,

    ଗ୍ରାମଦାଣ୍ଡେ ବୁଲିଲେ, ଦୁଃଖୀ-ରଙ୍କି ମେଳେ,

    ମହାଯୋଗୀ ବେଶେ ସେ ମୃତ୍ୟୁ ପରେ ଜୀବନ ମର୍ତ୍ତ୍ୟେ ଆଣିଲେ ସେ   । ୨ ।

    ପ୍ରେମେ ଉଠିଲେ, ପ୍ରେମେ ସୁଷମା କାନ୍ତି ସରଗ ମର୍ତ୍ତ୍ୟେ ଲୋଟିଲେ… ଲୋଟିଲେ

    ସେ ପ୍ରେମ ରାଜନ, ପ୍ରେମର ଗଣ୍ଠିଧନ ପ୍ରେମେ ନିଜେ ଭୋଗିଲେ, ପାପୀ ପାପ-କଷଣ

    ପ୍ରେମେ ସେ ବିହରିଲେ, ପ୍ରେମ ବାଣୀ ଭାଷିଲେ,

    ପ୍ରେମେ କ୍ରୋଧାନଳ ଅଙ୍ଗେ ସେ ନିଭାଇଲେ ପ୍ରେମେ ମୃତ୍ୟୁ ଦଳି ପ୍ରେମିକ ବନ୍ଧୁ ହେଲେ ସେ । ୩ ।

    ସୂଚୀମାଳାକୁ ଫେରନ୍ତୁ

  • marana bijayi marana bijayi

    ମରଣ ବିଜୟୀ ମରଣ ବିଜୟୀ

    ମୃତ୍ୟୁ ନାହୁଡ଼ ଭାଙ୍ଗି ସେ ହେଲେ

    ମୃତ୍ୟୁଞ୍ଜୟୀ            । ଘୋଷା ।

    ଯୀଶୁ ରାଜା ଆମର ସର୍ବ ବଳେ ବଳୀୟାର

    ନିଜ ବଳେ ଜୟ କଲେ ମୃତ୍ୟୁ ପାପାତ୍ମା ଗଡ଼ 

    ଯାଅ ବହନ ଭାଇ ଶୁଭ ସମ୍ବାଦ ନେଇ

    ମୃତ୍ୟୁ ନାହୁଡ଼ ଭାଙ୍ଗି ସେ ହେଲେ ମୃତ୍ୟୁଞ୍ଜୟୀ 

    ମରଣ ବିଜୟୀ । ୧ ।

    ଉଡ଼େ ଜୟ ପତାକା ବାଜି ଉଠେ ମଧୁ ଗୀତିକା

    ପୁଲକିତ ହୁଏ ଚିତ୍ତ ଫୁଟି ଉଠେ କଳିକା ଆଲୋକ ବିତରୀ 

    ଜୀବନ ସଞ୍ଚାରି ଶୟତାନ ବନ୍ଧନ ସେ ଦେଲେ ଯେ ଖୋଲି    

    ମରଣ ବିଜୟୀ        । ୨ ।

    ଯେବେ ଦୁଃଖ ଅଳନ କରେ ଦାହ ହୃଦ ମୋହର

    ଯୀଶୁ ମୁଖ ଚାହିଁ ସୁଖ ଶାନ୍ତି ପାଏ ଅପାର ଉଠିଛନ୍ତି ସେହି କବର ଫିଟାଇ

    ମୃତ୍ୟୁ ନାହୁଡ଼ ଭାଙ୍ଗି ସେ ହେଲେ ମୃତ୍ୟୁଞ୍ଜୟୀ

    ମରଣ ବିଜୟୀ        । ୩ ।

    ସୂଚୀମାଳାକୁ ଫେରନ୍ତୁ

  • gao jagajanne anandita mane

    ଗାଅ ଜଗଜ୍ଜନେ ଆନନ୍ଦିତ ମନେ ମୃତ୍ୟୁଞ୍ଜୟୀ ଯୀଶୁ ଭୁବନେ

    ଉଠିଲେଣି ଆମ କ୍ରୁଶୀୟ ଯୀଶୁ ଭେଟ ଯାଇ ତାଙ୍କ ଚରଣେ । ଘୋଷା ।

    ମୃତ୍ୟୁର ନାହୁଡ଼ ଭାଙ୍ଗିଗଲା ଆଜି

    ପାପୀର ସ୍ୱପନ ଗଲାଣିତ ଭାଜି

    ତା’ ପାପର ଲାଗି ଯୀଶୁ ମୃତ୍ୟୁ ଭୋଗି

    ଉଠିଲେଣି ନବ ଜୀବନେ        । ୧ ।

    କ୍ଷୁଧିତ ତୃଷିତ ଆସ ବେଗେ ଧାଇଁ

    ଚିନ୍ତା ଦୁଃଖ ମନୁଁ ନିରାଶ ଘୁଞ୍ଚାଇ

    ଉଠିଲେଣି ସେହି କବର ଫିଟାଇ

    ପାପୀ ଉଦ୍ଧାର କାରଣେ         । ୨ ।

    ପାପୀର ମୁକତି ହୋଇଲା ସାଧିତ କ୍ରୁଶେ ପରେ ହୋଇ ଯୀଶୁଖ୍ରୀଷ୍ଟ ହତ

    ନାଚି ଉଠେ ଆଜି ପାପୀର ପରାଣ

    ଆଶାଭରା ତାର ଜୀବନେ       । ୩ ।

  • jishu rajana hai mo trana pasara

    ଯୀଶୁ ରାଜନ ହେ ମୋର ତ୍ରାଣ ପସରା

    ପାପୀବନ୍ଧୁ ପାପହରା । ଘୋଷା ।

    ପାପୀଙ୍କର ପାଇଁ ଆସିଲେ ମର୍ତ୍ତ୍ୟେ ଓହ୍ଲାଇ

    ପାପୀ ପାପ ବହି କ୍ରୁଶେ ହୋଇଲେ ଧରା। 

     

    କେଡ଼େ ନିଷ୍ଠୁର ଯିହୁଦୀ ବକ୍ଷସ୍ଥଳେ ବର୍ଚ୍ଛା ଭେଦି

    କି କଲବଲରେ ପ୍ରାଣ ନେଲଟି ପରା । ୨ ।

    ଆହା ମୋ ଯୀଶୁ ରାଜନ ପାଇଛନ୍ତି କି କଷଣ

    ଏହା ଦେଖି ବେନି ଆଖି ସହେ କି ପରା । ୩ । 

     

    କଣ୍ଟା ମୁକୁଟ ବନାଇ ଦେଇଛି ମୁଣ୍ଡେ ପିନ୍ଧାଇ 

    ରକ୍ତ ଟୋପା ଝାଳ ପରି ବହୁଛି ପରା । ୪ ।

    ତାହାଙ୍କର ପ୍ରେମ ବାରି ବହୁଅଛି ସ୍ରୋତ ପରି 

    ତୁହି ପାପୀ ଡୁବି ହୁଅ ଶୁକ୍ଳଟି ପରା । ୫ ।

  • papi manare thare krusha ku chahan

    ପାପୀ ମନରେ ଥରେ କ୍ରୁଶକୁ ଚାହାଁ

    ପଳାଶ ପ୍ରସୂନ ନିନ୍ଦି ଅପଘନ ରକତେ ରଞ୍ଜିତ ହୋଇଛି ଆହା । ଘୋଷା ।

    ଯିହୁଦୀଏ କରିଣ କୂଟ            ପିନ୍ଧାଇଲେ କଣ୍ଟା ମୁକୁଟ

    ପାଦ ପାଣି ପ୍ରେକ ମାରଣାର ଦୁଃଖ ଦେଖିଲେ ହୃଦୟ ବିଦାରେ ଆହା । ୧ ।

    ତୋର ପାପ ସନ୍ତାନ ଯେତେ    କ୍ଷୟ ଯିବ ଚାହିଁବା ମାତ୍ରେ 

    କ୍ଷମ ଭୟ ଦୂର ହୋଇବ ନିକର

    ପରମ ପଥକୁ ହୋଇବ ସାହା । ୨ ।

    କ୍ରୁଶ ଯନ୍ତ୍ର ସଂସାରେ ସାର       ପାପୀ ମୁକ୍ତି କୋଠ ଭଣ୍ଡାର

    ଦୀନ ଦୁଃଖୀ ରଙ୍କି ପାତକୀଙ୍କ ପାଇଁ କାଲବରୀ ଚୂଳେ ହୋଇଛି ଠିଆ । ୩ ।

    Click the link below to konw the song tune

  • taba krushiya jatana hai bhedi jaau

    ତବ କ୍ରୁଶୀୟ ଯାତନା ହେ ଭେଦି ଯାଉ ଆଜି ବିଶ୍ୱ ପ୍ରାଣେ ଅନୁଭବେ ହେ ।

    କ୍ରୁଶରେ ଦେଖି ରକତ ସ୍ରୋତ

    ଫାଟିଯାଉ ବିଶ୍ୱାବାସୀଙ୍କର ବୁକୁ ସବେଗେ ଧାଇଁ ଆସ କ୍ରୁଶ ତଳେ

    ଅନୁତପ୍ତ ପ୍ରାଣେ ହେ । ୧ ।

    ପାତକୀ ଜୀବନ ପାଇଁକି ଦାନ ଦେଲ ତୁମେ

    ଅମର କୁମର ହୋଇ ମୃତ୍ୟୁ ବରିଲ

    ଅଶ୍ରୁ ଢାଳି ପଦ ଦେବି ଗୋ ଧୋଇ

    ପାରଦେଶେ ନାଥ ମୋତେ ଭୁଲିବ ନାହିଁ ଜୀବନେ 

    କ୍ରୁଶ ଛବି ହୃଦେ ଧରି କ୍ରୁଶ ପଛେ ଚାଲେ ହେ । ୨ ।

    ସୂଚୀମାଳାକୁ ଫେରନ୍ତୁ

  • papi, krusha ma adori ne

    ପାପୀ, କ୍ରୁଶ ମୋ ଆଦରି ନେରେ ପାପୀ

    କ୍ରୁଶ ତଳେ ତୋ ଅମାପ ପାପ ଗଣ୍ଠିରୀ ଥୋଇ ଦେ । ୦ ।

    ପାପ କଳଙ୍କ ଧୋଇବା ପାଇଁରେ କ୍ରୁଶେ ଦେଲି ବୁକୁ ରକତ ନିଗାଡ଼ି 

    ହୃଦ ଭରା ତୋର କଳଙ୍କ କାଳିମା ରକତେ ପଖାଳି ଦେ । ୧ ।

    ଖୋଜି ମୁଁ ତୋତେ ବାହାର ଅନ୍ଧାରେ କେଶ ବେଶ ତିନ୍ତେ ନିଶିର ଶିଶିରେ

    ଡାକି ଫେରେ ନିତି କୁଟୀର ଦୁଆରେ

    ଦୁଆର ଫିଟାଇ ଦେ । ୨ ।

    ପାପୀ ମରଣ ପାରେନା ସହିରେ କୋଟି ନିଧି ପାପୀ ଗୋଟିଏ ପାଇଲେ

    ତିଳେ ତିଳେ ସଢ଼ି ମରୁଛୁ ପାପରେ

    ଅମର ପଦବୀ ନେ । ୩ ।

    ସୂଚୀମାଳାକୁ ଫେରନ୍ତୁ

  • akase uthi nahi se dina tarati

    ଆକାଶେ ଉଠି ନାହିଁ ସେଦିନ ତାରାଟି

    ଅନ୍ଧାର ସରବ ସରଣୀ ସଙ୍କେତ ଦେଇନି ଉଜ୍ଜ୍ୱଳ ଆଲୋକ   । ଘୋଷା ।

     

    ଗାଇନି ସରଗ ବାହିନୀ

    ଜନମି ନାହିଁରେ ବେଥଲିହିମରେ

    ଅମରାବତୀର ଶିଶୁଟି

    ପରାଚୀ ପଣ୍ଡିତ ନରେଶ ହେରୋଦ 

    ନାହାନ୍ତି ଆଜିରେ କେହିଟି କାଳର ଗରଭେ ଲୁଚିଲେ ସରବେ    

    ଯେସନେ ଅତୀତ କାହାଣୀ       । ୧ ।

     

    ଆଜିରେ ଜାଗିଛି ଗ୍ରହ ତାରା କଣ୍ଠେ ସେଦିନ ପୁଲକ ଭାରତୀ

    ଜଳସ୍ଥଳ ନଭ ଜଣାଏ ସ୍ୱାଗତ ଶିଶୁର ଜନମ ଜୟନ୍ତୀ

    ସଂସାର ପ୍ରବାସେ ମାତିଲୁ ଉଲ୍ଲାସେ

    ସାର ହେଲା ଏଥି କାହାଣୀ   । ୨ ।

     

    ସେଦିନର ଶିଶୁ ତେଜି ସୁରପୁର ଖୋଜୁଛି ଆଳୟେ ଆଳୟେ

    ନେବାକୁ ଜନମ ଏହି ଶୁଭ ଦିନେ ସବୁରି ଆବିଳ ହୃଦୟେ

    ସାର୍ଥକ କର ଆଜି ବଡ଼ଦିନେ     

    ଯୀଶୁ ହେ ଅନ୍ତରେ ଜନମି       । ୩ ।

    ସୂଚୀମାଳାକୁ ଫେରନ୍ତୁ