Category: Uncategorized

  • moro ashraa jishu charane

    ମୋର ଆଶ୍ରା ଯୀଶୁ ଚରଣେ,

    ମୋ ପାପମୋଚନ ଶ୍ରୀମରଣେ । ଘୋଷା ।

    ଯୀଶୁ ମୋର ତ୍ରାଣକର୍ତ୍ତା ପାପ ତାପ ଶାପହର୍ତ୍ତା,

    ଜନ୍ମିଥିଲେ ସେ ମଞ୍ଚ ଭୁବନେ । ୧ ।

    ବଞ୍ଚାଇବାକୁ ପାପରୁ ଆଉ ବ୍ୟବସ୍ଥା ଶାପରୁ

    ଶାପଗ୍ରସ୍ତ ହେଲେ ମୋ କାରଣେ । ୨ ।

    ମୋହର ପ୍ରତ୍ୟେକ ପାପ ହୋଇ କଣ୍ଟକ ସ୍ୱରୂପ

    ବିନ୍ଧିଥିଲା ତାଙ୍କୁ ଦେହ ପ୍ରାଣେ । ୩ ।

    ପୁଣି ମୋର ଅବିଶ୍ୱାସ ହୋଇଣ ବର୍ଚ୍ଛା ସଦୃଶ

    ବିନ୍ଧିଥିଲା ତାଙ୍କୁ କି ଦାରୁଣେ । ୪ ।

    ମହାପାପୀରେ ମୁଁ ଗଣା, ମୋର ପାପ ଅଗଣନା,

    ହେବି ଶୁକ୍ଳ ତାଙ୍କ ରକ୍ତ ସ୍ନାନେ । ୫ ।

     

    ସୂଚୀମାଳାକୁ ଫେରନ୍ତୁ

  • jishu sarana mu dharibi kebe hai mu no chadibi

    ଯୀଶୁ ଶରଣ ମୁଁ ଧରିବି, କେବେ ହେଁ ମୁଁ ନ ଛାଡ଼ିବି,

    ଯେବେ ଶ୍ରୀକରୁଣା କରିବେ ସେ ଊଣା ମରିଲେ ପଛକେ ମରିବି । ଘୋଷା ।

    ଯେତେ ରୂପେ ନିଜେ ଉପାୟ କରିଲି, ମନକୁ ସାଧି ନ ପାରିଲି,

    ମନ୍ଦମତି ଦୁଃଖ ଦେଲା ନିତି ନିତି, ଆଉ ସହି ମୁଁ ନ ପାରିଲି । ୧ । 

     

    ତୃଷାକୁ ଲବଣ ଅମ୍ବୁ ଯେଉଁମତେ, ପୂଣ୍ୟକର୍ମ ହେଲା ସେମତେ,

    ଅଶାନ୍ତ ମନ ତ ଶାନ୍ତି ନ ପାଇଲା, କେତେ ନିତ୍ୟ ଦହି ହୋଇବି । ୨ ।

    କୃତ ପାପ ଭାବି ଭୟ ନ କରିବି, ସ୍ୱ-ପୁଣ୍ୟ ଆଶା ନ ରଖିବି,

    ତାଙ୍କୁ ମୋର ତ୍ରାଣ ମୋ ପୂଣ୍ୟନିଧାନ, ତାଙ୍କୁ ମୋର ସବୁ ମଣିବି । ୩ ।

    ପାପୀ ଦୀନହୀନ ଆରତକୁ କର୍ଣ୍ଣ ଡେରିଛନ୍ତି ସେ ଅନୁକ୍ଷଣ,

    ନମ୍ର ହୋଇ ତାଙ୍କ ପାଦେ ପଡ଼ି ମୁହିଁ ଦୁଃଖ ମୋର ସବୁ କହିବି    ା ୪ । 

     

    ଜାଣେ ମୁହିଁ ମହାପାପୀ, ପରିତ୍ରାଣ ତାଙ୍କ ମୁକୁଟର ଭୂଷଣ,

    ନିଶ୍ଚେ ମୁଁ ତାଙ୍କରି ପାଦ ଅନୁସରି କେବେ ହେଁ ନିରାଶ ନୋହିବି । ୫ ।

  • jishu baare su nayanare mo proti

    ଯୀଶୁ ବାରେ ସୁନୟନରେ ମୋ ପ୍ରତି ଚାହିଁ ପ୍ରସନ୍ନରେ,

    ଆସୁଅଛି ମୁଁ ଶ୍ରୀ ଛାମୁରେ ଖେଦିତ ମନରେ;

    ନ କଲେ ଦୟା ମୋ ଉପରେ ଯିବି ମୁଁ କାହା ନିକଟରେ ?

    ନାହିଁ ଆଶ୍ରା ଏ ଭୁବନରେ ତୁମ୍ଭ ବିହୁନରେ । ୧ ।

    ପାପ ମୋହର ଅଗଣିତ         ଅଟଇ ମୁଁ କ୍ରୋଧର ପାତ୍ର,

    ନରକେ ହେଲେ ମୁଁ ଦଣ୍ଡିତ ହେବ ତା’ ଉଚିତ;

    ନ କଲେ ଦୟା ମୋ ଉପରେ ଯିବି ମୁଁ କାହା ନିକଟରେ ?

    ନାହିଁ ଆଶ୍ରା ଏ ଭୁବନରେ ତୁମ୍ଭ ବିହୁନରେ । ୨ ।

    ପ୍ରତିଜ୍ଞା ବଚନ ତୁମ୍ଭର ଭରସା କାରଣ ମୋହର,

    ଅଟେ ଅଟଳ ସେ ବଚନ ପର୍ବତ ସମାନ;

    ନ କଲେ ଦୟା ମୋ ଉପରେ ଯିବି ମୁଁ କାହା ନିକଟରେ ?

    ନାହିଁ ଆଶ୍ରା ଏ ଭୁବନରେ ତୁମ୍ଭ ବିହୁନରେ । ୩ ।

    ତବ ଶ୍ରୀପାଦ ଅନୁସରି           ବିନାଶ ନୋହିଛି କାହାରି,

    ନିଶ୍ଚେ ସେ ପାଦ ଦୃଢ଼େ ଧରି ଯିବି କି ମୁଁ ମରି ?

    ନୋହୁ ଏହା କେଉଁ କାଳରେ, ଦୟା କର ଯୀଶୁ ମୋଠାରେ

    ନାହିଁ ଆଶ୍ରା ଏ ଭୁବନରେ ତୁମ୍ଭ ବିହୁନରେ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • aahe priyo probhu tumbho chhaamuru

    ଆହେ ପ୍ରିୟ ପ୍ରଭୁ ତୁମ୍ଭ ଛାମୁରୁ,

    କେଉଁଠାକୁ ଯିବି ତୁମ୍ଭ ଦୃଷ୍ଟିରୁ ?

     

    ମୋର ଦୁର୍ବଳ ପାପୀଷ୍ଠ ଚରଣ,

    କେଉଁଠାକୁ ବା କରିବି ଗମନ ?

    ନାହିଁ ଅନ୍ୟ ପଥ,

    ତୁମ୍ଭେ ମୋ ଜୀବନ ମୋ ପ୍ରାଣନାଥ । ୧ । 

     

    ଯେତେବେଳେ ପାପ ହୋଇ ପ୍ରବଳ, ଉଠିବ ପ୍ରଚଣ୍ଡ ଢେଉ ଆକାର,

    ଘୋର ଭୟ କରିବ ଆଚ୍ଛାଦନ, ଆକାଶେ ଯେହ୍ନେ ମେଘ କୃଷ୍ଣବର୍ଣ୍ଣ,

    ସେହିକାଳେ ମୋତେ, କେହୁ ନେବ ଶାନ୍ତି ନଦୀର ତଟେ ? । 

     

    କେଉଁଠାକୁ ମୁଁ କରିବି ଗମନ, ନ ଦିଶେ ଅମୃତ ନିର୍ଝର ଅନ୍ୟ,

    ତୁମ୍ଭଠୁଁ ଦୂରକୁ କଲେ ଭ୍ରମଣ, କେ ଦେବ ମୋତେ ସ୍ୱର୍ଗୀୟ କିରଣ ?

    ମୁହିଁ ଦୀନହୀନ, ଘୋର ବିପିନେ ହେବି ପଥଭ୍ରମ

    କେଉଁଠାକୁ ମୁଁ କରିବି ଗମନ, ଶତ୍ରୁ ମୋର କରେ ଘୋର ଗର୍ଜ୍ଜନ,

    ଗ୍ରାସିବାକୁ ତା’ର ଆକାଂକ୍ଷା ଭାରୀ, ନିଶ୍ଚେ ଦୁର୍ବଳ ପ୍ରାଣ ଦେବ ସାରି,

    ହେ ଦୁର୍ବଳ ବଳ, ତୁମ୍ଭ ବିନା କେହୁ ହେବ ମୋ ଢାଲ । ୪ ।

    କ୍ଷୁଧିତ ମୁଁ ଜୀବନ-ରୁଟି ଚାହେଁ, ତୃଷିତ ମୁଁ ତୁମ୍ଭ ପାଇଁ ଧକାଏ,

    ଉଲଙ୍ଗ, ଦୁର୍ବଳ, ମୁଁ ଦୀନହୀନ, ଖୋଜିବି କେଉଁଠାରେ ପରିତ୍ରାଣ ?

    ହେ ଜୀବନାକାର, ମୁଁ କି ତୁମ୍ଭଠାରୁ ହେବି ଅନ୍ତର ? । 

     

    ତୁମ୍ଭେ ମୋର ଅନନ୍ତ ଜୀବନଧନ, କେଉଁଠାକୁ ମୁଁ କରିବି ଗମନ ?

    ତୁମ୍ଭ ବିନା ପାଇଲେ କ୍ଷୟ-ଧନ, ତୃପ୍ତ ନୋହିବ ମୋ ଅନ୍ତଃକରଣ,

    ତୁମ୍ଭଠାରୁ ଭିନ୍ନ ହେଲେ ମୁଁ ନିତାନ୍ତ ଦୁର୍ଭାଗ୍ୟ ଜନ । ୬ । 

     

    ଯଦ୍ୟପି ମୁଁ ମୁଢ଼ ପାପୀ ଅଧମ, ତୁମ୍ଭଠୁଁ ଦୂରକୁ କରେ ଗମନ,

    ଟାଣ ତୁମ୍ଭର ପ୍ରେମ-ରଜ୍ଜୁ ଧରି, ତୁମ୍ଭ ଚରଣକୁ ଆଣ ଓଟାରି,

    ଆହେ ପ୍ରାଣପତି, କେଉଁ ସ୍ଥାନକୁ ମୁଁ କରିବି ଗତି । ୭ । 

     

    ମୃତ୍ୟୁ ଯେଉଁକାଳେ ଆସିବ ମୋର, ତୁମ୍ଭ ବିନା କେ ହେବ ଆଶ୍ରା ମୋର ?

    କାହାର ବଳେ ମୁଁ ଜୟ କରିବି, ମୃତ୍ୟୁ ନାହୁଡ଼ ଭାଙ୍ଗି ପକାବି ?

    ଅନନ୍ତ ଜୀବନ, କେଉଁଠାକୁ ମୁଁ କରିବି ଗମନ । ୮ ।

     

    ତୁମ୍ଭକୁ ପୁନରାଗମନ ଦିନେ କରିବି ଦର୍ଶନ ବ୍ୟୋମ-ବିମାନେ,

    ସେଦିନ ତୁମ୍ଭର କୃପାରୁ ମୁହିଁ, ମହାନନ୍ଦେ ରଥେ ଯିବି ପଳାଇ,

    ତୁମ୍ଭ ବାକ୍ୟ ଦେଖ ଅଟେ ଅନନ୍ତ ଜୀବନଦାୟକ । ୯ ।

  • aahe jishu jibi tumbho binaa ka thaare

    ଆହେ ଯୀଶୁ, ଯିବି ତୁମ୍ଭ ବିନା କା’ଠାରେ ?

    ଅନନ୍ତ ଜୀବନ ତୁମ୍ଭଠାରେ । ଘୋଷା ।

    ତୁମ୍ଭେ ପାପ-ତାପ ହର୍ତ୍ତା          ଅଦ୍ୱିତୀୟ ତ୍ରାଣକର୍ତ୍ତା,

    ନାହିଁ ଆନ ତୁମ୍ଭ ବିହୁନରେ । ୧ ।

    ତୁମ୍ଭେ ପରମ ବୈଦ୍ୟ,                ପାପ-ରୋଗ ତୁମ୍ଭ ସାଧ୍ୟ,

    ମୁହିଁ ପୀଡ଼ିତ ମହା ବ୍ୟାଧିରେ । ୨ ।

    ତୁମ୍ଭେ ହେ ଅଟ ମୋହର        କୋଣ ପ୍ରଧାନ ପଥର,

    ମୋ ଭରସା ଗୁନ୍ଥା ତହିଁପରେ । ୩ ।

    ତୁମ୍ଭେ ହେ ଅଟ ମୋହର        ଦୃଢ଼ ଆଶ୍ରୟ ନଗର,

    ପଳାଇ ବଞ୍ôଚବି ମୁଁ ତହିଁରେ । ୪ ।

    ତୁମ୍ଭେ ହେ ସ୍ୱର୍ଗର ଦ୍ୱାର         ପଥ ସତ୍ୟତା ଆବର,

    ନାହିଁ ପଥ ଆଉ କେଉଁଠାରେ । ୫ ।

    ତୁମ୍ଭେ ମୋ ପରମ ବନ୍ଧୁ          ତୁମ୍ଭେ ମୋ ସବୁରେ ସବୁ,

    ନାହିଁ ଗତି ତୁମ୍ଭ ବିହୁନରେ । ୬ ।

  • bharasa kehi nahi e sansare

    ଭରସା କେହି ନାହିଁ ଏ ସଂସାରେ
    ଯୀଶୁ, ତୁମ୍ଭ ବିହୁନେ ପାପୁଁ ରକ୍ଷା କରେ;
    ଏତେ ଦୟା କଲ, ନିଜ ପ୍ରାଣ ଦେଲ,
    କ୍ରୁଶ ବହିଲ ଆପେ ପୃଷ୍ଠପରେଘୋଷା ।

    ଥ ୟ ନୁହଇ ମନ କେତେବେଳେ,
    ନିରନ୍ତର ଶୟତାନ ବଶେ ଚଳେ;
    କେମନ୍ତେ ବଞ୍ôଚବି, ତୁମ୍ଭଙ୍କୁ ସେବିବି
    ଦୟା ନ କଲେ ତୁମ୍ଭେ ମୋର ପରେ ?

    ସ୍ୱର୍ଗସୁଖ ମୁଁ ଛାଡ଼ି ବଣା ହେଲି
    ଦିଶାହରାର ପ୍ରାୟ ଅନ୍ଧ କୂପେ ବୁଲି,
    ନାନା ପାପ ମନ୍ଦ କର୍ମରେ ମୁଁ ଦଣ୍ଡ୍ୟ,
    ଶାପଗ୍ରସ୍ତ ହୋଇଲି ତୁମ୍ଭଠାରେ । ୨ ।

    ଧର୍ମ ଆତ୍ମାଙ୍କୁ ଦିଅ ହୃଦୟରେ,
    ଯେହ୍ନେ ତୁମ୍ଭଠାରେ ମନ ନିରନ୍ତରେ,
    ଦୁଃଖ ନାଶଯିବ, ସୁଖ ପ୍ରବେଶିବ,
    ଏହି ବର ମାଗୁଛି ସଦାବେଳେ । ୩ ।

  • krupaa drusti re jishu onaao mo proti

    କୃପା ଦୃଷ୍ଟିରେ
    ଯୀଶୁ ଅନାଅ ମୋ ପ୍ରତି ପ୍ରସନ୍ନ ଚିତ୍ତରେ । ଘୋଷା
    ମୁହିଁ ଅଧର୍ମ ପାପୀ ଦୁର୍ଜ୍ଜନ, ପାଷାଣ ସମାନ ମୋର ମନ
    ପୁଣି ମୋର କୁଆଚରଣରେ
    କଲି ଅସ୍ୱୀକାର ତୁମ୍ଭ ନାମ ବାରମ୍ବାରେ । ୧ ।

    ଯେ ଦିନେ ତୁମ୍ଭ କଟାକ୍ଷ ଦୃଷ୍ଟି ପଡ଼ିଥିଲା ହେ ପିତର ପ୍ରତି,
    ଆହା ସେ କେଡ଼େ କରୁଣା ଦୃଷ୍ଟି !
    ସେହିପରି ଦୃଷ୍ଟି ଯୀଶୁ ପଡୁ ମୋ ଉପରେ । ୨ ।

    ପଡ଼ିବା ମାତ୍ରକେ ଯେଉଁ ଦୃଷ୍ଟି ଗଲା ପିତର ହୃଦୟ ଫାଟି,
    ତେହ୍ନେ ପକାଅ ମୋ ପରେ ଦୃଷ୍ଟି
    ଶିଳା-ଚିତ୍ତ ବିଗଳିତ ହେଉ ସେପରିରେ । ୩ ।

    ଯେଉଁ ଦୃଷ୍ଟି ପଡ଼ିବା ମାତ୍ରକ ଉଛୁଳିଲା ପିତର ଲୋତକ,
    କଲା ଅତିଶୟ ଖେଦ ଶୋକ,
    ମୋର ପାପ ହେତୁ ଖେଦ ହେଉ ସେପରିରେ । ୪

    ଯେଉଁ ଦୃଷ୍ଟିରେ ଦୟାସାଗର କ୍ଷମା କଥା ପିତରେ ବୋଇଲ,
    ସର୍ବଦୋଷ କ୍ଷମା କର ମୋର,
    କର ପରିଷ୍କାର ତୁମ ଅମୂଲ୍ୟ ରୁଧିରେ । ୫ ।

  • aaha kede korunaa helaa moro upore

    ଆହା କେଡ଼େ କରୁଣା ହେଲା ମୋର ଉପରେ,
    ବର୍ଣ୍ଣିବି କି ତାହା ମୋର ଏହି ଛାର ମୁଖରେ । ଘୋଷା ।

    ମରି ପାପ ଅଧର୍ମରେ ଥିଲି କବର ମଧ୍ୟରେ,
    ଉଠିଅଛି ପାଇ ନୂଆ ଜୀବନ ମୁଁ ଧର୍ମରେ । ୧ ।

    ଥିଲି ମୁହିଁ ବନ୍ଦୀପଣେ ଶୟତାନ ଜଞ୍ଜିରେ,
    ସେ ବନ୍ଧନ ହୋଇ ମୁକ୍ତ ପକାଗଲା ଦୂରରେ । ୨ ।

    ଯାଉଥିଲି ଧାଇଁ ମୁହିଁ ସର୍ବନାଶ ପଥରେ,
    ଫେରିଅଛି ଏବେ ମୁହିଁ ଜୀବନର ପଥରେ । ୩ ।

    ଥିଲା କେଡ଼େ ପାପ ବୋଝ ମୋର ମୁଣ୍ଡ ଉପରେ,
    ଦେଖି ସେ କାଲବରୀ କ୍ରୁଶ ପଡ଼ିଗଲା ତଳରେ । ୪ ।

    ଥିଲି ମୁହିଁ ଶାପଗ୍ରସ୍ତ ଈଶ୍ୱରଙ୍କ ଦୃଷ୍ଟିରେ,
    ମିଶିଅଛି ଏବେ ତାଙ୍କ ପରିବାର ମଧ୍ୟରେ । ୫ ।

    କହଇ ମୁହିଁ ପାପୀଷ୍ଠ ମହାନନ୍ଦ ଚିତ୍ତରେ,
    ପାଇଛି ଏସବୁ ମୁହିଁ ଖ୍ରୀଷ୍ଟ-ପ୍ରାୟଶ୍ଚିତ୍ତରେ । ୬ ।

  • kede ananda janmayi swarga pure

    କେଡ଼େ ଆନନ୍ଦ ଜନ୍ମଇ ସ୍ୱର୍ଗପୁରେ
    ମନ ଫେରାଇଲେ ଜଣେ ପାପୀ ମର୍ତ୍ତ୍ୟରେ । ଘୋଷା ।

    ହଜାମେଷ ଯେତେବେଳେ ଆସେ ପାଳକ ପାଶରେ ତେଜି ତାର ବିପଥ ଗତି
    ମନେ ପାଏ କି ଶାନ୍ତି ! ଯାଏ ସକଳ ଭ୍ରାନ୍ତି,
    ଦୂତଗଣ ଆନନ୍ଦିତ ଦେଖି ସ୍ୱର୍ଗରେ । ୧ ।

    ଯେତେବେଳେ ଅପବ୍ୟୟୀ ଆସେ ବିଦେଶରୁ ଧାଇଁ
    କରିଣ ପ୍ରାର୍ଥନା କ୍ରନ୍ଦନ ଦେଖି ପିତା କି ହୃଷ୍ଟ ! କରେ ଉତ୍ସବ ନୃତ୍ୟ,
    ସେ ଦିନ ମହା ଆନନ୍ଦ ହୁଏ ସ୍ୱର୍ଗରେ । ୨ ।

    ଯେ ଦିନେ ଜଣେ ପାପିଷ୍ଠ ତେଜିଣ ନିଜ କୁବାଟ
    ପିତା ସଙ୍ଗେ କରେ ନିୟମ, ସର୍ବାଗ୍ରେ ଯୀଶୁ ନାମ କରଇ ଆଲିଙ୍ଗନ,
    ସେ ଦିନ ମହା ଆନନ୍ଦ ହୁଏ ସ୍ୱର୍ଗରେ । ୩ ।

    ପାପୀର ଫେରଣ ଦିନ ଯେଉଁ ଆନନ୍ଦ ଉତ୍ପନ୍ନ କିଏ ତାହା ପାରଇ ବର୍ଣ୍ଣି !
    ସେ ଦିନ କି ଆନନ୍ଦ, କରନ୍ତି ସାଧୁବୃନ୍ଦ
    ସେ ଦିନ ଆନନ୍ଦ ଗାନ ହୁଏ ସ୍ୱର୍ଗରେ । ୪ ।

  • kimpaa no phero paapu

    କିପାଁ ନ ଫେରୁ ପାପୁଁ ଆହେ ବନ୍ଧୁ ଏହିକ୍ଷଣ ?
    ଯାଉଛି ଶୁଭ ସମୟ ତୁମ୍ଭ ନିକଟୁ ବହନ । ଘୋଷା ।

    ପାପ କର୍ମର ଏ ଫଳ ଅନନ୍ତ ନରକାନଳ
    ସବୁ ପାପୀ ଦୂରାଚାରୀ ଭୋଗିବେ ଘୋର ଯାତନ । ୧ ।

    ଦେଖ ମନ ବିଚାରିଣ ନରକ କେମନ୍ତ ସ୍ଥାନ !
    ସଦା ଦୁଃଖ, ନାହିଁ ସୁଖ ଲେଶମାତ୍ର ଭୋକ୍ତମାନ । ୨ ।

    କିପାଁ ଆହେ ପାପୀ ଭାଇ ଆତ୍ମାକୁ ପାପେ ହଜାଇ
    ଯାଉଛ ଏମନ୍ତ ସ୍ଥାନେ ହୋଇ ଅତି ଧାବମାନ ?

    ଫେର, ଫେର, ଏବେ ଫେର, ଆଉ ପାପେ ହିଁ ନ ଚାଲ,
    କିପାଇଁ ମରିବ ପାପେ ହୋଇ ଏଡ଼େ ବୁଦ୍ଧିହୀନ ?

    ଏବେ ହେଁ ଶୁଭ ସମୟ, ମିଥ୍ୟାରେ ନ କର ବ୍ୟୟ
    ନିଜ ଆତ୍ମା ପରିତ୍ରାଣ କର ଯତ୍ନେ ଅନ୍ୱେଷଣ । ୫ ।

    ଯୀଶୁ ପତିତତାରଣ, ତାଙ୍କ ବିନୁ ନାହିଁ ଆନ,
    ଆହେ ପାପୀ, ତାଙ୍କ ଆଶ୍ରା ଧର ହେ ଅତି ବହନ । ୬ ।

    ନେଲେ ତାଙ୍କର ଶରଣ ନିଶ୍ଚେ ହେବ ପରିତ୍ରାଣ,
    କରିବ ଅନନ୍ତକାଳ ସ୍ୱର୍ଗସୁଖ ଭୋକ୍ତାମାନ । ୭ ।