Category: Uncategorized

  • ହୃଦୟ କଥା ମରମ ବ୍ୟଥା hrudoyo kotha moromo byothaa

    ହୃଦୟ କଥା                ମରମ ବ୍ୟଥା

    ଜାଣିବ କିଏ ଆଉ ପ୍ରାଣ ଦେବତା । ଘୋଷା । 

    ସାରାଟି ଜୀବନ ବହିଣ ଯାଏ,

    ସାଧନ ଭଜନ ମୋର ବିଫଳ ହୁଏ,

    କରି ପରଶ    କର ହରଷ

    ଜୀବନ ମୋ ଆହେ ପାପ ହରତା । ୧ ।

    ତୁମ୍ଭ ଦେଖା ପାଇଁ ଆସିଛି ଧାଇଁ,

    ପାଏ କି ନ ପାଏ ଭୟ ହୁଅଇ,

    ପଛେ ବା ଶୂନ୍ୟ ହୃଦୟେ ଫେରିବି ପୂର୍ବ ପରାଏ,

    କୁହ ପ୍ରାଣ ଶାନ୍ତି ରାୟେ ଶାନ୍ତି ବାରତା । ୨ ।

  • ହୃଦୟ ରାଜ ହୃଦେ ବିରାଜ ଆଜ, hrudoyo raajo hrude biraajo aajo

    ହୃଦୟ ରାଜ       ହୃଦେ ବିରାଜ ଆଜ,

    ଦେଇ ତବ ପ୍ରେମ-ବାରି ମାଜ ସମାଜ । ଘୋଷା । 

     

    ବିଳାସେ ସାରି ସାରି ଗଲା ସମ୍ପଦ ଶିରି,

    ରହିଛି ପ୍ରାଣଟି ଧରି, ତାକୁ ନ ତ୍ୟଜ । ୧ ।

    ସ୍ୱାର୍ଥରେ ଭାଇ ଭାଇ ପ୍ରେମେ ଜଳି ଭିଆଇ 

    ବସିଅଛି ତ ହରାଇ ଶକତି ତେଜଃ । ୨ ।

    ଯୀଶୁ ହେ ତୁମ୍ଭ ଗୁଣ  ତୁମ୍ଭର ଆତ୍ମା ମନ

    ଦିଅ ନିତି, ପ୍ରେମେ ମାତି ସାଜୁ ସେ ସାଜ । ୩ ।

  • ମନ ଅଜ୍ଞାନରେ, ଆଜି ପରାଣ ଭରେ mono ogyaanore mono poraano bhore

    ମନ ଅଜ୍ଞାନରେ,       ଆଜି ପରାଣ ଭରେ

    ଡାକ ହୃଦୟ ରଞ୍ଜନରେ । ଘୋଷା । 

     

    ଶାନ୍ତି ନିକେତନ ଛାଡ଼ି      କାହିଁ ଧାଉଁ ଶାନ୍ତି ଲୋଡ଼ି ?

    ସୁଖ ଶାନ୍ତି ଲେଶ ନାହିଁ ସାରା ସଂସାରେ । ୧ ।

    ଯାକୁ ମଣୁ ସୁଖ ସାର            ସେହି ସିନା ହାହାକାର

    ଜୀବନ ଯୌବନ ଧନ ସବୁ ଯିବରେ । ୨ ।

    ଫେରନା ଫେରନା ଆଜି ଆସିଛୁ ଦୁଆରେ ଯଦି,

    ଶୂନ୍ୟ ହାତେ କେଣେ ଯାଉ ଶୂନ୍ୟ ସଂସାରେ । ୩ ।

    ଆଜି ତାଙ୍କୁ ଯାଅ ଦେଖି          ହୃଦରେ ଆଣରେ ଡାକି 

    ଶୁଷ୍କ ପ୍ରାଣ ଶୁଷ୍କ ରଖି କେଣେ ଯାଉରେ । ୪ ।

    ତୋର ପରାଣ ବେଦନ          କର ଆଜି ନିବେଦନ,

    ପାଇବୁ ନବ ଜୀବନ ତାଙ୍କରି ବରେ । ୫ ।

  • ଆରତ ଆନନ୍ଦ ସିନ୍ଧୁ ଜଗବନ୍ଧୁ aaroto aanondo sindhu jagabandhu

    ଆରତ ଆନନ୍ଦ        ସିନ୍ଧୁ ଜଗବନ୍ଧୁ

    ଆରତ ଆନନ୍ଦ ସିନ୍ଧୁ !

    ଆନନ୍ଦ ପସରା ସରଗର ଧାରା ବହାଅ ଦଗଧ ହୃଦୁ । ଘୋଷା ।

    ଡାକଇ କାତରେ ଦିଅ ଦେଖା ବାରେ ଦେଖିଲେ ବଦନ-ଇନ୍ଦୁ,

    ପାଷାଣ ଫାଟିବ,       ଦେହ ଶିହରିବ

    ଝରିବ ଲୋତକ ବିନ୍ଦୁ । ୧ ।

    ନୀରସ ହୃଦୟେ      ବସି ତବାଳୟେ

    ଡାକୁଅଛି, ଦୀନବନ୍ଧୁ !

    ପରାଣ ପରଶ,         ହୃଦୟେ ବରଷ

    ତବ ପ୍ରେମ-ବାରି-ମଧୁ । ୨ ।

  • ଆହେ ନିରମଳ ସୁନ୍ଦର ଉଜ୍ଜ୍ୱଳ ମନ ମନ୍ଦିରରେ ରାଜ ହେ, aahe niromolo sundoro ujjala mono mondirore raajo

    ଆହେ ନିରମଳ ସୁନ୍ଦର ଉଜ୍ଜ୍ୱଳ ମନ ମନ୍ଦିରରେ ରାଜ ହେ,

    ଦରଶନ ଲାଗି        ରହିଛି ମୁଁ ଜାଗି

    ( ଆଜି) ଦେଖାଦିଅ ହୃଦରାଜ ହେ । ଘୋଷା ।

    ତୁମ ଲାଗି ପ୍ରଭୁ       ଛାଡ଼ିଛି ମୁଁ ସବୁ

    ନିନ୍ଦା ଅପମାନ ଲାଜ ହେ,

    ତୁମ୍ଭ ଦେଖା ପାଇଁ     ବସିଛି ଅନାଇ

    (ପ୍ରଭୁ) ବଡ଼ ଆଶା କରି ଆଜ ହେ

    ତୁମ୍ଭ ଆବାହନେ      ବିଶ୍ୱ ନିମଗନ ମୋ ପ୍ରାଣ-ବୀଣାରେ ବାଜ ହେ,

    ତୁମ୍ଭ ପାଦ ତଳେ ଫୁଲ ଫଳ ଦୋଳେ

    (ଆଜି) ପ୍ରୀତି-ଫୁଲେ ହୃଦ ସାଜ ହେ । ୨ ।

    ମରମ କୁଟୀରେ      ପରବେଶ ଥରେ,

    ଚିରଦିନ ତଥା ରାଜ ହେ,

    ମଳିନ ମରମ         ଯଦି ଦେଖ ମମ

    (ପ୍ରଭୁ) ତବ ପୁଣ୍ୟ ଜଳେ ମାଜ ହେ । ୩ ।

  • ଆହେ କୃପାସିନ୍ଧୁ, ତୁମ୍ଭ ଶ୍ରୀପାଦରେ ମୋର ଗୁହାରି ଏତିକି aahe krupaa sindhu tumbho sripaadore

    ଆହେ କୃପାସିନ୍ଧୁ,

    ତୁମ୍ଭ ଶ୍ରୀପାଦରେ ମୋର ଗୁହାରି ଏତିକି । ଘୋଷା ।

    କୁଳପାବନ ହେ, ହୃଦ-ପଦ୍ମେ ରହି ବିନାଶ ଏ ଷଡ଼ରିପୁକୁ ସମୂଳେ ।

    ହୃଦୟ ଦିଅ ଧୋଇ ତବ ଶୋଣିତ ଦେଇ,

    ପାତି ପ୍ରେମ ଆସନ ବସି ଜୀବନ ସାଇଁ, ପ୍ରେମ-ପୀୟୁଷ ଧାରା ବହୁ ହୃଦୟ ଛାଇ,

    ଶରଣ ସମ୍ଭାଳ ଶ୍ରୀ ପାଦେ କିଣା ଜନକୁ । ୧ ।

    ପାପ ଦାବାନଳ ହୃଦ-ବନେ ମୋର ଯେବେ ପ୍ରବଳ ଉଠଇ,

    ଆହେ ପ୍ରେମ ଝର, ଦେଇ ପ୍ରେମ-ଜଳ

    ଅନଳକୁ ଦଳ ସୁଦୟା ଚିତ୍ତରେ । ୨ ।

    ଯେବେ ଜଞ୍ଜାଳର ଜାଲେ ଜଡ଼ି ମୁହିଁ ଭୁଲେଁ ମୋକ୍ଷଦ ପଦକୁ,

    କ୍ରୁଶ କତୁରୀ ଦେଇ   କାଟି କର ତ୍ରାହି

    ଏତିକି ମିନତି ଆହେ ପାପୀ-ବନ୍ଧୁ । ୩ ।

    ଯେତେ ଦିନ ମୁହିଁ     ଭବେ ବଞ୍ôଚଥାଇ

    ପୂଜିବି ପଦ ଯୁଗଳ,

    ଭାବେ ତବ ଦାସ,

    ପୂରାଅ ମାନସ, ବାସ ଦିଅ ଶେଷେ ପାଦେ ଅଧମକୁ । ୪ ।

    ସୂଚୀମାଳାକୁ ଫେରନ୍ତୁ

     
     
    Click the link below to listen full song and know the tune 
     
  • ଦୁଆରେ ଉଭା ନ ହୋଇ ଆସ ପ୍ରଭୋ, ଭିତରେ duaare ubhaa no hoi aaso probhu bhitore

    ଦୁଆରେ ଉଭା ନ ହୋଇ ଆସ ପ୍ରଭୋ, ଭିତରେ

    ଆସି ଫେରି ଯାଅ ନାହିଁ, ପ୍ରବେଶ ଏ ଚିତ୍ତରେ । ଘୋଷା ।

    ତୁମ୍ଭର ଅପ୍ରୀତିକର ଯଦି ଥାଏ କିଛି ମୋର,

    ଛଡ଼ାଇ ନିଅ ହେ ପଛେ କାନ୍ଦେ ଅତିରିକ୍ତରେ । ୧ ।

    ଯଦି କାମନାର ସୁରା କରିଥାଏ ଜ୍ଞାନ ହରା,

    ଚେତାଅ ହେ ମାରି ତ୍ୱରା ଶାସନର ହସ୍ତରେ । ୨ ।

    ତବ ସିଂହାସନେ ଆସି ଯଦି ଥାଏ କେହି ବସି,

    ପ୍ରଭୁ ହେ ତୁମ୍ଭେ ପ୍ରବେଶି ତଡ଼ିଦିଅ ସତ୍ୱରେ । ୩

     
    click below here for the tune
  • ଦିଅ ସୁସ୍ଥିର ମତି, କର ସ୍ଥିର ମୋ ଚଞ୍ଚଳ ଗତି, dio susthiro moti kara sthiro

    ଦିଅ ସୁସ୍ଥିର ମତି,

    କର ସ୍ଥିର ମୋ ଚଞ୍ଚଳ ଗତି,

    ଯୀଶୁ, କରିବି ହେ ତୁମ୍ଭ ସ୍ତୁତି । ଘୋଷା । 

     

    ଏହି ମନ୍ଦିରକୁ କଲ ମନୋନୀତ କରିବା ପାଇଁ ବସତି,

    ଏଣୁ ମୁହିଁ ତହିଁ ଦେଲି ପାଦ ଥୋଇ ସାବଧାନ ହୋଇ ଅତି 

    ସଂସାରର ଚିନ୍ତା ଦୂରେ ପରିହରି ଆସିଛି, ତୁମ୍ଭର କତି, ା ୧ ।

    ଦେହ ପ୍ରାଣ ଦୁଇ ସମର୍ପିବି ମୁହିଁ ତୁମ୍ଭର ବାକ୍ୟର ପ୍ରତି 

    ଆତ୍ମା ଦ୍ୱାରା ସତ୍ୟତାରେ ମୋର ଭକ୍ତିପୂର୍ଣ୍ଣ ହେଉ ତୁମ୍ଭ ପ୍ରତି,    ା ୨ ।

    ନିଶ୍ଚଳରେ ଚାହିଁ ପ୍ରେମ-ସୁଧା ପିଇ କରିବି ପିପାସା ଶାନ୍ତି 

    ମରିୟମ ପରି ଶ୍ରୀଚରଣେ ବସି କରୁଥିବି ମୁହିଁ ଭକ୍ତି,    ା ୩ ।

    ପୁଣି ତାହା ପରି ପାପେ ଖେଦ କରି ଯେମନ୍ତ ଲଭିବି ମୁକ୍ତି        ା ୪ ।

    ମୁହିଁ ମୂଢ଼ମତି କରୁଛି ବିନତି, ହେଉ ଦୟା ମୋର ପ୍ରତି,

    ଏହି ରୂପେ ଦିନ ଯେହ୍ନେ ବହିଯିବ ପହଞ୍ôଚବି ତୁମ୍ଭ କତି  ା ୫ ।

    ସ୍ୱର୍ଗପୁରେ ଯାଇ ସାଧୁ ମେଳେ ରହି ପାଶୋରିବି ମୋ ଦୁର୍ଗତି,

    ବହୁକାଳ ବାଞ୍ଛା ସମ୍ପୂର୍ଣ୍ଣ ହେବାରୁ ଗାଇବି ହେ ଗୁଣ କୀର୍ତ୍ତି          ା ୬ ।

    ସୂଚୀମାଳାକୁ ଫେରନ୍ତୁ

  • ଦିଅ ସତ୍ୱର ଜଳ, କର ଦୁର୍ବଳ ପ୍ରାଣ ସବଳ diyo sotworo jala koro durbolo

    ଦିଅ ସତ୍ୱର ଜଳ,

    କର ଦୁର୍ବଳ ପ୍ରାଣ ସବଳ । ସ୍ଥିର କର ମନ ଚଞ୍ଚଳ । ଘୋଷା ।

    ଯୀଶୁ ହେ ନବୀନ ଜଳଧର ତୁମ୍ଭେ, ମୁହିଁ ଚାତକ କାତର,

    ତୁମ୍ଭଙ୍କୁ ଡାକୁଛି ଶୁଣ ଆହେ ପ୍ରଭୁ ତ୍ରାଣ-ଜଳ ଦାନ କର । ୧ ।

    ପାପରୂପ ଅଗ୍ନି ସଂସାର ବନକୁ ଦହୁଅଛି ନିରନ୍ତର,

    କାମ-କ୍ରୋଧ-ଲୋଭ-ମୋହରୂପ ଧୂମଜ୍ଞାନ ହରାଏ ମୋହର । ୨ । 

     

    ମୋହର ବିଶ୍ୱାସ-ବତାସ ଉପରେ ଆସ ଯୀଶୁ ଦେଇ ଭାର,

    ଘନ ମେଘ ହୋଇ ଶାନ୍ତି ବରଷାଇ ପାପାଗ୍ନି ନିବୃତ୍ତ କର । ୩ ।

    ଆହ ଦୟାନିଧି ପ୍ରେମର ବାରିଧି, ତ୍ରାଣ-ନୀର ଦାନ କର,

    ସେ ଜଳ କାରଣ ହରିଣୀ ସମାନ ଧକାଏ ପ୍ରାଣ ମୋହର । ୪ ।

    ଏହି ଏତେବେଳେ ବିନତି କରୁଛି, ଆଉ ନାହିଁ କହିବାର,

    ତୁମ୍ଭେ ସିନା ବଳ ପତିତ ଜନର କେବଳ ଗତି ପାପୀର । ୫ ।

  • ଭ୍ରମେ କି କଲି, ମୁଁ ମୁଢ଼ ଭୁଲିଲି, bhrome ki koli mu mudho bhulili

    ଭ୍ରମେ କି କଲି, ମୁଁ ମୁଢ଼ ଭୁଲିଲି,

    ପାଷାଣ ବୋଲିଣ ବାଲୁକା ଉପରେ ଅକାରଣେ ଗୃହ ଗୁନ୍ଥିଲି । ଘୋଷା ।

    ପାପ-ନଦୀ ଏବେ ଆସିଲା ବଢ଼ି,

    ମୂଳଦୁଆ ତ ଯାଇଅଛି ପଡ଼ି,

    ବାୟୁ ସହିତରେ କି ବୃଷ୍ଟି ପଡ଼ଇ ପ୍ରାଣେ ନିର୍ଭରସା ହୋଇଲି । ୧ ।

    ଦୟା ପ୍ରକାଶ ଯେ ଯୀଶୁ,

    ଏକ୍ଷଣ ରକ୍ଷା କର ଅରକ୍ଷିତ ଜୀବନ,

    ତୁମ୍ଭ ବିନୁ ଆଉ ଏ ଭବ ନଦୀରେ କାଣ୍ଡାରୀ ଖୋଜି ନ ପାଇଲି । ୨ । 

     

    ତୁମ୍ଭେ ସୁଦୟା କରିଣ ଅପାର ଜନମାନଙ୍କୁ କରିଛ ଉଦ୍ଧାର,

    ବିଶ୍ୱାସ ନୌକାରେ ଉଠାଅ ହେ ମୋରେ,

    ନୋହିଲେ ମୁଁ ବୁଡ଼ି ମରିଲି । ୩ ।

    ସୂଚୀମାଳାକୁ ଫେରନ୍ତୁ